ନିରୁପମା ରଥ: ଓଡ଼ିଆ ଡାକ୍ତର ଓ ଲେଖକ

ନିରୁପମା ରଥ(୧୯୨୫-୨୦୧୧) ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସିକ ଏବଂ ଓଡ଼ିଆ ସାହିତ୍ୟିକା ଥିଲେ । ୧୯୫୩ ମସିହାରୁ ଆରମ୍ଭକରି ସେ କଟକ ସହରରେ ପ୍ରାୟ ୫୦ବର୍ଷ ଧରି ଲୋକଙ୍କ ସେବା କରିଥିଲେ । ସେ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ସାହିତ୍ୟ, ଭ୍ରମଣ କାହାଣୀ ଆଦି ମଧ୍ୟ ରଚନା କରିଥିଲେ । ଚିକିତ୍ସା ସେବା ଓ ସାହିତ୍ୟରେ ତାଙ୍କ ଅବଦାନ ପାଇଁ ସେ ବହୁବାର ପୁରସ୍କୃତ ହୋଇଥିଲେ ।

ନିରୁପମା ରଥ
ଜନ୍ମ୧୯୨୫
ଛତ୍ରପୁର, ଗଞ୍ଜାମ
ମୃତ୍ୟୁଅପ୍ରେଲ ୭, ୨୦୧୧(୨୦୧୧-୦୪-୦୭)
କଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ବୃତ୍ତିଚିକିତ୍ସକ
ବୈବାହିକ-ସାଥୀଗଙ୍ଗାଧର ରଥ

ଜୀବନୀ

ନିରୁପମା, ୧୯୨୫ ମସିହା ଅକ୍ଟୋବର ୨୫ ତାରିଖରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ବିତିଥିଲା କଟକର ଡଗରପଡାରେ । ରେଭେନ୍ସା ମହାବିଦ୍ୟାଳୟରୁ ଆଇଏସସି ଓ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ପାଠ ପଢିସାରି ସେ କଲିକତାଦିଲ୍ଲୀରୁ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିଥିଲେ । କିଶୋର ଅବସ୍ଥାରେ ସେ ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣ ପାଣିଗ୍ରାହୀ, ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ସ୍ୱାଧୀନତା ସଂଗ୍ରାମପ୍ରତି ଆକର୍ଷିତ ହୋଇଥିଲେ । ୧୯୪୬ ମସିହାରେ ସେ ଆଇନୀଜୀବି ଗଙ୍ଗାଧର ରଥଙ୍କୁ ବିବାହ କରିଥିଲେ । ଉତ୍କଳ ମହିଳା ସମିତି, ଓଡ଼ିଶା ଜାତୀୟ ମହିଳା ଫେଡେରେସନର ସେ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଲେଖିକା ବୀଣାପାଣି ମହାନ୍ତି ତାଙ୍କ ଭଗ୍ନୀ ଥିଲେ । ୨୦୧୧ ମସିହା ଅପ୍ରେଲ ୭ ତାରିଖରେ ନିରୁପମାଙ୍କର କଟକଠାରେ ପରଲୋକ ଘଟିଥିଲା ।

ରଚନାବଳୀ

  • ଶିଶୁ ସ୍ୱାସ୍ଥ୍ୟ
  • ପ୍ରସୂତି ବିଜ୍ଞାନ
  • ଶିଶୁ ସମ୍ପଦ
  • ନାରୀ ଓ ଆଇନ
  • ନାରୀ ଓ ବିଚାରଳୟ
  • ଦିଗନ୍ତ
  • ସାମାଜିକ ନିର୍ଯାତନା
  • ସୋଭିଏତ୍ ନାରୀ ଓ ସୋଭିଏତ୍ ସମାଜ
  • ମଶାଲ
  • ଅଲିଭା ସ୍ମୃତି
  • ଅଲିଭା ଅନୁଭୂତି(ଆତ୍ମ ଚରିତ)

ସମ୍ମାନ ଓ ପୁରସ୍କାର

  • ଅଲ ଇଣ୍ଡିଆ ମେଡିକାଲ ସମ୍ମାନ - ୧୯୯୪
  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧନା - ୨୦୦୨

ଆଧାର

Tags:

ନିରୁପମା ରଥ ଜୀବନୀନିରୁପମା ରଥ ରଚନାବଳୀନିରୁପମା ରଥ ସମ୍ମାନ ଓ ପୁରସ୍କାରନିରୁପମା ରଥ ଆଧାରନିରୁପମା ରଥକଟକ

🔥 Trending searches on Wiki ଓଡ଼ିଆ:

ମୂଷାକାନୀଚନ୍ଦ୍ରଶେଖର ରଥଗ୍ରୀନଲାଣ୍ଡସାହାଣମେଲାନମିତା ଅଗ୍ରୱାଲ୩୦ ଅପ୍ରେଲଜଗନ୍ନାଥଙ୍କ ବେଶଶଶିଭୂଷଣ ରାୟପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଖାଦ୍ୟବୃହସ୍ପତିପ୍ରଥମ ବିଶ୍ୱଯୁଦ୍ଧସମ୍ବାଦପୁଷ୍ଟିସାରମିଳିମିଳାଓଡ଼ିଶାର କଳାଓଡ଼ିଶାର ଦୋଳଯାତ୍ରା୩ ଅପ୍ରେଲଗୁରୁସୀତାକାନ୍ତ ମହାପାତ୍ରପତିତପାବନ ଯାତ୍ରାସୁନ୍ଦରଗଡ଼ଭାରତୀୟ ସମ୍ବିଧାନସୁରମା ପାଢ଼ୀତାଳଧ୍ୱଜଓଡ଼ିଆ ଭ୍ରମଣ ସାହିତ୍ୟଓଡ଼ିଆ ଲିପିଇସ୍ରାଏଲଖାଦ୍ୟନୀଳକଣ୍ଠ ଦାସପଠାଣି ସାମନ୍ତଶିରିଡ଼ି ସାଇ ବାବା୧୦ ଫେବୃଆରୀଇତି ସାମନ୍ତହରେ କୃଷ୍ଣଦାଶରଥୀ ଜେନାପୁରିଅର୍ଥଶାସ୍ତ୍ରନନ୍ଦ କିଶୋର ବଳରଘୁନାଥ ମୁର୍ମୁରାମ ପ୍ରସାଦ ସିଂହରୋଷନୀ ସିଂହ ଦେଓଓଡ଼ିଶାଭୁବନେଶ୍ୱର ବେହେରାଜୟୀରାମ ସାମଲହରଣ (ଗଣିତ)ମାୟାଧର ମାନସିଂହକନକ ମଞ୍ଜରୀ ମହାପାତ୍ରପବନେଶ୍ୱର ମନ୍ଦିରହରିହର ମିଶ୍ରରାଧିକା ଚୌଧୁରୀପ୍ରତିଭା ରାୟମଲ୍ଲିକା ସରାଭାଇପଖାଳବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଖିଳ ମୋହନ ପଟ୍ଟନାୟକକାକରା ପିଠାଅମରପୋଇକାଞ୍ଚି ଅଭିଯାନବନ୍ଦେ ଉତ୍କଳ ଜନନୀଚିତାଗଛରଚିତା ମିସ୍ତ୍ରୀ୧୮୭୧ଜଳଷଢ଼େଇଖଳା-ଖରସୁଆଁ ଜିଲ୍ଲାବାଲେଶ୍ୱର ଜିଲ୍ଲାଓଡ଼ିଶାରେ କୋଭିଡ-୧୯ ମହାମାରୀ🡆 More