ଫୋଲିକ ଏସିଡ

ଫୋଲିକ ଏସିଡ (ଇଂରାଜୀ ଭାଷାରେ Folic acid, ବା ଫୋଲେଟ/folate ଏକ ପ୍ରକାର ଭିଟାମିନ ଯାହା ଜୀବସାର ଖ (ଭିଟାମିନ ବି) ଦଳର ସଦସ୍ୟ । ଗର୍ଭାବସ୍ଥାରେ ନିଉରାଲ ଟ୍ୟୁବ ତୃଟି (neural tube defects ବା ଏନଟିଡି/NTDs) ପ୍ରତିରୋଧ ନିମନ୍ତେ ଏହାକୁ ଏକ ଖାଦ୍ୟ ପରିପୂରକ (supplement) ଭାବରେ ଦିଆଯାଏ । ଫୋଲିକ ଏସିଡ ଅଭାବ (folic acid deficiency) ଜନିତ ଆନିମିଆ ରୋଗର ଚିକିତ୍ସାରେ ଏହା ବ୍ୟବ‌ହାର କରାଯାଏ । ପଚାଶରୁ ଅଧିକ ଦେଶରେ ଜନସଂଖ୍ୟାରେ ଏନଟିଡି ହାର କମେଇବା ନିମନ୍ତେ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶେଇ ଖାଦ୍ୟ ଦୁର୍ଗୀକରଣ (fortification of certain foods) କରାଯାଏ । ହୃତ୍‌ପିଣ୍ଡ ରୋଗମାନଙ୍କର (heart disease) ଚିକିତ୍ସା ବା ପ୍ରତିଷେଧରେ ଏହା ବ୍ୟବ‌ହାର ଉପ‌ଯୋଗୀ ନ ଥିବା ଜଣାଯାଇଛି । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।

ଫୋଲିକ ଏସିଡ
Skeletal formula
Folic acid as a yellow-orange crystalline powder
Clinical data
Pronunciationfoe' lik
SynonymsN-(4-{[(2-amino-4-oxo-1,4-dihydropteridin-6-yl)methyl]amino}benzoyl)-L-glutamic acid, pteroyl-L-glutamic acid, vitamin B9, vitamin Bc, vitamin M, folacin, pteroyl-L-glutamate
AHFS/Drugs.commonograph
MedlinePlusa682591
Pregnancy
category
  • US: A (No risk in human studies)
Routes of
administration
By mouth, IM, IV, sub-Q
ATC code
Legal status
Legal status
  • US: OTC
Pharmacokinetic data
Bioavailability50–100%
MetabolismLiver
ExcretionUrine
Identifiers
IUPAC name
  • (2S)-2-[[4-[(2-Amino-4-oxo-1H-pteridin-6-yl)methylamino]benzoyl]amino]pentanedioic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.381 Edit this at Wikidata
Chemical and physical data
FormulaC19H19N7O6
Molar mass୪୪୧.୪0 g·mol−1
3D model (JSmol)
Melting point250 °C (482 °F) (decomposition)
Solubility in water1.6 mg/L (25 °C) mg/mL (20 °C)
SMILES
  • O=C(N[C@H](C(O)=O)CCC(O)=O)C1=CC=C(NCC2=NC(C(NC(N)=N3)=O)=C3N=C2)C=C1
InChI
  • InChI=1S/C19H19N7O6/c20-19-25-15-14(17(30)26-19)23-11(8-22-15)7-21-10-3-1-9(2-4-10)16(29)24-12(18(31)32)5-6-13(27)28/h1-4,8,12,21H,5-7H2,(H,24,29)(H,27,28)(H,31,32)(H3,20,22,25,26,30)/t12-/m0/s1
  • Key:OVBPIULPVIDEAO-LBPRGKRZSA-N

ଏହାର କୌଣସି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଅଧିକ ମାତ୍ରାର ଫୋଲିକ ଏସିଡ ଅନେକ ଦିନ ଧରି ଖାଇଲେ ଚିନ୍ତାର ବିଷୟ କି ନୁହେଁ, ଜଣା ନାହିଁ । ଏହାଦ୍ୱାରା ଖାଦ୍ୟସାର ବି୧୨ ଅଭାବ (vitamin B12 deficiency) ଲୁଚିଯାଇପାରେ, ଏହାହିଁ ଚିନ୍ତା କରାଯାଇଛି । ଫୋଲେଟ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଡିଏନଏ (DNA), ଆରଏନଏ (RNA) ତିଆରିରେ ସାହାଯ୍ୟ କରେ ଓ କୋଷ ବିଭାଜନରେ (cell division) ଆବଶ୍ୟକ ହେଉଥିବା ଆମିନୋ ଏସିଡକୁ (amino acids) ଚ‌ୟାପଚ‌ୟ ବା ମେଟାବୋଲାଇଜ କରେ । ମଣିଷ ଦେହରେ ଫୋଲେଟ ତିଆରି ହୁଏ ନାହିଁ, ତେଣୁ ଖାଦ୍ୟରୁ ମିଳିବା ଆବଶ୍ୟକ ହୁଏ ।

ଯଥେଷ୍ଟ ଫୋଲେଟ ନ ମିଳିଲେ ଫେଲେଟ ଅଭାବ (folate deficiency) ପରିଲକ୍ଷିତ ହୁଏ । ଏହା ଫଳରେ ଲୋହିତ ରକ୍ତ କଣିକା ଆକାର ବଡ଼ ହୁଏ କିନ୍ତୁ ସଂଖ୍ୟା କମିଯାଏ ଯାହାକୁ ମେଗାଲୋବ୍ଲାସ୍ଟିକ ଆନିମିଆ (low numbers of large red blood cells) କୁହାଯାଏ । ଏଥିରେ ଥକ୍କା (feeling tired) ଲାଗେ, ପାଲପିଟେସନ (heart palpitations) ହୁଏ, ଛୋଟ ଶ୍ୱାସକ୍ରିୟ (shortness of breath) ହୁଏ, ଜିଭରେ ଘାଆ ହୁଏ, ଚମ ଓ ଲୋମର ରଙ୍ଗ ବଦଳିଯାଏ । ଗର୍ଭାବସ୍ଥାର ପ୍ରଥମ ଭାଗରେ ଫୋଲେଟ ଅଭାବ ହେଲେ ଅଧାରୁ ଅଧିକ ଶିଶୁଙ୍କର ନିଉରାଲ ଟ୍ୟୁବ ତୃଟି ପରଲକ୍ଷିତ ହୁଏ । ଖାଦ୍ୟ ଅଭାବରେ ଶିଶୁଙ୍କର ଏକ ମାସ ମଧ୍ୟରେ ଫୋଲେଟ ଅଭାବ ଲକ୍ଷଣ ଦେଖାଯାଏ । ବୟଃପ୍ରାପ୍ତ ଲୋକଙ୍କ ଦେହରେ ସମୁଦାୟ ଫୋଲେଟ ୧୦,୦୦୦–୩୦,୦୦୦ ମାଇକ୍ରୋଗ୍ରାମ (µg) ରହେ ଓ ରକ୍ତରେ ୭ ଏନମୋଲ/ଲି (3ng/mL) ଥାଏ ।

ସନ ୧୯୩୧ରୁ ୧୯୪୩ ମଧ୍ୟରେ ଫୋଲିକ ଏସିଡ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୁଲ୍ୟ ବିକାଶଶୀଳ ଦେଶମାନଙ୍କରେ ୦.୦୦୧ରୁ ୦.୦୦୫ ଆମେରିକୀୟ ଡଲାର ଥିଲା । ଫୋଲିକ ଶବ୍ଦଟି ଲାଟିନ ଶବ୍ଦ ଫୋଲିଅମରୁ (folium) ନିଆଯାଇଛି ଯାହାର ଅର୍ଥ ପତ୍ର । ଗାଢ଼ ସବୁଜ ପତ୍ର ଥିବା ପରିବା ଓ କଲିଜାରେ ପ୍ରାକୃତିକ ଭାବରେ ଫୋଲେଟ ଥାଏ ।

ଆଧାର

Tags:

en:Dietary supplementen:Food fortificationen:cardiovascular diseaseen:folic acid deficiencyen:neural tube defectsଆନିମିଆଗର୍ଭାବସ୍ଥାଜୀବସାର ଖ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସରକାରବାମାଚରଣ ମିତ୍ରବଳରାମ ଦାସପୁରୀ ଜିଲ୍ଲାଆଖୁସିନ୍ଧୁ ନଦୀନଟବର ସାମନ୍ତରାୟଭାରତ ସରକାରତପସ୍ୱିନୀc3bn4ଶତ୍ରୁଘ୍ନ ପାଣ୍ଡବରାମଫାଇଲେରିଆଓଡ଼ିଶୀ ସଙ୍ଗୀତଶେର ଶାହ ସୁରୀହାଡ଼ଫୁଟି୧୮ ଅକ୍ଟୋବରଦାସକାଠିଆଫସ୍‌ଫରସପ୍ରବୀଣ ଚନ୍ଦ୍ର ଭଞ୍ଜଦେଓନୟାଗଡ଼ ଜିଲ୍ଲାମହୁତାରିଣୀ ମନ୍ଦିର, ଘଟଗାଁଓଡ଼ିଶାର କଳାଜହ୍ନଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ନାୟକଓଡ଼ିଶା ପ୍ରିମିଅର ଲିଗଭୂଗୋଳଗୌରୀଶଙ୍କର ରାୟସତୀ ଅନୁସୂୟାଭୃସଙ୍ଗ ଗଛଥାଲକୁଡ଼ିଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରସମର ସଲିମ ସାଇମନଗର୍ଭାଶୟ କର୍କଟ୭ (ସଂଖ୍ୟା)ତରୁଣକାନ୍ତି ମିଶ୍ରଚିଲିକା (କବିତା)ପାପୁଆ ନିଉ ଗିନିଅଗ୍ନ୍ୟାଶୟ ଅକ୍ଷମତାଭୀମ ପୃଷ୍ଟିବେଦପ୍ରତିଭା ରାୟଚବିଶ ଗୁରୁବିନୋଦ ଚନ୍ଦ୍ର ନାୟକମୌଳିକ ସଂଖ୍ୟାସୂର୍ଯ୍ୟବଂଶୀ ସୂରଜଓ ଅନ୍ଧଗଳିଜଣ୍ଡିସ୍ତାଳଧ୍ୱଜମଇ ଦିବସଅଣ୍ଡା ରୋଲଚିନ୍ତାମଣି ବେହେରାଭକ୍ତ ଚରଣ ଦାସ (ରାଜନେତା)ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦର ରୋଗଫତୁରାନନ୍ଦମନୋରଞ୍ଜନ ଦାସଗୋପାଳ କୃଷ୍ଣ ରଥଚାଣକ୍ୟଓଡ଼ିଆ କବି ମାନଙ୍କର ତାଲିକାଗୌତମ ବୁଦ୍ଧବିରାଟ କୋହଲୀମହାରାଷ୍ଟ୍ରଦାମୋଦର ରାଉତବିଶ୍ୱ ମ୍ୟାଲେରିଆ ଦିବସଧର୍ମେନ୍ଦ୍ର ପ୍ରଧାନ୨୧ମାସଜଗନ୍ନାଥଙ୍କ ଧୂପବିଭୂତି ପଟ୍ଟନାୟକସିଦ୍ଧାନ୍ତ ମହାପାତ୍ର🡆 More