ଅଟିଜିମ୍‌: ସ୍ନାୟୁବିକାଶଗତ ବିକୃତି

ଅଟିଜିମ୍‌ (ଇଂରାଜୀ ଭାଷାରେ Autism) ଏକ ତୃଟିଯୁକ୍ତ ଶାରୀରିକ ବିକାଶ (developmental disorder) ଯେଉଁଥିରେ ଅନ୍ୟ ଲୋକମାନଙ୍କ (social interaction|) ସ‌ହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ (communication) ସମସ୍ୟା ଦେଖାଯାଏ ଓ ସୀମିତ ତ‌ଥା ପୁନଃପୌନିକ ବ୍ୟବ‌ହାର (behavior) ଦେଖାଯାଏ । ଶିଶୁର ପ୍ରଥମ ଦୁଇ ବା ତିନି ବର୍ଷ ମଧ୍ୟରେ ରୋଗ ଲକ୍ଷଣ ଲକ୍ଷ କରିପାରନ୍ତି । ସମୟ କ୍ରମେ ଲକ୍ଷଣ‌ଗୁଡ଼ିକ ଧୀରେ ବିକଶିତ ହୁଏ, କେତେକ ଶିଶୁ ବିକାଶର ମାଇଲ ଖୁଣ୍ଟରେ (developmental milestones ପ‌ହଞ୍ଚିବା ପରେ ଅବସ୍ଥା ହଠାତ ଖରାପ ଦିଗକୁ ଗତି (worsen) କରେ ।

ଅଟିଜିମ୍‌ (Autism)
Boy stacking cans
ବାରମ୍ବାର କୌଣସି ଦ୍ରବ୍ୟ ଜମା କରିରଖିବା ଏହି ରୋଗରେ ଦେଖାଯାଏ ।
ବିଭାଗମନୋବିଜ୍ଞାନ (Psychiatry)
ଲକ୍ଷଣସାମାଜିକ ସମ୍ପର୍କ, ଯୋଗାଯୋଗ, ସ୍ୱାର୍ଥ ଇତ୍ୟାଦିର ସମସ୍ୟା ସ‌ହିତ ବାରମ୍ବାର ଗୋଟିଏ ରକମର ବ୍ୟବ‌ହାର ଦେଖାଯାଏ ।
ଆକ୍ରାନ୍ତ ସମୟ୨-୩ ବର୍ଷ ବୟସ ମଧ୍ୟରେ
ଅବଧିଦୀର୍ଘକାଳୀନ
କାରଣଜେନେଟିକ (Genetic) ଓ ପରିବେଶ
ରୋଗ ନିର୍ଣ୍ଣୟ ପଦ୍ଧତିବ୍ୟବ‌ହାର ଓ ବିକାଶ ଇତିହାସ
ସଠିକ ରୋଗ ନିର୍ଣ୍ଣୟରିଆକ୍ଟିଭ ଆଟାଚମେଣ୍ଟ ଡିଜଅର୍ଡ଼ର (Reactive attachment disorder), ଇଣ୍ଟେଲେକଚୁଆଲ ଡିସଆବିଲିଟି (intellectual disability), ସିଜୋଫ୍ରେନିଆ schizophrenia
ଚିକିତ୍ସାଯଥା ଶୀଘ୍ର ବାକ ଓ ବ୍ୟବ‌ହାରୀକ ଥେରାପି (behavioral interventions)
Prognosisନିରୁତ୍ସାହକ
ପୁନଃପୌନିକ୨୪.୮ ନିୟୁତ (୨୦୧୫)

ଅଟିଜିମ୍‌ ରୋଗ ଉଭୟ ପରିବେଶ (environmental factors) ଓ ଜେନେଟିକ (Genetic) କାରଣରୁ ହୁଏ । ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ, ଭାଲପ୍ରୋଇକ ଏସିଡ (valproic acid), ଆଲକ‌ହଲ (ଡାକ୍ତରୀ ବ୍ୟବ‌ହାର), କିମ୍ବା କୋକେନ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ପରିବେଶ କାରଣ ଭାବରେ କେତେକ (vaccine hypotheses) ନାମ ଉଲ୍ଲେଖ କରାଯାଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରିନାହିଁ । ମସ୍ତିଷ୍କରେ ଥିବା ସ୍ନାୟୁ କୋଷ (nerve cell) ଓ ସିନାପ୍ସଗୁଡ଼ିକର (synapse) ସମାଚାର ସଂସାଧନର ତରିକା ବୁଝିହେଉନାହିଁ ।

ଯଥା ଶୀଘ୍ର ବାକ ଓ ବ୍ୟବ‌ହାରୀକ ଥେରାପି (behavioral interventions) ଦେଲେ ଶିଶୁର ନିଜ ଯତ୍ନ, ସାମାଜିକ ଦକ୍ଷତା ଓ ଯୋଗାଯୋଗ ଦକ୍ଷତା ବିକାଶରେ ସାହାଯ୍ୟ ହୁଏ । ଯଦିଓ ଏହା ଆରୋଗ୍ୟ (cure) ହୁଏନି, ତ‌ଥାପି କେତେକ ଶିଶୁ ଏହି ରୋଗରୁ ସୁସ୍ଥ ହେଉଛନ୍ତି । ଅନେକ ରୋଗୀ ଯୁବାବସ୍ଥାରେ ସ୍ୱାଧୀନ ଭାବରେ ଚଳିପାରନ୍ତିନି ଓ ଅଳ୍ପ କେତେକ ସଫଳ ହୋଇପାରନ୍ତି । ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନ‌କରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।

ସନ ୨୦୧୫ରେ ସାରା ପୃଥିବୀରେ ୨୪.୮ ନିୟୁତ ଲୋକଙ୍କୁ ଅଟିଜିମ୍‌ ରୋଗ ହୋଇଥିଲା । ବିଂଶ ଶତାବ୍ଦୀରେ ପୃଥିବୀରେ ପ୍ରତି ୧,୦୦୦ଲୋକରେ ୧-୨ ଜଣକୁ ଏହି ରୋଗ ହୁଏ । ବିକଶିତ ଦେଶମାନଙ୍କରେ (developed countries) ପ୍ରାୟ ୧.୫% ପିଲାଙ୍କର ସନ ୨୦୧୭ରେ ଏଏସଡି ରୋଗ ନିର୍ଣ୍ଣୟ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୦ ମସିହାରେ ଏହାର ୦.୭ % ବୃଦ୍ଧି ହୋଇଥିଲା । ଝିଅଙ୍କ ଅପେକ୍ଷା ପୁଅଙ୍କର ୪-୫ ଗୁଣ ଅଧିକ ରୋଗ ହେବା ଦେଖାଯାଏ । ସନ ୧୯୬୦ ପରଠାରୁ ଏହି ରୋଗୀ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ହୋଇଛି, ଏହା ନିର୍ଣ୍ଣୟ କରିବାର ଉନ୍ନତ ପଦ୍ଧତି ଯୋଗୁ ହେଉଛି କି ପ୍ରକୃତ ବୃଦ୍ଧି ହେଉଛି ତାହା ସମାଧାନ ହୋଇନି ।

ଆଧାର

Tags:

en:Interpersonal relationshipen:Regressive autismen:behavioren:communicationen:developmental disorderen:developmental milestonesଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ପ୍ଲୀହାବଣିଗୋପାଳ ଛୋଟରାୟସମ୍ବଲପୁରୀ ଭାଷାରାଜ୍ୟ ସଭାସୂର୍ଯ୍ୟୋଦୟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜନ ଗଣ ମନwiki.phtmlଅରୁଣା ମହାନ୍ତିଭାରତ ସରକାରଜ୍ଞାନୀ ଦେବାଶିଷ ମିଶ୍ରବନ୍ଦେ ଉତ୍କଳ ଜନନୀବିଜ୍ଞାନଓଡ଼ିଆ ରାନ୍ଧଣାଜ୍ଞାନପୀଠ ପୁରସ୍କାରକୁକୁର୩୦ ଅପ୍ରେଲବାଘମହାତ୍ମା ଗାନ୍ଧୀଙ୍କ ପରିବାରଅହଲ୍ୟା (ଓଡ଼ିଆ କଥାଚିତ୍ର)ତୁଳସୀ ଗଛ୨୭ ଅପ୍ରେଲସୁଭାଷ ଚନ୍ଦ୍ର ବୋଷଗୌତମ ବୁଦ୍ଧରାୟଗଡ଼ା ରେଳ ଷ୍ଟେସନରାଧାଦାସକାଠିଆଦିବାକର ପରିଡ଼ାଭାଷାହିନ୍ଦୁ ଧର୍ମ୧୯ ଅପ୍ରେଲଯୁକ୍ତରାଜ୍ୟଦଶରଥହୃଷୀକେଶ ପଣ୍ଡାହିଡ଼ିମ୍ବକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜାତୀୟ ସାହସିକତା ପୁରସ୍କାରଦଣ୍ଡ ନାଟପ୍ରତିଭା ରାୟସମୟ (କାଳ)ହେମନ୍ତ କୁମାର ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାପରମାନନ୍ଦ ଆଚାର୍ଯ୍ୟଗୋବିନ୍ଦ ତ୍ରିପାଠୀତୁଳସୀ ଦାସ୧୯୩୪ପୃଥିବୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାପ୍ରତିଭା ଶତପଥୀକାଟୁଲୁ ରବି କୁମାରହୋଲିରଣଜିତ ପଟ୍ଟନାୟକରାମକୃଷ୍ଣ ପରମହଂସକାଞ୍ଚନ ଅୱସ୍ତିଏମିତି ଭାଇ ଜଗତେ ନାହିଁନନ୍ଦ କିଶୋର ବଳସାରଳା ମନ୍ଦିରଶ୍ରୀତମ ଦାସବଡ଼ଓଷାବାଞ୍ଛାନିଧି ମହାନ୍ତିତମନ୍ନା ବ୍ୟାସ୪ ଅପ୍ରେଲଶାନ୍ତନୁ କୁମାର ଆଚାର୍ଯ୍ୟଶ୍ରୀ ଅରବିନ୍ଦଦଳିତଦୁଃଶୀଳାଟାଇଫଏଡପାରାଦ୍ୱୀପମ୍ୟାଲେରିଆ🡆 More