ଜନ୍ମଗତ ହୃତ୍‌ପିଣ୍ଡ ତୃଟି

ଜନ୍ମଗତ ହୃତ୍‌ପିଣ୍ଡ ତୃଟି (ସିଏଚଡି) ଜନ୍ମଗତ ହୃତ୍‌ପିଣ୍ଡ ବା ଜନ୍ମଗତ ହୃତ୍‌ପିଣ୍ଡ ରୋଗ ହୃତ୍‌ପିଣ୍ଡ ସଂରଚନା ସମସ୍ୟା ଯାହା ଜନ୍ମରୁ ଥାଏ । ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ଲକ୍ଷଣ ନିର୍ଭର କରେ । ଲକ୍ଷଣହୀନରୁ ଜୀବନ ସଂଶୟକାରୀ ଲକ୍ଷଣ ଦେଖାଯାଇପାରେ । ଏହି ରୋଗ ଥିଲେ ଦୃତ ଶ୍ୱାସକ୍ରିୟା, ନୀଳଚର୍ମ, ସ୍ୱଳ୍ପ ଓଜନ ବୃଦ୍ଧି ଓ ଥକ୍କାଣ ଲକ୍ଷଣ ଦେଖାଯାଏ । ଏହି ରୋଗରେ ଛାତି ଯନ୍ତ୍ରଣା ହୁଏ ନାହିଁ । ଅନ୍ୟ କୌଣସି ରୋଗ ନ ଥାଇ ମଧ୍ୟ ଏହି ତୃଟି ଥାଇପାରେ । ଏହାର ଜଟିଳତା ମଧ୍ୟରେ ହୃଦ୍‌ପାତ ମୂଖ୍ୟ ।

ଜନ୍ମଗତ ହୃତ୍‌ପିଣ୍ଡ ତୃଟି
ଜନ୍ମଗତ ହୃତ୍‌ପିଣ୍ଡ ତୃଟି
ହୃତପିଣ୍ଡର ସାଧାରଣ ଗଠନ (ବାମ), ତୁଳନାତ୍ମକ ଭାବରେ ଦୁଇଟି ସ୍ଥାନରେ ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ(ଡାହାଣ) ଦେଖାଯାଉଛି ଯାହା ସର୍ବାଧିକ ଦେଖାଯାଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦Q20.-Q26.
ଆଇସିଡ଼ି-୯-ସିଏମ୍745-747
ରୋଗ ଡାଟାବେସ17017
ମେଡ଼ିସିନ-ପ୍ଲସ001114
MeSHD006330

ଜନ୍ମଗତ ହୃତ୍‌ପିଣ୍ଡ ତୃଟିର କାରଣ ଅଜ୍ଞାତ । କେତେକ ରୋଗର କାରଣ  :- ଗର୍ଭାବସ୍ଥାରେ ସଂକ୍ରମଣ ଯଥା ରୁବେଲା, କେତେକ ଔଷଧ ଯେପରିକି ଆଲକୋହୋଲ ବା ଟୋବାକୋ, ପିତାମାତା ପରଷ୍ପରର ସମ୍ପର୍କୀୟ ହୋଇଥିଲେ, ପୋଷକ ତ‌ତ୍ତ୍ୱର ଅଭାବ ବା ମୋଟାପା । ପିତାମାତାଙ୍କ ମଧ୍ୟରୁ ଜଣକର ହୃତ୍‌ପିଣ୍ଡ ତୃଟି ଥିଲେ ରୋଗ ସଙ୍କଟ ରହେ । ହୃତ୍‌ପିଣ୍ଡ ତୃଟି ସ‌ହିତ କେତେକ ଜେନେଟିକ ରୋଗ ଯେପରିକି ଡାଉନ ସିଣ୍ଡ୍ରୋମ, ଟର୍ନର ସିଣ୍ଡ୍ରୋମ ମାର୍ଫାନ ସିଣ୍ଡ୍ରୋମ ଇତ୍ୟାଦି ଜଡ଼ିତ ଥାଆନ୍ତି । ଶିଶୁର ନୀଳ ରଙ୍ଗରେ ପରବର୍ତ୍ତିତ ହେବାର କ୍ଷମତା ଅନୁସାରେ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଦୁଇ ଭାଗରେ ବିଭକ୍ତ କରାଯାଏ: ସ୍ୟାନୋଟିକ ହୃତ୍‌ପିଣ୍ଡ ତୃଟି ଓ ନନ୍ ସ୍ୟାନୋଟିକ ହୃତ୍‌ପିଣ୍ଡ ତୃଟି । ହୃତ୍‌ପିଣ୍ଡ ଅଭ୍ୟନ୍ତରସ୍ଥ କାନ୍ଥ, ଭଲଭ୍ ବା ହୃତ୍‌ପିଣ୍ଡକୁ ବା ହୃତ୍‌ପିଣ୍ଡରୁ ଯାଉଥିବା ବଡ଼ ରକ୍ତନଳୀରେ ତୃଟି ଥାଇପାରେ ।

କେତେକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ପ୍ରତିରୋଧ କରାଯାଇପାରେ ଯେପରିକି ରୁବେଲା ଟିକାକରଣଦ୍ୱାରା, ଲୁଣରେ ଆୟୋଡିନ ମିଶେଇ ଓ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶ୍ରତ କରି । କେତେକ ତୃଟିର ଚିକିତ୍ସା ଆବଶ୍ୟକ ହୁଏନାହିଁ । ଅନ୍ୟ କେତେକ ତୃଟି କାଥେଟର ପ୍ରକ୍ରିୟା ବା ହୃତ୍‌ପିଣ୍ଡ ଅପରେଶନ କରି ଚିକିତ୍ସା କରାଯାଏ । ବେଳେବେଳେ ଏକାଧିକ ଅପରେଶନ ଆବଶ୍ୟକ ହୁଏ । ବେଳେବେଳେ ହୃତ୍‌ପିଣ୍ଡ ପ୍ରତିରୋପଣ ଆବଶ୍ୟକ ହୁଏ । ସମୁଚିତ ଚିକିତ୍ସା କଲେ ଜଟିଳ ସମସ୍ୟା ଥାଇ ମଧ୍ୟ ଫଳାଫଳ ଉତ୍ତମ ହୁଏ ।

ଜନ୍ମଗତ ତୃଟି ସମୂହ ମଧରେ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ସବୁଠାରୁ ସାଧାରଣ । ସାରା ପୃଥିବୀରେ ସନ ୨୦୧୩ରେ ୩୪.୩ ନିୟୁତ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ରୋଗୀ ଥିଲେ । ରୋଗ ନିର୍ଣ୍ଣୟ ପଦ୍ଧତି ଅନୁସାରେ ପ୍ରତି ଏକ ହଜାରରେ ୪ରୁ ୭୫ ଏହି ତୃଟି ଦେଖାଯାଏ । ଏକ ହଜାରରେ ୬ରୁ ୯ ରୋଗୀ ମଧ୍ୟମରୁ ଗମ୍ଭୀର ସମସ୍ୟା ସୃଷ୍ଟି କରନ୍ତି । ଜନ୍ମ ତୃଟି ସମ୍ପର୍କୀୟ ମୃତ୍ୟ ସଂଖାରେ ସର୍ବାଧିକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି କାରଣ ଯୋଗୁ ହୁଏ । ସନ ୧୯୯୦ରେ ଏହି ରୋଗ ଯୋଗୁ ୩୬୬,000 ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା କମିଯାଇ ୩୨୩,000 ମୃତ୍ୟୁ ହୋଇଥିଲା ।

ଆଧାର

Tags:

ହୃତ୍‌ପିଣ୍ଡହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧମହାପାତ୍ର ନୀଳମଣି ସାହୁଅପ୍ରେଲଅଶୋକାଷ୍ଟମୀତାରାତାରିଣୀ ମନ୍ଦିରଗୋପୀନାଥ ମହାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟକାନ୍ଦଣା ଗୀତଗୋଦାବରୀଶ ମହାପାତ୍ରwiki.phtmlବଡ଼ସିଂହାର ବେଶପଣା ସଂକ୍ରାନ୍ତି୨୬ ଜୁଲାଇଧନିଷ୍ଠା (ନକ୍ଷତ୍ର)ଉତ୍ତମ ମହାନ୍ତିକୋଳିପ୍ରାଣକୃଷ୍ଣ ପରିଜାଉଚ୍ଛ୍ୱାସ (କବିତା ସଙ୍କଳନ)ଜର୍ମାନୀକନ୍ୟା (ରାଶି)ଇଣ୍ଡୋନେସିଆରବୀନ୍ଦ୍ରନାଥ ଠାକୁରବିଦ୍ୟୁତ୍ ଶକ୍ତିନୀଳିମା ଆଜୀମସହଦେବ (ମହାଭାରତ)ବଲାଙ୍ଗୀର ଜିଲ୍ଲାଗଙ୍ଗବଂଶଓଡ଼ିଆ କାବ୍ୟ କବିତାଯୌନ ସମ୍ଭୋଗଆଶୁତୋଷ ପରିଡ଼ାଗଣେଶ ପୂଜାରାମ ନବମୀବାଞ୍ଛାନିଧି ମହାନ୍ତିଚନ୍ଦ୍ରଶେଖର ରଥବିଶ୍ୱ ଏଡ୍‌ସ ଦିବସସୁଗ୍ରୀବସୌର ଜଗତ୧୯୬୧ର ଓଡ଼ିଆ କଥାଚିତ୍ରଠିଆକିଆ ବେଶଆଇଓଏସଭୂମିକମ୍ପସମୟ (କାଳ)ହନୁମାନବୌଦ୍ଧ ଧର୍ମ୨୮ ଜୁଲାଇଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ତାରିଣୀ ମନ୍ଦିର, ଘଟଗାଁନୀଳକଣ୍ଠ ଦାସରାଜକିଶୋର ରାୟଜୟ ଜଗନ୍ନାଥଚନ୍ଦନ ଯାତ୍ରାଶିଶିର ମିଶ୍ରଓଡ଼ିଶା ବିଧାନ ସଭାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମନମୋହନ ସାମଲଭାଷାବେଲାଋଷମାଲେସିଆଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା୨୧କଳାପାହାଡ଼ଯୌଥ ପରିବାରସହଦେବ ସାହୁହଳଦୀ ବସ‍ନ୍ତମଧୁମେହଓଡ଼ିଶୀ🡆 More