ଭଗବତୀ ଚରଣ ପାଣିଗ୍ରାହୀ: ପ୍ରଗତିଯୁଗର ଲେଖକ

ଭଗବତୀ ଚରଣ ପାଣିଗ୍ରାହୀ (୧ ଫେବୃଆରୀ ୧୯୦୮‌- ୨୩ ଅକ୍ଟୋବର, ୧୯୪୩) ପୁରୀ ଜିଲ୍ଲାର ବିଶ୍ୱନାଥପୁରଠାରେ ଜନ୍ମିତ ପ୍ରଗତିଯୁଗର ଜଣେ ଲେଖକ ଥିଲେ ।

ଭଗବତୀ ଚରଣ ପାଣିଗ୍ରାହୀ
ଭଗବତୀ ଚରଣ ପାଣିଗ୍ରାହୀ: ଜନ୍ମ ଓ ଶିକ୍ଷା, କର୍ମ ଜୀବନ, ସାହିତ୍ୟ ସର୍ଜନା
ଭଗବତୀ ଚରଣ ପାଣିଗ୍ରାହୀ
Born(1908-02-01)୧ ଫେବୃଆରୀ ୧୯୦୮ ‌
ବିଶ୍ୱନାଥପୁର,ବାଲିପାଟଣା,ପୁରୀ
Died୨୩ ଅକ୍ଟୋବର ୧୯୪୩(1943-10-23) (ବୟସ ୩୫)‌
Citizenshipଭାରତୀୟ
Educationସ୍ନାତକୋତ୍ତର (ଅର୍ଥନୀତି),ଆଇନ
Alma materପୁରୀ ଜିଲ୍ଲ୍ଲା ସ୍କୁଲ, ସତ୍ୟବାଦୀ ବନ ବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱ ବିଦ୍ୟାଳୟ
Occupation(s)ଲେଖକ,ଜନନାୟକ
Years active୧୯୩୦-୧୯୪୩
Organizationନବଯୁଗ ମଣ୍ଡଳ
Notable workଶିକାର, ହାତୁଡି଼ ଓ ଦା
Parentସ୍ୱପ୍ନେଶ୍ୱର ପାଣିଗ୍ରାହୀ
Relativesଦିବ୍ୟସିଂହ ପାଣିଗ୍ରାହୀ, କାଳିନ୍ଦୀ ଚରଣ ପାଣିଗ୍ରାହୀ(ଭାଇ)
ନନ୍ଦିନୀ ଶତପଥୀ(ଝିଆରୀ)

ଜନ୍ମ ଓ ଶିକ୍ଷା

ଭଗବତୀ ଚରଣ ୧୯୦୮ ମସିହା ଫେବୃଆରୀ ୧ ତାରିଖରେ ଅଭିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ୩ ପୁତ୍ର ଓ ୨ କନ୍ୟାଙ୍କ ମଧ୍ୟରୁ ସେ ଥିଲେ କନିଷ୍ଠ ପୁତ୍ର । ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ(ଔପନ୍ୟାସିକ) ତାଙ୍କର ଅନ୍ୟ ଦୁଇ ଭାଇ ଥିଲେ । ଭଗବତୀ ଚରଣ ନିଜର ପ୍ରାଥମିକ ଶିକ୍ଷା ପୁରୀ ଜିଲ୍ଲା ସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ସମାପ୍ତ କରି, ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଲାଭକରିଥିଲେ । ପାଟଣା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସମୟରେ, ସେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଏହି ସମୟରେ ସେ ହରବର୍ଟ ଜର୍ଜ ୱଲ୍ସ(୧୮୬୬-୧୯୪୬), ହ୍ୟାରି ସିନକ୍ଳେୟାର(୧୮୮୫-୧୯୫୧), ବର୍ନାଡ଼ଶ(୧୮୫୬-୧୯୫୦) ଆଦିଙ୍କ ଲେଖାଗୁଡିକ ପଢ଼ି ଗଭିର ଭାବରେ ଅନୁପ୍ରାଣିତ ହୋଇଥିଲେ ।

କର୍ମ ଜୀବନ

ଭଗବତୀ ଚରଣ ପ୍ରାରମ୍ଭରୁ ଗାନ୍ଧୀବାଦି ଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ସହିତ ଜଡ଼ିତ ରହିଥିଲେ । ୧୯୩୫ ମସିହାରେ, କଲିକତାରେ ଅବସ୍ଥାନ ସମୟରେ ସେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇଥିଲେ । ୧୯୩୬ ମସିହାରେ, ସେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ନେଇ, ଓଡ଼ିଶାରେ ଏକ କମ୍ୟୁନିଷ୍ଟ ସେଲ ଗଠନ କରିଥିଲେ । ସେ ଥିଲେ ଏହି କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ । ଏହି ଦଳ ପ୍ରତି ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନେ ଆକୃଷ୍ଟ ହେବା ଦେଖି ଇଂରେଜ ସରକାର ଏହା ବିରୁଦ୍ଧରେ ମକଦ୍ଦମା ଆରମ୍ଭ କରିଥିଲେ । ଏହି ମକଦ୍ଦମାରେ ନିଜେ ଭଗବତୀ ଚରଣ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ ।

ସାହିତ୍ୟ ସର୍ଜନା

ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟଆରମ୍ଭର ଶ୍ରେୟ ଭଗବତୀ ଚରଣଙ୍କୁ ଯାଏ । ସେ 'ନବଯୁଗ ସାହିତ୍ୟ ସଂସଦ' ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢ଼ି ଓ ଏହି ଅନୁଷ୍ଠାନର ମୂଖପତ୍ର ରୂପେ 'ଆଧୁନିକ' ନାମକ ଏକ ମାସିକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର ଏକ ନବୀନ ଲେଖକଗୋଷ୍ଠୀ ସୃଷ୍ଠି କରିଥିଲେ । ଏହି ପତ୍ରିକାର ପ୍ରଥମ ସଂଖ୍ୟାରେ, ଏହାର ଆଭିମୁଖ୍ୟ ଜଣାଇବାକୁ ଭଗବତୀ ଲେଖିଥିଲେ ଯେ "ଆରାମ ଚୌକିରେ ବସି ପଢ଼ିବା ଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ଏଥିରେ ସ୍ଥାନ ନାହିଁ ।" ଭଗବତୀ ଚରଣ, ନିଜ ସ୍ୱଳ୍ପ ଜୀବନକାଳ ମଧ୍ୟରେ, ଅନେକ କ୍ଷୁଦ୍ର ଗଳ୍ପ ରଚନା କରିଯାଇଛନ୍ତି । 'ଶିକାର' ଗଳ୍ପଟିକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା ଭାବରେ ବିବେଚନା କରାଯାଏ । ଏହି ଗପଟିର ମୁଖ୍ୟ ଚରିତ୍ର, ନିରିହ କୃଷକ ଘିନୁଆ, ଅତ୍ୟାଚାରି ଜମିଦାରର ମୁଣ୍ଡ କାଟି ତାର ସବୁ ନିର୍ଯାତନାର ପ୍ରତିଶୋଧ ନେଇଛି ଓ ପୁରସ୍କାର ଆଶାରେ ସେହି କଟା ମୁଣ୍ଡ ସହ ପୁଲିସ ନିକଟକୁ ଯାଇଛି । ଏହି ଗଳ୍ପକୁ 'ମୃଗୟା' ନାମକ ସଫଳ ଚଳଚ୍ଚିତ୍ରରେ ରୂପାୟିତ କରିଛନ୍ତି, ବିଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନ । ଶିକାର ପ୍ରଭୃତି ୧୨ଟି ଗଳ୍ପକୁ ନେଇ 'ଭଗବତୀ ଚରଣ ଗଳ୍ପମାଳା' ନାମରେ ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି ।

ସାହିତ୍ୟ କୃତି

  • ଶିକାର
  • ହାତୁଡି଼ ଓ ଦା
  • ସ୍ୱୀକାରୋକ୍ତି ଜଙ୍ଗଲି
  • ବଞ୍ଚିତା
  • ଜୀବନର ସମାଧୀ
  • ଝଡ଼
  • ମୃତ୍ୟୁର ବିବେଚନା
  • ମୀମାଂସା
  • ଆରମ୍ଭ ଓ ଶେଷ

୧୯୪୩ ମସିହାରେ, ୩୪ ବର୍ଷ ବୟସରେ ଭଗବତୀଙ୍କର ତିରୋଧାନ ଘଟିଥିଲା ।

ଆଧାର

Tags:

ଭଗବତୀ ଚରଣ ପାଣିଗ୍ରାହୀ ଜନ୍ମ ଓ ଶିକ୍ଷାଭଗବତୀ ଚରଣ ପାଣିଗ୍ରାହୀ କର୍ମ ଜୀବନଭଗବତୀ ଚରଣ ପାଣିଗ୍ରାହୀ ସାହିତ୍ୟ ସର୍ଜନାଭଗବତୀ ଚରଣ ପାଣିଗ୍ରାହୀ ଆଧାରଭଗବତୀ ଚରଣ ପାଣିଗ୍ରାହୀ

🔥 Trending searches on Wiki ଓଡ଼ିଆ:

ବସନ୍ତ କୁମାରୀ ଦେବୀପୃଥିବୀର ବାୟୁମଣ୍ଡଳ୨୫ ମାର୍ଚ୍ଚମାଣବସା ଗୁରୁବାରଚୈତନ୍ୟପ୍ରେମଚାଖି ଖୁଣ୍ଟିଆତ୍ରିଭୁଜବରୁଣ ଗାନ୍ଧୀସିନକୋକେନଧଉଳିନବ ଚରଣ ମାଝିପୂର୍ବ ଟିମୋରଚନ୍ଦ୍ରଶେଖର ରଥପଙ୍କଜ ଚରଣ ଦାସ୧୧ ମାର୍ଚ୍ଚଓଡ଼ିଆ ରାନ୍ଧଣାଓଷାହରପ୍ପା ସଭ୍ୟତାଅରିନ୍ଦମ ରାୟତମନ୍ନା ବ୍ୟାସଋଷିଆଶ୍ରୀତମ ଦାସଖୋର୍ଦ୍ଧାନୀଳାଦ୍ରି ଭୂଷଣ ହରିଚନ୍ଦନହରିଶଙ୍କର ମନ୍ଦିରଫିଲିପାଇନ୍ସପୂର୍ଣ୍ଣିମାନମିତା ଅଗ୍ରୱାଲସ୍ୱଚ୍ଛ ଭାରତ ଅଭିଯାନଝଙ୍କାର (ପତ୍ରିକା)ଖାରବେଳଖାରବେଳ ସ୍ୱାଇଁୟୁରୋପବାଳ ଗଙ୍ଗାଧର ତିଳକସଚ୍ଚିଦାନନ୍ଦ ରାଉତରାୟନୀଳକଣ୍ଠ ଦାସବୀଣାପାଣି ମହାନ୍ତିଉଇଲସନ ରୋଗକ୍ୟୁଆରପିଡ଼ିଆଗଞ୍ଜାମ ଜିଲ୍ଲାଗଉଡ଼ ବାଡ଼ି ଖେଳରଘୁନାଥ ମହାପାତ୍ରନନ୍ଦିନୀ ଶତପଥୀପଦ୍ମିନୀ ରାଉତଭାଙ୍ଗଲିଙ୍ଗରାଜ ମନ୍ଦିରଭୀମ ଭୋଇନର୍‌ଏପିନେଫ୍ରିନବ୍ରହ୍ମୋତ୍ରୀ ମହାନ୍ତିଇଉକାଲିପଟାସ୍ଛ ମାଣ ଆଠ ଗୁଣ୍ଠପୋଲାଟୁଜୁମାବ ଭେଡୋଟିନଜବାହରଲାଲ ନେହେରୁବୈଷ୍ଣବ ଚରଣ ସାମଲଭୀମ ପୃଷ୍ଟିନବରାତ୍ରୀଚିତ୍ତରଞ୍ଜନ ଦାସଆଲ୍‌କା ୟାଗ୍ନିକ୍‌ଟେକୋଭିରିମାଟରୋମଏଚଆଇଭି/ଏଡସକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଗୌତମ ବୁଦ୍ଧଜିମି ୱେଲ୍ସ🡆 More