ଅନନ୍ତ ପଟ୍ଟନାୟକ: ଓଡ଼ିଆ ଲେଖକ ଓ ଅନୁବାଦକ

ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୧୯୮୭) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।

ଅନନ୍ତ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1912-06-11)୧୧ ଜୁନ ୧୯୧୨
ଚଣାହାଟ, ପୁରୀ ଜିଲ୍ଲା
ମୃତ୍ୟୁ୧୯୮୭
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଅବାନ୍ତର (କବିତା ସଂକଳନ)
ଜୀବନସାଥୀନୀରଦପ୍ରଭା ପଟ୍ଟନାୟକ
ସମ୍ପର୍କୀୟବ୍ରହ୍ମୋତ୍ରୀ ମହାନ୍ତି (ଭଉଣୀ)
ଅମରେଶ ପଟ୍ଟନାୟକ (ପୁଅ)

ଜୀବନୀ

ଅନନ୍ତ ୧୯୧୨ ମସିହା ଜୁନମାସ ୧୧ତାରିଖ ଦିନ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କୁ ପଢ଼ିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।

ରଚନାବଳୀ

  • ଅବାନ୍ତର (କବିତା ସଂକଳନ)
  • ରକ୍ତଶିଖା (କବିତା ସଂକଳନ)
  • ଛାଇର ଛିଟା (କବିତା ସଂକଳନ)
  • ଅଲୋଡ଼ା ଲୋଡ଼ା (କବିତା ସଂକଳନ)
  • ଶାନ୍ତି ଶିଖା (କବିତା ସଂକଳନ)
  • ତର୍ପଣ କରେ ଆଜି (କବିତା ସଂକଳନ)
  • କିଞ୍ଚିତ (କବିତା ସଂକଳନ)
  • ଛବିଟିଏକୁ ଗପଟିଏ (ଶିଶୁ ସାହିତ୍ୟ)
  • କସରା ଘୋଡ଼ା (ଶିଶୁ ସାହିତ୍ୟ)
  • ରାବଣ (ନାଟକ)
  • ଚିର ଅନ୍ଧାର ରାତି (ନାଟକ)

ଅନୁବାଦ

  • ଭାଗ୍ୟରୁ ଖିଏ
  • ମା: ସେ "ଗର୍କି"ଙ୍କ ଲିଖିତ ରୁଷୀୟ କ୍ଲାସିକ ବହି "The Mother"ର ଓଡ଼ିଆରେ ରୂପାନ୍ତର କରିଥିଲେ ।

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଅନନ୍ତ ପଟ୍ଟନାୟକ ଜୀବନୀଅନନ୍ତ ପଟ୍ଟନାୟକ ରଚନାବଳୀଅନନ୍ତ ପଟ୍ଟନାୟକ ସମ୍ମାନ ଓ ପୁରସ୍କାରଅନନ୍ତ ପଟ୍ଟନାୟକ ଆଧାରଅନନ୍ତ ପଟ୍ଟନାୟକଓଡ଼ିଆ ଭାଷାଓଡ଼ିଶାସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)

🔥 Trending searches on Wiki ଓଡ଼ିଆ:

ଯାଜପୁରଭଦ୍ରକ ଜିଲ୍ଲାପୃଥିବୀତାରାପ୍ରସାଦ ଦାସରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଆ ଭାଗବତରାଧାରାବଣ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକୃଷ୍ଣ ଜନ୍ମାଷ୍ଟମୀଟୀକା ଗୋବିନ୍ଦ ଚନ୍ଦ୍ର୨୦ ଅପ୍ରେଲଡୋରାବ୍ରହ୍ମୋତ୍ରୀ ମହାନ୍ତିଭାରତହଳଧର ନାଗଦ୍ୱିତୀୟ ବିଶ୍ୱଯୁଦ୍ଧକୋଣାର୍କ ସୂର୍ଯ୍ୟ ମନ୍ଦିରତୁଷାରକାନ୍ତି ବେହେରାଜଗନମୋହ‌ନ ଲାଲଶରତ କୁମାର ମହାନ୍ତିବଣିକଟକ ଜିଲ୍ଲାପ୍ରଶାନ୍ତ ନନ୍ଦଜଗନ୍ନାଥଙ୍କ ଧୂପସିକ୍ଲ ସେଲ୍ ରୋଗwiki.phtmlଓଡ଼ିଆ ଭାଷାଭାଷାଜୈନ ଧର୍ମ୬୧୬୨୯ ଅପ୍ରେଲଅକ୍ଷର କଳାରାଜା ରାମମୋହନ ରାୟକାଞ୍ଚନ ଅବସ୍ତିଗଙ୍ଗାଧର ମେହେରହରେକୃଷ୍ଣ ମହତାବତାମିଲ ଭାଷାଆଶୁତୋଷ ପରିଡ଼ାଅଖିଳ ମୋହନ ପଟ୍ଟନାୟକଜଗନ୍ନାଥସପ୍ତମାତୃକା ମନ୍ଦିର, ଯାଜପୁରଅରୁଣା ମହାନ୍ତିରାମଚନ୍ଦ୍ର ମିଶ୍ରଲକ୍ଷ୍ମୀ ପୁରାଣପୂଜା (ଉପାସନା)ଗୋଦାବରୀଶ ମହାପାତ୍ରରାମକୃଷ୍ଣ ନନ୍ଦମକର (ରାଶି)ସରଳା ଦେବୀନନ୍ଦ କିଶୋର ବଳରାଜକିଶୋର ପଟ୍ଟନାୟକଇଣ୍ଡୋନେସିଆହେମନ୍ତ ଦାସପରିସଂଖ୍ୟାନ ବର୍ଗୀକରଣହିନ୍ଦୁରଙ୍ଗବତୀବୁଧବାରପଦାର୍ଥହରପ୍ରସାଦ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅଂଶୁଘାତବବୃବାହନ (ମହାଭାରତ)ପାପମୋଚନୀ ଏକାଦଶୀଭୁବନେଶ୍ୱର ବେହେରା୨୮ ଅପ୍ରେଲଗୌରୀଶଙ୍କର ରାୟ🡆 More