ମାୟାଧର ରାଉତ: ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକ

ମାୟାଧର ରାଉତ (ଜନ୍ମ : ୬ ଜୁଲାଇ ୧୯୩୦) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ସେ ପଦ୍ମଶ୍ରୀ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ ।

ମାୟାଧର ରାଉତ
ମାୟାଧର ରାଉତ: ଜୀବନୀ, ସମ୍ମାନ ଓ ପୁରସ୍କାର, ଆଧାର
ଗୁରୁ ମାୟାଧର ରାଉତ
ଜନ୍ମ (1930-07-06) ୬ ଜୁଲାଇ ୧୯୩୦ (ବୟସ ୯୩)
ବୃତ୍ତି(ସମୂହ)ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ
Current groupଜୟନ୍ତିକା
Dancesଓଡ଼ିଶୀ
ମାୟାଧର ରାଉତ: ଜୀବନୀ, ସମ୍ମାନ ଓ ପୁରସ୍କାର, ଆଧାର
ଜୟନ୍ତିକାରେ ଛାତ୍ରଙ୍କ ସହ ମାୟାଧର ରାଉତ

ଜୀବନୀ

ପ୍ରାରମ୍ଭିକ ଜୀବନ

ମାୟାଧର ରାଉତ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବଡ଼ଭାଇ ହରିହର ରାଉତଙ୍କ ପ୍ରଭାବରେ ସେ ପିଲାବେଳୁ ନାଟକ ଓ ନୃତ୍ୟ ସହିତ ଜଡ଼ିତ ହୋଇଥିଲେ । ନାଟ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ଦୁର୍ଲଭ ସିଂ, ପଙ୍କଜ ଚରଣ ଦାସ, ମୋହନ ମହାପାତ୍ର, ଯୁଦ୍ଧିଷ୍ଟିର ମହାମାତ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ ଦୟାଲ ଶର୍ମା ଆଦିଙ୍କଠାରୁ ସେ ନୃତ୍ୟ, ଅଭିନୟ ଓ ମଞ୍ଚକଳା ଶିକ୍ଷା କରିଥିଲେ । ରାମ ଗୋପାଳ ମିଶ୍ରଙ୍କଠାରୁ ସେ କଥକ ନୃତ୍ୟ ଶିକ୍ଷା କରିଥିଲେ । ୧୯୫୧ ମସିହାରେ ସେ ଏକ ବୃତ୍ତିଲାଭ କରି କଳାକ୍ଷେତ୍ରକୁ ଯାଇଥିଲେ । ସେଠାରେ ସେ ରୁକ୍ମଣୀ ଦେବୀ ଅରୁଣ୍ଡଲେଙ୍କଠାରୁ ଭରତନାଟ୍ୟମ ଓଟି କେ ଚନ୍ଦୁ ପାଣିକରଙ୍କଠାରୁ କଥକଳୀ ନୃତ୍ୟ ଶିକ୍ଷା କରିଥିଲେ ।

ବୃତ୍ତି

ସେ କଟକର କଳାବିକାଶ କେନ୍ଦ୍ର, ନାଟ୍ୟ ବାଲେଟ ସେଣ୍ଟର, ଦ ନୃତ୍ୟ ନିକେତନ, ଶ୍ରୀରାମ ଭାରତୀୟ କଳାକେନ୍ଦ୍ର ଓ ତାଙ୍କ ନିଜସ୍ୱ ଅନୁଷ୍ଠାନ ମାୟାଧର ସ୍କୁଲ ଅଫ ଓଡ଼ିଶୀ ଡାନ୍ସରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରିଛନ୍ତି । ୧୯୭୨ ମସିହାରୁ ସେ ଭାରତ ବାହାରେ ବିଭିନ୍ନ ଦେଶରେ ନୃତ୍ୟ ପରିବେଷଣ କରିଆସିଛନ୍ତି । ଜାପାନ, ଜର୍ମାନୀ, ଆମେରିକା, ହଲାଣ୍ଡ, ସୁଇଜରଲାଣ୍ଡ, ଭିଏତନାମ, ପାକିସ୍ଥାନ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ସେ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି ।

ମାୟାଧରଙ୍କ ନୃତ୍ୟ ଶିକ୍ଷା ପଦ୍ଧତ୍ତିରେ ଏକ ବିଜ୍ଞାନ ସମ୍ମତ ଦୃଷ୍ଟିକୋଣ ରହିଥାଏ । ଓଡ଼ିଶୀରେ ଅଭିନୟ ବିଭାଗରେ ତାଙ୍କର ମୁଖ୍ୟ ଅବଦାନ ରହିଛି । ସଞ୍ଚାରୀ ଭାବକୁ ଓଡ଼ିଶୀ ନୃତ୍ୟର ଅନ୍ତର୍ଭୁକ୍ତ କରିବାର ଶ୍ରେୟ ତାଙ୍କୁ ଯାଏ ।

ସେ ସଂଯୋଜନା କରିଥିବା ନୃତ୍ୟ ମଧ୍ୟରେ ତପସ୍ୱିନୀ, ମେଘଦୂତ, ସିଂଘଳ, କୃଷ୍ଣ ଚରିତ୍ରମଗୀତଗୋବିନ୍ଦମ ଆଦି ଅନ୍ୟତମ ।

ପରିବାର

ମାୟାଧରଙ୍କ ପତ୍ନୀଙ୍କ ନାମ ମମତା ଖୁଣ୍ଟିଆ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ଝିଅ ମଧୁମିତା ରାଉତ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଦିଲ୍ଲୀରେ ତାଙ୍କ ଅନୁଷ୍ଠାନ ଜୟନ୍ତିକାରେ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ - ୨୦୧୦
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫
  • ସଙ୍ଗୀତ ନାଟକ ଏକାଡେମୀ ଟାଗୋର ରତ୍ନ - ୨୦୧୧
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୦୪
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୧୯୭୭
  • ସାହିତ୍ୟ କଳା ପରିଷଦ ସମ୍ମାନ - ୧୯୮୪
  • ଉତ୍କଳ ପ୍ରତିଭା ପୁରସ୍କାର - ୧୯୮୪
  • ରାଜୀବ ଗାନ୍ଧୀ ସମ୍ମାନ - ୨୦୦୩
  • ବିଜୁ ପଟ୍ଟନାୟକ ସମ୍ମାନ - ୧୯୯୩

ଆଧାର

Tags:

ମାୟାଧର ରାଉତ ଜୀବନୀମାୟାଧର ରାଉତ ସମ୍ମାନ ଓ ପୁରସ୍କାରମାୟାଧର ରାଉତ ଆଧାରମାୟାଧର ରାଉତଓଡ଼ିଶୀପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ରକ୍ତହୀରାକୁଦ ବନ୍ଧମସ୍କୋମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାକଳାପାହାଡ଼ଆଚାର୍ଯ୍ୟ ହରିହର୧ମ ଓଡ଼ିଶା ବିଧାନ ସଭାଗୋପାଳକୃଷ୍ଣ ପଟ୍ଟନାୟକଆଇଡେଲାଲିସିବଜିନା ସାମଲଯକୃତଗୋପବନ୍ଧୁ ଦାସଚିଲିକା (ବହୁବିକଳ୍ପ)ଗୋପୀନାଥ ମହାନ୍ତିଗୁରୁ ପ୍ରସାଦ ମହାନ୍ତିଅପରେଟିଙ୍ଗ ସିଷ୍ଟମମଙ୍ଗଳୁ ଚରଣ ବିଶ୍ୱାଳବିରଜା ମନ୍ଦିରଫେବୃଆରୀଶ୍ରୀନିବାସ ରାମାନୁଜନଭୁବନେଶ୍ୱର ବେହେରାକୋଣାର୍କ ସୂର୍ଯ୍ୟ ମନ୍ଦିରସାରଥୀ ବାବାନଟବର ସାମନ୍ତରାୟମୌଳିକ ସଂଖ୍ୟାଶାସ୍ତି (ଓଡ଼ିଆ କଥାଚିତ୍ର)ନେମାଳକାଳୀଚରଣ ପଟ୍ଟନାୟକ୧୯୬୧ରେବତୀ (କ୍ଷୁଦ୍ରଗଳ୍ପ)ସୁନାଗୋଦାବରୀଶ ମିଶ୍ରଅଭିରାମ ପରମହଂସବିଶ୍ୱତାପନବିଜ୍ଞାନରାମଏଞ୍ଜେଲା ମେର୍କେଲ୍ଲକ୍ଷ୍ମୀଗୋପାଳ ଚନ୍ଦ୍ର ପ୍ରହରାଜରେଶମ ପଥପଠାଣି ସାମନ୍ତଜ୍ୟୋତିର୍ଲିଙ୍ଗପ୍ରସନ୍ନ କୁମାର ପଣ୍ଡା୨୦୦୬ହେମଲତା ମାନସିଂହଭାରତର ସଂସଦ୨୦ ଅଗଷ୍ଟରାକ୍ଷୀ ପୂର୍ଣ୍ଣିମାବୃହସ୍ପତିରାମ ନବମୀପରିବେଶଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗପ୍ରତୀକ୍ଷାମାୟାଧର ମାନସିଂହଆଉରଙ୍ଗଜେବଦାସିଆ ବାଉରୀଅଣସରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବ୍ୟଞ୍ଜନ ବର୍ଣ୍ଣନନ୍ଦନକାନନ ଜୀବ ଉଦ୍ୟାନଶ୍ରବଣା (ନକ୍ଷତ୍ର)ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଓଡ଼ିଆ କବି ମାନଙ୍କର ତାଲିକାଦେବୁ ବୋଷପ୍ରଣବ ପ୍ରକାଶ ଦାସଜୟ ଜଗନ୍ନାଥରୋହିତ ଶର୍ମାହରେକୃଷ୍ଣ ମହତାବଟ୍ରାପିଜିଅମବିର୍ସା ମୁଣ୍ଡାତିଳ ଚତୁର୍ଥୀଯଦୁମଣି ମହାପାତ୍ରବିଶ୍ୱ ମ୍ୟାଲେରିଆ ଦିବସରାବଣ🡆 More