ନିରୁପମା ରଥ: ଓଡ଼ିଆ ଡାକ୍ତର ଓ ଲେଖକ

ନିରୁପମା ରଥ(୧୯୨୫-୨୦୧୧) ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସିକ ଏବଂ ଓଡ଼ିଆ ସାହିତ୍ୟିକା ଥିଲେ । ୧୯୫୩ ମସିହାରୁ ଆରମ୍ଭକରି ସେ କଟକ ସହରରେ ପ୍ରାୟ ୫୦ବର୍ଷ ଧରି ଲୋକଙ୍କ ସେବା କରିଥିଲେ । ସେ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ସାହିତ୍ୟ, ଭ୍ରମଣ କାହାଣୀ ଆଦି ମଧ୍ୟ ରଚନା କରିଥିଲେ । ଚିକିତ୍ସା ସେବା ଓ ସାହିତ୍ୟରେ ତାଙ୍କ ଅବଦାନ ପାଇଁ ସେ ବହୁବାର ପୁରସ୍କୃତ ହୋଇଥିଲେ ।

ନିରୁପମା ରଥ
ଜନ୍ମ୧୯୨୫
ଛତ୍ରପୁର, ଗଞ୍ଜାମ
ମୃତ୍ୟୁଅପ୍ରେଲ ୭, ୨୦୧୧(୨୦୧୧-୦୪-୦୭)
କଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ବୃତ୍ତିଚିକିତ୍ସକ
ବୈବାହିକ-ସାଥୀଗଙ୍ଗାଧର ରଥ

ଜୀବନୀ

ନିରୁପମା, ୧୯୨୫ ମସିହା ଅକ୍ଟୋବର ୨୫ ତାରିଖରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ବିତିଥିଲା କଟକର ଡଗରପଡାରେ । ରେଭେନ୍ସା ମହାବିଦ୍ୟାଳୟରୁ ଆଇଏସସି ଓ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ପାଠ ପଢିସାରି ସେ କଲିକତାଦିଲ୍ଲୀରୁ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିଥିଲେ । କିଶୋର ଅବସ୍ଥାରେ ସେ ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣ ପାଣିଗ୍ରାହୀ, ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ସ୍ୱାଧୀନତା ସଂଗ୍ରାମପ୍ରତି ଆକର୍ଷିତ ହୋଇଥିଲେ । ୧୯୪୬ ମସିହାରେ ସେ ଆଇନୀଜୀବି ଗଙ୍ଗାଧର ରଥଙ୍କୁ ବିବାହ କରିଥିଲେ । ଉତ୍କଳ ମହିଳା ସମିତି, ଓଡ଼ିଶା ଜାତୀୟ ମହିଳା ଫେଡେରେସନର ସେ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଲେଖିକା ବୀଣାପାଣି ମହାନ୍ତି ତାଙ୍କ ଭଗ୍ନୀ ଥିଲେ । ୨୦୧୧ ମସିହା ଅପ୍ରେଲ ୭ ତାରିଖରେ ନିରୁପମାଙ୍କର କଟକଠାରେ ପରଲୋକ ଘଟିଥିଲା ।

ରଚନାବଳୀ

  • ଶିଶୁ ସ୍ୱାସ୍ଥ୍ୟ
  • ପ୍ରସୂତି ବିଜ୍ଞାନ
  • ଶିଶୁ ସମ୍ପଦ
  • ନାରୀ ଓ ଆଇନ
  • ନାରୀ ଓ ବିଚାରଳୟ
  • ଦିଗନ୍ତ
  • ସାମାଜିକ ନିର୍ଯାତନା
  • ସୋଭିଏତ୍ ନାରୀ ଓ ସୋଭିଏତ୍ ସମାଜ
  • ମଶାଲ
  • ଅଲିଭା ସ୍ମୃତି
  • ଅଲିଭା ଅନୁଭୂତି(ଆତ୍ମ ଚରିତ)

ସମ୍ମାନ ଓ ପୁରସ୍କାର

  • ଅଲ ଇଣ୍ଡିଆ ମେଡିକାଲ ସମ୍ମାନ - ୧୯୯୪
  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧନା - ୨୦୦୨

ଆଧାର

Tags:

ନିରୁପମା ରଥ ଜୀବନୀନିରୁପମା ରଥ ରଚନାବଳୀନିରୁପମା ରଥ ସମ୍ମାନ ଓ ପୁରସ୍କାରନିରୁପମା ରଥ ଆଧାରନିରୁପମା ରଥକଟକ

🔥 Trending searches on Wiki ଓଡ଼ିଆ:

ବିଜୟ ଶଙ୍କର ଦାସମାଣବସା ଗୁରୁବାରଡାଲମାଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମହାବିଦ୍ୟାସଚ୍ଚିଦାନନ୍ଦ ରାଉତରାୟରାଧାମୋହନ ଗଡ଼ନାୟକଯୌନ ଉତ୍ପୀଡ଼ନଅକ୍ଷାଂଶହୀରାକୁଦ ବନ୍ଧଆଣ୍ଡାମାନ ସାଗରଓଡ଼ିଶାମୁମ୍ବାଇକୋଷ୍ଠକାଠିନ୍ୟଭକ୍ତ ଚରଣ ଦାସଓଡ଼ିଆ ନାଟକବର୍ଷାଅଲାରନାଥ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରଅର୍ଥଶାସ୍ତ୍ରମୟୂରଘରଯୁକ୍ତରାଷ୍ଟ୍ର ଆମେରିକାଇରା ମହାନ୍ତିରାଣୀ ଲକ୍ଷ୍ମୀବାଈଇନ୍ଦିରା ଗାନ୍ଧୀvji40ମାଛଆଚାର୍ଯ୍ୟ ହରିହରଗୋଦର ରୋଗକୁନ୍ତଳା କୁମାରୀ ସାବତମାସକାଶୀ ବିଶ୍ୱନାଥ ମନ୍ଦିର୧୦୫୪ସୂଚନା ପ୍ରଯୁକ୍ତିବିଦ୍ୟାଚିଲିକା ହ୍ରଦକିଶୋରୀ ଚରଣ ଦାସସାରଳା ଦାସସୁଇଜରଲ୍ୟାଣ୍ଡପଠାଣି ସାମନ୍ତକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଯଦୁମଣି ମହାପାତ୍ରରାମଶଙ୍କର ରାୟନନ୍ଦନକାନନ ଜୀବ ଉଦ୍ୟାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୌରୀଶଙ୍କର ରାୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଇଣ୍ଟରନେଟଚିଲିକା (ବହୁବିକଳ୍ପ)ଭାଷାହୃତ୍‌ପିଣ୍ଡଭାରତର ନଦୀ ସମୂହର ତାଲିକାରାମପୁରୀଶ୍ୱେତସାର୧୭ ଫେବୃଆରୀପ୍ରେମକୋଚିଲାଖଞ୍ଜଣି🡆 More