ରାଷ୍ଟ୍ରଭାଷା

ରାଷ୍ଟ୍ରଭାଷା (ବା ଭାଷାର ରୂପ ଯଥା ଉପଭାଷା/ବୋଲି) ଡି ଫାକ୍ଟୋ ବା ଡି ଜୁର ଭାବେ ଦଖଲ ବା ଅଧିକାର କରିଥିବା ଅଞ୍ଚଳ ସହ ସମ୍ବନ୍ଧିତ ଏକ ଭାଷା । ଏହି ଶବ୍ଦଟିର ବ୍ୟବହାରରେ ଖୁବ କମ ସାମଞ୍ଜସ୍ଯତା ରହିଛି । କୌଣସି ଦେଶରେ ପ୍ରଥମ ଭାଷା ଭାବେ କଥିତ ଏକ ବା ଏକାଧିକ ଭାଷାକୁ ଅଣ ଆନୁଷ୍ଠାନିକ ଭାବେ ଉଲ୍ଲେଖ କରାଯାଇପାରେ ବା ଆଇନତଃ ଦେଶର ରାଷ୍ଟ୍ରଭାଷା ଭାବେ ମନୋନୀତ କରାଯାଇପାରେ । ବିଶ୍ୱର ୧୫୦ରୁ ଅଧିକ ସଂବିଧାନରେ ରାଷ୍ଟ୍ରଭାଷା ବିଷୟରେ ଉଲ୍ଲେଖ ହୋଇଛି ।

ସି.ଏମ.ବି. ବ୍ରାନ ଭାରତର ବିଶେଷ ଉଲ୍ଲେଖ କରି ଶାସନରେ ଏକ ରାଷ୍ଟ୍ରଭାଷା ପାଇଁ "ଚାରୋଟି ସ୍ବତନ୍ତ୍ର ଅର୍ଥ" ବାବଦରେ ପରାମର୍ଶ ଦେଇଥିଲେ:

  • ଏକ ସମ୍ପ୍ରଦାୟର ଲୋକଙ୍କ "ଅଞ୍ଚଳଭିତ୍ତିକ ଭାଷା" (କ୍ଟୋନୋଲେକ୍ଟ)
  • "ଆଞ୍ଚଳିକ ଭାଷା" (କୋରାଲେକ୍ଟ)
  • ସମଗ୍ର ଦେଶରେ ବ୍ୟବହୃତ "ସାଧାରଣ ଭାଷା" ବା "ସମ୍ପ୍ରଦାୟ ଭାଷା" (ଡେମୋଲେକ୍ଟ)
  • ସରକାରଦ୍ୱାରା ବ୍ୟବହୃତ ଓ ସମ୍ଭବତଃ ପ୍ରତୀକାତ୍ମକ ମୂଲ୍ୟ ଥିବା "କେନ୍ଦ୍ରୀୟ ଭାଷା" (ପଲିଟୋଲେକ୍ଟ)

ଶେଷଟିକୁ ସାଧାରଣତଃ ସରକାରୀ ଭାଷାର ମାନ୍ୟତା ଦିଆଯାଏ । କେଉଁଠି କେଉଁଠି (ଯଥା #ଫିଲିପାଇନ୍ସରେ) ଅନେକ ଭାଷାକୁ ସରକାରୀ ଭାବେ ଓ ଏକ ରାଷ୍ଟ୍ରଭାଷା ଅଲଗା ଭାବେ ବଛାଯାଇଥାଏ ।

ମାନକ ଜର୍ମାନ, ମାନକ ଫରାସୀ ଏବଂ ମାନକ ସ୍ପ୍ୟାନିଶ ଭଳି ମାନକ ଭାଷାଗୁଡ଼ିକ ରାଷ୍ଟ୍ର(ସାଧାରଣ ଭାଷା), ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଭାଷା ଭାବେ ବ୍ୟାବହାର କରାଯାଇପାରନ୍ତି ।

ସରକାରୀ ବନାମ ରାଷ୍ଟ୍ରଭାଷା

"ରାଷ୍ଟ୍ରଭାଷା" ଏବଂ "ସରକାରୀ ଭାଷା" ଦୁଇଟି ଧାରଣାର ବା ଆଇନଗତ ବିଭାଗ ଭାବେ ବୁଝାଯାଇଥାଏ । ଏହାର ଅର୍ଥ ଏକତ୍ରିତ ହୋଇପାରେ ବା ଇଚ୍ଛାକୃତ ଭାବେ ଅଲଗା ହୋଇପାରେ । ରାଷ୍ଟ୍ରବିହୀନ ଦେଶଗୁଡ଼ିକ କୌଣସି ସରକାରୀ ଭାଷା ଆଇନଗତ କରିବା ଅବସ୍ଥାରେ ନଥାନ୍ତି । କିନ୍ତୁ ସେଗୁଡ଼ିକର ଭାଷାଗୁଡ଼ିକ ରାଷ୍ଟ୍ରଭାଷା ଭାବେ ଯଥେଷ୍ଟ ସ୍ବତନ୍ତ୍ର ଏବଂ ଭଲଭାବେ ସଂରକ୍ଷିତ ରହିଥାଇପାରେ । କେତେକ ଭାଷା "ରାଷ୍ଟ୍ରଭାଷା" ଭାବେ ଜନପ୍ରିୟ ହୋଇ ସ୍ବୀକୃତ ହୋଇପାରେ ଓ ଅନ୍ୟକେତେକ ବ୍ୟବହାର ବା ପ୍ରଚାର କ୍ଷେତ୍ରରେ ସରକାରୀ ସ୍ବୀକୃତି ଲାଭ କରିପାରେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅକ୍ଷାଂଶଲସିହେମଲତା ମାନସିଂହଓଡ଼ିଶାର ଇତିହାସଶାସ୍ତି (ଓଡ଼ିଆ କଥାଚିତ୍ର)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅନନ୍ତ ବାସୁଦେବ ମନ୍ଦିରନଇ ଆରପାରିମୁମ୍ବାଇଅଖିଳ ମୋହନ ପଟ୍ଟନାୟକଗୌରହରି ଦାସଲକ୍ଷ୍ମୀହନୁମାନ ବାଟିକାକାହ୍ନୁଚରଣ ମହାନ୍ତିରାଉରକେଲାଶିବଜୀବସାର ଗସରଳା ଦେବୀସମ୍ବଲପୁରଦାସିଆ ବାଉରୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନସମୀର ରଞ୍ଜନ ଦାଶ୨୮ ଫେବୃଆରୀକୃଷ୍ଣଅଣ୍ଡା ରୋଲତରୁଣକାନ୍ତି ମିଶ୍ରବଳରାଜକିଶୋର ରାୟଓଡ଼ିଶାର କଳାପାକ୍ରିଟିନିବପ୍ରଧାନ ପୃଷ୍ଠାନବୀନ ପଟ୍ଟନାୟକନଅତୁଣ୍ଡୀସୌରୀନ୍ଦ୍ର ବାରିକବେଦବିନ୍ଦୁଦ୍ୱିତୀୟ ବିଶ୍ୱଯୁଦ୍ଧପର୍ଫେନାଜାଇନଶବ୍ଦ (ପଦ)ଇରା ମହାନ୍ତିପରିବେଶଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୀମ ଭୋଇହେପାଟାଇଟିସଯାଜପୁର ଜିଲ୍ଲାପ୍ଲୀହାନୋବେଲ ପୁରସ୍କାର୨୦୦୬ଖିଲିପାନନଟବର ସାମନ୍ତରାୟ୧୭୪୬ବିଜୟ ମିଶ୍ରହାଡ଼ଫୁଟିଜାହାଙ୍ଗୀରବିଶ୍ୱ ଏଡ୍‌ସ ଦିବସପାଇକ ବିଦ୍ରୋହଓଡ଼ିଶାଜଗନ୍ନାଥ ମନ୍ଦିରଟିଣଭାରତ ସରକାରଶୀତଳ ଷଷ୍ଠୀ ଯାତ୍ରାଲାଟିନ ଭାଷାମହାବିଦ୍ୟାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମଚନ୍ଦ୍ର ବେହେରା🡆 More