ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଇଂରାଜୀ: Western Orissa Development Council - WODC) ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର ବିକାଶ ତ୍ୱରାନ୍ୱିତ ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ଗଠିତ ସ୍ୱତନ୍ତ୍ର ଏକ ପରିଷଦ ।

ବଲାଙ୍ଗୀର, ସୋନପୁର, ବୌଦ୍ଧ,ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାମାନ ଓ ଅନୁଗୋଳର ଆଠମଲ୍ଲିକ ଉପଖଣ୍ଡ ଅପେକ୍ଷାକୃତ କମ ଅଗ୍ରସର ଥିବାରୁ ବିକାଶ ଧାରାରେ ସାମଞ୍ଜସ୍ୟ ଆଣିବାପାଇଁ ରାଜ୍ୟ ସରକାର ପଶ୍ଚିମଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ । ସମୁଦାୟ ୮୯ଟି ବ୍ଲକ ଏହାର ଅଧୀନସ୍ଥ ଅଟେ । 'ପି ସି ଘଡ଼ାଇ କମିଟି ୧୯୯୪'ଙ୍କ ମତେ ଏଥିମଧ୍ୟରୁ ୩୪ଟି ଅତି ପଛୁଆ, ୨୫ଟି ପଛୁଆ, ୨୫ଟି ବିକାଶ ଉନ୍ମୋଖି ଏବଂ ୫ଟି ବିକଶିତ ବ୍ଲକ ଅଟେ ।

ଗଠନ ଓ ପରିଚାଳନା

WODC ଆଇନ ୧୯୯୮ ଅନୁସାରେ ୧୧ ନଭେମ୍ବର ୧୯୯୮ ମସିହାରେ ଏଇ ପରିଷଦ ଗଠିତ ହୋଇଥିଲା । WODC ଆଇନ ୨୦୦୦ ଅନୁସାରେ ୨୦୦୦ ମସିହା ୫ ନଭେମ୍ବରରେ ପୁନଃଗଠିତ ହୋଇଥିଲା । ଏଥିରେ ଏହି ବିକାଶ ପରିଷଦ ଅଞ୍ଚଳର ବିଭିନ୍ନ ଲୋକପ୍ରତିନିଧିଙ୍କ ସମେତ ବିଷୟ ବିଶେଷଜ୍ଞମାନେ ସଦସ୍ୟ ରହିଥାନ୍ତି ।

ପାଣ୍ଠି

ରାଜ୍ୟ ବଜେଟ ୮୪ ହଜାର କୋଟିରୁ ଏହି ପରିଷଦକୁ ସରକାର ବର୍ଷକୁ ୧୦୦ କୋଟି ଟଙ୍କା ମଂଜୁର କରିଥାନ୍ତି । ସେହି ଅର୍ଥ ପୁନର୍ବାର ପରିଷଦ ଏହା ଅଧୀନ ୧୧ଟି ଜିଲ୍ଲାକୁ ପ୍ରକଳ୍ପ ପ୍ରସ୍ତାବ ହିସାବରେ ଆବଣ୍ଟନ କରିଥାନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନିଜସ୍ୱ ପାଣ୍ଠି ନାହିଁ । ପ୍ରତିବର୍ଷ ରାଜ୍ୟ ସରକାର ପରିଷଦ ପାଇଁ ଯେଉଁ ବ୍ୟୟବରାଦ କରନ୍ତି ସେଥିରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ପରିଷଦ ଜିଲ୍ଲା, ବ୍ଲକ ଏବଂ ପୌର ପ୍ରଶାସନ ମାଧ୍ୟମରେ ଅନୁଦାନ ଦେଇଥାନ୍ତି । ୨୦୧୬ ଡିସେମ୍ବର ଶେଷ ସୁଦ୍ଧା ପରିଷଦ ସମୁଦାୟ ୨୬,୨୨୦ଟି ପ୍ରକଳ୍ପ ପାଇଁ ୧୧୪୮ କୋଟି ୮୭ ଲକ୍ଷ ଟଙ୍କାର ମଞ୍ଜୁରି କରିଥିଲେ ।

ଅଧିକ ତଥ୍ୟ

ବାହାର ଲିଙ୍କ

ଆଧାର

Tags:

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ଓ ପରିଚାଳନାପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧିକ ତଥ୍ୟପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବାହାର ଲିଙ୍କପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଧାରପଶ୍ଚିମ ଓଡ଼ିଶା ବିକାଶ ପରିଷଦଓଡ଼ିଶା

🔥 Trending searches on Wiki ଓଡ଼ିଆ:

ସ୍ୱାମୀ ବିବେକାନନ୍ଦବାଲେଶ୍ୱର ଜିଲ୍ଲାରଜନୂଆ ଦିଲ୍ଲୀ୧୯ ମାର୍ଚ୍ଚକରଞ୍ଜଛବିଳ ମଧୁ ବର୍ଣ୍ଣବୋଧଜାପାନବିଭୁଦତ୍ତ ମିଶ୍ରରବି କାନୁନଗୋପିତ୍ତକୋଷଯକୃତ୨୯ ଅପ୍ରେଲଓଡ଼ିଶାର ଭୂଗୋଳସାମବେଦଅକ୍ଷୟ ମହାନ୍ତିପଖାଳ ଦିବସଭାରତୀୟ ଜନତା ପାର୍ଟିବାଘଗାଈଧର୍ମେନ୍ଦ୍ର ପ୍ରଧାନଶାନ୍ତନୁ କୁମାର ଆଚାର୍ଯ୍ୟଶ୍ରୀ ଦେବ ରାମେଶ୍ଵର ମନ୍ଦିରଦି ଟାଇମସ୍ ଅଫ୍ ଇଣ୍ଡିଆଅଶୋକାଷ୍ଟମୀବିଶ୍ୱନାଥ କରନଅଙ୍କ ଦୁର୍ଭିକ୍ଷପ୍ରତିଭା ରାୟଲିନକ୍ସଜବାହରଲାଲ ନେହେରୁବେଦଓଡ଼ିଶାର ଇତିହାସଚୈତନ୍ୟଭାରତର ସଂସ୍କୃତିବିଭୂତି ପଟ୍ଟନାୟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରମାଦେବୀ ଚୌଧୁରୀଟାଇଫଏଡରୋମୀୟ ସାମ୍ରାଜ୍ୟ୧୯୬୩ର ଓଡ଼ିଆ କଥାଚିତ୍ରଦିବାକର ପରିଡ଼ାସୌଭାଗ୍ୟ କୁମାର ମିଶ୍ରଓଡ଼ିଆ କାବ୍ୟ କବିତାଧୃତରାଷ୍ଟ୍ର (ମହାଭାରତ)ଶ୍ରୀତମ ଦାସସଚିନ ତେନ୍ଦୁଲକରଦୀନକୃଷ୍ଣ ଦାସହେମନ୍ତ କୁମାର ଦାସହନୁମାନ ଚାଳିଶାଓଡ଼ିଆ ଲିପିହୋଲିସୌର ଜଗତ୨୧ବିଜୁ ପଟ୍ଟନାୟକଦଶାବତାରଶିଶୁ ଅନନ୍ତ ଦାସଅଶ୍ରୁମୋଚନ ମହାନ୍ତିଓଡ଼ିଆ ରାନ୍ଧଣାଭାରତ ସରକାରକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ରଦୀପ କୁମାର ପାଣିଗ୍ରାହୀନନ୍ଦିନୀ ଶତପଥୀଟାଇପରାଇଟରଓଡ଼ିଆ ଭାଷାକ୍ୟୁ. ଆର. କୋଡ଼ଓଡ଼ିଆ ଭାଗବତ🡆 More