ପରିବେଶ: ସୁରକ୍ଷା

ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତ‌ଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ (Surroundings) ପରିବେଶ (Environment) କୁହାଯାଏ । ପୃଥିବୀର ସ୍ଥଳ, ଜଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ଏହି ପରିବୃତ୍ତିର ଅଂଶବିଶେଷ ।

ଶ୍ରେଣୀ ବିଭାଗ

ପରିବେଶକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା:

    • ପ୍ରାକୃତିକ ପରିବେଶ (Natural Environment)
    • ସାଂସ୍କୃତିକ ପରିବେଶ (Cultural Environment କିମ୍ବା Human Environment)

ପ୍ରାକୃତିକ ପରିବେଶ (Natural Environment)

ପ୍ରାକୃତିକ ପରିବେଶ (Natural Environment) ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କୁ ନେଇ ଗଠିତ । ପୃଥିବୀ ସ‌ହିତ ମନୁଷ୍ୟର ନିବିଡ଼ ସମ୍ପର୍କ‌କୁ ଦୃଷ୍ଟିରେ ରଖି ଭୌଗୋଳିକମାନେ ପୃଥିବୀକୁ ଚାରୋଟି ମଣ୍ଡଳରେ ବିଭାଜନ କରି ଆଲୋଚନା କରିଥାନ୍ତି । ଏହି ଚାରୋଟି ମଣ୍ଡଳ ହିଁ ପ୍ରାକୃତିକ ପରିବେଶର ଭିତ୍ତି । ଏହି ମଣ୍ଡଳଗୁଡ଼ିକ ହେଉଛି:

ଏଥିମଧ୍ୟରୁ ପ୍ରଥମ ତିନୋଟି ଅଜୈବିକ (Abiotic) ଓ ଶେଷଟି ଜୈବିକ (Biotic) । ତେଣୁ ପ୍ରାକୃତିକ ପରିବେଶକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା:

    • ଅଜୈବିକ ପରିବେଶ (Abiotic Environment)
    • ଜୈବିକ ପରିବେଶ (Biotic Environment କିମ୍ବା Biological Environment)

ଅଜୈବିକ ପରିବେଶ (Abiotic Environment)

ଜଳ, ସ୍ଥଳ ଓ ବାୟୁ ଭଳି ନିର୍ଜୀବ ବା ଭୌତିକ ଉପାଦାନ‌କୁ ନେଇ ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଅଜୈବିକ (Abiotic) ବା ଭୌତିକ (Physical) ପରିବେଶ କୁହାଯାଏ ।

ଜୈବିକ ପରିବେଶ (Biotic Environment କିମ୍ବା Biological Environment)

ଜୈବମଣ୍ଡଳର (Biosphere) ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କଦ୍ୱାରା ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଜୈବିକ ପରିବେଶ (Biotic Environment କିମ୍ବା Biological Environment) କୁହାଯାଏ ।

ପ୍ରାକୃତିକ ପରିବେଶରେ ପରିବର୍ତ୍ତନ

ଅନେକଗୁଡ଼ିଏ ଶକ୍ତି (Force) ଓ ପ୍ରକ୍ରିୟା (Process) ଯୋଗୁଁ ପ୍ରାକୃତିକ ପରିବେଶରେ (Natural Environment) ଅନବରତ ପରିବର୍ତ୍ତନ ହେଉଛି । ମାଧ୍ୟାକର୍ଷଣ ଶକ୍ତି, ମହାକର୍ଷଣ ଶକ୍ତି, ଆଗ୍ନେୟଗିରି ଉଦ୍‌ଗୀରଣ, ସୌରତାପ, ଭୂ-ଅଲୋଡ଼ନ‌କାରୀ ଶକ୍ତି ଇତ୍ୟାଦି ଏହି ଶକ୍ତିଗୁଡ଼ିକର ଅନ୍ତର୍ଗତ । ଏହି ଶକ୍ତିଗୁଡ଼ିକ ହିଁ ବିଭିନ୍ନ ଭୌତିକ ତ‌ଥା ଜୈବିକ ପ୍ରକ୍ରିୟା ସୃଷ୍ଟିର ମୂଳ କାରଣ । ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।

ସାଂସ୍କୃତିକ ପରିବେଶ (Cultural Environment) ବା ମାନବୀୟ ପରିବେଶ (Human Environment)

ପ୍ରାକୃତିକ ପରିବେଶରେ (Natural Environment) ମଣିଷ କରିଥିବା ସମସ୍ତ ନିର୍ମାଣ ତ‌ଥା ପରିବର୍ତ୍ତନରୁ ସାଂସ୍କୃତିକ ପରିବେଶ (Cultural Environment) ସୃଷ୍ଟି ହୋଇଥାଏ । ପ୍ରାଥମିକ ସ୍ତରରେ ପ୍ରାକୃତିକ ପରିବେଶ (Natural Environment) ହିଁ ସାଂସ୍କୃତିକ ପରିବେଶର (Cultural Environment) ମୂଳପିଣ୍ଡ ।

ପ୍ରାକୃତିକ ପରିବେଶ (Natural Environment) ଭଳି ଭୂପୃଷ୍ଠରେ ସାଂସ୍କୃତିକ ପରିବେଶରେ (Cultural Environment) ମଧ୍ୟ ବିଭିନ୍ନତା ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ଘନ ଜନବସତି ସାଙ୍ଗକୁ ଉନ୍ନତ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠନ ଦୃଷ୍ଟିଗୋଚର ହୁଏ । ଅନ୍ୟ ସ୍ଥାନରେ ବିରଳ ଜନବସତି ସାଙ୍ଗକୁ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠଙ୍ଗୁଡ଼ିକ ଦୁର୍ବଳ ତ‌ଥା ନିମ୍ନମାନର ହୋଇଥାଏ । ସାଧାରଣତଃ ସାଂସ୍କୃତିକ ପରିବେଶ (Cultural Environment) କ‌ହିଲେ ନିମ୍ନୋକ୍ତ ଦୁଇଟିକୁ ବୁଝାଇ ଥାଏ:

    • ଜନସଂଖ୍ୟା ଓ ଜନବସତି
    • ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନ

ଜନସଂଖ୍ୟା ଓ ଜନବସତି

ଭୂପୃଷ୍ଠରେ ଜନସଂଖ୍ୟାର ସାମୟିକ (Temporal) ପରିବର୍ତ୍ତନ ସ‌ହ ସ୍ଥାନିକ (Spatial) ବିତରଣରେ ମଧ୍ୟ ବିଶେଷ ପାର୍ଥକ୍ୟ ଲକ୍ଷ୍ୟ କରାଯାଏ । କେତେକ ଅଞ୍ଚଳରେ ଏକ ବର୍ଗ କିଲୋମିଟର ପିଛା ଏକ ବା ତ‌ହିଁରୁ କମ୍ ଲୋକ ବାସ କରୁଥିବା ବେଳେ (ଉଦାହରଣ: କ୍ରାନ୍ତୀୟ ମରୁଭୂମି ଅଞ୍ଚଳ) ଅନ୍ୟ କେତେକ ଅଞ୍ଚଳରେ ଏକ ବର୍ଗକିଲୋମିଟରରେ ପ୍ରାୟ ୧୦୦୦ ବା ତା'ଠାରୁ ବେଶୀ ଲୋକ (ଉଦାହରଣ: ଗାଙ୍ଗେୟ ସମତଳଭୂମି, ପଶ୍ଚିମ ୟୁରୋପ, ଦକ୍ଷିଣ-ପୂର୍ବ ଏସିଆର କେତେକ ଅଞ୍ଚଳ) ବାସ କରନ୍ତି । ତେଣୁ କୌଣସି ଅଞ୍ଚଳର ମୋଟ ଜନସଂଖ୍ୟା ଓ ତା'ର ବଣ୍ଟନ ସାଧାରଣତଃ ପ୍ରାକୃତିକ ପରିବେଶ (Natural Environment) ଉପରେ ପ୍ରଭାବ ପକାଇଥାଏ । ଦକ୍ଷିଣ ତ‌ଥା ଦକ୍ଷିଣ-ପୂର୍ବ ଏସିଆର ଘନ ଜନବସତି ଅଞ୍ଚଳରେ ଅତି କମ୍ ମଜୁରିରେ ଶ୍ରମିକ ମିଳୁଥିବାରୁ ଏଠାରେ ଅଧିକ ଶ୍ରମ‌ଭିତ୍ତିକ କୃଷି ତ‌ଥା କଳକାରଖାନାମାନ ଗଢ଼ି ଉଠିଛି । ଏହି ଅଞ୍ଚଳରେ ଚାହା, ରବର, କଫି ଆଦି ବ‌ହୁ ଶ୍ରମ‌ଭିତ୍ତିକ ରୋପଣ କୃଷି (Plantation Agriculture) ହୋଇଥାଏ । ଅନ୍ୟାନ୍ୟ ଶ୍ରମ‌ଭିତ୍ତିକ ଶିଳ୍ପ, ଯଥା: ଝୋଟ ଓ ଲୁଗାକଳ ଆଦି ଏହି ଅଞ୍ଚଳର ପ୍ରଧାନ ଶିଳ୍ପ ରୂପେ ଗଢ଼ିଉଠିଛି । ତେବେ ଅତି ଘନ ଜନବସତି ଅଞ୍ଚଳରେ ମୁଣ୍ଡପିଛା ଚାଷ ଜମି ଭୁତ କମ୍ ହୋଇଥିବାରୁ କୃଷିଦ୍ୱାରା ଜୀବିକା ନିର୍ବାହ କଷ୍ଟକର ହୋଇଥାଏ । ତେଣୁ ଶିଳ୍ପ ତ‌ଥା ବାଣିଜ୍ୟ ବ୍ୟବସାୟ ଆଦି ଲାଭଜନ‌କ ଅଣକୃଷିଭିତ୍ତିକ କାର୍ଯ୍ୟ ଏହି ଅଞ୍ଚଳର ଅଧିବାସୀମାନ‌ଙ୍କ ମୁଖ୍ୟ ଜୀବିକା ହୋଇଥାଏ । ଜାପାନ ଏବଂ ଗ୍ରେଟ୍ ବ୍ରିଟେନ୍ ଏହାର ଜ୍ୱଳନ୍ତ ଉଦାହରଣ ।

ଜନସଂଖ୍ୟା ବ୍ୟତୀତ ଜନବସତିର ଘନତା ଓ ଶିକ୍ଷା ଏବଂ ସାମାଜିକ ଚେତନା ଭଳି ସାଂସ୍କୃତିକ ମୂଲ୍ୟବୋଧ ଉପରେ ନିର୍ଭର କରି ପରିବେଶର ବିଭିନ୍ନତା ପରିଲକ୍ଷିତ ହୁଏ । ମାନବ ସଭ୍ୟତାର ପ୍ରଥମ ପର୍ଯ୍ୟାୟରେ ମଣିଷ କୌଣସି ସ୍ଥାୟୀ ବସବାସ କରିପାରି ନ ଥିଲା । କିଛି କାଳ ପରେ ସେ କୃଷି କାର୍ଯ୍ୟ କରି ସ୍ଥାୟୀ ଭାବରେ ବସବାସ କଲା । ତେଣୁ ଧିରେ ଧିରେ ଛୋଟ ବଡ଼ ଗ୍ରାମମାନ ଗଢ଼ିଉଠିଲା । ବଡ଼ ବଡ଼ ଗ୍ରାମଗୁଡ଼ିକ କାଳକ୍ରମେ ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ଭାବେ ବୃଦ୍ଧି ପାଇ ସ‌ହରରେ ପରିଣତ ହେଲା । ଗ୍ରାମ ତ‌ଥା ସ‌ହରଗୁଡ଼ିକ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ତ‌ଥା ସାମାଜିକ ସମ୍ପର୍କ ସ୍ଥାପନ ନିମନ୍ତେ ରାସ୍ତାଘାଟର ପ୍ରସାର ଘଟିଲା । ଆଜିକାଲି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି କ୍ରମେ ଅଧିକ ଘନ ହେବାରେ ଲାଗିଛି ଏବଂ ପ୍ରାକୃତିକ ପରିବେଶକୁ (Natural Environment) କ୍ରମାଗତଭାବେ ପ୍ରଭାବିତ କରୁଛି ।

ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନ

କୌଣସି ଦେଶର ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନଗୁଡ଼ିକ ଉପରେ ତାହାର ଅର୍ଥନୈତିକ ପ୍ରଗତି ତ‌ଥା ଅଭିବୃଦ୍ଧି ନିର୍ଭର କରେ । ଦୃଢ଼ ରାଜନୈତିକ ସଙ୍ଗଠନ ତ‌ଥା ପ୍ରଶାସନିକ ସ୍ଥିରତା ଅର୍ଥନୈତିକ ପ୍ରଗତିରେ ବିଶେଷ ସ‌ହାୟକ ହୋଇଥାଏ । ରାଜନୈତିକ ସଙ୍ଗଠନ ଦୁର୍ବଳ ହେଲେ ଅସ୍ଥିରତା ଲାଗିରହେ । ଫଳରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ବ୍ୟବସ୍ଥା ଦୁର୍ବଳ ହୁଏ ।

କୌଣସି ଦେଶର ସାମାଜିକ ସଙ୍ଗଠନ‌ଗୁଡ଼ିକ ଉପରେ ମଧ୍ୟ ତାହାର ଅର୍ଥନୈତିକ ପ୍ରଗତି ନିର୍ଭର କରେ । ସମାଜରେ ଚୋରି, ଡକାୟତି, ଠକାମି ତ‌ଥା ଗୋଷ୍ଠୀ ବିବାଦ ଆଦି ଲାଗି ରହିଲେ ପୁଞ୍ଜି ବିନିଯୋଗ କରିବାକୁ କେହି ଅଗ୍ରହ ପ୍ରକାଶ କରନ୍ତି ନାହିଁ । ଫଳରେ ସେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରେ ନାହିଁ । କୌଣସି ଅଞ୍ଚଳ ବା ଦେଶର ଶାସନ ବ୍ୟବସ୍ଥା, ଜାତି ତ‌ଥା ସମ୍ପ୍ରଦାୟ, ଧାର୍ମିକ ଓ ସାମାଜିକ କଟକଣା, ଶିକ୍ଷା ତ‌ଥା ସଂସ୍କୃତି ଓ ସାଂସ୍କୃତିକ ପରମ୍ପରା ଆଦି ତାହାର ସାଂସ୍କୃତିକ ପରିବେଶକୁ (Cultural Environment) ପ୍ରଭାବିତ କରିଥାନ୍ତି ।

ସମ୍ପୂର୍ଣ୍ଣ ପରିବେଶ (Total Environment)

ପରିବେଶ: ଶ୍ରେଣୀ ବିଭାଗ, ସମ୍ପୂର୍ଣ୍ଣ ପରିବେଶ (Total Environment), ଆଧାର 
The ecosystem of public parks often includes humans feeding the wildlife.

ପ୍ରାକୃତିକ ପରିବେଶ (Natural Environment) ଓ ସାଂସ୍କୃତିକ ପରିବେଶ (Cultural Environment) ପରସ୍ପରକୁ ପ୍ରଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୂର୍ଣ୍ଣ ପରିବେଶ (Total Environment) ସୃଷ୍ଟି ହୁଏ । ଏହା ତିନୋଟି ମୁଖ୍ୟ ମଣ୍ଡଳ, ଯଥା- ଭୌତିକ ମଣ୍ଡଳ (ଅଶ୍ମମଣ୍ଡଳ (Lithosphere), ବାୟୁମଣ୍ଡଳ (Atmosphere), ବାରିମଣ୍ଡଳ (Hydrosphere)), ଜୈବିକ ମଣ୍ଡଳ (ଉଦ୍ଭିଦପ୍ରାଣୀ) ଏବଂ ମାନବୀୟ ମଣ୍ଡଳର (ବାସଗୃହ, ଜନବସତି, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ ।

ଆଧାର

Tags:

ପରିବେଶ ଶ୍ରେଣୀ ବିଭାଗପରିବେଶ ସମ୍ପୂର୍ଣ୍ଣ (Total Environment)ପରିବେଶ ଆଧାରପରିବେଶ

🔥 Trending searches on Wiki ଓଡ଼ିଆ:

ମଙ୍ଗଳା ମନ୍ଦିରଗୋପୀନାଥ ବାଗ୭ ମାର୍ଚ୍ଚଧରଣୀଧର ଭୂୟାଁଅଶୋକ (ଗଛ)ସ୍ୱାଧୀନତା ଦିବସ‌ (ଭାରତ)ପଟ୍ଟଚିତ୍ରଫକୀର ମୋହନ ସେନାପତି୧ (ସଂଖ୍ୟା)ନିତ୍ୟାନନ୍ଦ ମହାପାତ୍ରନିମୋନିଆଚନ୍ଦନ ଯାତ୍ରାଜଟାୟୁଇସଲାମାବାଦପ୍ରଶାନ୍ତ କୁମାର ମୁଦୁଲିରାଜକିଶୋର ରାୟସୀତାକାନ୍ତ ମହାପାତ୍ରବେଙ୍ଗାଳୁରୁଦେବଦାସୀଶୁକଦେବଚାଣକ୍ୟସତ୍ୟବାଦୀ ବନ ବିଦ୍ୟାଳୟଅକ୍ଟୋବରସୁଦାମ ମାରାଣ୍ଡିଜର୍ଜ କ୍ୟାଣ୍ଟରସରୋଜିନୀ ନାଇଡୁମନୋଜ ଦାସଙ୍କ କଥା ଓ କାହାଣୀଗନରିଆଗଙ୍ଗବଂଶହନୁମାନ ଜୟନ୍ତୀକଳିଙ୍ଗ, ଭାରତଦଶରଥଶୈଳଭାମା ମହାପାତ୍ରକୋରାପୁଟ ଜିଲ୍ଲାଲିଙ୍ଗରାଜ ମନ୍ଦିରନୀଳମାଧବ ମନ୍ଦିରଭ୍ୟାକୁମ୍ କ୍ଲିନର୍ଦଶାବତାର୧ମ ଓଡ଼ିଶା ବିଧାନ ସଭାକରଣ (ଜାତି)ଦୁଦୁରାକେବେ ତମେ ନାହଁ କେବେ ମୁଁ ନାହିଁପାକସ୍ଥଳୀ ପ୍ରଦାହପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଶେଖର ରଥଢେଙ୍କାନାଳ ଜିଲ୍ଲାଅମର ପ୍ରସାଦ ଶତପଥୀନାରୀବାଦପଞ୍ଜାବୀ ଭାଷାଜଗନ୍ନାଥ ଦାସପରିବେଶରେ ଆତ୍ମନ୍ ନିଦ୍ରା ପରିହରିପର୍ଶୁରାମ ଧଡ଼ାଶାନ୍ତନୁ କୁମାର ଆଚାର୍ଯ୍ୟଶ୍ରୀନିବାସ ରାମାନୁଜନଡଲାରଚିକିତ୍ସା ବିଜ୍ଞାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିନୋଦ କାନୁନଗୋକଟକ ଜିଲ୍ଲାବ୍ୟଞ୍ଜନ ବର୍ଣ୍ଣଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଜଗନ୍ନାଥଙ୍କ ବେଶକଟକ ଚଣ୍ଡୀ ମନ୍ଦିରଓଡ଼ିଆ ସାହିତ୍ୟର ଇତିହାସକେନ୍ଦୁଝର ଜିଲ୍ଲା🡆 More