ଦୁର୍ଲଭ ସିଂ: ମଞ୍ଚ ଓ କଥାଚିତ୍ର ଅଭିନେତା

ଦୁର୍ଲଭ ସିଂ ( ୧୨ ମାର୍ଚ୍ଚ ୧୯୧୭ - ୪ ମଇ ୨୦୧୦), ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ । ଅଭିନୟ ଓ ନୃତ୍ୟ ପାଇଁ ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଦି ପୁରସ୍କାର ପାଇଥିଲେ ।

ଦୁର୍ଲଭ ଚନ୍ଦ୍ର ସିଂ
ଜନ୍ମ(1917-03-12)୧୨ ମାର୍ଚ୍ଚ ୧୯୧୭
ନିମାପଡ଼ା, ପୁରୀ
ମୃତ୍ୟୁ୪ ମଇ ୨୦୧୦(2010-05-04) (ବୟସ ୯୩)
ପ୍ରସିଦ୍ଧିମଞ୍ଚ ଅଭିନେତା
ବୈବାହିକ-ସାଥୀଲକ୍ଷ୍ମୀ ଦେବୀ
ପିତାମାତାଆନନ୍ଦ ଚନ୍ଦ୍ର ସିଂ

ବ୍ୟକ୍ତିଗତ ଜୀବନ

ଦୁର୍ଲଭ ୧୯୧୭ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆନନ୍ଦ ଚନ୍ଦ୍ର ସିଂ ଯାତ୍ରାଦଳରେ ଅଭିନୟ ଶିଖାଉଥିଲେ, ନୃତ୍ୟ ନିର୍ଦ୍ଦେଶନା ଦେଉଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ ବଜାଉଥିଲେ । 'ଓସ୍ତାତ' ଭାବରେ ସେ ପରିଚିତ ଥିଲେ । ବାପାଙ୍କ ପ୍ରଭାବରୁ, ଦୁର୍ଲଭ ଦଶ ବର୍ଷ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସ୍କୁଲ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ନଥିଲା । ପିତା ତାଙ୍କୁ ଅଭିନୟରେ ତାଲିମ ଦେଇଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ୨ପୁଅ ଓ ୭ଝିଅ । ୨୦୧୦ମସିହା ମେ ୪ତାରିଖରେ, ଦୁର୍ଲଭ ସିଂଙ୍କର ପୁରୀଠାରେ ପରଲୋକ ଘଟିଥିଲା ।

ଅଭିନୟ ଜୀବନ

୧୯୨୯ରେ, ଦୁର୍ଲଭ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରାସଦଳରେ ଯୋଗ ଦେଇଥିଲେ । ଏହି ରାସଦଳ, ପରବର୍ତ୍ତୀ ସମୟରେ "ଓଡ଼ିଶା ଥିଏଟର୍ସ" ନାମରେ ପରିଚିତ ହୋଇଥିଲା । ଏଠାରେ ତାଙ୍କର ଦକ୍ଷତାର ବିକାଶ ହୋଇଥିଲା । ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିବା ପରେ, ସେ ଓଡ଼ିଶା ଥିଏଟର୍ସ ଛାଡି "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ସେ ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଅନ୍ନପୂର୍ଣ୍ଣା ଛାଡିବା ପରେ, ସେ ବେତାର ଓ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ନିଜର ଅଭିନୟ ଜୀବନର ଅନୁଭୁତିକୁ ପାଥେୟ କରି ସେ "ପଚାଶ ବର୍ଷର ଓଡ଼ିଶା ରଙ୍ଗମଞ୍ଚ" ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ ।

ଅଭିନୀତ ଚଳଚ୍ଚିତ୍ର

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଦୁର୍ଲଭ ସିଂ ବ୍ୟକ୍ତିଗତ ଜୀବନଦୁର୍ଲଭ ସିଂ ଅଭିନୟ ଜୀବନଦୁର୍ଲଭ ସିଂ ସମ୍ମାନ ଓ ପୁରସ୍କାରଦୁର୍ଲଭ ସିଂ ଆଧାରଦୁର୍ଲଭ ସିଂଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

🔥 Trending searches on Wiki ଓଡ଼ିଆ:

ଖଡ଼ଗପୁରଚାଟ୍ ଜିପିଟିଓଡ଼ିଶୀ ସଙ୍ଗୀତଆଇଡେଲାଲିସିବସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରଥପୁରୀପାକ୍ରିଟିନିବପୁନମ ମିଶ୍ରବଉଳଜାପାନ ସାଗରପ୍ରଗତିବାଦୀରାଜନୀତି ବିଜ୍ଞାନହେପାଟାଇଟିସବଳରାମ ଦାସବସନ୍ତ କୁମାର ଶତପଥୀଶବ୍ଦ (ପଦ)ବନ୍ଦେ ଉତ୍କଳ ଜନନୀବେଣୁଧର ରାଉତଭାରତର ଜାତୀୟ ପତାକାପୁଥୁପ୍ପାଲ୍ଲୀ, କୋଟ୍ଟାୟାମଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦକୁତାମ ଚଣ୍ଡୀ ମନ୍ଦିରପୁଷ୍ଟିସାରତରୁଣକାନ୍ତି ମିଶ୍ରଉତ୍ତମ ମହାନ୍ତିଦ୍ଵାରକାଧୀଶ ମନ୍ଦିରମୁକ୍ତିକାନ୍ତ ମଣ୍ଡଳଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜଣ୍ଡିସ୍ଯୁକ୍ତରାଜ୍ୟଭଗବତ ଗୀତାମସ୍କୋରଥଯାତ୍ରାକାଜାଖସ୍ତାନପ୍ରତୀକ୍ଷାଅଣସରଭାରତ ସରକାରମହାନଦୀଜ୍ଞାନକୋଷସମ୍ବଲପୁର ଜିଲ୍ଲାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଫେବୃଆରୀ ୨୯ଓଡ଼ିଶା ସରକାରଧର୍ମକାଞ୍ଚି ଅଭିଯାନବୁଧରାଣୀ ଲକ୍ଷ୍ମୀବାଈଆଚାର୍ଯ୍ୟ ହରିହରଦୀପକ ମିଶ୍ରକବାଟକାଳୀଚରଣ ପଟ୍ଟନାୟକଏମିସ ଲୋକଚିଲିକା ହ୍ରଦଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର୧୯୮୪ସିଦ୍ଧାନ୍ତ ମହାପାତ୍ରଭୃସଙ୍ଗ ଗଛରାଜକିଶୋର ପଟ୍ଟନାୟକସ୍ୱର ବର୍ଣ୍ଣଭାରତୀୟ ସ୍ୱାଧୀନତା ଆନ୍ଦୋଳନସୁନାଜଗନମୋହ‌ନ ଲାଲତୃପ୍ତି ଦାସଭକ୍ତ ଚରଣ ଦାସ (ରାଜନେତା)ଓଡ଼ିଶାର ସଂସ୍କୃତିଭ୍ୟାକୁମ୍ କ୍ଲିନର୍ଭାରତୀୟ ସଂଖ୍ୟା ପ୍ରଣାଳିଓଡ଼ିଆ ରାମାୟଣଗୋଲୋକ ବିହାରୀ ଧଳଶ୍ରୀତମ ଦାସଅର୍ଥଶାସ୍ତ୍ର🡆 More