ସିଜୋଫ୍ରେନିଆ

ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବ‌ହାର ଓ ବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ । ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ । ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍‌ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ । ଲକ୍ଷଣମାନ ଧୀରେ ଧୀରେ ଆସେ,ଅଳ୍ପ ବୟସ୍କ ଯୁବାବସ୍ଥାରେ ଆରମ୍ଭ ହୁଏ ଓ ବ‌ହୁତ ଦିନ ପର୍ଯ୍ୟନ୍ତ ରହେ ।

ସିଜୋଫ୍ରେନିଆ
A white cloth with seemingly random, unconnected text sewn into it using multiple colors of thread
ସିଜୋଫ୍ରେନିଆ ରୋଗୀର ଏମ୍ବ୍ରଏଡରୀ କାମ Cloth embroidered by a person diagnosed with schizophrenia
ଉଚ୍ଚାରଣ
  • /ˌskɪtsəˈfrniə/, UK also /ˌskɪdzə-/, US also /-ˈfrɛniə/
ବିଭାଗମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣହାଲ୍ୟୁସିନେସନ (Hallucination)s ( hearing voices), ଡେଲ୍ୟୁଜନ (delusion), ଦ୍ୱନ୍ଦାତ୍ମକ ଚିନ୍ତା (confused thinking)
ଆକ୍ରାନ୍ତ ସମୟବୟସ ୧୬ରୁ ୩୦
ଅବଧିସ୍ଥାୟୀ
କାରଣପରିବେଶ ଓ ଜେନେଟିକ କାରକ
ବିପଦ କାରକପାରିବାରିକ ଇତିହାସ (Family history), ଗଞ୍ଜେଇ ସେବନ (cannabis), ଗର୍ଭ ସମସ୍ୟା, ବୟସାଧିକ୍ୟ ପିତା, ସ‌ହରରେ ବିକାଶ ଓ ବସବାସ
ରୋଗ ନିର୍ଣ୍ଣୟ ପଦ୍ଧତିବ୍ୟବ‌ହାର ଅନୁଶୀଳନ, ଅନୁଭୂତି ରିପୋର୍ଟ ଓ ରୋଗୀଙ୍କୁ ଜାଣିଥିବା ଲୋକଙ୍କ ରିପୋର୍ଟ
ସଠିକ ରୋଗ ନିର୍ଣ୍ଣୟSubstance abuse, Huntington's disease, mood disorders (bipolar disorder), autism, borderline personality disorder
ଔଷଧଆଣ୍ଟିସାଇକୋଟିକସ (Antipsychotics)
Prognosis୨୦ ବର୍ଷ କମ୍ ଆୟୁଷ (life expectancy)
ପୁନଃପୌନିକ~୦.୫%
ମୃତ୍ୟୁ ସାନ୍ଦ୍ରତା~୧୭,୦୦୦ (୨୦୧୫)
ସିଜୋଫ୍ରେନିଆ ଭିଡିଓ

ସିଜୋଫ୍ରେନିଆ ଏକ ଅସାଧାରଣ ମାନସିକ ବ୍ୟାଧି ଯେଉଁଥିରେ ଚିନ୍ତା ଧାରା (Thought process) ବ୍ୟାହତ ହେବା ସହ ଭାବ ପ୍ରବଣତାର(Emotional response) ପ୍ରତିକ୍ରିୟା କମିଯାଏ । ରୋଗ ଲକ୍ଷଣ: ଅନୁଭବ ବିଭ୍ରମ (Hallucination), ମାନସିକ ବିକାର, ଅବାସ୍ତବ ବିଶ୍ୱାସ(Delusion), ଅସଞ୍ଜତ ବାର୍ତ୍ତଳାପ ଓ ଚିନ୍ତାଧାରା । ଏହା ସହ ସମାଜିକ କର୍ତ୍ତବ୍ୟ ଓ କର୍ମକ୍ଷେତ୍ରରେ ମଧ୍ୟ ଅବନତି ହୁଏ । ଏହା ସ୍ୱଳ୍ପ ଯୁବାବସ୍ଥାରେ ଆରମ୍ଭ ହୁଏ । ରୋଗୀର ବ୍ୟବହାର, ଅନୁଭୁତି ଏବଂ ସାମାଜିକ ଆଉ ବ୍ୟକ୍ତିଗତ ଅବସ୍ତାକୁ ସୁଚାରୁ ରୂପେ ଅଧୟନ କଲାପରେ ଏହି ରୋଗକୁ ନିର୍ଣ୍ଣୟ କରାଯାଏ ।
ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ (neurobiology), ମନସ୍ତତ୍ତ୍ୱ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ । ଏହା ଗୋତିଏ ରୋଗ ବା ଅନେକ ଲକ୍ଷଣର ସମାହାର, ଏ ବିଷୟରେ ମତ ଭେଦ ରହିଛି । ଏହି ନାମଟି ଏକ ଗ୍ରୀକ ଶବ୍ଦରୁ [skhizein (σχίζειν, "to split" and phrēn, phren- (φρήν, φρεν-; "mind"] ଅଣା ହୋଇଛି ଯାହାର ଆକ୍ଷରିକ ଅର୍ଥ 'ବିଭାଜିତ ମାନସ'(Split mind) କିନ୍ତୁ ଅଧୁନା ଏହି ଅର୍ଥକୁ ଗ୍ରହଣ କରାଯାଉନାହିଁ ଓ ଏହାକୁ ଡିସୋସେଏଟିଭ୍ ଆଇଡେଣ୍ଟିଟି (dissociative identity disorder) ନାମ ଦିଆଯାଇଛି ।
ଏହି ରୋଗ ନିମନ୍ତେ ଆଣ୍ଟିସାଇକୋଟିକ୍ ଔଷଧ ଦିଆଯାଏ ଯାହା ଡୋପାମିନ୍ ରିସେପ୍ଟର କାର୍ଯ୍ୟକୁ ଦବେଇ ଦିଏ । ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ । ଭୟାନକ ଏବଂ ତିବ୍ର ହାନୀ କାରକ ରୋଗୀମାନାଙ୍କୁ ଇଛା ବିରୁଦ୍ଧରେ ଡାକ୍ତରଖାନାରେ ରହଣି ଆବଶ୍ୟକ ହୁଏ । ଅଧୁନା ଡାକ୍ତରଖାନାରେ ସ୍ୱଳ୍ପ ରହଣି ଓ କାଳାନ୍ତର ରହଣି ଆବଶ୍ୟକ ହେଉଛି ।
ଏହି ରୋଗରେ ଚିନ୍ତା କରିବାର ଶକ୍ତିରେ (Cognition) ବାଧାପ୍ରାପ୍ତ ହୁଏ । ଧ୍ୟାନ, ସ୍ମରଣ ଶକ୍ତି, ଭାଷା ବୁଝିବା ତଥା ପ୍ରୟୋଗ କରିବା ଶକ୍ତି, ଶିଖିବା, ବୋଧଗମ୍ୟତା, ସମସ୍ୟା ସମାଧାନ ଓ ସିଦ୍ଧାନ୍ତ ଇତ୍ୟାଦିକୁ କଗନିସନ୍ କୁହାଯାଏ । ଏହି ରୋଗୀମାନେ ଅବସାଦଗ୍ରସ୍ତ ଓ ଆଶଙ୍କାକୁଳ ମଧ୍ୟ ହୋଇପାରନ୍ତି । ସାଧାରଣତଃ ଏହି ରୋଗୀମାନେ ସାମାଜିକ ସମସ୍ୟା, କାର୍ଯ୍ୟହୀନତା, ଓ ଗୃହଶୂନ୍ୟତାର ଶିକାର ହୁଅନ୍ତି ।

ସିଜୋଫ୍ରେନିଆ
ଜନ୍ ନ୍ୟାଶ୍, ଜଣେ ଆମେରିକୀୟ ଗଣିତଜ୍ଞ ଏବଂ ୧୯୯୪ରେ ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା, ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିଲେ । ତାଙ୍କ ଜୀବନ କାହାଣୀ ୨୦୦୧ ମସିହାରେ ଏକାଡ଼େମୀ ପୁରସ୍କାର ପାଇଥିବା କଥାଚିତ୍ର ଏ ବିୟୁଟିଫୁଲ୍ ମାଇଣ୍ଡର ମୁଖ୍ୟ ବିଷୟବସ୍ତୁ ଥିଲା ।

ଆଧାର

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ଆଚାର୍ଯ୍ୟ ହରିହରଉପନିଷଦଇଣ୍ଡିଆନ ପ୍ରିମିଅର ଲିଗଆପେଣ୍ଡିସାଇଟିସବ୍ୟାସଦେବମୟୂରବୀର ସୁରେନ୍ଦ୍ର ସାଏଭଗବତ ଗୀତାଶିବଲକ୍ଷ୍ମୀତ୍ରିପୁରା ମିଶ୍ରଭାରତୀୟ ଡାକ ସେବାବରଗଛଯୁକ୍ତରାଷ୍ଟ୍ର ଆମେରିକାପୁଷ୍ଟିସାରନମିତା ଅଗ୍ରୱାଲଓଡ଼ିଆ କଥାଚିତ୍ର ଜଗତଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଚୁଡ଼ାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ପ୍ରସାଦ ଦାସମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାରାୟଗଡ଼ା ଜିଲ୍ଲାମନୋଜ ଦାସଙ୍କ କଥା ଓ କାହାଣୀଦୀପକ ମିଶ୍ରନନ୍ଦନକାନନ ଜୀବ ଉଦ୍ୟାନ୪ (ସଂଖ୍ୟା)ଓଡ଼ିଶାର ଭୂଗୋଳବଉଳକବାଟଉତ୍କଳ ବିଶ୍ୱବିଦ୍ୟାଳୟଭୂମିକମ୍ପକଖାରୁ ଫୁଲ ଭଜାକାହ୍ନୁଚରଣ ମହାନ୍ତିଆନନ୍ଦ ଶଙ୍କର ଦାସଭାରତୀୟ ସ୍ୱାଧୀନତା ଆନ୍ଦୋଳନକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗର୍ଭାଶୟ କର୍କଟକୋଣାର୍କ ସୂର୍ଯ୍ୟ ମନ୍ଦିରଛାରପୋକହମିଦା ବାନୁ ବେଗମପ୍ରହ୍ଲାଦ ନାଟକପଲଉ୨୮ ଫେବୃଆରୀମାଛବିଜୁ ଜନତା ଦଳକାଞ୍ଚି ଅଭିଯାନଜୟ ଜଗନ୍ନାଥହେମଲତା ମାନସିଂହରାସାୟନିକ ମୌଳିକସମୀର ରଞ୍ଜନ ଦାଶଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଣ୍ଡ ଗଣେଶତୃପ୍ତି ଦାସ୨୪ ଅପ୍ରେଲସୁଭାଷ ଚନ୍ଦ୍ର ବୋଷପ୍ରଦୀପ କୁମାର ପାଣିଗ୍ରାହୀ୧୭ ଫେବୃଆରୀଜଣ୍ଡିସ୍ସତ୍ୟନାରାୟଣ ରାଜଗୁରୁଶରତ କୁମାର ମହାନ୍ତିକଣ୍ଡୋମହୃଷୀକେଶ ପଣ୍ଡାଫେବୃଆରୀ ୨୮ଖଡ଼ଗପୁରଗିରିଧର ଗମାଙ୍ଗଜମ୍ମୁ ତୱି ରେଳ ଷ୍ଟେସନଅଗ୍ନ୍ୟାଶୟ ଅକ୍ଷମତାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More