ପହଡ଼

ଜଗନ୍ନାଥ ମନ୍ଦିରରେ ପାଳିତ ଦୈନିକ ନୀତି ମଧ୍ୟରୁ ଏକ ନୀତି ପହଡ଼, ପହୁଡ଼ ବା ଶୟନ ନୀତି । ଏକ ଛୋଟିଆ ପଲଙ୍କ ଉପରେ ଜଗନ୍ନାଥଙ୍କୁ ଶୁଆଇଦିଆଯାଇଥାଏ । ନୀତି ଠାକୁରମାନଙ୍କ ପ୍ରାୟ୨୨ଟି ନୀତି ମଧ୍ୟରେ ଏହି ନୀତି ହେଉଛି ଶେଷ ନୀତି । ବଡ଼ ଦେଉଳରେ ବିଭିନ୍ନ ଯାନିଯାତ୍ରା ଓ ନୀତି ପାଇଁ ସ୍ୱତନ୍ତ୍ର ବିଗ୍ରହମାନ ରହିଛନ୍ତି । ସେହିପରି ଜଗନ୍ନାଥଙ୍କ ପହଡ଼ ପାଇଁ ମଧ୍ୟ ସ୍ୱତନ୍ତ୍ର ଶୟନ ପ୍ରତିମା ଅଛନ୍ତି ।

ଏହି ଶୟନ ଠାକୁରଙ୍କ ବିଗ୍ରହ ସ୍ୱର୍ଣ୍ଣ ନିର୍ମିତ । ଏହି ପ୍ରତିମାଙ୍କର ଅର୍ଦ୍ଧେକ ଅଂଶ ପୁରୁଷ ଓ ଅନ୍ୟ ଅର୍ଦ୍ଧ ଶରୀର ନାରୀ ଆକୃତି । ଏହି ଶୟନ ପ୍ରତିମା ଲକ୍ଷ୍ମୀ ନାରାୟଣଙ୍କ ସମ୍ମିଳିତ ବିଗ୍ରହ ଅଟନ୍ତି । ଅଷ୍ଟଭୁଜ ବିଶିଷ୍ଟ ଶୟନ ଠାକୁରଙ୍କ ଦକ୍ଷିଣ ହସ୍ତରେ ଶ୍ରୀବିଷ୍ଣୁଙ୍କ ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଆଦି ରହିଥିବାବେଳେ ବାମ ହସ୍ତମାନଙ୍କରେ ଦର୍ପଣ, ପଦ୍ମ, ପୁସ୍ତକ ଓ କଳସ ଆଦି ଧାରଣ କରିଛନ୍ତି । ଏହାଙ୍କୁ ବିଷ୍ଣୁ ଓ ଯୋଗନିଦ୍ରାଙ୍କ ସ୍ୱରୂପ ବୋଲି କହାଯାଏ । ଶୟନ ଠାକୁରଙ୍କ ଡମ୍ବରୁ ନାଦ ବ୍ରହ୍ମର ପ୍ରତୀକ ବୋଲି ଭକ୍ତମାନେ ମନେକରନ୍ତି । ପ୍ରତିଦିନ ବଡ଼ସିଂହାର ଧୂପ ଶେଷ ହେବାପରେ ଖଟ ଶେଯ ମେକାପଙ୍କଦ୍ୱାରା ଭିତରେ ଗର୍ଭଗୃହରେ ରତ୍ନ ପଳଙ୍କ ପକାଯାଏ । ଭଣ୍ଡାର ଘରେ ଥିବା ଶୟନ ପ୍ରତିମାଙ୍କୁ ପାଳିଆ ପୁଷ୍ପାଳକ ନେଇ ବଳଭଦ୍ର ଓ ଜଗନ୍ନାଥଙ୍କ ନିକଟରେ ଯଥାକ୍ରମେ ବିଜେ କରାନ୍ତି । ଏହି ସମୟରେ ଚନ୍ଦନ ଲାଗି କରାଯାଏ । ଶୋଇବା ପୂର୍ବରୁ ପ୍ରଭୁଙ୍କୁ ପଇଡ଼ଟିଏ ଅର୍ପଣ କରାଯାଏ । ଏହାପରେ ହଡ଼ପ ନାୟକ ସେବକ ବିଡ଼ିଆ ପାନ ମଣୋହି କରାଇବା ସହ କିଛି ପାନବଟାରେ ମହାପ୍ରଭୂଙ୍କ ପଳଙ୍କ ନିକଟରେ ରଖିଥାନ୍ତି । କାଳେ ରାଗ ଲାଗିଲେ ନିଦ ଭାଙ୍ଗିଯିବ ସେଥିପାଇଁ ଏହି ପାନରେ ଲବଙ୍ଗ ଦିଆଯାଇଥାଏ । ଶେଷରେ ହୁଏ ପହୁଡ଼ ଆରତି । ଜୟ ବିଜୟ ଦ୍ୱାରଠାରେ ଡମ୍ବରୁ ପକାଯାଏ । ଶୟନ ପ୍ରତିମା ଏହି ଡମ୍ବରୁ ଉପରେ ବିଜେ କରନ୍ତି । ପଇଡ଼ ଓ ବିଡ଼ିଆ ମଣୋହି ପରେ କର୍ପୁର ଓ ସଞ୍ଜକାଳି ପିଠଉ ଆଳତି ହୋଇ ପୁଷ୍ପାଞ୍ଜଳି ଦିଆଯାଏ । ଏହି ଉତ୍ତାରେ ଶୟନ ଠାକୁରଙ୍କୁ ମହାପ୍ରଭୁଙ୍କ ପଳଙ୍କକୁ ବିଜେ କରାଯାଇ ଜୟ ବିଜୟ ଓ ଭିତର ଦକ୍ଷିଣ ଦ୍ୱାର ବନ୍ଦ କରି ଦିଆଯାଏ । ଲିଭାଇ ଦିଆଯାଏ ଛାମୁ ବଇଠା ଓ ଅଖଣ୍ଡ ବଇଠା । ସେବକେ ମଣିମା ମହାବାହୁଙ୍କୁ ପହୁଡ଼ିବାକୁ ନିବେଦନ କରି କଳାହାଟ ଛାମୁଦୁଆର ଓ ଜୟବିଜୟ ଦ୍ୱାର ବନ୍ଦ କରି ମାଟି ମୁଦ ଦିଅନ୍ତି । ସକାଳେ ଦ୍ୱାର ଫିଟା ସମୟରେ ପ୍ରଭୁଙ୍କ ଶଯ୍ୟାରେ ବିଛଣା ଚାଦର ଆଦି ଇତଃସ୍ତତଃ ପଡ଼ିଥିବା ସେବକମାନେ ଦେଖିବାକୁ ପାଇ ଏହା ପ୍ରଭୁଙ୍କ ଦିବ୍ୟଲୀଳା ବୋଲି ମନେକରନ୍ତି । ଶ୍ରୀ ମନ୍ଦିର ଶ୍ରୀଜଗନ୍ନାଥଙ୍କ ଶୟନ ନୀତିରେ ପାଳିତ ହେଉଥିବା ବିଧିବିଧାନ ଭାରତର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ । ପୂର୍ବରୁ ପହୁଡ଼ ନୀତି ସମୟରେ ଭିତର ଗାଆଣୀ ଦେବଦାସୀ ଗୀତଗୋବିନ୍ଦ ଗାନ କରୁଥିବା ବେଳେ ଦେବର୍ଷି ନାରଦ ସେବା ଭାବେ ଜଣେ ବୀଣାକାର ସେବକ ବୀଣା ବାଦନ କରୁଥିଳେ । ମହାପ୍ରଭୁଙ୍କ ସୁଖନିଦ୍ରାରେ ବ୍ୟାଘାତ ନହେବାପାଇଁ ଜଣେ ତଳୁଛ ସେବକ ଗୁଡ଼ହାଣ୍ଡି ଯୋଗେ ଅସରପାମାନଙ୍କୁ ଧରୁଥିଳେ । କିନ୍ତୁ କାଳକ୍ରମେ ଏହିସବୁ ନୀତି ଏବେ ବନ୍ଦ ହୋଇଥିବା ଜଣାପଡ଼ିଛି । ଶ୍ରୀଜୀଊଙ୍କର ଦିନକୁ ଦୁଇଥର ପହୁଡ଼ ହୁଏ । ମଧ୍ୟାହ୍ନ ଧୂପରେ ଦିବା ପହୁଡ ଓ ସର୍ବଶେଷରେ ରାତ୍ରି ପହୁଡ଼ କରାଯାଏ । ବର୍ଷର କେତେକ ଯାନିଯାତ୍ରା ସମେତ ନୀତି ବିଶୃଙ୍ଖଳା ଘଟିଲେ ପ୍ରଭୁଙ୍କର ଦିବା ପହୁଡ଼ ଓ ରାତ୍ରି ପହୁଡ଼ ହୋଇପାରେନାହିଁ । ଏହି ଦିନମାନଙ୍କରେ ସ୍ୱତନ୍ତ୍ର ପହୁଡ଼ ନୀତି କରାଯାଏ । ଦ୍ୱାର ବନ୍ଦ କରାନଯାଇ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଖଣ୍ଡୁଆ ଲାଗି କରାଯାଏ । ଏହାକୁ ଠିଆ ପହୁଡ଼ ବୋଲି କହନ୍ତି । ଶ୍ରୀଜୀଉମାନଙ୍କ ପହୁଡ଼ ନୀତି ସମ୍ପୂର୍ଣ୍ଣ ରାଜକୀୟ ଉପଚାରରେ କରାଯାଇଥାଏ । ସମୟ ଚକ୍ରରେ ଏଥିରେ କିଛିଟା ପରିବର୍ତ୍ତନ ଘଟିଥିଳେ ମଧ୍ୟ ଏହି ପରମ୍ପରା ଏବେ ବି ଅନୁସୃତ ହୋଇଆସୁଛି ।

ଆଧାର

Tags:

ଜଗନ୍ନାଥଜଗନ୍ନାଥ ମନ୍ଦିରଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତି

🔥 Trending searches on Wiki ଓଡ଼ିଆ:

ସ୍ଥୌଲ୍ୟତାସତ୍ୟବାଦୀ ବନ ବିଦ୍ୟାଳୟହୃତ୍‌ପିଣ୍ଡମଟର ସାଇକେଲଶେର ଶାହ ସୁରୀଦାସିଆ ବାଉରୀଶ୍ରୀତମ ଦାସପୂରଣବାଚକ ସଂଖ୍ୟାବିରଜା ମନ୍ଦିରବିଶ୍ୱତାପନପିଙ୍କି ପ୍ରଧାନଏ. ପି. ଜେ. ଅବଦୁଲ କଲାମଜଗନ୍ନାଥଙ୍କ ଧୂପମହିଳା ଯୌନାଙ୍ଗ ଛେଦନହନୁମାନ ଚାଳିଶାମହାପାତ୍ର ନୀଳମଣି ସାହୁଭାରତରମାକାନ୍ତ ରଥ୨୦ ଅଗଷ୍ଟତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟବୀଣାପାଣି ମହାନ୍ତିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜହ୍ନମ୍ୟାଲେରିଆପଖାଳଗର୍ଭାଶୟ ଅନ୍ତଃସ୍ତର କର୍କଟଘରଶିବବ୍ରାଉଜରକୋଣାର୍କ ସୂର୍ଯ୍ୟ ମନ୍ଦିରପୁରୀଗୋଦର ରୋଗକାହ୍ନୁଚରଣ ମହାନ୍ତିବୈଶାଖଗୋଦାବରୀଶ ମହାପାତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆରିଷ୍ଟୋଟଲକିଶୋରୀ ଚରଣ ଦାସଜର୍ମାନୀଆନ୍ଧ୍ର ପ୍ରଦେଶନାରୀବାଦଦ୍ୱିତୀୟ ବିଶ୍ୱଯୁଦ୍ଧବେଦରାସେଶ୍ୱରୀ ପାଣିଗ୍ରାହୀଜୁନଓ ଅନ୍ଧଗଳିନରେନ୍ଦ୍ର ମୋଦୀଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଉତ୍ତମ ମହାନ୍ତିମନୋରଞ୍ଜନ ଦାସଶାସ୍ତିଗୁରୁ ପ୍ରସାଦ ମହାନ୍ତିବଳଯୌନ ଉତ୍ପୀଡ଼ନକୁତାମ ଚଣ୍ଡୀ ମନ୍ଦିରକୋଷ୍ଠକାଠିନ୍ୟଚଇତି ଘୋଡ଼ା ନାଚଧନୁ (ରାଶି)ରାଧାନାଥ ରାୟଓଡ଼ିଆ ଭ୍ରମଣ ସାହିତ୍ୟଦୀନକୃଷ୍ଣ ଦାସହୀରାକୁଦ ବନ୍ଧରାଣୀ ଲକ୍ଷ୍ମୀବାଈକୃଷ୍ଣପ୍ରସାଦ ମିଶ୍ରତୁଳସୀ ଗଛ🡆 More