କେଦାରନାଥ ମହାପାତ୍ର

କେଦାରନାଥ ମହାପାତ୍ର, ଜଣେ ଓଡ଼ିଆ ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ୱ ବିଶାରଦ ଥିଲେ । ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଉପରେ ସେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଚଉଷଠି ଯୋଗିନୀ ମନ୍ଦିରକୁ ଲୋକଲୋଚନକୁ ଆଣିବାର ଶ୍ରେୟ କେଦାରନାଥଙ୍କୁ ହିଁ ଯାଏ ।

କେଦାରନାଥ ମହାପାତ୍ର
କେଦାରନାଥ ମହାପାତ୍ର
ବିନ୍ଦୁସାଗର ପାଖରେ ଥିବା କେଦାରନାଥ ଗବେଷଣା ପ୍ରତିଷ୍ଠାନ ସମ୍ମୁଖରେ ସ୍ୱର୍ଗତ କେଦାରନାଥ ମହାପାତ୍ରଙ୍କ ପ୍ରତିମୂର୍ତ୍ତି
ଜନ୍ମ
କେଦାରନାଥ ମହାପାତ୍ର

(1911-10-28)୨୮ ଅକ୍ଟୋବର ୧୯୧୧
ମୃତ୍ୟୁ୨୦ ଅପ୍ରେଲ ୧୯୮୧(1981-04-20) (ବୟସ ୬୯)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଟକ
ପ୍ରସିଦ୍ଧିଐତିହାସିକ, ପ୍ରତ୍ନତତ୍ତ୍ୱବିତ୍
ବୈବାହିକ-ସାଥୀଯଶୋଦା ଦେବୀ
ପିତାମାତା(s)ଗୋପୀନାଥ ମହାପାତ୍ର (ପିତା), ରାଧିକା ଦେବୀ (ମାତା)

ଜୀବନ

କେଦାରନାଥ ୧୯୧୧ ମସିହା ଅକ୍ଟୋବର ୨୮ ତାରିଖରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ବାପା ଗୋପୀନାଥ ମହାପାତ୍ର ଓ ମାଆ ରାଧିକା ଦେବୀଙ୍କର ସେ ଥିଲେ ପ୍ରଥମ ସନ୍ତାନ । ଆରମ୍ଭରେ ସେ ଭୁବନେଶ୍ୱରରେ ହିଁ ପାଠ ପଢ଼ିଥିଲେ କିନ୍ତୁ ପରେ ୧୯୨୫ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ସେ ଖୋର୍ଦ୍ଧା ଯାଇଥିଲେ । ସେ ଭୁବନେଶ୍ୱରର ପ୍ରଥମ ସ୍ନାତକ ଅଟନ୍ତି ।

୧୯୩୦ ମସିହାରେ ଯଶୋଦା ଦେବୀଙ୍କ ସହ କେଦାରନାଥଙ୍କ ବିଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମୟକ୍ରମେ ଚାରିଜଣ ପୁଅ ଓ ଜଣେ ଝିଅ ଜାତ ହେଲେ ।

୧୯୩୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସ ବିଷୟରେ ହନର୍ସ ନେଇ ସ୍ନାତକ ପାସ ହୋଇଥିଲେ । ୧୯୩୫ ମସିହାରେ ସେ ଶିକ୍ଷକଙ୍କ ପାଇଁ ଥିବା ଏକ ଟ୍ରେନିଂ ନେଇଥିଲେ । କଟକସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ ମସିହାରେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଠ ବର୍ଷ ଶିକ୍ଷକତା କରିବା ପରେ, ୧୯୪୩ ମସିହାରେ ସେ କଳାହାଣ୍ଡିଠାରେ ରାଜା ପ୍ରତାପ କେଶରୀ ଦେଓଙ୍କଦ୍ୱାରା ଖୋଲିଥିବା ପ୍ରାଚୀନ ସଂସ୍କୃତି ଗବେଷଣା କେନ୍ଦ୍ରରେ ଯୋଗ ଦେଇଥିଲେ । ଏଠାରୁ ତାଙ୍କର ଗବେଷକ ଜୀବନ ଆରମ୍ଭ ହୋଇଥିଲା । ୧୯୫୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ କାର୍ଯ୍ୟ କରି, ଅନେକ ପ୍ରାଚୀନ ପୋଥି, ମନ୍ଦିର, ଦେବ ପ୍ରତିମା, ଶିଳାଲେଖ ଇତ୍ୟାଦି ଉଦ୍ଧାର କରିଥିଲେ । ଗଡ଼ଜାତ ସମ୍ମିଶ୍ରଣ ପରେ, ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ତ୍ୱବିତ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଚଉଷଠି ଯୋଗିନୀ ଭଳି ବହୁ ପୁରାତନ ମନ୍ଦିରକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ଓ ସେଗୁଡିକର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିଥିଲେ ।

୧୯୮୧ ଅପ୍ରେଲ ୨୦ତାରିଖରେ କେଦାରନାଥଙ୍କ ନିଧନ ଘଟିଥିଲା । ବିନ୍ଦୁସାଗର କୂଳରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ତାଙ୍କ ସ୍ମୃତି ବହନ କରି, ପ୍ରତ୍ନତତ୍ତ୍ୱ ଓ ଇତିହାସର ଗବେଷଣା ଦିଗରେ କାର୍ଯ୍ୟ କରୁଛି ।

ସାହିତ୍ୟକୃତି

କେଦାରନାଥ ମହାପାତ୍ର 
କେଦାରନାଥଙ୍କ ସ୍ମୃତିରେ ପୁରୁଣା ଭୁବନେଶ୍ୱରରେ ବିନ୍ଦୁସାଗର ପାଖରେ ସ୍ଥାପିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ

କେଦାରନାଥ ଓଡ଼ିଆ, ହିନ୍ଦୀଇଂରାଜୀ ଭାଷାରେ ପ୍ରତ୍ନତତ୍ତ୍ୱ, ଇତିହାସ, ଧର୍ମ ଓ ସଂସ୍କୃତି ସମ୍ପର୍କିତ ବହୁ ପ୍ରବନ୍ଧ ଓ ପୁସ୍ତକ ରଚନା କରିଯାଇଛନ୍ତି ।

  • ଖୁରଧା ଇତିହାସ
  • ଖାରବେଳ
  • ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ
  • ଶ୍ରୀ ଜଗନ୍ନାଥ ସଂସ୍କୃତିର କ୍ରମବିକାଶ
  • ପୋଥି ଓ ପଥର
  • ଧଉଳି(ତୋଶାଳି)ର ଇତିହାସ
  • The Jagannatha temples in eastern India
  • A descriptive catalogue of Sanskrit manuscripts of Orissa in the collection of the Orissa State Museum
  • Little known aspects of Orissan culture
  • Jyotisha and Gaṇita manuscrits
  • Smṛti manuscrits
  • Purāṇa manuscrits
  • History of Orissa: Bhauma Kings of Orissa
  • Orissa Culture

କେଦାରନାଥଙ୍କ କାମ ଓ ଅବଦାନ ଉପରେ ରଚିତ ପୁସ୍ତକ

  • ଐତିହାସିକ କେଦାରନାଥ - ନୀଳମଣି ମିଶ୍ର
  • ଐତିହାସିକ କେଦାରନାଥ ମହାପାତ୍ର - ଉଦୟନାଥ ସାହୁ
  • Kedarnath : the historian by Rabinārāẏaṇa Dāśa
  • Souvenir on late K.N. Mahapatra = Kedāranātha-smaraṇikā

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶାଚଉଷଠି ଯୋଗିନୀ ମନ୍ଦିର

🔥 Trending searches on Wiki ଓଡ଼ିଆ:

୨୧ ମାର୍ଚ୍ଚନବୀନ ପଟ୍ଟନାୟକ୧୯୬୩ର ଓଡ଼ିଆ କଥାଚିତ୍ରଗୋପବନ୍ଧୁ ଦାସପ୍ରାଣବନ୍ଧୁ କରନଟବର ସାମନ୍ତରାୟଅହିଂସାଓଡ଼ିଆ ନବବର୍ଷନଦୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବିଜୟ ମିଶ୍ରଭାରତୀୟ ଜାତୀୟ କଂଗ୍ରେସନୃସିଂହନାଥ ଖୁଣ୍ଟିଆଓଡ଼ିଶାର ସଂସ୍କୃତିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଶିମିଳିପାଳ ଜାତୀୟ ଉଦ୍ୟାନବିଶ୍ୱ ଏଡ୍‌ସ ଦିବସଶାନ୍ତନୁ କୁମାର ଆଚାର୍ଯ୍ୟକାଳୀଚରଣ ପଟ୍ଟନାୟକଦହି ହାଣ୍ଡିଜାତୀୟ ସାହସିକତା ପୁରସ୍କାରଓଡ଼ିଶୀମହାଦେଶକେଳୁଚରଣ ମହାପାତ୍ରଧଉଳିବ୍ରଜ କିଶୋର ପ୍ରଧାନଅୟେନ୍ଦ୍ରୀ ଲୱନିୟା ରାୟସୀତା ବିବାହଜଗନ୍ନାଥ ଦାସଶବ୍ଦ (ପଦ)ସବ୍ୟସାଚୀ ମିଶ୍ର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ୩ (ସଂଖ୍ୟା)ପଞ୍ଚସଖାବିବାହରାଧାମୋହନ ଗଡ଼ନାୟକଚିତ୍ତରଞ୍ଜନ ଦାସରତ୍ନାକର ଚଇନିବିଶ୍ୱତାପନଏମିତି ଭାଇ ଜଗତେ ନାହିଁହିଡ଼ିମ୍ବଗୌତମ ବୁଦ୍ଧହୃଷୀକେଶ ପଣ୍ଡାକୃଷ୍ଣଝୁମରଉପେନ୍ଦ୍ର ଭଞ୍ଜକାଞ୍ଚନ ଅବସ୍ତିଜୁଲିଅସ ସିଜରଭାରତ ସରକାରଜାଭା (ପ୍ରୋଗ୍ରାମିଂ ଭାଷା)ମକର (ରାଶି)ଶରତ କୁମାର ମହାନ୍ତିଇଣ୍ଡୋନେସିଆଦୁର୍ଗାଷ୍ଟମୀମହାଭାରତଜଳମୌଳିକ ସଂଖ୍ୟାମଥୁରା ମଙ୍ଗଳ୧୯୯୯ ଓଡ଼ିଶା ମହାବାତ୍ୟାପଖାଳ ଦିବସଅହଲ୍ୟାପାରାଦୀପ ବନ୍ଦରକୋରାପୁଟ🡆 More