ସିଂହ

ସିଂହ Panthera ପ୍ରଜାତିର ଏକ ଅନ୍ୟତମ ଜୀବ ଓ Felidae ପରିବାରର ଏକ ସଦସ୍ୟ ।ବାଘ ପରେ ବଞ୍ଚି ରହିଥିବା ଏହା ୨ୟ ବୃହତ ବିଲେଇ ଜାତି । ଆଫ୍ରିକାର ଉପ-ଶାହାରା ଅଞ୍ଚଳ ଓ ଦକ୍ଷିଣ ଏସିଆ ଯାହାକି ଭାରତର ଗିର ଜାତୀୟ ଉଦ୍ଦ୍ୟାନରେ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି । କୁହାଯାଏ କି ୧୦,୦୦୦ ବର୍ଷ ପୂର୍ବେ ସିଂହ ମନୁଷ୍ୟ ପରି ବିସ୍ତାରିତ ଭାବେ ରହୁଥିଲେ । ସିଂହ ୧୦-୧୪ ବର୍ଷ ବଞ୍ଚନ୍ତି ଜଙ୍ଗଲରେ ହଁ କେତେକ ୨୦ ବର୍ଷ ମଧ୍ୟ ବଞ୍ଚନ୍ତି । ସିଂହ ଅନ୍ୟ ବିଲେଇ ବଂଶଠାରୁ ସାମାଜିକ ଜୀବନ ନିର୍ବାହ କରନ୍ତି ।

Lion
ଜୀବାଶ୍ମ କାଳ: Early Pleistocene to recent
ସିଂହ
ସିଂହ
Conservation status
ସିଂହ
Vulnerable  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Carnivora
କୁଳ: Felidae
ପ୍ରଜାତି: Panthera
ଜାତି: P. leo
ବାଇନୋମିଆଲ ନାମ
Panthera leo
(Carl Linnaeus, 1758)
ସିଂହ
Synonyms
Felis leo
Carolus Linnaeus, 1758

ଉପପ୍ରଜାତି

କେଶରୀ ଗଠନ,ଶରୀରର ଆକାର,ବାସସ୍ଥାନକୁ ନେଇ ୧୨ ପ୍ରକାର ଉପପ୍ରଜାତି ଗଠନ କରାଯାଇଅଛି । କାହିଁକି ନା ସ୍ଥାନ ଅନୁଯାଇ ଲକ୍ଷଣ ମାନକଂରେ ଭେଦଭାବ ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନରେ ୮ଟି ଉପପ୍ରଜାତିକୁ ଗ୍ରହଣ କରାଯାଉଛି ଯେପରିକି :-

୧- Persica

ଯାହାକୁ ଏସିଆର ସିଂହ କୁହାଯାଏ ବା ପାରସ୍ୟ ବା ଦକ୍ଷିଣ-ଏସିଆ ବା ଭାରତୀୟ ସିଂହ କୁହାଯାଏ । ଯାହାକି ଅତୀତ ସମୟରେ ତୁର୍କୀରୁ ଦକ୍ଷିଣ ଏସିଆ,ଭାରତ ଓ ପାକିସ୍ତାନରେ ବିସ୍ତୃତ ଥିଲେ, ଆଜି ମାତ୍ର ୪୦୦ଟି ଗିର ଜାତୀୟ ଉଦ୍ୟାନରେ ଅଛନ୍ତି ।

୨-Leo

ବର୍ବରୀ ସିଂହ ନାମରେ ଜଣାଶୁଣା,ଏମାନଙ୍କ ବାସସ୍ଥଳୀ ମୋରୋକ୍କୋରୁ ଇଜିପ୍ଟ ପର୍ଯ୍ୟନ୍ତ । ଅତ୍ୟଧିକ ଶିକାର ପାଇଁ ଏମାନଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ଯାହାକି Moroccan Royal collectionଦ୍ୱାରା ରବତ ଚିଡିଆଖାନାରେ ସଂରକ୍ଷଣ କରାଯାଇଛି । ଏହି ସିଂହ ପାଖପାଖି ଏସିଆର ସିଂହ ପରି ୩-୩.୫ ମିଟର ଲମ୍ବ ଓ ୨୦୦କିଗ୍ରାରୁ ଉର୍ଦ୍ଧ ଓଜନର ପୁରୁଷ ।

୩-Senegalensis

ପଶ୍ଚିମ ଆଫ୍ରିକା ସିଂହ ଭାବେ ଜଣା ଶୁଣା ଏମାନେ ପଶ୍ଚିମ ଆଫ୍ରିକାରେ ଦେଖାଯା’ନ୍ତି । ଏମାନଙ୍କ ବାସସ୍ଥଳୀ ସେନେଗଲରୁ ମଧ୍ୟ ଆଫ୍ରିକା ଗଣତନ୍ତ୍ର ପର୍ଯ୍ୟନ୍ତ ବିସ୍ତ୍ରୁତ ।

୪-Azandica

ଏମାନେ ଉତ୍ତର-ପୂର୍ବ କୋଙ୍ଗୋରେ ଦେଖାଯା’ନ୍ତି ।

୫-Nubica

ମାସାଇ ସିଂହ ବା ପୂର୍ବ ଆଫ୍ରିକୀୟ ସିଂହ ଭାବେ ଜଣାଶୁଣା,ଏମାନେ ପୂର୍ବ ଆଫ୍ରିକାରେ ଦେଖାଯା’ନ୍ତି । ଇଥୋପିଆ ଓ କେନିଆରୁ ତାଞ୍ଜାନିଆ ଓ ମୋଜାମ୍ବିକ ପର୍ଯ୍ୟନ୍ତ ଏମାନଙ୍କ ବାସସ୍ଥଳୀ ।

୬ –Bleyenberghi

ଦକ୍ଷିଣ-ପଶ୍ଚିମ ସିଂହ ବା କତାଙ୍ଗ ସିଂହ ନାମେ ପରିଚିତ,ଏମେନେ ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ଦେଖାଯା’ ନ୍ତି । ନାମିବିଆ,ବୋତସ୍ୱାନା,ଆଙ୍ଗୋଲା,କତାଙ୍ଗ,ଜାମ୍ବିୟା ଓ ଜିମ୍ବାୱେରେ ବସବାସ କରନ୍ତି ।

୭-Krugeri

ଦକ୍ଷିଣ-ପୂର୍ବ ଆଫ୍ରିକା ସିଂହ ବା ଟ୍ରାଂଶ୍ୱାଲ ସିଂହ ବୋଲି କୁହାଯାଏ,ଏମାନେ ଟ୍ରାଂଶ୍ୱାଲ ଅଞ୍ଚଳ (ଦକ୍ଷିଣ –ପୂର୍ବ ଆଫ୍ରିକା)ରେ ଦେଖାଯା’ନ୍ତି । କୃଗାର ଜାତୀୟ ଉଦ୍ୟାନ ସମେତ ।

୮- Melanochaita

କେପ ସିଂହ ବୋଲି କୁହାଯାଏ,୧୮୬୦ ପରେ ଏମାନେ ଜୀବିତ ନାହାନ୍ତି ଏମାନଙ୍କ DNAର ତଥ୍ୟ କହେ କି ଏମାନେ Krugeriର ଦକ୍ଷୀଣରେ ବସବାସ କରୁଥିଲେ ।

ବିଶେଷତା

ସିଂହମାନଙ୍କ ଭିତରେ ଲିଙ୍ଗଭେଦ ଯଥେଷ୍ଟ ପରିଲକ୍ଷିତ ହୁଏ ଯେପରିକି ପୁରୁଷ ସିଂହର ମୁଣ୍ଡରୁ କାନ୍ଧ ଚାରିପାଖେ ଗହଳିଆ ଓ ଲମ୍ବା କେଶ ଥାଏ ପରନ୍ତୁ ସ୍ତ୍ରୀ ସିଂହ ପାଖେ ସେପରି କୌଣସି କେଶ ଦେଖା ଯାଏ ନାହିଁ ।

ସିଂହମାନଙ୍କ ଶରୀରର ଈଷତ ଗେରୁଆ,ଈଷତ ହଳଦୀ,ମାଟିଆ ଓ କିଞ୍ଚିତ ଲାଲ ରଙ୍ଗର ହୋଇଥାଏ । ଶରୀରର ନିମ୍ନ ଭାଗ ଅପେକ୍ଷାକୃତ କମ ରଙ୍ଗ ଥାଏ ଓ ଲାଞ୍ଜର ଶେଷଭାଗ କଳା ହୋଇଥାଏ । ସିଂହର ଶାବକମାନଙ୍କ ଦେହରେ କଳା କଳା ଚିହ୍ନ ଥାଏ ଯାହାକି ବୟସ ବଢିବା ସହ ଆସ୍ତେ ଆସ୍ତେ କ୍ଷୀଣ ହେବାରେ ଲାଗେ । ଜନ୍ମ ସମୟରେ ଶାବକମାନେ ଏକା ପରି ଦେଖା ଯା’ନ୍ତି ଅର୍ଥାତ କୌଣସି କେଶରୀ ନଥାଏ ତ ସେମାନଙ୍କ ମଧ୍ୟରେ କିଏ ପୁରୁଷ ଓ କିଏ ସ୍ତ୍ରୀ ସ୍ପଷ୍ଟ କରିବା ବ୍ୟାଘାତ ହୁଏ,ଜନ୍ମର ପ୍ରାୟ ୫-୬ ମାସ ପରେ ପୁରୁଷ ଶାବକର କେଶରୀ ବାହାରିବା ଆରମ୍ଭ ହୁଏ ଓ ୭ ମାସ ମଧ୍ୟରେ ଏହା ସ୍ପଷ୍ଟ ଜଣାପଡେ । ସିଂହମାନଙ୍କ ଓଜନ ଓ ଲମ୍ବର ବିବିଧତା ବାସସ୍ଥାନ ଅନୁଯାଇ ହୋଇଥାଏ ଯେପରିକି କାଲାହାରି,ରୋଢେସିଆ,କ୍ରୁଗେର ପାର୍କ ପୁରୁଷ ସିଂହର ୧୮୯.୬ କିଗ୍ରା ଓ ସ୍ତ୍ରୀ ସିଂହର ଓଜନ ୧୨୬.୯ କିଗ୍ରା ହୋଇଥିବା ବେଳେ ପୂର୍ବ ଆଫ୍ରିକାର ପୁରୁଷ ସିଂହ ୧୭୪.୯ କିଗ୍ରା ଓ ସ୍ତ୍ରୀ ସିଂହ ୧୧୯.୫ କିଗ୍ରା ହୋଇଥାଏ । ତଥ୍ୟରୁ ଜଣାପଡେ ପୁରୁଷ ସିଂହର ଶରୀରର ୧୭୦-୨୫୦ ସେମି ଓ ଲାଞ୍ଜ ୯୦-୧୦୫ ସେମି ସେମିତି ସ୍ତ୍ରୀ ସିଂହର ଲମ୍ବ ୧୪୦-୧୭୫ ସେମି ଓ ଲାଞ୍ଜ ୭୦-୧୦୦ ସେମି ହୋଇଥାଏ ।

ବ୍ୟବହାର ଓ ଜୀବନ ଶୈଳୀ

ସିଂହମାନଙ୍କ ଅଧିକାଂଶ ସମୟ ବିଶ୍ରାମ ନେବାରେ ଅତିବାହିତ କରିଥା’ନ୍ତି ପାଖାପାଖି ୨୦ ଘଣ୍ଟା ଦିନକରେ ଏତଦବ୍ୟତୀତ ଏମାନେ ସବୁ ସମୟରେ ସକ୍ରିୟ ଥାଆନ୍ତି । ରାତି ହେଉ ବା ଦିନ ଯେତେବେଳେ ଚାହାନ୍ତି ଶିକାର କରନ୍ତି ଓ ୨ଘଣ୍ଟା ପ୍ରତିଦିନ ଚାଲନ୍ତି ୫୦ ମିନିଟ ଖାଇବାରେ ଅତିବାହିତ କରନ୍ତି । ସିଂହମାନେ ଦଳବନ୍ଧ କରି ରହନ୍ତି ମୁଖ୍ୟତଃ ସିଂହୀମାନେ ଗୋଟିଏ ଦଳରେ ୧-୨ଟି ପୁରୁଷ ଥାଆନ୍ତି ତା ସହ ଶାବକମାନେ ବି ଥାଆନ୍ତି ଏମାନଙ୍କ ସଂଖ୍ୟା ୩୦ଟି ପର୍ଯ୍ୟନ୍ତ ହୋଇପାରେ,ପ୍ରାୟ ୫-୬ ସିଂହୀ ଗୋଟିଏ ଦଳରେ ରହିବାରେ ଦେଖାଯାଇଛି । । ଅଧିକାଂଶ ଶିକାର ସିଂହୀମାନେ କରନ୍ତି ଓ ଏମାନେ ଦଳ କରି ଶିକାର କରନ୍ତି,ପୁରୁଷମାନେ ଶିକାର କମକରନ୍ତି କାରଣ ଓଜନ ଶରୀର ଓ ଲମ୍ବା କେଶରୀ ଏମାନଙ୍କ ପାଇଁ ଶିକାରରେ ବାଧା ସୃଷ୍ଟି କରନ୍ତି । ସିଂହୀମାନେ ଯେବେ ଶିକାର ଗସ୍ତରେ ଯାନ୍ତି ପୁରୁଷ ଶାବକ ଓ ନିଜ ଅଞ୍ଚଳର ରକ୍ଷଣ ବେକ୍ଷଣ କରେ ।ସିଂହମାନଙ୍କ ଶିକାର ଆକାର ମାଧ୍ୟମ ଧରଣ ଯେପରିକି ବାଇଲ୍ଡେବିଷ୍ଟ,ଜେବ୍ରା ,ମଇଁଷି,ନୀଳଗାଈ,ହରିଣ ଓ ବାରହା ଇତ୍ୟାଦି । ସିଂହ ଶିକାରଠାରୁ ୩୦ ମିଟରରୁ କମ ଦୂରତା ନହେବା ପର୍ଯ୍ୟନ୍ତ ଆକ୍ରମଣ କରେନାହିଁ କାରଣ ଅତ୍ୟଧିକ ଦୂରତା ଦୌଡିବାରେ ଏମାନେ ସକ୍ଷମ ନୁହନ୍ତି । ଗୋଟିଏ ସିଂହୀ ୫ କିଗ୍ରା ପର୍ଯ୍ୟନ୍ତ ମାଂସ ଗୋଟିଏ ଦିନରେ ଓ ଗୋଟିଏ ସିଂହ ପ୍ରାୟ ୭କିଗ୍ରା ମାଂସ ଗୋଟିଏ ଦିନରେ ଖାଇଥାଏ । ସିଂହୀମାନେ ଏକତ୍ର ଶିକାର କରନ୍ତି ଓ ଶିକାରକୁ ମିଳିମିଶି ଗ୍ରହଣ କରନ୍ତି କିନ୍ତୁ ସିଂହ ଯେବେ ଶିକାର କରେ କମ ପରିମାଣରେ ଦେଖା ଯାଇଛି ଯେ ଶିକାରକୁ ବାଣ୍ଟି ଖାଇବାରେ ।

ପ୍ରଜନନ

୪ବର୍ଷ ବୟସ ପରେ ସିଂହ ପ୍ରଜନନକ୍ଷମ ହୋଇଥାଏ,ସିଂହୀ ଯେବେ ଗର୍ଭଧାରଣ ପାଇଁ ଇଚ୍ଛାକରେ ତ ସେତେବେଳେ ସେ ଏକାଧିକ ସିଂହମାନଙ୍କ ସହ ମିଳନ କରେ । ସିଂହୀର ଗର୍ଭଧାରଣ ସମୟ ୧୧୦ ଦିନ ହୋଇଥାଏ ଓ ୧-୪ଟି ପର୍ଯ୍ୟନ୍ତ ଶାବକ ଜନ୍ମଦିଏ । ଶାବକମାନଙ୍କୁ ନିଜ ଦଳଠାରୁ ଦୂରରେ କୌଣସି ଗୁମ୍ଫା ବା ଅନ୍ୟାନ୍ୟ ସୁରକ୍ଷିତ ଜାଗାରେ ଜନ୍ମ ଦିଏ । ଜନ୍ମିତ ଶାବକଗୁଡ଼ିକ ଆଖି ବନ୍ଦ ଥାଏ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଓ ଏମାନଙ୍କ ଓଜନ ୧.୨-୨ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ । ତିନି ସପ୍ତାହ ପର୍ଯ୍ୟନ୍ତ ଏମାନେ ଅକ୍ଷମ ଥାଆନ୍ତି ଏମାନଙ୍କ ମାଁ ଏମାନଙ୍କ ଗର୍ଦନରୁ ଧରି ସ୍ଥାନ ପରିବର୍ତ୍ତନ କରାଉଥାଏ,ସ୍ଥାନ ପରିବର୍ତ୍ତନର ମୁଖ୍ୟ କାରଣ ଏମାନଙ୍କୁ ବାହ୍ୟ ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେବା । ଶାବକମାନେ ୬-୮ ସପ୍ତାହର ହୋଇଯିବା ପରେ ସିଂହୀ ସେମାନଙ୍କୁ ନେଇ ଦଳରେ ସାମିଲ ହେଇଯାଏ । ଯଦି ଦଳରେ ଏକ ସମୟରେ ୨ଜଣ ସିଂହୀ ମାଁ ହୁଅନ୍ତି ତ ସେମାନେ ପରସ୍ପରକୁ ସହାୟତା କରନ୍ତି ।

ସାମାଜିକତା

ସିଂହ ଦଳର ପୁରୁଷ ସିଂହ ରୋଗିଣା ବା ଆଘାତ ପ୍ରାପ୍ତ ହେଲେ ତ ଅନ୍ୟ ସିଂହ ସେଇ ଦଳକୁ ଅକ୍ତିଆର ପାଇଁ ମୁକାବିଲା କରେ ଯଦି ସମ୍ପୃକ୍ତ ସିଂହ ବିଜୟ ଲାଭ କରେ ତ ଦଳର ମୁଖ୍ୟ ବୋଲି ବିବେଚିତ ହୁଏ । ଏହି ଲଢେଇ କେବେ କେବେ ଏତେ ଭୀଷଣ ହେଇଯାଏ ଯେ କାହାର ନା କାହାର ପ୍ରାଣ ହାନି ହୁଏ । କେତେକ କ୍ଷେତ୍ରରେ ସିଂହଠାରୁ ବିଜୟ କରି ମଧ୍ୟ ଦଳ ସହ ଯୋଡି ହେବା କଠିନ ହେଇଯାଏ କାରଣ ବିଜୟୀ ସିଂହ ନିଜ ପ୍ରତିଷ୍ଠାତା ପାଇଁ ଦଳର କନିଷ୍ଠ ସିଂହମାନଙ୍କୁ ଘଉଡାଇ ଦିଏ ବା ହତ୍ୟା କରିଦିଏ । ଯଦି ସେ ଦଳର ସିଂହୀମାନେ ଏହାକୁ ସହ୍ୟ ନକରିପାରନ୍ତି ତ ସେମାନେ ଏହାର ମୁକାବିଲା କରନ୍ତି । ଯଦି ସିଂହୀମାନେ ମିଳିମିଶି ସିଂହକୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହକୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ ପ୍ରଭୁତ୍ୱ ବଜାୟ ରଖେ । ମନୁଷ୍ୟ ଓ ସିଂହ :- ସିଂହକୁ ପୁରାତନ ଯୁଗରୁ ମାନବିୟତା ଓ ପରାକ୍ରମର ଚିହ୍ନ ରୂପେ ପରିଗଣିତ କରାଯାଉଅଛି । ସନାତନ ଧର୍ମରେ ବିଷ୍ଣୁ ହିରଣ୍ୟକଶିପୂ ନାମକ ରାକ୍ଷସକୁ ବଧ କରିବାପାଇଁ ନରସିଂହ ଅବତାର ନେଇଥିଲେ ଏବଂ ମାଁ ଦୁର୍ଗାଙ୍କ ବାହନ ମଧ୍ୟ ସିଂହ ସେ ସିଂହ ଉପରେ ବସି ମହିଂଶାସୁରର ବଧ କରିଥିଲେ । ଭାରତର ଅଶୋକ ସ୍ତମ୍ଭରେ 3ଟି ସିଂହମାନଙ୍କ ପ୍ରତିମୁର୍ତୀ ରହିଛି ।ଶୀଖ ଧର୍ମାଲବମ୍ବୀମାନଙ୍କ ଶୀର୍ଷକ “ସିଂହ” ଗୁରୁଗୋବିନ୍ଦ ସିଂହଙ୍କଦ୍ୱାରା ସ୍ୱୀକାରୋକ୍ତି କରାଯାଇଥିଲା । ଶ୍ରୀଲଙ୍କାବାସୀଙ୍କୁ ସିଂହଳୀ କୁହାଯାଏ ଯାହାର ଅର୍ଥ ମନୁଷ୍ୟ ଯାହା ଶରୀରେ ସିଂହରକ୍ତ ପ୍ରବାହିତ କରେ ଏତଦ୍ୱ୍ୟତୀତ ସେମାନଙ୍କ ଜାତୀୟ ପତାକା ଚିହ୍ନ ମଧ୍ୟ ସିଂହ । ସିଙ୍ଗାପୁରର ନାମ ମାଳୟ ଭାଷା ଅନୁଯାଇ ନାମିତ ହୋଇଛି ଏହାର ଅର୍ଥ ସିମହା ପୁର ବା ସିଂହପୁର ଏତଦବ୍ୟତୀତ ରୋମ,ଗ୍ରୀକ,ଚୀନ,ସୁଡାନ ଓ ଇଜିପ୍ଟ ପରି ଦେଶମାନଙ୍କରେ ଅନେକ କିମ୍ବଦନ୍ତୀ ଓ କ୍ରୀର୍ତିମାନ ରହିଛି ସିଂହ ନାମରେ ।

ଆଧାର

Tags:

ସିଂହ ଉପପ୍ରଜାତିସିଂହ ବିଶେଷତାସିଂହ ବ୍ୟବହାର ଓ ଜୀବନ ଶୈଳୀସିଂହ ପ୍ରଜନନସିଂହ ସାମାଜିକତାସିଂହ ଆଧାରସିଂହ

🔥 Trending searches on Wiki ଓଡ଼ିଆ:

ହିମାଳୟଉପେନ୍ଦ୍ର କିଶୋର ଦାସଓଡ଼ିଶାର ସାଂସଦ ମାନଙ୍କର ତାଲିକାସ୍ୱାଧୀନତାଖଣ୍ଡଗିରି ମେଳାଫାଇଲେରିଆଅଂଶୁଘାତକେବେ ତମେ ନାହଁ କେବେ ମୁଁ ନାହିଁପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଶାର ଲୋକକଳାପଞ୍ଚସଖାମହାପାତ୍ର ନୀଳମଣି ସାହୁଓଡ଼ିଆ କାବ୍ୟ କବିତାଜାପାନଶାନ୍ତନୁ କୁମାର ଆଚାର୍ଯ୍ୟବର୍ଷା ପ୍ରିୟଦର୍ଶିନୀଓଡ଼ିଶାର ପର୍ବପର୍ବାଣିବିଜୟ ମିଶ୍ରଏମିତି ଭାଇ ଜଗତେ ନାହିଁଭଗବତୀ ଚରଣ ପାଣିଗ୍ରାହୀପକ୍ଷମୁକ୍ତ ମଣ୍ଡପନମ୍ରତା ଦାସବିଭୁ କିଶୋରଶ୍ରୀକ୍ଷେତ୍ର ଦେବାଦେବୀଦ୍ରୌପଦୀ ମୁର୍ମୁକୋରାପୁଟକାନ୍ଦଣା ଗୀତଚିତ୍ତରଞ୍ଜନ ଦାସମନମୋହନ ସାମଲଅମଲା ଅକ୍କିନେନିଜ୍ଞାନକୋଷକଳିଙ୍ଗ ଯୁଦ୍ଧଆଶୁତୋଷ ପରିଡ଼ାଧନିଷ୍ଠା (ନକ୍ଷତ୍ର)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭୂମିକମ୍ପଉଇକିପାଠାଗାରପଞ୍ଚାୟତ ରାଜଭାରତର ସଂସ୍କୃତିପୃଥିବୀଶିବଖାରବେଳ୩୧ ଡିସେମ୍ବରପଖାଳସୀସା୧୯୬୧ର ଓଡ଼ିଆ କଥାଚିତ୍ରଜାତୀୟ ସଂସଦ (ଜାପାନ)ବେଲାଋଷରାଧାନାଥ ରାୟଭଗବାନ କହଁରରାମଚନ୍ଦ୍ର ମିଶ୍ରଆଷ୍ଟାଟାଇନମଧୁମେହଚକ୍ରଧର ବେହେରାଡଙ୍ଗାସୀତାକାନ୍ତ ମହାପାତ୍ରଅସହଯୋଗ ଆନ୍ଦୋଳନ୨୮ ଜୁଲାଇବ୍ୟଞ୍ଜନ ବର୍ଣ୍ଣସଫ୍ଟୱେରବିରିନିତ୍ୟାନନ୍ଦ ମହାପାତ୍ରବୃହସ୍ପତିସୁକାନ୍ତ କୁମାର ନାୟକଜଗନ୍ନାଥ ମନ୍ଦିର, କୋରାପୁଟବିଶ୍ୱତାପନବଳଦଶାବତାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳତାରାତାରିଣୀ ମନ୍ଦିରଯୁକ୍ତରାଜ୍ୟ🡆 More