ୱାଲରସ

ୱାଲରସ (ଇଂରାଜୀ ଭାଷାରେ The walrus (Odobenus rosmarus)) ଏକ ବଡ଼ ଆକାରର ପିନିପେଡ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ (flippered marine mammal) ଯିଏ ଉତ୍ତର ମେରୁର (North Pole) ଆର୍କଟିକ ସମୁଦ୍ର (Arctic Ocean) ଓ ଉତ୍ତର ଗୋଲାର୍ଦ୍ଧର (Northern Hemisphere) ସବଆର୍କଟିକ (subarctic) ସମୁଦ୍ରରେ ବିଚ୍ଛିନ୍ନ ଭାବରେ ବାସ କରନ୍ତି । ଓଡୋବେନିଡି (Odobenidae) ପରିବାରର ଓଡୋବେନସ ପ୍ରଜାତିର ଏହା ଏକମାତ୍ର ପ୍ରାଣୀ ଯିଏ ବଞ୍ଚିରହିଛି । ଏହି ପ୍ରଜାତିକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯେପରିକି ଆଟଲାଣ୍ଟିକ ମହାସାଗରରେ (Atlantic Ocean) ରହିଥିବା ଆଟଲାଣ୍ଟିକ ୱାଲରସ ଓ ପ୍ରଶାନ୍ତ ମହାସାଗରରେ ରହiଥିବା ପାସିଫିକ ୱାଲରସ ।

Walrus
ଜୀବାଶ୍ମ କାଳ: Pleistocene to Recent
ୱାଲରସ
Male Pacific walrus
ୱାଲରସ
Female Pacific walrus with young
Conservation status
ୱାଲରସ
Vulnerable  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଗଣ: କାର୍ନିଭୋରା
Clade: Pinnipediformes
Clade: Pinnipedia
Family: Odobenidae
Genus: Odobenus
Brisson, 1762
ଜାତି: O. rosmarus
ବାଇନୋମିଆଲ ନାମ
Odobenus rosmarus
(Linnaeus, 1758)
Subspecies

O. rosmarus rosmarus
O. rosmarus divergens
O. rosmarus laptevi (debated)

ୱାଲରସ
Distribution of walrus
Synonyms
ୱାଲରସ
Walrus cows and yearlings (short tusks), photo courtesy USFWS

ବୟଃପ୍ରାପ୍ତ ୱାଲରସର ବଡ଼ ଲମ୍ବା ଦାନ୍ତ (tusk) ଓ ଲମ୍ବା ଲୋମ (whiskers) ସ‌ହିତ ଅଧିକ ସ୍ନାୟୁ ସଂଯୁକ୍ତ ହୋଇଥିବା ବଡ଼ ହେୟାର ଫଲିକ୍ଲ ଓ ବିରାଟକାୟ ଶରୀର ଥାଏ ଯାହାର ଓଜନ ପ୍ରାୟ ୨୦୦୦ କେଜି ବା ୪୪୦୦ ପାଉଣ୍ଡ ହୁଏ । କେବଳ ଦୁଇ ପ୍ରଜାତିର ହସ୍ତୀ ସିଲଙ୍କର (elephant seals) ଏହାଠାରୁ ଅଧିକ ଓଜନ ହୁଏ । ଏମାନେ କଣ୍ଟିନେଣ୍ଟାଲ ସେଲ୍‌ଫ (continental shelves) ଉପରେ ଅଗଭୀର ଜଳରେ ବାସ କରନ୍ତି, ସାମୁଦ୍ରିକ ବରଫ ଉପରେ ରହି ତାଙ୍କ ଖାଦ୍ୟ (benthic bivalve mollusk) ଯୋଗାଡ଼ କରନ୍ତି । ୱାଲରସ ବ‌ହୁତ ବର୍ଷ ବଞ୍ଚିରହନ୍ତି, ସାମାଜିକ ପ୍ରାଣୀ ଓ ଆର୍କଟିକ ସମୁଦ୍ରିକ ସ୍ଥାନରେ ସେମାନଙ୍କୁ କିସ୍ଟୋନ ପ୍ରଜାତି (keystone species) କୁହାଯାଏ ।

ଅନେକ ମେରୁ ଅଞ୍ଚଳୀୟ ଆଦିମ ଅଧିବାସୀମାନଙ୍କର (‌indigenous Arctic peoples) ସଂସ୍କୃତିରେ ୱାଲରସ ଏକ ମୁଖ୍ୟ ଭୂମିକା ନିର୍ବାହ କରିଆସିଛି, ସେମାନେ ମାଂସ, ଚର୍ବି, ଚମଡ଼ା, ଦାନ୍ତ ଓ ହାଡ଼ ନିମନ୍ତେ ଏହାକୁ ମାରିଦିଅନ୍ତି । ଊନବିଂଶ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ଲବର (blubber), ଦାନ୍ତ (walrus ivory) ଓ ମାଂସ ନିମନ୍ତେ ୱାଲରସକୁ ବିପୁଳ ପରିମାଣରେ ଶିକାର କରି ମାରିଦିଆଯାଉଥିଲେ । ମେରୁ ଅଞ୍ଚଳରେ ଏହାର ସଂଖ୍ୟା ଦୃତ ଗତିରେ କମିଗଲା । ଆଗ ଭଳି ମାନବ ଅତ୍ୟାଚାର କମ୍ ଥିବାରୁ ଅପେକ୍ଷାକୃତ ଭାବରେ ଏହା ପରେ ୱାଲରସ ସଂଖ୍ୟା ବଢ଼ୁଛି ।

ଶବ୍ଦ ବ୍ୟୁତ୍ପତ୍ତି

ୱାଲରସ 
Walrus, labeled Ros marus piscis, is depicted in а 16th-century map of Scandinavia (the Carta Marina)

ଜେଆରଆର ଟୋକିଏନ J.R.R. Tolkien ଭାବୁଥିଲେ, ଏହି ଶବ୍ଦଟି ଜର୍ମାନୀ ଭାଷାର ନିଆଯାଇଛି ଓ ଅନେକଙ୍କ ମତରେ ଏହା ଡଚ ଭାଷାର (Dutch language) ବା ପୁରୁଣା ନୋର୍ସ (Old Norse) ଭାଷାରୁ ଆସିଛି । 'ୱାଲ' ଅଂଶଟି ଡଚ ଭାଷାର ୱାଲଭିସ ତିମିରୁ ନିଆଯାଇଛି । ପୁରୁଣା ନୋର୍ସ ଭାଷାର ଘୋଡ଼ା/horse ଶବ୍ଦରୁ ନିଆଯାଇଛି 'ରସ' ଅଂଶଟି ନିଆଯାଇଛି । ଉଦାହରଣ ସ୍ୱରୂପ ଓଲ୍ଡ ନୋର୍ସରେ ହ୍ରୋସଭାଲର ଶବ୍ଦର ଅର୍ଥ ହର୍ଷ-ହ୍ୱେଲ ବା ଘୋଡ଼ା-ତିମି ଯାହା ସମୟକ୍ରମେ ଡଚ ଓ ଉତ୍ତର ଜର୍ମାନୀରେ ପରିବର୍ତ୍ତିତ ହୋଇ ଯଥାକ୍ରମେ ୱାଲରୋସ (walros) ଓ ୱାଲରୋସସ (Walross) ହୋଇ ପରେ ଧୀରେ ଧୀରେ ୱାଲରସ ହୋଇଯାଇଛି । ଅନ୍ୟ ଏକ ଥିଓରି ଅନୁସାରେ ଏହା ଡଚ ଭାଷାର ୱାଲ ଶୋର (wal 'shore') ଓ ରିଅସ ଜାଏଣ୍ଟରୁ (reus 'giant') ନିଆଯାଇଛି ।

ପ୍ରଜାତି ନାମ ରୋସମାରୁସ (rosmarus) ଶବ୍ଦଟି ସ୍କଣ୍ଡିନେଭିଆ ଦେଶର । ନର୍‌ୱେ ଦେଶର ସନ ୧୨୪୦ରେ ଲିଖିତ ଏକ ପାଣ୍ଡୁଲିପି କୋନୁଙ୍ଗସକୁଗ୍ସରେ (Konungsskuggsja) ୱାଲରସକୁ ଆଇସଲ୍ୟାଣ୍ଡରେ ରୋସ୍ମଭାଲର ("rosmhvalr") ଓ ଗ୍ରୀନଲ୍ୟାଣ୍ଡରେ ରୋସ୍ଟୁଙ୍ଗ ("rostungr") ନାମ ଦିଆଯାଇଛି । ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ ଓ ନର‌ୱେର କେତେକ ସ୍ଥାନର ନାମ (Hvalfjord, Hvallatrar and Hvalsnes) ୱାଲରସର ପ୍ରଜନନ ଭୂମିରୁ ନିଆଯାଇଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବାଙ୍କୀଚରକଭାରତକମ୍ପ୍ୟୁଟରଶିଶୁ ଅନନ୍ତ ଦାସପଠାଣି ସାମନ୍ତଗୋପାଳକୃଷ୍ଣ ପଟ୍ଟନାୟକଭାରତୀୟ ସଂଖ୍ୟା ପ୍ରଣାଳିବିଶ୍ୱ ମ୍ୟାଲେରିଆ ଦିବସଭାରତୀୟ ସ୍ୱାଧୀନତା ଆନ୍ଦୋଳନପରୀକ୍ଷାଲିଙ୍ଗରାଜ ମନ୍ଦିରଅଂଶୁଘାତକୋଚିଲାଗଣ୍ଡାମନୋଜ ଦାସଙ୍କ କଥା ଓ କାହାଣୀକୋଣାର୍କଅପରେଟିଙ୍ଗ ସିଷ୍ଟମବ୍ୟଞ୍ଜନ ବର୍ଣ୍ଣହନୁମାନ ଚାଳିଶାସତ୍ୟବାଦୀ ବନ ବିଦ୍ୟାଳୟଥାଲକୁଡ଼ିଆନ୍ଧ୍ର ପ୍ରଦେଶପ୍ରାଣକୃଷ୍ଣ ପରିଜାଛାରପୋକଇଣ୍ଡିଆନ ପ୍ରିମିଅର ଲିଗବନ୍ଦେ ଉତ୍କଳ ଜନନୀଫେବୃଆରୀ ୨୯ରାସନ କାର୍ଡ଼ (ଭାରତ)ଗଣନ ସଂଖ୍ୟାଗୌରହରି ଦାସବିଷମ କଟକଭଦଭଦଳିଆନରେନ୍ଦ୍ର ମୋଦୀବିରଳା ମନ୍ଦିର, କୋଲକାତାତପନ କୁମାର ପ୍ରଧାନଶ୍ରବଣ ( ରାମାୟଣ ର ଚରିତ୍ର )ବିନୋଦ ଚନ୍ଦ୍ର ନାୟକଟମ୍ ଖା କାଇଆଖିପଣା ସଂକ୍ରାନ୍ତିକାଗଜରାଧାନାଥ ରଥଦ୍ୱିତୀୟ ବିଶ୍ୱଯୁଦ୍ଧଉପେନ୍ଦ୍ର ଭଞ୍ଜମହାପ୍ରସାଦବୌଦ୍ଧ ଧର୍ମଚାଣକ୍ୟଭାରତୀୟ ସମ୍ବିଧାନନଟବର ସାମନ୍ତରାୟ୨୯ ମାର୍ଚ୍ଚଚିତ୍ତରଞ୍ଜନ ଦାସପଥ ଓ ପୃଥିବୀଭଗବତ ଗୀତାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟୋକିଓନବଗୁଞ୍ଜରକଣ୍ଡୋମଅନ୍ନଦା ଶଙ୍କର ରାୟହୀରାକୁଦ ବନ୍ଧ୧୦୫୪ଦେବସ୍ନାନ ପୂର୍ଣ୍ଣିମାଓଡ଼ିଶୀ ସଙ୍ଗୀତନାରୀବାଦ୧୬୬୫ଉତ୍କଳ ବିଶ୍ୱବିଦ୍ୟାଳୟଛବିଳ ମଧୁ ବର୍ଣ୍ଣବୋଧଜାହାଙ୍ଗୀରକାଞ୍ଚି ଅଭିଯାନନବଯୌବନ ବେଶ🡆 More