କାମାକ୍ଷା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

କାମାକ୍ଷା ମନ୍ଦିର, ଆସାମର ରାଜଧାନୀ ଦିଶପୁରରୁ ୧୦ କି.ମି ଦୂର ବ୍ରହ୍ମପୁତ୍ର ନଦୀ କୂଳରେ ଗୁଆହାଟୀ ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ କାମାକ୍ଷା ପୂଜା ପାଉଛନ୍ତି । ୫୧ ଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।

କାମାକ୍ଷା ମନ୍ଦିର
କାମାକ୍ଷା ମନ୍ଦିର: ପୌରାଣିକ, ପୀଠ ଓ ପର୍ବପର୍ବାଣି, ଆଧାର
କାମାକ୍ଷା ମନ୍ଦିର, ଗୁଆହାଟୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଗୁଆହାଟୀ
Location
ସ୍ଥାନନିଲାଚଲ୍ ପର୍ବତ, ଗୁଆହାଟୀ
Stateଆସାମ
Countryଭାରତ
Architecture
TypeStone architecture
Chilarai (rebuilt)

ପୌରାଣିକ

ପୌରାଣିକ କଥାନୁଯାୟୀ ଦକ୍ଷ ଯଜ୍ଞରେ ସତୀ ଝାସ ଦେବା ପରେ ତାଙ୍କର ଶବକୁ ଧରି ଶିବ ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ ସେଥିରେ ପୃଥିବୀ ଧ୍ୱଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ତେଣୁ ସୁଦର୍ଶନ ଚକ୍ର ପ୍ରେରଣ କରି ଭଗବାନ ବିଷ୍ଣୁ ସତୀଙ୍କର ଶବକୁ ଖଣ୍ଡ ବିଖଣ୍ଡିତ କରିଦେଲେ । ସତୀଙ୍କର ଏହି ଖଣ୍ଡବିଖଣ୍ଡିତ ଅଙ୍ଗ ଯେଉଁସବୁ ସ୍ଥାନରେ ନିପତିତ ହେଲା ସେହିସବୁ ସ୍ଥାନ ଶକ୍ତି ପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହୟାଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଯୋନି ପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ୱଳା ହେବାର ବିଧି ଜଡ଼ିତ ।

ଗୁଆହାଟୀ ନଗରୀର ଅନ୍ୟ ନାମ କାମରୂପା। କାମଦେବ ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ।ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ ରତି ଦେବୀ ଶିବଙ୍କୁ ପୂଜା କରି ତାଙ୍କୁ ସନ୍ଟୁଷ୍ଟ କଲେ ଓ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ । ଶିବ ରତିଙ୍କ ପ୍ରାର୍ଥନାରେ ସନ୍ଟୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ । କାମଦେବଙ୍କ ନାମରୁ ଗୁଆହାଟୀ ନଗରର ନାମ କାମରୂପ ଭାବରେ ଖ୍ୟାତ ହେଲା ।

ପୀଠ ଓ ପର୍ବପର୍ବାଣି

କରତୋୟା ଓ ବ୍ରହ୍ମପୁତ୍ର ନଦୀର ମଧ୍ୟବର୍ତ୍ତୀ ତ୍ରିକୋଣ ଭୂମିରେ କାମରୂପର ପ୍ରଧାନ ପୀଠ ରହିଛି। ଗମ୍ଭିରା ଭିତରେ ଏହି ମହାପୀଠ ବା ଯୋନି ପୀଠ ଅବସ୍ଥିତ। ଏହି ପୀଠ ସବୁ ବେଳେ ଫୁଲରେ ଢାଙ୍କିହୋଇ ରହିଥାଏ । ଗମ୍ଭିରା ଭିତରେ ରହିଛି କାମାକ୍ଷା ମୂର୍ତ୍ତି ସିଂହାସନ, ଏହି ସିଂହାସନ ପଛରେ ଅଣ ଓସାରିଆ ଅନ୍ଧାରୁଆ ଶିଡି ଦେଇ ତଳକୁ ଗଲେ ପଡେ ଏକ ପୁଷ୍କରିଣୀ। ଏହି ପୁଷ୍କରିଣୀ ମଝିରେ ନାଲି ପାଟକନାରେ ଢାଙ୍କି ହୋଇ ରହିଥିବା ସ୍ଥାନଟି ଦେବୀଙ୍କ ଜରାୟୁ। ଏହି ଜରାୟୁ ହେଉଛି ଦେବୀଙ୍କ ଖଣ୍ଡବିଖଣ୍ଡିତ ଅଙ୍ଗ। ଏହା ପୁଷ୍କରିଣୀରେ ନିପତିତ ହୋଇଥିଲା।

କାମାକ୍ଷା ମନ୍ଦିର: ପୌରାଣିକ, ପୀଠ ଓ ପର୍ବପର୍ବାଣି, ଆଧାର 
Gathering of people at Ambubashi Mela at India's Kamakhya Temple .

ଆଷାଢ଼ ମାସ ସପ୍ତମୀ ତିଥିରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ପୁଷ୍କରିଣୀରେ । ତିନିଦିନ ଧରି ଏହି ପୁଷ୍କରିଣୀ ରକ୍ତ ବର୍ଣ୍ଣ ହୋଇ ଯାଇଥାଏ। ଏହା ଦେବୀଙ୍କ ରଜସ୍ୱଳା ହେବାର ସଙ୍କେତ ବୋଲି ବିଶ୍ୱାସ । ଏହି ତିନିଦିନ ଧରି ମୂଖ୍ୟ ମନ୍ଦିର ପହଡ଼ ପଡ଼ିଥାଏ । ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧସ୍ନାନ ହେବାପରେ ମନ୍ଦିର ଶୋଭାପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖିଛନ୍ତି। କାମାକ୍ଷା ଦେବୀଙ୍କର ନବରାତ୍ର ପାଳନ ହୁଏ । ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଦେବୀଙ୍କର ତ୍ରିଦିବସ ବ୍ୟାପୀ ପୂଜା ହୁଏ । ଏହି ତ୍ରିଦିବସରେ ପୂଜାକୁ ଆତ୍ମଭାସି ଉତ୍ସବ ବା ଅମ୍ବୁବଚି ମେଳା କୁହାଯାଏ ।

ଆଧାର

ଆହୁରି ପଢ଼ନ୍ତୁ

ବାହାର ତଥ୍ୟ

Tags:

କାମାକ୍ଷା ମନ୍ଦିର ପୌରାଣିକକାମାକ୍ଷା ମନ୍ଦିର ପୀଠ ଓ ପର୍ବପର୍ବାଣିକାମାକ୍ଷା ମନ୍ଦିର ଆଧାରକାମାକ୍ଷା ମନ୍ଦିର ଆହୁରି ପଢ଼ନ୍ତୁକାମାକ୍ଷା ମନ୍ଦିର ବାହାର ତଥ୍ୟକାମାକ୍ଷା ମନ୍ଦିରଆସାମକାମାକ୍ଷାଗୁଆହାଟୀବ୍ରହ୍ମପୁତ୍ର ନଦୀଶକ୍ତି ପୀଠ

🔥 Trending searches on Wiki ଓଡ଼ିଆ:

ଶାରଳା ପୁରସ୍କାରୟୁକ୍ରେନଭଗବତ ଗୀତାବିରଜା ମନ୍ଦିରଫେବୃଆରୀ ୨୮ମହାରାଷ୍ଟ୍ରପ୍ରତୀକ୍ଷାଜାପାନ ସାଗରଭାରତୀୟ ମହାକାଶ ଗବେଷଣା ସଂସ୍ଥାମନୋଜ କୁମାର ମିଶ୍ରବିଜ୍ଞାନଚନ୍ଦ୍ରଶେଖର ରଥଗଣନ ସଂଖ୍ୟାଖଡ଼ଗପୁରହନୁମାନ ବାଟିକାକୁତାମ ଚଣ୍ଡୀ ମନ୍ଦିରଚନ୍ଦନ ଯାତ୍ରାଭଦ୍ରକଶଙ୍କରାଚାର୍ଯ୍ୟଡାକ ମୁନସୀଧର୍ମଭଦ୍ରକ ଜିଲ୍ଲାରୋହିତ ଶର୍ମାପାଇକ ଆଖଡ଼ାଆକବରନୋବେଲ ପୁରସ୍କାରସୁନାବେଶଏ. ପି. ଜେ. ଅବଦୁଲ କଲାମଗୁରୁପ୍ରସାଦ ମହାନ୍ତିମୁମ୍ବାଇନନ୍ଦିଘୋଷବ୍ରଜନାଥ ରଥମାର୍ଚ୍ଚବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବସାର ଗରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଲଣ୍ଡନ୧୯ ମାର୍ଚ୍ଚଏମିସ ଲୋକବେଣୁଧର ରାଉତବିରଳା ମନ୍ଦିର, କୋଲକାତାଇଣ୍ଟରନେଟରାମଚନ୍ଦ୍ର ବେହେରାଅସହଯୋଗ ଆନ୍ଦୋଳନଭାରତଅଂଶୁଘାତଲସିଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦନାରୀବାଦଅଷ୍ଟ୍ରେଲିଆପାକ୍ରିଟିନିବଜଣ୍ଡିସ୍ସଚ୍ଚିଦାନନ୍ଦ ରାଉତରାୟବିଷମ କଟକଆଣ୍ଡାମାନ ସାଗରଉଦ୍ଭିଦବୈଶାଖବିଜୟ ଶଙ୍କର ଦାସବିଶ୍ୱ ଏଡ୍‌ସ ଦିବସଜ୍ଞାନପୀଠ ପୁରସ୍କାରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବ୍ୟାସଦେବଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଫୋସିନୋପ୍ରିଲଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାଇକ ବିଦ୍ରୋହରାଧାମୋହନ ଗଡ଼ନାୟକଓଡ଼ିଆ ଖବରକାଗଜ ତାଲିକାଉଦୟନାଥ ଷଡ଼ଙ୍ଗୀଲାଟିନ ଭାଷାଚାରି ଧାମ🡆 More