ନକ୍ସସଲ୍ ବା ନକ୍ସଲବାଦ ସ୍ୱଭବତଃ ସାମ୍ୟବାଦି ବା କମ୍ୟୁନିସ୍ଟ ସମୂହକୁ ବୁଝାଏଏ।ବିଭିନ୍ନ ସମ୍ୟବାଦି ଦଳ ବିଭିନ୍ନ ସଙ୍ଗଠନର ଅବରନରେ ଭାରତର ବିବିଧ କୋଣରେ ଥାନ୍ତି। ଭାରତର ପୁର୍ବରେ ଥିବା ରାଜ୍ୟମାନ ଯଥା - ଝାଡ଼ଖଣ୍ଡ ପଶ୍ଚିମ ବଙ୍ଗ, ଓଡ଼ିଶାରେ ଏମାନଙ୍କୁ ମାଓବାଦୀବୋଲି ସମ୍ବୋଧନ କରାଯାଏ । ଉନଲଫୁଲ୍ ଆକ୍ଟିଭିଟି (ପ୍ରିଭେନସନ୍) ଆକ୍ଟ ୧୯୬୭ ଅନ୍ତର୍ଗତ ବିଧାନ ଅନୁସାରେ ଭାରତ ସରକାର ନକ୍ସଲବାଦୀ ଆତଙ୍କବାଦୀ ଘୋଷଣା କରିଛି ।
ନକ୍ସଲ୍ ଶବ୍ଦର ଉତ୍ପତି ପଶ୍ଚିମ ବଙ୍ଗର ଗୋଟେ ଗ୍ରାମ ନକ୍ସଲ୍ ବାଡିରୁ , ଯେଉଁଠାରେ ଏହି ଅନ୍ଦୋଳନ ଆରମ୍ଭ ହୋଇଥିଲା। ନକ୍ସଲବାଦୀଙ୍କୁ ଚରମ ବାମପନ୍ଥୀ ବୋଲି ବିଚାର କରାଯାଏ। ଏମାନଙ୍କ ବିଚାରଧାରା ଚୀନ ଦେଶର ମାଓ ଯେତୁଙ୍ଗଙ୍କ ରାଜନୈତିକ କଳ୍ପନା ଓ ବିଚାର ସହ ମିଳିତ। ମାଓ ଯେତୁଙ୍ଗଙ୍କ ଚିନ୍ତାଧାରାରୁ ପ୍ରେରିତ ହୋଇ କୃଷକ ଓ ଶ୍ରମିକ ଏକତ୍ର କରାଇ ସରକାର ଓ ଉଚ୍ଚ ବର୍ଗର ଲୋକମାନଙ୍କ ବିରୁଦ୍ଧରେ ସଙ୍ଘର୍ଷ କରିବା ହେଉଛି ନକ୍ସଲବାଦର ପରମ ଉଦ୍ଦେଶ୍ୟ।୧୯୬୭ରେ ସି ପି ଆଈ (ଏମ୍)ର ଚାରୁ ମାଜୁମ୍ଦର ଓ କାନୁ ସନ୍ୟାଲ୍ଙ୍କ ନିର୍ଦ୍ଦେଶନାରେ ନକ୍ସଲ୍ ବାଡିରେ କୃଷକ ବିଦ୍ରୋହ ହେଇଥିଲେ। ସମୟକ୍ରମେ ଏହି ଅନ୍ଦୋଳନ ଦକ୍ଷିଣ ଓ ପୁର୍ବ ଗ୍ରାମ୍ୟାଞ୍ଚଳରେ ଖେଳି ଗଲା। ଗତ ଦଶ ବର୍ଷ ଧରି ଏହି ବିଦ୍ରୋହ ସ୍ଥାନଚ୍ୟୁତ, ନିଷ୍ପେଶିତ ଅଦିବାସୀମାନଙ୍କ ମଧ୍ୟରେ ବିସ୍ତାର ପାଇଛି। ମୁଖ୍ୟତଃ ଏହା ମହାନିଗମମାନଙ୍କ ନିର୍ମମ, ଅମାନୁଷିକ ଶୋଷଣ ବିରୁଦ୍ଧରେ ଏକ ପ୍ରତିକ୍ରିୟାର ପ୍ରକାଶ। ଚାରୁ ମାଜୁମ୍ଦରଙ୍କ ଲେଖା, "ହିସ୍ଟୋରିକ୍ ଏଇଟ୍ ଡୋକ୍ୟୁମେନ୍ଟ୍"ଦ୍ୱାରା ପ୍ରଭାବିତ ହୋଇ ବହୁ ସହରୀ ଉଚ୍ଚ କୂଳୀନ ଭଦ୍ରଲୋକ ଏହି ଅନ୍ଦୋଳନକୁ ସମର୍ଥନ ଦେଇଥିଲେ। ୨୦୦୬ରେ ଭାରତର ଗୋଇନ୍ଦା ସଂସ୍ଥା " ରିସର୍ଚ୍ ଆଣ୍ଡ୍ ଆନାଲିସିସ୍ ଉଇଙ୍ଗ୍"ର ଅନୁମାନ ଅନୁଯାଇ ପ୍ରାୟ ୨୦୦୦୦ ଶସସ୍ତ୍ର ନକ୍ସଲ ସକ୍ରିୟ ଥିଲେ। ଫେବୃଆରୀ ୨୦୦୯ରେ, ଭାରତୀୟ କେନ୍ଦ୍ର ସରକାର ଦେଶବ୍ୟାପୀ ଗୋଟେ ସ୍ୱତନ୍ତ୍ର ଯୋଜନା ଘୋଷଣା କରିଛନ୍ତି ଯଥା : "ଇନ୍ଟୀଗ୍ରେଟେଡ୍ ଆକ୍ଶ୍ନ୍ନ୍ନ୍ନ୍ ପ୍ଲାନ୍" ବା " ସଂଗଠିତ କାର୍ଯ୍ୟ ପରିଯୋଜନା ", ଯାହା ଫଳରେ ନକ୍ସଲମାନଙ୍କ ପ୍ରଭାବକୁ କାବୁ କରିବା ପାଇଁ ଏହି ଅଞ୍ଚଳରେ ସରକାରର ବିକାଶ ଜନ୍ନିତ ସମବିତ୍ତ ପ୍ରକ୍ରିୟା ଜାରି ରହିବ।ତେଣୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ସାଧାରଣ ଜନସମୂହର ଆର୍ଥିକ ବିକାଶ ସମ୍ବନ୍ଧିୟ ପରିଯୋଜନା।
ନକ୍ସଲବାଦର ଗୋଟେ କାରଣ ହେଉଛି ଭାରତୀୟ ସମ୍ବିଧାନର ପଞ୍ଚମ ଏବଂ ନବମ ଅନୁସୁଚୀର ପାଳନରେ ବିଫଳତା। ଏହି ଅନୁସୁଚୀ ମାନ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀମାନଙ୍କ ଅଧିକାରକୁ ସୀମିତ କରିଦେଇଛି। ଏହା ଫଳରେ ଜମି ଗୁଡ଼ିକ ଜମିଦାରମାନଙ୍କ ପାଖରେ ଠୁଳ ହେଲା ଓ କେବଳ ବଳକା ଜମି ଜମିହୀନ କୃଷକ ଓ ଶ୍ରମିକଙ୍କ ମଧ୍ୟରେ ବଣ୍ଟା ହେଲା। ବର୍ଣ୍ଣ ଭେଦଭାବ ମଧ୍ୟ ଏହି ଆନ୍ଦୋଳନକୁ ଅହୁରୀ ଉତେଜିତ୍ତ କରିଛି। ଅନ୍ୟାୟ, ନିମ୍ନ ଶିକ୍ଷା ବ୍ୟବସ୍ଥା, ରାଜନୈତିକ ଅଧିକାରରୁ ବଂଚିତ, ସମାଜିକ ଓ ସଂକୃତିକ ତିରସ୍କାର, ନିଜୀ ଜମିରୁ ବଳପୁର୍ବକ ବେଦଖଲ ହେବା ନକ୍ସଲବାଦକୁ ଜାତ କରିଛି। ଏଥି ପାଇଁ ନକ୍ସଲବାଦୀମାନେ ରାଜ୍ୟ ବିଭାଜନକୁ ସମର୍ଥନ କରନ୍ତି ।
This article uses material from the Wikipedia ଓଡ଼ିଆ article ନକ୍ସଲବାଦ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.