ଆରିଷ୍ଟୋଟଲ

ଚିନ୍ତାର ଗଭୀରତା ଓ ବ୍ୟାପକତା କିପରି ମଣିଷ ସମାଜକୁ ପ୍ରଭାବିତ କରେ, ପ୍ରସିଦ୍ଧ ଗ୍ରୀକ ବୈଜ୍ଞାନିକ ଓ ଦାର୍ଶନିକ ଆରିଷ୍ଟୋଟଲଙ୍କ ଜୀବନୀରୁ ତାହା ସହଜରେ ପ୍ରମାଣିତ ହୁଏ । ତାଙ୍କ ଚିନ୍ତା ଓ ବିଶ୍ଳେଷଣ, ସମଗ୍ର ମାନବ ସମାଜ ଉପରେ ପ୍ରାୟ ୧୫୦୦ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ବିକ୍ଷିପ୍ତ ବିଷୟରେ ବହୁତ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି , ଆଜି ତାହା କଳ୍ପନାତୀତ ।

Ἀριστοτέλης, Aristotélēs, ଆରିଷ୍ଟୋଟଲ
ଆରିଷ୍ଟୋଟଲ
ଆରିଷ୍ଟୋଟଲଙ୍କ ମାର୍ବଲ ପ୍ରତିମୂର୍ତ୍ତି
ଜନ୍ମ୩୮୪ ଖ୍ରୀ.ପୂ. ଷ୍ଟାଗିରା (ଷ୍ଟାଜେଇରା)
ଦେହାନ୍ତ୩୨୨ ଖ୍ରୀ.ପୂ. ୟୁବୋଇ (ୟୁବୋଇଆ)
ଦଶନ୍ଧିAncient philosophy
ଅଞ୍ଚଳWestern philosophy
ବିଦ୍ୟାଳୟPeripatetic school
Aristotelianism
ମୂଳ ଲକ୍ଷପଦାର୍ଥ ବିଜ୍ଞାନ, Metaphysics, କବିତା, ଥିଏଟର, ସଙ୍ଗୀତ, Rhetoric, ରାଜନୀତି, Government, Ethics, ଜୀବ ବିଜ୍ଞାନ, ପ୍ରାଣୀ ବିଜ୍ଞାନ
ଜଣାଶୁଣା ଚିନ୍ତାଧାରାGolden mean, Reason, Logic, Syllogism, Passion
କାହାଦେଇ ପ୍ରଭାବିତ
କାହାକୁ ପ୍ରଭାବିତ କରିଛନ୍ତି
  • Virtually all Western philosophy that came after his works; Alexander the Great, Avicenna, Averroes, Maimonides, Albertus Magnus, Thomas Aquinas, Duns Scotus, ଟଲେମି, Copernicus, ଗାଲିଲିଓ, and most of Islamic philosophy, Jewish philosophy, Christian philosophy, science and more....

ବାଲ୍ୟ ଶିକ୍ଷା

ଖ୍ରୀ.ପୂ. ୩୮୪ରେ ଏଜିଆନ ସାଗରର ଉତ୍ତର ପ୍ରାନ୍ତରେ ଥିବା ଷ୍ଟାଗିରା ସହରରେ ଆରିଷ୍ଟୋଟଲ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା, ନିକୋମାକସ(Nichomachus) ସମ୍ରାଟ ଆଲେକଜାଣ୍ଡରଙ୍କ ପିତାମହଙ୍କ ରାଜବୈଦ୍ୟ ଥିଲେ । ବାଲ୍ୟକାଳୁ ସେ ସମୃଦ୍ଧି ଓ ବିଭବ ମଧ୍ୟରେ ଲାଳିତ ପାଳିତ ହୋଇଥିଲେ । କୌଣସି ଅନୁଷ୍ଠାନକୁ ନଯାଇ ସେ ଘରେ ପଢାପଢି ଆରମ୍ଭ କରିଥିଲେ । ତାଙ୍କ ପିତା ତାଙ୍କୁ ପ୍ରକୃତି ବିଜ୍ଞାନ ସମ୍ପର୍କରେ ବ୍ୟାପକ ଧାରଣା ଦେଇଥିଲେ ।

ଖ୍ରୀ.ପୂ. ୩୬୭, ଏଥେନସରେ ଥିବା ପ୍ରସିଦ୍ଧ ବିଦ୍ୟାପୀଠରେ ସେ ମାତ୍ର ୧୭ ବର୍ଷ ବୟସରେ ଯୋଗଦେଲେ । ସେ ସମୟର ପ୍ରସିଦ୍ଧ ଦାର୍ଶନିକ ପ୍ଲାଟୋଙ୍କ ଅଧୀନରେ ଶିକ୍ଷାଲାଭ କରିବାର ସୁଯୋଗ ତାଙ୍କୁ ମିଳିଗଲା । ଫଳରେ ତାଙ୍କର ସ୍ୱଚ୍ଛନ୍ଦ ଚିନ୍ତାଧାରା ଓ ଗଭୀର ବିଶ୍ଳେଷଣ ଶକ୍ତି ବିକଶିତ ହେବାକୁ ଲାଗିଲା । ବେଳେବେଳେ ଆଲୋଚନାରେ ଗୁରୁଙ୍କ ସହ ତାଙ୍କର ମତାନ୍ତର ହୁଏ । ଛାତ୍ରର ଏତାଦୃଶ ବିକାଶରେ ଗୁରୁ ଆତ୍ମ ବିଭୋର ଓ ଗର୍ବିତ ହୋଇ ଉଠୁଥିଲେ ।

କର୍ମମୟ ଜୀବନ

ଶିକ୍ଷା ସମାପ୍ତି ପରେ ଜଣେ ପ୍ରତିଷ୍ଠିତ ଶିକ୍ଷକ ରୂପେ ଆରିଷ୍ଟୋଟଲଙ୍କ ସୁଖ୍ୟାତି ମଧ୍ୟ ବ୍ୟାପିବାକୁ ଲାଗିଲା । ତାଙ୍କୁ ଆଲେକଜାଣ୍ଡରଙ୍କ ଶିକ୍ଷକ ରୂପେ ନିଯୁକ୍ତ କରାଯାଇଥିଲା । ଆଲେକଜାଣ୍ଡର ନିଜ ଗୁରୁଙ୍କ ବୈଜ୍ଞାନିକ ଅନୁଧ୍ୟାନ ଓ ଗବେଷଣା ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରିଦେଇଥିଲେ ।

ଗବେଷଣା କ୍ଷେତ୍ରରେ ବୋଧହୁଏ ପ୍ରଥମେ ସେ କେତେକ ଲୋକଙ୍କୁ ଏକାଠି କରି ଏକ ଗବେଷଣା ମଣ୍ଡଳୀ ଗଢିଥିଲେ । ତାଙ୍କ ନିର୍ଦ୍ଦେଶନାରେ ପ୍ରାୟ ୧୦୦୦ ଲୋକ ଗ୍ରୀସ୍ ଓ ଏସିଆର ବିଭିନ୍ନ ସ୍ଥାନ ବୁଲିବୁଲି ଅଦ୍ଭୁତ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ସମ୍ପର୍କରେ ବିବରଣୀ ଦେଉଥିଲେ । ଆରିଷ୍ଟୋଟଲ ତାଙ୍କ ଉତ୍କୃଷ୍ଟ ପ୍ରକାଶ ଭଙ୍ଗୀ ଓ ସୂକ୍ଷ୍ମ ବିଚାରଧାରାଦ୍ୱାରା ଉପାଦେୟ ପୁସ୍ତକ ରୂପେ ସେଗୁଡିକୁ ପରିବେଷଣ କରୁଥିଲେ । ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ସମ୍ବନ୍ଧରେ ତାଙ୍କର କେତେକ ଅବଦାନ ଏପର୍ଯ୍ୟନ୍ତ ସତ୍ୟାରୂପେ ପ୍ରତିଷ୍ଠିତ ।

ଅବସ୍ଥା ଓ ପରିସ୍ଥିତିର ପ୍ରବଳ ଚାପରେ କିପରି ଜୀବଜଗତ ପ୍ରଭାବିତ ହୁଏ ତାହା ସେ ନାନା ଉଦାହରଣରୁ ପ୍ରମାଣିତ କରିଛନ୍ତି ।

ପ୍ରାଣୀ ଶରୀର ବ୍ୟବଚ୍ଛେଦଦ୍ୱାରା ସେ ଛାତ୍ରଙ୍କୁ ଶିକ୍ଷାଦାନ କରୁଥିଲେ । ଏଚ.ଜି.ୱେଲସ ମନିଛନ୍ତି ଯେ ଆରିଷ୍ଟୋଟଲ ଶ୍ରୁଙ୍ଖଳିତ ଶିକ୍ଷାର ପକ୍ଷପାତି ଥିଲେ । ତାଙ୍କ ପୂର୍ବରୁ ଲୋକ କେବଳ କଳ୍ପନା ଓ ପରୋକ୍ଷ ଯୁକ୍ତିଦ୍ୱାରା ଜ୍ଞାନ ଲାଭ କରୁଥିଲେ । କିନ୍ତୁ ସେ ଯୁବକମାନଙ୍କୁ ଏକତ୍ରକରି କିପରି ପର୍ଯ୍ୟବେକ୍ଷଣ ଓ ତୁଳନାକରି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାକୁ ହେବ ତାହା ଦେଖାଇ ଦେଇଥିଲେ ।

ସମାଲୋଚନା

ଆରିଷ୍ଟୋଟଲ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୪୦୦ରୁ ୧୦୦୦ଟି ପୁସ୍ତକ ବିଭିନ୍ନ ବିଷୟରେ ରଚନା କରିଥିଲେ । କେହି କେହି ସନ୍ଦେହ କରନ୍ତି ସେ ସମସାମୟିକ ବୈଜ୍ଞାନିକ ଓ ଦାର୍ଶନିକଙ୍କ ଚିନ୍ତାଧାରାକୁ ଉତ୍ତାରି ପକାଉଥିଲେ ।

ବୈଜ୍ଞାନିକ ରୋଜର ବେକନ ଦିନେ ବ୍ୟସ୍ତ ହୋଇ କହିପକାଇଥିଲେ "ମୋର ଯଦି କୌଣସି ଉପାୟ ଥାନ୍ତା, ତାହାହେଲେ ଆରିଷ୍ଟୋଟଲ ଯେତେ ପୁସ୍ତକ ଲେଖିଯାଇଥାନ୍ତି, ସେ ସବୁକୁ ପୋଡ଼ି ପାଉଁଶ କରିଦିଅନ୍ତି । ସେ ଗୁଡିକର ଅଧ୍ୟୟନ କେବଳ ସମୟର ଅପଚୟ । ତାକୁ ପଢ଼ିଲେ ପାଠକ ପ୍ରମାଦଗ୍ରସ୍ତ ହୁଏ ଓ କ୍ରମଶଃ ତାର ଅଜ୍ଞତା ବୃଦ୍ଧି ପାଏ ।"

ଏହାର କାରଣ, ଆରିଷ୍ଟୋଟଲଙ୍କ ପ୍ରାଣୀ ବିଜ୍ଞାନ ତଥ୍ୟାବଳୀ ପର୍ଯ୍ୟବେକ୍ଷଣ ଉପରେ ଯେପରି ପ୍ରତିଷ୍ଠିତ ହୋଇଥିଲା , ପଦାର୍ଥ ବିଜ୍ଞାନର ସତ୍ୟଗୁଡିକ ସେପରି ହୋଇନଥିଲା । ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ ସେ ଯେଉଁ ଧାରଣା ପ୍ରଚାର କରୁଥିଲେ ସେଗୁଡ଼ିକ ଅତି ପ୍ରମାଦ ପୂର୍ଣ ଓ ବିଭ୍ରାନ୍ତିକର ଥିଲା । ସାଧାରଣ ଲୋକ ସେହି ଭ୍ରାନ୍ତି ଧାରଣାର ପ୍ରଭାବରୁ ମୁକ୍ତ ହୋଇପାରିଲେନାହିଁ । ପରବର୍ତ୍ତୀ ପଦାର୍ଥବିତ‌ମାନେ ପ୍ରକୃତ ସତ୍ୟ ପ୍ରତିଷ୍ଠା ଭୀଷଣ ବିରୋଧର ସମ୍ମୁଖୀନ ହୋଇଥିଲେ ।

ଆରିଷ୍ଟୋଟଲ ଧାରଣା ଥିଲା ବୃତ୍ତ ଏକ ପରିପୂର୍ଣ୍ଣ ଚିତ୍ର , ତେଣୁ ପରମ ବା ବିଶୁଦ୍ଧ ଗତି କେବଳ ବୃତ୍ତକାରରେ ଘଟେ । କିନ୍ତୁ ୧୬୦୯ ଖ୍ରୀଷ୍ଟାବ୍ଦରେ କେପ୍ଲର ସନ୍ତୋଷଜନକ ଭାବେ ପ୍ରମାଣ କଲେ ଯେ ମହାକାଶରେ ଗ୍ରହଗୁଡ଼ିକ ବୃତ୍ତକାରରେ ନଘୂରି ଉପାବୃତ୍ତାକାର ପଥରେ ଘୂରନ୍ତି । କିନ୍ତୁ ସେ ଆରିଷ୍ଟୋଟଲଙ୍କ ବିରୁଦ୍ଧରେ ଯାଉଥିବାରୁ ତାଙ୍କୁ କେହି ଶୁଣିଲେ ନାହିଁ । ତାଙ୍କ ଅକାଟ୍ୟ ପ୍ରମାଣ ଗୁଡିକୁ ମଧ୍ୟ କେହି ଖାତିର କାଲେ ନାହିଁ ।

ପ୍ରାୟ ୧୫୦୦ ବର୍ଷ ପରେ ଗାଲିଲିଓ ଆରିଷ୍ଟୋଟଲଙ୍କ ମତବାଦର ବିରୋଧ କଲେ । ସେ କହିଲେ ବାୟୁ ନଥିଲେ ଓଜନିଆ, ହାଲୁକା ବସ୍ତୁ ଉପରୁ ତଳେ ପଡ଼ିବାକୁ ଏକା ସମୟ ନିଅନ୍ତା । କିନ୍ତୁ ଆରିଷ୍ଟୋଟଲଙ୍କ ମତରେ ଏକ ପାଉଣ୍ଡର ବସ୍ତୁ ସମାନ ଦୂରତା ଅତିକ୍ରମ କରିବା ପାଇଁ ଯେତିକି ସମୟ ନିଏ ଦୁଇ ପାଉଣ୍ଡର ବସ୍ତୁ ତାର ଅଧା ସମୟ ନିଏ । ସାଧାରଣ ଲୋକ ବାୟୁ ନଥିଲେ କଅଣ ହୁଆନ୍ତା ଅନୁମାନ କରିପାରିନଥିଲେ ବରଂ ଆରିଷ୍ଟୋଟଲଙ୍କ ବିରୁଦ୍ଧାଚରଣ କରୁଥିବାରୁ ଗାଲିଲିଓଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା ।

ଶେଷ କଥା

ବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତା କଲେ ସେ ସମୟରେ ଆରିଷ୍ଟୋଟଲ ଜଣେ ମହାନ ବ୍ୟକ୍ତି ଥିଲେ । କିନ୍ତୁ ଦୁଃଖର କଥା ସେ ଅତି ମହାନ ହୋଇଗଲେ । ସାଧାରଣ ଲୋକ, ତାଙ୍କ ସତ୍ୟ ବିଚାର ସହିତ ପ୍ରମାଦପୂର୍ଣ୍ଣ ଧାରଣା ଗୁଡିକୁ ମଧ୍ୟ ଗ୍ରହଣ କରିନେଲେ । ସବୁ କଥାର ଉତ୍ତର ଓ ସତ୍ୟାସତ୍ୟ ନିର୍ଣ୍ଣୟ ପାଇଁ ପ୍ରମାଣ ଆରିଷ୍ଟୋଟଲଙ୍କ ଲେଖା ବା ଉକ୍ତିରୁ ଲୋକେ ଭିଡି ଓଟାରି ବାହାର କରିବାକୁ ଚେଷ୍ଟା କଲେ; ଯୁଗ ଯୁଗ ପାଇଁ ସେଗୁଡିକ ଅଖଣ୍ଡନୀୟ ସତ୍ୟ ବୋଲି ପ୍ରତିଷ୍ଠା କରିବାକୁ ଉଦ୍ୟମ କଲେ । ଫଳରେ ପ୍ରକୃତ ସତ୍ୟ ପ୍ରତିଷ୍ଠିତ ହବାକୁ ଅଧିକ ସମୟ ଲାଗିଲା ।

ଖ୍ରୀ.ପୂ. ୩୨୩ରେ ଆଲେକଜାଣ୍ଡର ପ୍ରାଣତ୍ୟାଗ କଲେ । ତା'ପରେ ଆରିଷ୍ଟୋଟଲଙ୍କ ଦୁର୍ଦ୍ଦିନ ଉପସ୍ଥିତ ହେଲା । ସେ ପ୍ରାଣଭୟରେ ରାଜ୍ୟ ଛାଡି ପଳାୟନ କଲେ । ତା' ପର ବର୍ଷ ମାନସିକ ଦୁଶ୍ଚିନ୍ତାରେ ସେ ପ୍ରାଣତ୍ୟାଗ କଲେ । ଆରିଷ୍ଟୋଟଲଙ୍କ ପ୍ରାଣରକ୍ଷା ପାଇଁ ବିଶେଷ ଉଦ୍ୟମ ହୋଇ ନଥିଲା; କିନ୍ତୁ ତାଙ୍କ ଚିନ୍ତାଧାରାକୁ ବଞ୍ଚାଇ ରଖିବାକୁ ଲୋକେ ଆପ୍ରାଣ ଉଦ୍ୟମ କରିଥିଲେ ।

ଆଧାର

  • ବୈଜ୍ଞାନିକ ଜୀବନୀ (ପଦାର୍ଥ ବିଜ୍ଞାନ) , ପ୍ରଥମ ଭାଗ-୧୯୭୪ , ଡଃ.କୁଳମଣି ସାମଲ , (ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା)

ବାହାର ଲିଙ୍କ

Collections of works

Other

Tags:

ଆରିଷ୍ଟୋଟଲ ବାଲ୍ୟ ଶିକ୍ଷାଆରିଷ୍ଟୋଟଲ କର୍ମମୟ ଜୀବନଆରିଷ୍ଟୋଟଲ ସମାଲୋଚନାଆରିଷ୍ଟୋଟଲ ଶେଷ କଥାଆରିଷ୍ଟୋଟଲ ଆଧାରଆରିଷ୍ଟୋଟଲ ବାହାର ଲିଙ୍କଆରିଷ୍ଟୋଟଲ

🔥 Trending searches on Wiki ଓଡ଼ିଆ:

ଇତିହାସରାମନେପଚୁନଧରିତ୍ରୀ (ଖବରକାଗଜ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୋପବନ୍ଧୁ ଚୌଧୁରୀଗୌତମ ବୁଦ୍ଧମଙ୍ଗଳା ମନ୍ଦିରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତର ସଂସଦଆକବରପୁରୁଷୋତ୍ତମ ଦେବଧର୍ମଶେୟାର ବଜାରସ୍ୱର ବର୍ଣ୍ଣପ୍ଲୀହାବିଶ୍ୱତାପନକବିସୂର୍ଯ୍ୟ ବଳଦେବ ରଥଯୌନ ସମ୍ଭୋଗହେପାଟାଇଟିସଅଧର ପଟ୍ଟନାୟକରାଣୀ ଲକ୍ଷ୍ମୀବାଈମ୍ୟାଲେରିଆଓଡ଼ିଆସାଇକେଲବାରବାଟି ଦୁର୍ଗଶ୍ରବଣା (ନକ୍ଷତ୍ର)ରେବତୀ (କ୍ଷୁଦ୍ରଗଳ୍ପ)ଭାନୁଜୀ ରାଓଅଭିମନ୍ୟୁ ସାମନ୍ତସିଂହାରଗଙ୍ଗାଧର ମେହେରମହିଳା ଯୌନାଙ୍ଗ ଛେଦନସୁଭାଷ ଚନ୍ଦ୍ର ବୋଷଇରା ମହାନ୍ତିଆରିଷ୍ଟୋଟଲମାର୍ଚ୍ଚରବୀନ୍ଦ୍ରନାଥ ଠାକୁରଚବିଶ ଗୁରୁବି. ଆର. ଆମ୍ବେଦକରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମାୟାଧର ମାନସିଂହବିଦ୍ୟୁତପ୍ରଭା ଦେବୀvji40୨୮ ଫେବୃଆରୀନନ୍ଦିନୀ ଶତପଥୀଭଦଭଦଳିଆବିଜୟ ଶଙ୍କର ଦାସଗୋପୀନାଥ ମହାନ୍ତିକବାଟଆପେଣ୍ଡିସାଇଟିସଓଡ଼ିଶାର ସଂସ୍କୃତିନୋବେଲ ପୁରସ୍କାରନେତୃତ୍ୱଦ୍ୱିତୀୟ ଭାସ୍କରନିର୍ମଳା (ଉପନ୍ୟାସ)ଜହ୍ନବେଣୁଧର ରାଉତଗୋଦାବରୀଶ ମିଶ୍ର୭୦୧ରାମ ନବମୀକୋଷ୍ଠକାଠିନ୍ୟଶ୍ରୀରାଉରକେଲାପୁଷ୍ଟିସାରଘରହରିପ୍ରସାଦ ଚୌରାଶିଆଅସହଯୋଗ ଆନ୍ଦୋଳନଭାରତୀୟ ସଂଖ୍ୟା ପ୍ରଣାଳି🡆 More