ଦେବଦାସୀ

ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ ଦେବଦାସୀ କୁହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ, ଦେଶ ଓ ବିଶ୍ୱର ବହୁମନ୍ଦିରରେ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ଏହି ଦିବ୍ୟାନୁଭୂତି ସମର୍ପିତ କଳା ଲୁପ୍ତପ୍ରାୟ ହେବାକୁ ବସିଲାଣି ।

ଦେବଦାସୀ
୧୯୨୦ମସିହାରେ ଉଠାଯାଇଥିବା ଦୁଇ ଜଣ ଦେବଦାସୀଙ୍କ ଫୋଟଚିତ୍ର

ଇତିହାସ

ମନ୍ଦିର ଗୁଡ଼ିକରେ ଦେବଦାସୀ ପ୍ରଥା କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶରେ ଯଥା ଗ୍ରୀସର ଭେନସ ଦେବୀଙ୍କ ମନ୍ଦିରରେ, ମିଶରର ଓରିସସ୍ ଓ ଆଇରିସ୍ ମନ୍ଦିରରେ ପ୍ରଚଳିତ ଥିଲା । ସୌରାଷ୍ଟ୍ରର ପ୍ରଖ୍ୟାତ ସୋମନାଥ ମନ୍ଦିରରେ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ମହାଦେବଙ୍କ ସମ୍ମୁଖରେ ଦେବଦାସୀମାନେ ତାଣ୍ଡବ ନୃତ୍ୟ କରୁଥିଲେ । ଦାକ୍ଷିଣାତ୍ୟର ଚୋଳ, ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ପଲ୍ଲବ ବଂଶୀୟ ରାଜାମାନେ ଶିବ ଓ ବିଷ୍ଣୁ ମନ୍ଦିରରେ ନୃତ୍ୟାଙ୍ଗନା ଦେବଦାସୀ ନିଯୁକ୍ତ କରିବାର ପ୍ରମାଣ ମିଳେ । ଓଡ଼ିଶାରେ ଅଷ୍ଟମ ଶତାବ୍ଦୀରେ ଉଦ୍ୟତକେଶରୀଙ୍କ ମାତା କଳାବତୀଙ୍କଦ୍ୱାରା ନିର୍ମିତ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଶିବ ମନ୍ଦିରର ଶିଳାଲେଖା ଅନୁଯାୟୀ ଶିବଙ୍କ ଆଗରେ ଦେବଦାସୀମାନେ ନୃତ୍ୟ କରୁଥିଲେ । ତତ୍‌ପୂର୍ବରୁ ଭାରତୀୟ ସମାଜର ନଗର ଓ ଜନପଦରେ ନଗରବଧୂଙ୍କ ନୃତ୍ୟ ଆଦର ଲାଭ କରିଥିଲା । ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ସାଧକଙ୍କଦ୍ୱାରା ବାମାଚାରୀ ତାନ୍ତ୍ରିକମାନେ ସର୍ବପ୍ରଥମେ ନାରୀଙ୍କଦ୍ୱାରା ଅଭିଚାରିତ କର୍ମ ସମ୍ପାଦନ କରୁଥିଲେ । ମର୍ତ୍ତ୍ୟରେ ମଧ୍ୟ ଦେବତାମାନଙ୍କ ପ୍ରତି ଉତ୍ସର୍ଗୀକୃତ ଥିଲେ ଦେବଦାସୀମାନେ । ‘ବାଚସ୍ପତ୍ୟମ୍’ ଗ୍ରନ୍ଥରେ ଲେଖାଅଛି, ‘ଦେବଂ ଇନ୍ଦ୍ରିୟଂ ଯାସ୍ମୋତିଦାସ ବଧେୟଣ୍- ଦେବାୟ କ୍ରୀଡ଼ାତୈ ଦାସିକ’ । ଅର୍ଥାତ୍ ଯେଉଁ ଅଙ୍ଗନାମାନେ ନିଜର ବାସନା ବା ଇନ୍ଦ୍ରିୟକୁ ଦମନ କରି ନିଜକୁ ଦେବତାଙ୍କ କ୍ରୀଡ଼ାରେ ନିଯୁକ୍ତ କରିଥାନ୍ତି, ସେମାନେ ହେଲେ ଦେବଦାସୀ । ବୈଷ୍ଣବୀୟ ମତରେ ଦେବଦାସୀମାନେ ହେଲେ ଭଗବାନଙ୍କ ନିତ୍ୟରାସର ଆହ୍ଲାଦିନୀ ଶକ୍ତି ରାଧାଙ୍କ ବିକଳ୍ପ ।

ଓଡ଼ିଶାରେ ଦେବଦାସୀ ପରମ୍ପରା

ଓଡ଼ିଶାର ଅନେକ ପ୍ରାଚୀନ ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ଥିଲା । ଉଭୟ ଶୈବ ଓ ବୈଷ୍ଣବ ଦେଉଳଗୁଡ଼ିକରେ ଦେବଦାସୀ ସେବା ଥିଲା । କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ମାତା କଳାବତୀ ଦେବୀ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଦେଉଳ ନିର୍ମାଣ କରିଥିବା ଜଣାଯାଏ । ବ୍ରହ୍ମେଶ୍ୱର ମନ୍ଦିରର ଶିଳାଲିପିରେ ସେବା ନିମିତ୍ତ ଦେବଦାସୀମାନଙ୍କୁ ଉତ୍ସର୍ଗ କରାଯିବା ବିଷୟ ବର୍ଣ୍ଣିତ ହୋଇଛି । ଏହା ଛଡ଼ା ଭୁବନେଶ୍ୱରସ୍ଥିତ ମେଘେଶ୍ୱର ଦେଉଳ, ନିଆଳୀର ଶୋଭନେଶ୍ୱର ଦେଉଳ, ଭୁବନେଶ୍ୱରର ଅନନ୍ତ ବାସୁଦେବ ଦେଉଳ ଓ ପୁରୀର ଶ୍ରୀମନ୍ଦିରରେ ମଧ୍ୟ ଦେବଦାସୀ ନୃତ୍ୟ ସେବା ଥିବାର ବଳିଷ୍ଠ ପ୍ରମାଣ ରହିଛି ।

ଜଗନ୍ନାଥ ମନ୍ଦିରରେ ଦେବଦାସୀ ପରମ୍ପରା

ଚନ୍ଦ୍ରଦତ୍ତଙ୍କ ଭକ୍ତିମାଳା ଗ୍ରନ୍ଥରେ ଉଲ୍ଲେଖ ଅଛି : ‘ଦେବ ଦେବ ଜଗନ୍ନାଥ ଦେବଶର୍ମା ବ୍ରବିଦ୍ ବତଃ ଦେବ ଦେବ ଜଗନ୍ନାଥ ପ୍ରସାଦ ଫଳିତୋ ମମ । ପ୍ରଥମ ତନୟା ଜାତା ପୁତ୍ରାସୁ ତଦରନ୍ତରମ୍ ଅତି ପ୍ରତିଶ୍ରୁତାଂ କନ୍ୟା କଦାପି ପ୍ରତିଗୃହୀତମ୍ ’ ।

ଏଥିରୁ ଜଣାଯାଏ ଦାକ୍ଷିଣାତ୍ୟର ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ଓଡ଼ିଶାକୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା ପୁରୀମନ୍ଦିରରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମନେ କରନ୍ତି । ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । ମାଦଳା ପାଞ୍ଜିକୁ ଛାଡ଼ିଦେଲେ ଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳନର ପ୍ରଥମ ଲିଖିତ ପ୍ରମାଣଟି ମିଳେ ଦିଲ୍ଲୀର ସୁଲତାନ ଫିରୋଜ ଶାହ ତୋଗଲକଙ୍କ ୧୩୬୧ ମସିହାରେ ଓଡ଼ିଶା ଆକ୍ରମଣ ବିବରଣୀରୁ ।

ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ଶିଳାଲେଖ ରହିଛି । ଏହା ୧୪୯୯ ଖ୍ରୀଷ୍ଟାବ୍ଦରେ ଆଦେଶ ପ୍ରଦାନ ପୂର୍ବକ ଉତ୍କୀର୍ଣ୍ଣ କରାହୋଇଥିଲା ; ଓଡ଼ିଆ ଲିପିରେ ଲିଖିତ । ଏଥିରେ ଗୀତଗୋବିନ୍ଦ ଗାନ ଓ ଦେବଦାସୀ ସଂକ୍ରାନ୍ତରେ ସୂଚନା ରହିଛି । ଦୀର୍ଘ ଦଶଧାଡ଼ିର ଏହି ଶିଳାଲେଖରେ ଉଲ୍ଲିଖିତ ଅଛି ଯେ :

ବୀରଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବରଗେସର ବୀରବର ପ୍ରତାପରୁଦ୍ରଦେବ । ମହାରାଜାଙ୍କର ସମସ୍ତ ୪ ଅଙ୍କ ଶ୍ରାହା କକଡ଼ା ସୁ୧୦ ବୁଧବାରେ ଅବଧାରିତ ହୋଇ ଆଇ ଗାଁ ପ୍ରମାଣେ ବଡ଼ଠାକୁରଙ୍କ ଗୀତଗୋବିନ୍ଦ ଠାକୁରେ ଭୋଗବେଳେ ଏ ନାଟ ହୋଇବ ସଞ୍ଜଧୂପ ସରିଲାରୁ ବଡ଼ସିଂହାର ପରିଜନ୍ତେ ଏ ନାଟ ହୋଇବ । ବଡ଼ ଠାକୁରଙ୍କ ସଂପରଦା କପିଳେଶ୍ୱର ଠାକୁରଙ୍କୁ ବନ୍ଧା ନାଚଣୀମାନେ ପୁରୁଣା ସମ୍ପରଦା ତେଲଙ୍ଗୀ ସମ୍ପରଦା ଏମାନେ ସବିହେ ବଡ଼ଠାକୁରଙ୍କୁ ଗୀତଗୋବିନ୍ଦୁ ହୁ ଆନଗୀତ ନ ଶିଖିବେ । ଆନଗୀତ ନ ଗାଇବେ ଆନ ନାଟ ହୋଇ ପରମେଶ୍ୱରଙ୍କ ଛାମୁରେ ନ ହବ ଏ ନାଟ ବିତରକେ ବୈଷ୍ଣବଗାଆଣ ଚାରିଜଣ ଅଛନ୍ତି ଏମାନେ ଗୀତଗୋବିନ୍ଦ ଗୀତ ହିଁ ଗାଇବେ । ଏହାଙ୍କଠାରୁ ଅଶିକ୍ଷିତମାନେ ଏକସ୍ୱରରେ ଶୁଣି ଗୀତଗୋବିନ୍ଦ ହିଂ ଶିଖିବେ ଆନଗୀତ ନ ଶିଖିବେ ଏହା ଯେ ପରୀକ୍ଷା ଆନଗୀତନାଟ କରାଇଲେ ଜାଣି ସେ ଜଗନ୍ନାଥଙ୍କ ଦ୍ରୋହ କରଇ ।

ଦିଅଁମାନଙ୍କ ବଡ଼ସିଂହାର ବେଶ କାଳରେ ଏହି ସମସ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିଲା । ଜୟଦେବଙ୍କ ଗୀତଗୋବିନ୍ଦ ଦେବଦାସୀମାନଙ୍କ ନୃତ୍ୟ ଓ ଗୀତର ପ୍ରଧାନ ସମ୍ପଦ ଥିଲା । ଏହା ଛଡ଼ା ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାଚୀନ କବିମାନଙ୍କ ରଚିତ ଚଉପଦୀ, ଚମ୍ପୂ, ଛାନ୍ଦ, ଭଜନ, ଜଣାଣ ଆଦି ଓଡ଼ିଶୀ ସଙ୍ଗୀତ ମଧ୍ୟ ଦେବଦାସୀ ବା ମାହାରୀମାନେ ପରିବେଷଣ କରୁଥିଲେ ।

ଚୈତନ୍ୟଦେବଙ୍କ ସମୟରେ ଏହାର ପ୍ରଚଳନ ଥିଲା ବୋଲି ଜାଣିବାକୁ ମିଳେ ‘ଚୈତନ୍ୟ ଚରିତାମୃତରୁ’ । ଏହି ଗ୍ରନ୍ଥରେ ଅଛି, ‘ଜଗନ୍ନାଥ ମନ୍ଦିରତେ ଗାୟିକା ନର୍ତ୍ତକୀ... ସେଇ କାଳେ ଦେବାଦୀ ଲାଗିଲା ଗାଇତେ ।’ ଓଡ଼ିଶୀ ନୃତ୍ୟ ବା ମାହାରୀ ନୃତ୍ୟ ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, ଓଡ଼ିଆ ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ । ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।

ଆଧାର

ବାହାର ତଥ୍ୟ

Tags:

ଦେବଦାସୀ ଇତିହାସଦେବଦାସୀ ଓଡ଼ିଶାରେ ପରମ୍ପରାଦେବଦାସୀ ଆଧାରଦେବଦାସୀ ବାହାର ତଥ୍ୟଦେବଦାସୀବିଶ୍ୱ

🔥 Trending searches on Wiki ଓଡ଼ିଆ:

ସଜନାଜ୍ଞାନମଣ୍ଡଳଜଗନ୍ନାଥ ମନ୍ଦିରମନୋଜ ଦାସସଚ୍ଚିଦାନନ୍ଦ ରାଉତରାୟଅକ୍ଟୋବରକୁନ୍ତଳା କୁମାରୀ ସାବତପ୍ରଥମ ବିଶ୍ୱଯୁଦ୍ଧମହାଭାରତଲାଜକୁଳୀ ଲତାସମ୍ବଲପୁର ଜିଲ୍ଲାଓଡ଼ିଆ କବି ମାନଙ୍କର ତାଲିକାଅର୍ଥଶାସ୍ତ୍ରଅପରାଜିତା ଷଡ଼ଙ୍ଗୀଓଡ଼ିଆ ସାହିତ୍ୟର ଇତିହାସଟଙ୍କ ତୋରାଣିଶୁକଦେବଉଦର ଯନ୍ତ୍ରଣାଜ୍ଞାନୀନ୍ଦ୍ର ବର୍ମାଶରତ କୁମାର ମହାନ୍ତିଜଟାୟୁଧରିତ୍ରୀ (୧୯୭୩ର କଥାଚିତ୍ର)ଚିତ୍ତରଞ୍ଜନ ଦାସ୨୯ ମାର୍ଚ୍ଚ୨ (ସଂଖ୍ୟା)୧୪ ଫେବୃଆରୀସ୍ୱାଧୀନତାରାଧାନାଥ ରାୟପ୍ରଦୀପ କୁମାର ପାଣିଗ୍ରାହୀଭାରତର ଜାତୀୟ ପତାକାଲୋକ ସଭାଶାମ୍ବ ଦଶମୀଓଡ଼ିଆବ୍ୟାଙ୍କକ୍ୟୁବାଦ୍ୱିତୀୟ ବିଶ୍ୱଯୁଦ୍ଧଚନ୍ଦନ ଯାତ୍ରାବିଧାନ ସଭା ସଭ୍ୟପ୍ରାଣବନ୍ଧୁ କରଟାଇଫଏଡ ଜ୍ଵରରଜବାଲିଯାତ୍ରାବିଜୟ ମିଶ୍ରଗୀତଗୋବିନ୍ଦକପିଳେନ୍ଦ୍ର ଦେବସୁଭାଷ ଚନ୍ଦ୍ର ବୋଷଦ୍ରୌପଦୀ ମୁର୍ମୁଉଇକିପିଡ଼ିଆଯେମ୍ସ ୱେବ ମହାକାଶ ଦୁରବୀକ୍ଷଣଘରଜବାହରଲାଲ ନେହେରୁସିପାହୀ ବିଦ୍ରୋହଧର୍ମେନ୍ଦ୍ର ପ୍ରଧାନଭାରତୀୟ ଡାକ ସେବାହିପୋପୋଟାମସବ୍ରାଉଜରଲସିଆମ୍ବଭଗବତୀ ଦେଉଳଅଣ୍ଡା (ଜୀବ ବିଜ୍ଞାନ)ଭାରତ ଛାଡ଼ ଆନ୍ଦୋଳନଜାତୀୟ ଆୟ୧୬୩ରଥଯାତ୍ରାନବୀନ ପଟ୍ଟନାୟକଓଡ଼ିଶାର ପର୍ବପର୍ବାଣିଓଡ଼ିଆ ଭାଗବତ୨୪ ଅପ୍ରେଲଭାରତୀୟ ସ୍ୱାଧୀନତା ଆନ୍ଦୋଳନଶିମିଳିପାଳ ଜାତୀୟ ଉଦ୍ୟାନଭାନୁଚରଣ ନାଏକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଚନ୍ଦ୍ରମଣି ଲେଙ୍କା🡆 More