ସେପ୍ସିସ: ଏକ ସଂକ୍ରମଣ ଜନିତ ଶରୀରବ୍ୟାପୀ ପ୍ରଦାହ

ରକ୍ତ ପୂତିତା ବା ସେପ୍ସିସ, ଏକ ସଂକ୍ରମଣ ଜନିତ ଶରୀରବ୍ୟାପୀ ପ୍ରଦାହ । ସାଧାରଣ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର, ଦୃତ ହୃତ୍‌ସ୍ପନ୍ଦନ ହାର, ଦୃତ ଶ୍ୱାସକ୍ରିୟା ହାର ଓ ଦ୍ୱିଧାଗ୍ରସ୍ତ ଉଲ୍ଲେଖନୀୟ । ଏହା ସ‌ହିତ ନିର୍ଦ୍ଦିଷ୍ଟ ସଂକ୍ରମଣର ଲକ୍ଷଣ ଥାଏ ଯେପରିକି ନିମୋନିଆ ସ‌ହିତ କାଶ କିମ୍ବା ବୃକ୍‌କ ସଂକ୍ରମଣ ସ‌ହିତ କଷ୍ଟଦାୟକ ମୂତ୍ରତ୍ୟାଗ । ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଦୂର୍ବଳ ଇମ୍ମ୍ୟୁନିଟିଗ୍ରସ୍ତ ଲୋକଙ୍କର କୌଣସି ନିର୍ଦ୍ଦିଷ୍ଟ ସଂକ୍ରମଣ ଲକ୍ଷଣ ଦେଖାଯାଇ ନ ପାରେ ତ‌ଥା ଦେହ ଉତ୍ତାପ ବେଶୀ ବଦଳରେ କମ୍ ରହେ । ସାଂଘାତିକ ସେପ୍ସିସ କୁହାଯାଏ ଯେତେବେଳେ ତାହାଦ୍ୱାରା ଦୂର୍ବଳ ଅଙ୍ଗ କାର୍ଯ୍ୟକାରୀତା ଥାଏ ଓ ସ୍ୱଳ୍ପ ରକ୍ତ ପ୍ରବାହ ହୁଏ । ନିମ୍ନ ରକ୍ତଚାପ, ରକ୍ତ ଲାକ୍ଟେଟ୍ ଆଧିକ୍ୟ କିମ୍ବା ସ୍ୱଳ୍ପ ମୂତ୍ରତ୍ୟାଗ ଇତ୍ୟାଦି ଲକ୍ଷଣମାନ ସ୍ୱଳ୍ପ ରକ୍ତ ପ୍ରବାହର ପ୍ରମାଣ ଦିଏ । ଯୁକ୍ତିସମ୍ମତ ଶୀରାମାଧମ ତରଳ ପଦାର୍ଥ ଦେବା ପରେ କୌଣସି ଉନ୍ନତି ନ ହେଲେ ସେପ୍ଟିକ୍ ସକ୍ କୁହାଯାଏ ।

Sepsis
ସେପ୍ସିସ: ଏକ ସଂକ୍ରମଣ ଜନିତ ଶରୀରବ୍ୟାପୀ ପ୍ରଦାହ
Blood culture bottles: orange label for anaerobes, blue label for aerobes, and yellow label for pediatrics
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A40. – A41.
ଆଇସିଡ଼ି-୯-ସିଏମ୍995.91
ରୋଗ ଡାଟାବେସ11960
ମେଡ଼ିସିନ-ପ୍ଲସ000666
Patient UKସେପ୍ସିସ
MeSHD018805
ସେପ୍ସିସ ଭିଡିଓ

ସଂକ୍ରମଣଦ୍ୱାରା ଇମ୍ମ୍ୟୁନ୍ ପ୍ରତିକ୍ରିୟା ପ୍ରଭାବିତ ହୋଇ ସେପ୍ସିସ କରାଏ । ଅଧିକାଂଶ ସମୟରେ ଜୀବାଣୁ ଏହାର କାରଣ ହେଲେ ମଧ୍ୟ କବକ ବା ଫିମ୍ପି, ଭୁତାଣୁ ଓ ପରଜୀବୀମାନେ ମଧ୍ୟ ଏହାର କାରଣ ହୋଇ ପାରନ୍ତି । ଫୁସ୍‌ଫୁସ୍, ମସ୍ତିଷ୍କ, ମୁତ୍ର ପ୍ରଣାଳୀ, ଚର୍ମ ଓ ଉଦର ଏହି ରୋଗର ପ୍ରାଥମିକ ସଂକ୍ରମଣ ସ୍ଥାନ । ଅଳ୍ପ ବୟସ ବା ବୃଦ୍ଧ, ମଧୁମେହ କିମ୍ବା କର୍କଟ ଯୋଗୁ ଦୂର୍ବଳ ଇମ୍ମ୍ୟୁନ ପ୍ରଣାଳୀ ହୋଇଥିଲେ ଓ ବଡ଼ ଆଘାତ କିମ୍ବା ଦଗ୍ଧ ଯୋଗୁ ଏହି ରୋଗ ସଙ୍କଟ ଅଧିକ ହୁଏ । ଶାରୀରିକ ପ୍ରଦାହ ପ୍ରତିକ୍ରିୟା ସିଣ୍ଡ୍ରୋମ୍(SIRS) କୃତ ମାନ‌ଦଣ୍ଡରୁ ଅତି କମ୍‌ରେ ଦୁଇଟି ହେଲେ ଏହି ରୋଗ ସଂକ୍ରମଣ ଜନିତ ବୋଲି ନିର୍ଣ୍ଣୟ କରାଯାଇପାରେ । ଆଣ୍ଟବାୟୋଟିକ ଦେବା ପୂର୍ବରୁ ରକ୍ତ କଲ୍‌ଚର୍ କରିବାକୁ ସୁପାରିସ୍ କରାଯାଏ; କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ରକ୍ତ ସଂକ୍ରମଣ ଅନାବଶ୍ୟକ । ସଂକ୍ରମଣ ଅବସ୍ଥାନ ଚିହ୍ନଟ ନିମନ୍ତେ ମେଡିକାଲ ଇମେଜିଙ୍ଗ କରିବା ଆବଶ୍ୟକ । ସଦୃଶ ଲକ୍ଷଣ ଓ ଚିହ୍ନ ଅନ୍ୟ ରୋଗ ଯଥା ଆନାଫାଇଲାକ୍‌ସିସ୍, ଆଡ୍ରେନାଲ ଅଭାବ, ସ୍ୱଳ୍ପ ରକ୍ତ ଭଲ୍ୟୁମ୍, ହୃଦ୍‌ପାତ, ପଲ୍‌ମୋନାରି ଏମ୍ବୋଲିଜ୍ମରେ ଦେଖାଯାଏ ।

ସେପ୍ସିସ୍ ରୋଗ ସାଧାରଣତଃ ଶୀରାମାଧ୍ୟମ ତରଳ ପଦାର୍ଥ ଓ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ଅନେକ ସମୟରେ ରୋଗୀଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟରେ ରଖାଯାଏ । ରକ୍ତଚାପ ଅନୁରକ୍ଷଣ କରିବା ପାଇଁ ତରଳ ପଦାର୍ଥ ପ୍ରତିସ୍ଥାପନ ଯଥେଷ୍ଟ ନ ହେଲେ ଚାପ ବୃଦ୍ଧିକାରୀ ଔଷଧ ଦିଆଯାଏ । ଫୁସ୍‌ଫୁସ୍ ଓ ବୃକ୍‌କ ଅଙ୍ଗମାନଙ୍କ କାର୍ଯ୍ୟକୁ ସାହାଯ୍ୟ କରିବା ନିମନ୍ତେ ଯଥାକ୍ରମେ ମେକାନିକାଲ ଭେଣ୍ଟିଲେସନ ଓ ଡାଏଲିସିସ ଆବଶ୍ୟକ ହୋଇପାରେ । ଚିକିତ୍ସା ଗାଇଡ଼ କରିବା ନିମନ୍ତେ କେନ୍ଦ୍ରୀୟ ଶୀରା କାଥେଟର (central venous catheter) ଓ ଧମନୀ କାଥେଟର (arterial catheter) ଦିଆଯାଇ ପାରେ । ଅନ୍ୟ ପରିମାପ ଯେପରିକି କାର୍ଡ଼ିଆକ୍ ଆଉଟ୍‌ପୁଟ୍ ଓ ସୁପିରିଅର ଭେନା କାଭା ଅମ୍ଳଜାନ ସାଚୁରେସନ୍ ବ୍ୟବ‌ହାର କରାଯାଇପାରେ । ସେପ୍ସିସ୍ ରୋଗୀ ଡିପ ଭେନ ଥ୍ରୋମ୍ବୋସିସ୍, ସ୍ଟ୍ରେସ୍ ଘାଆ, ଚାପ ଘାଆ ଭଳି ଅବସ୍ଥାମାନଙ୍କର ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ କରିପାରେ ଯଦି ଅନ୍ୟ କୌଣସି ଅବସ୍ଥା ତାହା ରୋକୁ ନ ଥାଏ । ଅନେକ ରୋଗୀ ଇନସୁଲିନ (ଔଷଧ) ନେଇ ରକ୍ତ ଶର୍କରା ନିୟନ୍ତ୍ରଣ କଲେ ଉପକୃତ ହୁଅନ୍ତି । କର୍ଟିକୋସ୍ଟିରଏଡ୍ ବ୍ୟବ‌ହାରରେ ମତୈକ ନାହିଁ । ସାଂଘାତିକ ସେପ୍ସିସ୍ ନିମନ୍ତେ ଦିଆଯାଉଥିବା ଆକ୍ଟିଭେଟେଡ୍ ଡ୍ରୋଟ୍ରେକୋଗିନ୍ (Activated drotrecogin alfa) କିଛି ଉପକାରୀ ନ ଥିବା ଜଣାଯାଏ ଓ ଏହା ୨୦୧୧ ମସିହାରୁ ବଜାରରୁ କାଢ଼ି ନିଆଯାଇଛି ।

ଆଂଶିକ ଭାବେ ରୋଗର ଗମ୍ଭୀରତା ଉପରେ ଫଳାଫଳ ମୃତ୍ୟୁହାର ୩୦ % ହୋଇପାରେ, ସାଙ୍ଘାତିକ ଥିଲେ ୫୦ % ଓ ସେପ୍ଟିକ୍ ସକ୍ ଥିଲେ ୮୦ % ହୁଏ । ବିକାଶଶୀଳ ଦେଶମାନଙ୍କରୁ ତ‌ଥ୍ୟ ହାସଲ ନ ହେବା କାରଣରୁ ପୃଥିବୀର ସମୁଦାୟ ରୋଗୀ ସଂଖ୍ୟା ଜଣାଯାଇପାରୁ ନାହିଁ । ହିସାବରୁ ଜଣାଯାଏ ନିୟୁତ ନିୟୁତ ଲୋକ ପ୍ରତିବର୍ଷ ଏହି ରୋଗ ଭୋଗନ୍ତି । ବିକାଶଶୀଳ ଦେଶମାନଙ୍କରେ ପ୍ରତି ବର୍ଷ ଏକ ହଜାରରେ ପ୍ରାୟ 0.୨ରୁ ୩ ଲୋକ ଏହି ରୋଗ ଭୋଗନ୍ତି ଓ ଆମେରିକାରେ ପ୍ରାୟ ଏକ ନିୟୁତ ଲୋକ ଭୋଗନ୍ତି । ଏହି ରୋଗାକ୍ରାନ୍ତ ଲୋକଙ୍କ ହାର ବଢ଼ୁଛି । ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ରୋଗ ହୁଏ । ସେପ୍ଟିସେମିଆ, ଅଣୁଜୀବଦ୍ୱାରା ରକ୍ତ ବିଷାକ୍ତ ହେବା ଇତ୍ୟାଦି ଧାରଣା ଆଉ ନାହିଁ ଓ ବଦଳି ଯାଇଛି । ଏହି ରୋଗର ବର୍ଣ୍ଣନା ହିପୋକ୍ରେଟଙ୍କ କାଳରୁ ଲେଖା ଅଛି ।


ଆଧାର

Tags:

ଜ୍ୱରନିମୋନିଆହାଇପୋଥର୍ମିଆ

🔥 Trending searches on Wiki ଓଡ଼ିଆ:

ଟୁକୁନି ସାହୁଅଚ୍ୟୁତାନନ୍ଦ ଦାସରାଣୀ ଲକ୍ଷ୍ମୀବାଈସାରଳା ମନ୍ଦିରଅନନ୍ତ ବାସୁଦେବ ମନ୍ଦିରରତ୍ନାକର ଚଇନିବୁଧସୋନାଲ ମାନସିଂହଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରମସ୍କୋତପସ୍ୱିନୀପୁରୀମଟର ସାଇକେଲସିନ୍ଧୁ ନଦୀଉଦ୍ଭିଦଚୈତନ୍ୟସୀତାକାନ୍ତ ମହାପାତ୍ରନଇ ଆରପାରିଆଚାର୍ଯ୍ୟ ହରିହରଛତୁ ତରକାରୀଫକୀର ମୋହନ ସେନାପତିବିରଳା ମନ୍ଦିର, ହାଇଦ୍ରାବାଦଲୋକ ସଭାମାର୍ଚ୍ଚଢେଙ୍କାନାଳସ୍ତନଚାରି ଧାମଫେବୃଆରୀ ୨୮ସୁନାଭାନୁଜୀ ରାଓସୂଚନା ପ୍ରଯୁକ୍ତିବିଦ୍ୟାଭଗବତ ଗୀତାଲିଙ୍ଗରାଜ ମନ୍ଦିରରାସନ କାର୍ଡ଼ (ଭାରତ)ଅଲାରନାଥ ମନ୍ଦିରସରୋଜିନୀ ନାଇଡୁଦାମୋଦର ରାଉତବିଦ୍ୟୁତପ୍ରଭା ଦେବୀପାଇକ ବିଦ୍ରୋହଓଡ଼ିଆ ଉଇକିପିଡ଼ିଆଜ୍ୟୋତିର୍ଲିଙ୍ଗଚୁଡ଼ାଆଖିଶ୍ୱେତସାରଡାଲମାଗର୍ଭାବସ୍ଥାଓଡ଼ିଶାମନୋଜ ଦାସଙ୍କ କଥା ଓ କାହାଣୀସାଇକେଲକୃଷ୍ଣଚନ୍ଦ୍ର ପାଣିଗ୍ରାହୀତୃପ୍ତି ଦାସଆପେଣ୍ଡିସାଇଟିସଇଣ୍ଡୋନେସିଆଜର୍ମାନୀଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ କବି ମାନଙ୍କର ତାଲିକାଉପନିଷଦଜଣ୍ଡିସ୍ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଞ୍ଜଣିରାବଣଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଶୀମହାପ୍ରସାଦଆଲୋକଓଡ଼ିଶା ବିଧାନ ସଭାଆମ୍ବ🡆 More