ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ

 

Acute respiratory distress syndrome
Respiratory distress syndrome (RDS), adult respiratory distress syndrome, shock lung
ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ
Chest x-ray of person with severe ARDS demonstrating widespread "ground-glass" appearing opacities in both lungs.
ବିଭାଗCritical care medicine
ଲକ୍ଷଣShortness of breath, rapid breathing, bluish skin coloration
ଆକ୍ରାନ୍ତ ସମୟWithin a week
କାରଣSepsis, pancreatitis, trauma, pneumonia, aspiration
ରୋଗ ନିର୍ଣ୍ଣୟ ପଦ୍ଧତିAdults: PaO2/FiO2 ratio of less than 300 mm Hg
Children: Oxygenation index > 4
ସଠିକ ରୋଗ ନିର୍ଣ୍ଣୟHeart failure
ଚିକିତ୍ସାMechanical ventilation, ECMO
Prognosis35 to 50 % risk of death
ପୁନଃପୌନିକ3 million per year

ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Acute respiratory distress syndrome/ ARDS) ହେଉଛି ଏକ ରୋଗ ଯେଉଁଥିରେ ଫୁସଫୁସସରେ ବ୍ୟାପକ ପ୍ରଦାହ ଦୃତ ଗତିରେ ଆରମ୍ଭ ହୋଇଥାଏ । ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଦୃତ ଶ୍ୱାସକ୍ରିୟା ଓ ଚର୍ମ ନୀଳ ରଙ୍ଗ ଧାରଣ କରିଥାଏ । ଯେଉଁମାନେ ବଞ୍ଚନ୍ତି ଜୀବନ ଗୁଣବତ୍ତା ହ୍ରାସ ପାଇଥାଏ ।

ଏହାର କାରଣ: ସେପସିସ୍, ଅଗ୍ନାଶୟ ପ୍ରଦାହ, ଆଘାତ, ନିମୋନିଆ ଏବଂ ଖଙ୍କାର ସୃଷ୍ଟି । ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ବାୟୁକୋଷ ଅବରୋଧକାରୀ ଜୀବକୋଷଗୁଡ଼ିକରେ ବିସ୍ତୃତ ଆଘାତ ଯୋଗୁ ପୃଷ୍ଠ ସକ୍ରିୟକ ଜୀବକୋଷଗୁଡ଼ିକର କ୍ରିୟାହୀନତା, ଇମ୍ମ୍ୟୁନିଟି ସକ୍ରିୟତା ଓ ରକ୍ତ ଜମାଟକାରୀ କ୍ରୀୟାହୀନତା ଦେଖାଯାଏ । ଏହି ରୋଗ ଫଳରେ ଫୁସଫୁସର ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ କ୍ଷମତା ଦୁର୍ବଳ ହୋଇଯାଏ | ବୟସ୍କଙ୍କ କ୍ଷେତ୍ରରେ ପଜିଟିଭ ଏଣ୍ଡ-ଏକ୍ସପିରେଟରୀ ପ୍ରେସର ୫ସେମମିରୁ ଅଧିକା ଥିଲେ ମଧ୍ୟ ପିଏଓ୨ / ଏଫଏଓ୨ ୩୦୦ମିମିରୁ କମିଯାଏ । କାରଣ ଭାବରେ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ଫୁସଫୁସ ଇଡିମା ଏଥିରୁ ବାଦ ଦିଆଯିବା ଆବଶ୍ୟକ ।

ପ୍ରାଥମିକ ଚିକିତ୍ସାରେ ଅନ୍ତର୍ନିହିତ କାରଣ ଅନୁଯାୟୀ ଚିକିତ୍ସା କରିବା ସହିତ ଭେଣ୍ଟିଲେସନ ଆବଶ୍ୟକ ହୁଏ । ସ୍ୱଳ୍ପ ଭଲ୍ୟୁମ୍ ଏବଂ କମ୍ ଚାପ ବ୍ୟବହାର କରି ଭେଣ୍ଟିଲେସନ୍ କରାଯାଏ । ଯଦି ଅମ୍ଳଜାନ ପର୍ଯ୍ୟାପ୍ତ ନୁହେଁ, ଫୁସଫୁସ ରିକ୍ରୁଟମେଣ୍ଟ ମାନୋଭର ଓ ନିଉରୋମସ୍କୁଲାର ବ୍ଲକର ବ୍ୟବହାର କରାଯାଇପାରେ | ଏଗୁଡ଼ିକ ପର୍ଯ୍ୟାପ୍ତ ନ‌ହେଲେ ଏକ୍ଶଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ (ECMO) ଏକ ବିକଳ୍ପ ହୋଇପାରେ | ଏହି ରୋଗରେ ୩୫ରୁ ୫୦% ମୃତ୍ୟୁ ହାର ରହିଛି।

ପୃଥିବୀ ସ୍ତରରେ ଏହି ରୋଗ ବାର୍ଷିକ ୩ ନିୟୁତରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥାଏ । ଏହି ଅବସ୍ଥାର ପ୍ରଥମ ବର୍ଣ୍ଣନା ହୋଇଥିଲା ୧୯୬୭ ମସିହାରେ । ଏହି ରୋଗ ନିମନ୍ତେ ଅତୀତରେ ଅନେକ ନାମ ବ୍ୟବ‌ହୃତ ହୋଇଥିଲେ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ଏକମତ ଅନୁସାରେ ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ ବା Acute respiratory distress syndrome/ ARDS ହେଉଛି ସର୍ବୋତ୍ତମ ଶବ୍ଦ କାରଣ ARDS ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ | ପିଲାମାନଙ୍କ ପାଇଁ ଅଲଗା ଅଲଗା ଡାଇଗ୍ନୋଷ୍ଟିକ୍ ମାନଦଣ୍ଡ ଅଛି ବିଶେଷତଃ କମ୍ ସମ୍ବଳ ଥିବା ବିଶ୍ୱର ଅଞ୍ଚଳରେ ।  

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ମନ୍ଦିରବେଦକାହ୍ନୁଚରଣ ମହାନ୍ତିପୁରୁଷୋତ୍ତମ ଦେବଜାପାନ ସାଗରଓଡ଼ିଶା ବିଧାନ ସଭାମହାପାତ୍ର ନୀଳମଣି ସାହୁସାରଳା ଦାସଏମିସ ଲୋକଗୌତମ ବୁଦ୍ଧବେଲଆପେଣ୍ଡିସାଇଟିସ୪ (ସଂଖ୍ୟା)ଭୁବନେଶ୍ୱର ବେହେରାଢେଙ୍କାନାଳରାଶି ଓ ନକ୍ଷତ୍ରସୁଭାଷ ଚନ୍ଦ୍ର ବୋଷଓଡ଼ିଶାର ଲୋକନୃତ୍ୟଚରକତମନ୍ନା ବ୍ୟାସ୨୦୦୬୦ (ସଂଖ୍ୟା)ଶାସ୍ତି (ଓଡ଼ିଆ କଥାଚିତ୍ର)ଇନ୍ଦିରା ଗାନ୍ଧୀଯଦୁମଣି ମହାପାତ୍ରଶ୍ରବଣ ( ରାମାୟଣ ର ଚରିତ୍ର )ଏଞ୍ଜେଲା ମେର୍କେଲ୍୨୬ ଅପ୍ରେଲଉତ୍କଳ ବ୍ରାହ୍ମଣଜୟୀରାମ ସାମଲଇଂଲଣ୍ଡହୃଷୀକେଶ ପଣ୍ଡାଯଶୋବନ୍ତ ଦାସସୀତାକାନ୍ତ ମହାପାତ୍ରଜମ୍ମୁ ତୱି ରେଳ ଷ୍ଟେସନଜାହାଙ୍ଗୀରଅସହଯୋଗ ଆନ୍ଦୋଳନରାମଆର୍ଯ୍ୟଭଟ୍ଟପୁନମ ମିଶ୍ରଶ୍ରୀତମ ଦାସଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶୀତଳ ଷଷ୍ଠୀ ଯାତ୍ରା୨୦୧୨ବ୍ୟଞ୍ଜନ ବର୍ଣ୍ଣଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗର୍ଭାବସ୍ଥାଫୋସିନୋପ୍ରିଲଉଇକିପିଡ଼ିଆଗୋପାଳ କୃଷ୍ଣ ରଥମୋନିକା ସେଲ୍ସମସ୍କୋଶିଶୁ ଅନନ୍ତ ଦାସଆରିଷ୍ଟୋଟଲରାଜକିଶୋର ପଟ୍ଟନାୟକଗଙ୍ଗାଧର ମେହେରଦୀନକୃଷ୍ଣ ଦାସଡାକ ମୁନସୀମହୁମାଗୁଣିର ଶଗଡ଼ରାଜ୍ୟ ସଭାଅଖିଳ ମୋହନ ପଟ୍ଟନାୟକବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେଶମ ପଥଖିଲିପାନପଥ ଓ ପୃଥିବୀପ୍ରତିଭା ରାୟଦ୍ୱିତୀୟ ବିଶ୍ୱଯୁଦ୍ଧ🡆 More