ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ ।
ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।
୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକିି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।
ଆଫଗାନିସ୍ତାନ, ଅଙ୍ଗୋଲା, ଆର୍ମେନିୟା, ଆଜରବାଇଜାନ, ବେଳରୁଷ, ବୁର୍କିନା ଫାସୋ, କାମ୍ବୋଡିୟା, ଚୀନ (କେବଳ ମହିଳା ମାନଙ୍କ ପାଇଁ), କ୍ୟୁବା, ଜଂର୍ଜିୟା,ଗିନ୍ନୀ -ବିସାଉ , ଈରୀଟ୍ରିୟା, କଜାଖସ୍ତାନ, କିର୍ଗିସ୍ତାନ, ଲାଓସ, ମକଦୁନିୟା (କେବଳ ମହିଳା ମାନଙ୍କ ପାଇଁ), ମଡାଗାସ୍କାର (କେବଳ ମହିଳା ମାନଙ୍କ ପାଇଁ), ମାଲ୍ଡୋବା, ମଙ୍ଗୋଲିୟ, ନେପାଳ (କେବଳ ମହିଳା ମାନଙ୍କ ପାଇଁ), ଋଷ, ତାଜିକିସ୍ତାନ, ତୁର୍କମେନିସ୍ତାନ, ୟୁଗାଣ୍ଡା, ୟୁଫ୍ରେନ, ଉଜବେକିସ୍ତାନ, ବୀୟତନାମ, ଏବଂ ଜାମ୍ବିୟାରେ ଏହି ଦିନ ଏକ ଅଧିକାରୀକ ଅବକାଶ ଅଟେ ।
ଆନ୍ତର୍ଜାତିକ ମହିଳା ଦିବସ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
This article uses material from the Wikipedia ଓଡ଼ିଆ article ଆନ୍ତର୍ଜାତିକ ମହିଳା ଦିବସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.