କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।
ଜନ୍ମ | ତ୍ରିଏର,ପ୍ରୋସିଆ | ୫ ମଇ ୧୮୧୮
---|---|
ଦେହାନ୍ତ | ୧୪ ମାର୍ଚ୍ଚ ୧୮୮୩ ଲଣ୍ଡନ, ସଂଯୁକ୍ତ ରାଷ୍ଟ୍ରସଂଘ | (ବୟସ ୬୪)
ଦଶନ୍ଧି | ଉନବିଂଶ ଶତାବ୍ଦୀ ଦର୍ଶନ |
ଅଞ୍ଚଳ | ପାଶ୍ଚାତ୍ୟ ଦର୍ଶନ, ଜର୍ମାନ ଦର୍ଶନ |
ବିଦ୍ୟାଳୟ | ମାର୍କସ ବାଦ, ସାମ୍ୟବାଦ, ସମାଜବାଦ, ଭୌତିକବାଦ |
ମୂଳ ଲକ୍ଷ | ରାଜନୀତି, ଅର୍ଥଶାସ୍ତ୍ର, ଦର୍ଶନ, ସମାଜବାଦ,ଇତିହାସ , ବର୍ଗ ସଂଘର୍ଷ |
ଜଣାଶୁଣା ଚିନ୍ତାଧାରା | ମାର୍କ୍ସବାଦର ପ୍ରଣେତା ( ଫ୍ରେଡ଼ରିକ ଏଙ୍ଗେଲ୍ସଙ୍କ ସହିତ), ଅତିରିକ୍ତ ମୂଲ୍ୟ, ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ, ଦାସ କ୍ୟାପିଟାଲ, ଐତିହାସିକ ଭୌତିକବାଦ |
କାହାଦେଇ ପ୍ରଭାବିତ
| |
କାହାକୁ ପ୍ରଭାବିତ କରିଛନ୍ତି
| |
ସନ୍ତକ |
କାର୍ଲ ମାର୍କସ ୫ ମଇ, ୧୮୧୮ରେ ପ୍ରୋସିଆର ତ୍ରିଏରଠାରେ ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । କାର୍ଲଙ୍କର ପିତା ହର୍ସେଲ ମାର୍କସ ଧର୍ମ ନିରପେକ୍ଷ ଶିକ୍ଷା ପାଇଥିଲେ ଏବଂ ଅପେକ୍ଷାକୃତ ବିତ୍ତଶାଳୀ ଥିଲେ, ଏବଂ ଅନେକ ଗୁଡ଼ିଏ ଅଙ୍ଗୁର ବଗିଚାର ଅଧିକାରୀ ଥିଲେ । ଜୀଉମାନଙ୍କ ବିରୁଦ୍ଧରେ ହେଉଥିବା ବିରୋଧାଭାସ ପାଇଁ ସେ ଇହୁଦୀରୁ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି, ହେନେରିକ ଭଳି ଏକ ଜର୍ମାନ ନାମକୁ ଆଦରି ନେଇଥିଲେ । କାର୍ଲଙ୍କର ବାଲ୍ୟକାଳରେ ଏକ କମ ଜଣାଥିବା ତଥ୍ୟ ହେଉଛି, ପିତାମାତାଙ୍କ ୯ଟି ସନ୍ତାନ ମଧ୍ୟରୁ ସେ ତୃତୀୟ ଥିଲେ ମଧ୍ୟ ତାଙ୍କ ବଡ଼ଭାଇ ମୋରିଜଙ୍କ ୧୮୧୯ରେ ମୃତ୍ୟୁ ହେବାପରେ ସେ ପରିବାରର ବଡ଼ ସନ୍ତାନ ହୋଇଥିଲେ; ଏବଂ ଅନ୍ୟ ଭାଇଭଉଣୀ ଯଥା ସୋଫି, ହର୍ମାନ, ହେନେରିଟା, ଲୁଇସ, ଏମିଲି ଓ କାରୋଲିନଙ୍କ ସହ ଅଗଷ୍ଟ ୧୮୨୪ରେ ଖ୍ରୀଷ୍ଟଧର୍ମ ପାଇଁ ଦୀକ୍ଷିତ ହୋଇଥିଲେ । ୧୮୩୦ ପର୍ଯ୍ୟନ୍ତ ସେ ସେ ଗରୋଇ ଶିକ୍ଷା ଗ୍ରହଣ କଇଥିଲେ, ଏବଂ ସେହି ବର୍ଷ ତ୍ରିଏର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ ଯାହାର ପ୍ରଧାନଶିକ୍ଷକ ହ୍ୟୁଗୋ ୱେଟେନବାକ ଥିଲେ । ପ୍ରଶାସନକୁ କ୍ରୋଧିତ କରି ୱେଟେନବାକ ଅନେକ ମାନବବାଦୀ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ, ଯଦ୍ୱାରା ୧୮୩୨ରେ ବିଦ୍ୟାଳୟ ଉପରେ ପୁଲିସ ଚଢ଼ଉ ହୋଇଥିଲା । ୧୮୩୫ରେ, ୧୭ ବର୍ଷ ବୟସରେ କାର୍ଲ ବୋନ ବିଶ୍ୱବିଦ୍ୟାଳୟକୁ ସାହିତ୍ୟ ଓ ଦର୍ଶନ ପଢ଼ିବାର ଇଚ୍ଛାନେଇ ଯାଇଥିଲେ ମଧ୍ୟ ପିତାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ପଢ଼ିଥିଲେ । ଦୁର୍ବଳ ସ୍ୱାସ୍ଥ୍ୟ ପାଇଁ ୧୮ ବର୍ଷରେ ବାଧ୍ୟତାମୂଳକ ସୈନ୍ୟବାହିନୀରେ ଯୋଗଦେବରୁ ସେ ମୁକ୍ତ ହୋଇଥିଲେ, ଏବଂ ବୋନଠାରେ ପୋଲିସଦ୍ୱାରା ନିୟନ୍ତ୍ରିତ "ପୋଏଟ କ୍ଲବ"ରେ ଯୋଗ ଦେଇଥିଲେ । ଆହୁରି ମଧ୍ୟ "ତ୍ରିଏର ଟ୍ରାଭର୍ଣ କ୍ଲବ"ରେ ସେ ଯୋଗ ଦେଇ ଉପ-ସଭାପତି ନିର୍ବାଚିତ ହୋଇଥିଲେ । ଏହାବ୍ୟତୀତ ସେ ଅନ୍ୟ ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ; ଯାହା ମଧ୍ୟରୁ ଅଗଷ୍ଟ ୧୮୩୬ରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହ ଯୁକ୍ତିତର୍କ ଅନ୍ୟତମ । ଶିକ୍ଷାବର୍ଷର ପ୍ରଥମ ଭାଗରେ ତାଙ୍କର ପ୍ରଦର୍ଶନ ଆଶାଜନକ ଥିଲେ ମଧ୍ୟ, ପରେ ଦ୍ରୁତ ଅବନ୍ନତି ଘଟିବାରୁ ତାଙ୍କ ପିତା ପାଠ୍ୟ ଖସଡ଼ା ଉପରେ ଅଧିକ ଧ୍ୟାନ ଦେଉଥିବା "ବର୍ଲିନ ବିଶ୍ୱବିଦ୍ୟାଳୟ"ରେ ପଢିବାକୁ ପଠେଇ ଦେଇଥିଲେ ।
=== ହେଗେଲଙ୍କ ଚିନ୍ତାଧାରାର ପ୍ରଭାବ : ୧୮୩୬-୧୮୪୩ ===ଏକ
This article uses material from the Wikipedia ଓଡ଼ିଆ article କାର୍ଲ ମାର୍କସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.