ପଙ୍କଜ ଚରଣ ଦାସ

ପଙ୍କଜ ଚରଣ ଦାସ (୧୭ ମାର୍ଚ୍ଚ ୧୯୨୫ – ୧୧ ଜୁନ ୨୦୦୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ଓ ସର୍ବୋପରୀ ଓଡ଼ିଶୀ ନୃତ୍ୟର ପୁନଃନିର୍ମାତା ଥିଲେ । ତେଣୁ ତାଙ୍କୁ ଓଡ଼ିଶୀ ନୃତ୍ୟର ପିତା ଓ ଆଦିଗୁରୁ କୁହାଯାଏ ।

ଆଦିଗୁରୁ

ପଙ୍କଜ ଚରଣ ଦାସ
ପଙ୍କଜ ଚରଣ ଦାସ
ଜନ୍ମ(1925-03-17)୧୭ ମାର୍ଚ୍ଚ ୧୯୨୫
ପୁରୀ, ଓଡ଼ିଶା
ମୃତ୍ୟୁ୧୧ ଜୁନ ୨୦୦୩(2003-06-11) (ବୟସ ୭୮)
ଭୁବନେଶ୍ୱର, ଓଡ଼ିଶା
ବୃତ୍ତିଓଡ଼ିଶୀ ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୧୯୩୩-୨୦୦୦
ବୈବାହିକ-ସାଥୀସରୋଜିନୀ ଦାସ
ପିତାମାତା(s)ଧର୍ମୁ ଚରଣ ଦାସ, କ୍ଷେତ୍ରମଣୀ ଦେବୀ
ପୁରସ୍କାରପଦ୍ମଶ୍ରୀ

ସେ ପୁନର୍ଜୀବନ ଦାନ କରି ଆଜିର ଓଡ଼ିଶୀ ନୃତ୍ୟର ଭିତ୍ତି ସ୍ଥାପନ କରିଥିଲେ । ସେ ଏହି ନୃତ୍ୟକୁ 'ମନ୍ଦିର ନୃତ୍ୟ'ରୁ ବାହାର କରି ଦୁନିଆ ଆଗରେ ଉପସ୍ଥାପନ କରିଥିଲେ । ସେ ସନ ୧୯୯୨ରେ ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଥିଲେ । ତାଙ୍କ ନୃତ୍ୟରେ ଭକ୍ତି ରସ ପରିପୂର୍ଣ୍ଣ ଥିଲା ଓ ତାଙ୍କର ପ୍ରତି ପଦକ୍ଷେପ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଥିଲା । ମାହାରୀ ନୃତ୍ୟ କଳାକୁ ସେ କଠୋର ଭାବରେ ଅନୁସରଣ କରୁଥିଲେ ।

ଜୀବନୀ

ପଙ୍କଜ ଚରଣ, ୧୯୨୫ ମସିହାରେ ପୁରୀର ମାଟିମଣ୍ଡପ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଧର୍ମୁ ଚରଣ ଦାସ ଓ ମାତାଙ୍କ ନାମ କ୍ଷେତ୍ରମଣୀ ଦେବୀ । ସେମାନେ ଥିଲେ ଅସୁରେଶ୍ୱର ନିକଟସ୍ଥ ମଣିପୁରର ମୂଳବାସିନ୍ଦା । ପିତାଙ୍କ ପୁଲିସ ଚାକିରି ଯୋଗୁ, ସେମାନେ ପୁରୀରେ ରହୁଥିଲେ । ପଙ୍କଜ ଚରଣ ମାତୃଗର୍ଭରେ ଥିବା ଅବସ୍ଥାରେ ତାଙ୍କର ପିତୃବିୟୋଗ ଘଟିଥିଲା । ପିତାଙ୍କ ମୃତ୍ୟୁପରେ ବେସାହାରା ମା-ପୁଅଙ୍କୁ ଆଶ୍ରୟ ଦେଇଥିଲେ, ଶ୍ରୀମନ୍ଦିରର ଦେବଦାସୀ ଫକିରୀ ମାହାରୀ(ରତ୍ନ ପ୍ରଭା ଦେବୀ) । ମାହାରୀ ନୃତ୍ୟାଙ୍ଗନା ରତ୍ନ ପ୍ରଭା ଦେବୀଙ୍କର ସେ ପାଳିତ ପୁତ୍ର ଥିଲେ ଓ ତାଙ୍କଠାରୁ ଭକ୍ତି ଆନ୍ଦୋଳନର କଳା ଶିଖିଥିଲେ । ଛୋଟବେଳେ ସେ ନିଜ ମଧୁର କଣ୍ଠ ପାଇଁ ଅନେକ ପ୍ରଶଂସା ପାଇଥିଲେ । "ପଙ୍କଜର କଣ୍ଠ ଗ୍ରାମୋଫୋନଠୁଁ ମଧୁର" ବୋଲି ଲୋକେ କହୁଥିଲେ । ସେ ହାଇସ୍କୁଲରେ ତିନିଥର ଫେଲ ହୋଇଥିବାରୁ ପାଠ ପଢ଼ାରେ ଆଉ ତାଙ୍କ ମନ ଲାଗିଲାନି । ନିଜ ମାତାଙ୍କ ହଠାତ ମୃତ୍ୟୁ ଘଟିବାରୁ ଚାକିରୀ ଖୋଜି ଖୋଜି ସେ ବଳଭଦ୍ର ହଜୁରୀଙ୍କ ନୂଆ ଥିଏଟରରେ ମିଶିଲେ । ଥିଏଟରରେ ସେ, ମୁଖ୍ୟତଃ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ । ପରେ କାଳୀଚରଣ ପଟ୍ଟନାୟକଙ୍କ ଥିଏଟର ପୁରୀରେ ଆସିବାରୁ ବଡ଼ ଧରଣର ଥିଏଟରରେ ମିଶିବା ପାଇଁ ସେ ଇଚ୍ଛା କରିଥିଲେ । କଟକ ଓ ବାଲେଶ୍ୱରରେ ଦୁଇଟି ଯାତ୍ରାପରେ ସେ ପୁଣିଥରେ ପୁରୀକୁ ଫେରିଆସି ଅନ୍ନପୂର୍ଣ୍ଣା ଥିଏଟର-ବିରେ ମିଶିଥିଲେ । ଏଥିରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଭେଟିଥିଲେ । କେଳୁଚରଣ ମଧ୍ୟ ସେତେବେଳେ ନୂଆ ନୂଆ ଥିଏଟରରେ ମିଶିଥାନ୍ତି ।

୧୯୬୪ ମସିହାରେ, ଓଡ଼ିଶାର ସେତେବେଳର ଏକମାତ୍ର ନୃତ୍ୟ ଓ ସଙ୍ଗୀତର ମହାବିଦ୍ୟାଳୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଓଡ଼ିଶୀ ନୃତ୍ୟ ବିଭାଗର ମୂଖ୍ୟ ଭାବରେ ଯୋଗ ଦେଇଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ କାର୍ଯ୍ୟ କରି ଅବଶେଷରେ ସେ ଅଧ୍ୟକ୍ଷ ଭାବରେ ଅବସର ନେଇଥିଲେ । ସେ ନୃତ୍ୟ ଶିକ୍ଷା ଦେଇଥିବା କେଳୁଚରଣ ମହାପାତ୍ର, ଦେବ ପ୍ରସାଦ ଦାସ, ମାୟାଧର ରାଉତ ଓ ଭଗବାନ ସାହୁ ପରବର୍ତ୍ତୀ ସମୟରେ ନୃତ୍ୟ ଗୁରୁ ହୋଇ ଓଡ଼ିଶୀ ନୃତ୍ୟକୁ ଭାରତ ତ‌ଥା ଭାରତ ବାହାରେ ପ୍ରସାର କରିବାରେ ମୂଖ୍ୟ ଭୂମିକା ତୁଲେଇଥିଲେ ।

ରଚନା

ଦଳଗତ ନୃତ୍ୟରେ ସେ ବିଶାରଦ ଥିଲେ ଓ ଗ୍ଳାନିସଂହାର, ମାତୃବନ୍ଦନା, ବାଳଗୋପାଳାଷ୍ଟକ ଓ ଆହୁରି ଅନେକ ନୃତ୍ୟରେ ସେ ତାଙ୍କର ଅଲିଭା ଛାପ ଛାଡ଼ିଯାଇଛନ୍ତି । ତାଙ୍କର ରଚିତ ନୃତ୍ୟମାନଙ୍କ ମଧ୍ୟରୁ ପଞ୍ଚକନ୍ୟା ନାମର ନୃତ୍ୟ ସବୁଠୁ ଜନପ୍ରିୟ ହୋଇଥିଲା । ଏଥିରେ ପୁରାଣର ପାଞ୍ଚଗୋଟି ମହାନ ନାରୀ - ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ ଓ ମନ୍ଦୋଦରୀଙ୍କ କଥା ନୃତ୍ୟର ନାଟକୀୟତା ମାଧ୍ୟମରେ ଦେଖାଯାଇଥିଲା । ଓଡ଼ିଆ ଓ ସଂସ୍କୃତ ଭାଷାରେ ସେ ବିଦ୍ୱାନ ଥିଲେ । କାଳିଦାସ ଜୟଦେବଙ୍କ ଜୀବନ ଉପରେ ଆଧାରିତ ନୃତ୍ୟମାନଙ୍କୁ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଗୁରୁ ପଙ୍କଜ ଚରଣ ଦାସ ଉତ୍ସବ

ପ୍ରତିବର୍ଷ ଭୁବନେଶ୍ୱରଠାରେ ଉଡ୍ର ସଂସ୍କୃତି ଏକାଡେମୀଦ୍ୱାରା ଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ଆଦିଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ଅନୁଷ୍ଠିତ କରାଯାଉଛି । ଏହା ତାଙ୍କ ପୁତ୍ର ଶ୍ରୀ ବସନ୍ତ ଦାସ ଓ ନାତୁଣୀ ପଲ୍ଲବୀ ଦାସଙ୍କଦ୍ୱାରା କରାଯାଉଛି ।

ପୁରସ୍କାର

  • ପଦ୍ମଶ୍ରୀ - ୧୯୯୨ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ୧୯୯୨
  • ରାଷ୍ଟ୍ରପତି ପୁରସ୍କାର - ୧୯୭୧ ସଙ୍ଗୀତ ନାଟକ ଏକାଡେମୀ ତରଫରୁ
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର (ଓଡ଼ିଶୀ ନୃତ୍ୟ) - ୧୯୭୦

ଆଧାର

Tags:

ପଙ୍କଜ ଚରଣ ଦାସ ଜୀବନୀପଙ୍କଜ ଚରଣ ଦାସ ରଚନାପଙ୍କଜ ଚରଣ ଦାସ ଗୁରୁ ଉତ୍ସବପଙ୍କଜ ଚରଣ ଦାସ ପୁରସ୍କାରପଙ୍କଜ ଚରଣ ଦାସ ଆଧାରପଙ୍କଜ ଚରଣ ଦାସଓଡ଼ିଶୀ

🔥 Trending searches on Wiki ଓଡ଼ିଆ:

ବାଳୁଙ୍ଗା ଟୋକାମନୋରଞ୍ଜନ ଦାସୟୁରାନସଜୀବସାର ଗଯବକ୍ଷାରଜାନକୋଳିମାଟିର ମଣିଷପୁଷ୍ପଗିରି ମହାବିହାରବିଚିତ୍ର ରାମାୟଣଅଷ୍ଟ୍ରେଲିଆଜଳ ପ୍ରଦୂଷଣମଧୁମେହକାନାଡ଼ାଭାରତ ଛାଡ଼ ଆନ୍ଦୋଳନକପିଳାସ ଶିବ ମନ୍ଦିରଜିନା ସାମଲପଞ୍ଚସଖାପାପକ୍ଷୟ ଘାଟ, ବିନିକାସ୍ୱାମୀ ବିବେକାନନ୍ଦଭଦଭଦଳିଆଗୋଦାବରୀଶ ମହାପାତ୍ରମେଘନା ନଦୀଆଲୋକପଠାଣି ପଟ୍ଟନାୟକଆର୍ଯ୍ୟଭଟ୍ଟ୧୩ ଅପ୍ରେଲଜଗନ୍ନାଥଲକ୍ଷ୍ମଣ ନାୟକସୂଚନା ପ୍ରଯୁକ୍ତିବିଦ୍ୟାଆଇ.ବି.ଏମ.ପୂରଣବାଚକ ସଂଖ୍ୟାସବିତା ବେହେନସିଦ୍ଧାନ୍ତ ମହାପାତ୍ରହେମଲତା ମାନସିଂହନନ୍ଦ କିଶୋର ବଳସୋରିଆସିସଅଶୋକ (ସମ୍ରାଟ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଜ୍ୟୋତିଷଶାସ୍ତ୍ରପ୍ରଜାତନ୍ତ୍ରରାସନ କାର୍ଡ଼ (ଭାରତ)ଅଭିନିବେଶ ଅର୍ଥନୀତିବାଲେଶ୍ୱରମନମୋହନ ସାମଲଉତ୍କଳ ସାହିତ୍ୟମକର ସଂକ୍ରାନ୍ତିଦୀପା ସାହୁଗାୟନାଆଚାର୍ଯ୍ୟ ହରିହରଥାଲାସେମିଆଡାଲଖାଇଭାରତର ଜାତୀୟ ପତାକାଓମ୍ବିଲଙ୍କା ରାମାୟଣଆଦି ପରାଶକ୍ତିକଳାପାହାଡ଼ବନମାଳୀ ଦାସବୈସାଖୀଜଣ୍ଡିସ୍ଦୋହାକୋଷ ଓ ବୌଦ୍ଧ ଗାନହିନ୍ଦୁ ସମୟ ଗଣନାUnited Kingdomସେବିଭାରତଅଚ୍ୟୁତ ସାମନ୍ତବ୍ରଜନାଥ ବଡ଼ଜେନାତେଲ ନଦୀଡାଲିବିରଜା ମନ୍ଦିରଯଶୋଧାରା ମିଶ୍ରତୁ ଯେ ସେଇ🡆 More