ଗୁଗଲ /ɡuːɡl/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
Wiki ଓଡ଼ିଆ | |
Wiki ଓଡ଼ିଆ | |
ପ୍ରକାର | Subsidiary |
---|---|
ଶିଳ୍ପ |
|
ପ୍ରତିଷ୍ଠିତ ସ୍ଥାନ | ସେପ୍ଟେମ୍ବର 4, 1998 Menlo Park, California |
ପ୍ରତିଷ୍ଠାତାମାନେ |
|
ମୁଖ୍ୟ କାର୍ଯ୍ୟାଳୟ | Googleplex, Mountain View, California , U.S. |
Area served | Worldwide |
ପ୍ରମୁଖ ବ୍ୟକ୍ତି | ସୁନ୍ଦର ପିଚାଇ (CEO) |
ଉତ୍ପାଦ | List of Google products |
Revenue | US$66.001 billion (2014) |
Operating income | US$୧୬ ଦଶମିକ ୪୯୬ billion (୨୦୧୪) |
Net income | US$୧୪ ଦଶମିକ ୪୪୪ billion (୨୦୧୪) |
Total assets | US$୧୩୧ ଦଶମିକ ୧୩୩ billion (୨୦୧୪) |
Total equity | US$୧୦୪ ଦଶମିକ ୫ billion (୨୦୧୪) |
Number of employees | ୫୯,୯୭୬ (Q3 2015) |
ମୂଳ ସଂସ୍ଥା | ସ୍ୱାଧୀନ (୧୯୯୮–୨୦୧୫) ଅଲଫବେଟ୍ଆଇ.ଏନ.ସି. (୨୦୧୫–ଆଜି ପର୍ଯନ୍ତ) |
Subsidiaries | List of subsidiaries |
ୱେବ୍ସାଇଟ୍ | www |
Footnotes / references |
ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।
ଗୁଗଲ କରିବା ଏକ କ୍ରିୟାକୁ ବୁଝାଏ ଯାହାର ଅର୍ଥ ଗୁଗଲରେ ସନ୍ଧାନ କରିବା । ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍ ଖୋଜାକୁ ମଧ୍ୟ ବୁଝାଇଥାଏ । କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ । ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ ।
୧୯୯୬ରେ ଷ୍ଟାନ୍ଫୋର୍ଡ଼୍ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରୀ ପେଜ୍ ଓ ସର୍ଜି ବ୍ରିନ୍ଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବ୍ରୁୟାରୀରେ କାଲିଫର୍ନିଆର ପାଲୋ ଆଲ୍ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା ।
ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍ ।
ଅଗଷ୍ଟ ୧୦, ୨୦୧୫ରେ ସୁନ୍ଦର ପିଚାଇ ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ ।
ବିଜ୍ଞାପନ ଜଗତରେ ଗୁଗଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୧୧ରେ ଗୁଗଲର ସମୁଦାୟ ଅମଦନିର ୯୬% କେବଳ ବିଜ୍ଞାପନରୁ ଆସିଥିଲା । ସନ୍ଧାନ ସେବା ସହିତ ଗୁଗଲ ନିଜର ବିଜ୍ଞାପନ ସେବା ମଧ୍ୟ ଆରମ୍ଭ କରିଛି । ଯେଉଁଥିରେକି କ୍ଲିକ୍ ହିସାବରେ ବ୍ୟକ୍ତିକୁ ପଇସା ଦେବାକୁ ପଡିଥାଏ । ଗୁଗୁଲର ଏହି ବିଜ୍ଞାପନ ସେବାଟି ସମୟ, କାଳ, ବୟଷ ଅନୁସାରେ ଲୋକମାନଙ୍କ ନିକଟରେ ପହନ୍ଚି ଥାଏ ।
ଗୁଗୁଲ ଅନଲିଟିକସ୍, ୱେବସାଇଟ ମାଲିକମାନଙ୍କୁ ୱେବସାଇଟ ଟ୍ରାଫିକ୍ ଜନିବରେ ସାହାଯ୍ୟ କରିଥାଏ । ସେହିପରି ଗୁଗୁଲ AdWords ବିଭନ୍ନ ସ୍ଥାନରେ ବିଜ୍ଞାପନ ଦେଖେଇବରେ ସାହାଯ୍ୟ କରିଥାଏ ।
ଆଜି ସମୟରେ ଗୁଗୁଲର ସନ୍ଧାନୀ ଇଞ୍ଜିନ୍ କୋଟି କୋଟି ଲୋକଙ୍କୁ ସାହାଯ୍ୟ କରି ଚାଲିଛି । ୨୦୦୯ ମସିହାରେ CamScoreଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଗୁଗୁଲର ଏହି ସନ୍ଧାନୀ ଇଂଜିନ ବିଶ୍ୱର ସର୍ବ ବୃହତ ସନ୍ଧାନୀ ଇଂଜିନ ।
ଗୁଗୁଲ ଆଜି କଲି ବହିପତ୍ର ବିକିବାରେ ମଧ୍ୟ ଅଗ୍ର ଧାଡିରେ ରହି ଅଛି । ଗୁଗୁଲ ବୁକ ନାମକ ଏକ ସେବାଦ୍ୱାରା ଗୁଗୁଲ ବହି ବ୍ୟବସାୟରେ ଆମାଜନ ଭଳି କମ୍ପାନୀ ମାନଙ୍କ ସହିତ ତଳ ଦେଇ, ନିଜ ବହି ବ୍ୟବସାୟରେ ଅଗ୍ରଗତି କରି ଚାଲିଛି ।
ବର୍ତ୍ତମାନ ଗୁଗୁଲ ସର୍ଚ୍ଚରେ ଭୟେସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଛି ।
ପୂର୍ବରୁ ଏକ ସନ୍ଧାନୀ ସେବା ଭାବେ କାମ କରୁଥିବା ଗୁଗଲ, ବର୍ତ୍ତମାନ ମେସିନ ଲରନିଙ୍ଗ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇ ଚାଲିଛି । ୨୦୧୬ ଗୁଗଲ ଆଇ/ଓରେ ଉନ୍ମୋଚିତ ଗୁଗଲ ଆସିଷ୍ଟାଣ୍ଟ ସହାୟତାରେ ଲୋକମାନଙ୍କୁ ସହାୟତା କରିବା ସହିତ, ନିଜର ଚିତ୍ର ସନ୍ଧାନୀ ସେବା, ସ୍ୱର ସନ୍ଧାନୀ ସେବା, ଇମେଜ ପ୍ରୋସେସିଙ୍ଗ ଏବଂ ଅନୁବାଦ ସେବାକୁ ଦିନକୁ ଦିନ ଉନ୍ନତ କରିଚାଲିଛି ।
ଏପରିକି ଗୁଗଲ ଆଇ/ଓ ୨୦୧୭ରେ ଗୁଗଲର ସି.ଇ.ଓ ସୁନ୍ଦର ପିଚାଇ ଲୋକମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇବା ପାଇଁ କହିଛନ୍ତି ।
ଗୁଗୁଲ ଆଜି ଦଶରୁ ଅଧିକ କାର୍ଯ୍ୟକାରୀ ସଫ୍ଟୱେର ସେବା ଦେଉଛି, ଯାହାକି ବର୍ତ୍ତମାନ ଦୈନନ୍ଦିନ ଜୀବନର ଅଂଶ ହୋଇଗଲାଣି । ଗୁଗୁଲର ଏହି ସବୁ ସେବାଗୁଡ଼ିକ ମଧ୍ୟରୁ ଜିମେଲ୍ ସେବା ଅନ୍ୟତମ । ଏପ୍ରିଲ ୧, ୨୦୦୪ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ପ୍ରତେକ ମଣିଷର ଏକ ଆବଶ୍ୟକତାରେ ପରିବର୍ତିତ ହୋଇଗଲାଣି. ।
ସେହିପରି ଗୁଗୁଲ ୨୦୦୪ରେ ଗୁଗୁଲ କୋଡ଼ ନାମକ ଏକ ସେବା ଆରମ୍ଭ କର ଥିଲା ଯେଉଁଥିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର କାମ ବହୁତ ସୁବିଧାରେ ହୋଇ ପାରୁଥିଲା । ପରବର୍ତ୍ତୀ କାଳରେ ଏହି ସେବାଟି ଗୁଗୁଲ ଡେଭଲପର ନାମରେ ପରିଚିତ ହୋଇଥିଲା ।
ଠିକ ସେହି ପରି Google for Work ସେବାଦ୍ୱାରା ଗୁଗୁଲ ନୂଆ ଗଢ଼ି ଉଠିଥିବା କମ୍ପାନୀ ମାନଙ୍କ ପାଇଁ ପରିବର୍ତନସିଲ ଗୁଗୁଲ ସେବାର ନିର୍ମାଣ କରି ଚାଲିଛି ।
ବ୍ୟବସିୟିକ ସଫ୍ଟୱେରଗୁଡ଼ିକ ମଧ୍ୟରୁ Google apps ଅନ୍ୟତମ । ଯେଉଁଠିକି କମ୍ପାନୀମାନେ ନିଜସ୍ୱ ନାମରେ ମେଲ୍, Google Doc ଏବଂ ବାଣିଜ୍ୟ ଜନିତ ସଫ୍ଟୱେର ପୋଷ୍ଟିନି ବ୍ୟବହାର କରି ପାରିବେ ।
ଗୁଗଲର ଅନ୍ୟ ସଫ୍ଟୱେର ମାନଙ୍କ ମଧ୍ୟରେ ଗୁଗଲ ଟ୍ରାନ୍ସଲେଟ ସବୁଠାରୁ ଗୁରୁତ୍ୱ ପୂର୍ଣ । ଏହା ଏକ ସର୍ବର ସାଇଡ ସେବା ସାହାଯ୍ୟରେ ମଣିଷ, ନିଜେ ନ ଜାଣିଥିବା ଭାଷା ମଧ୍ୟ ବ୍ୟବହାର କରି ପାରୁଛି ଏବଂ ସହଜରେ ବୁଝିପାରୁଛି । ଏହି ସେବା ବର୍ତ୍ତମାନ ୮୦ଟି ଭାଷାରେ ଉପଲବ୍ଧ । ହସ୍ତଲିପିଠାରୁ ଆରମ୍ଭ ଲର ସ୍ୱର ଅନୁଷରଣ ମଧ୍ୟ ଗୁଗୁଲ ଟ୍ରାନ୍ସଲେଟ ସେବା କରି ପାରୁଛି ।
୨୦୦୨ରେ ଗୁଗୁଲ, ଗୁଗୁଲ ନିଉସ୍ ନାମକ ଏକ ସେବା ଆରମ୍ବ କରିଥିଲା ଯାହାକି ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଅଛି ।
ଗୁଗୁଲ ନିଜ ଜନ୍ମ ସ୍ଥାନରେ ବର୍ତ୍ତମାନ ମାଗଣା Wi-Fiର ସେବା ପ୍ରଦାନ କରି ଆସୁଛି । ୨୦୧୦ ମସିହାରେ ଗୁଗୁଲ, ଗୁଗୁଲ ଫାଇବର୍ ନାମକ ଏକ ନୂଆ ସେବା ଆରମ୍ଭ କରିବାର ଘୋଷଣା କରିଥିଲା । ଯେଉଁଥିରେ ୫୦୦୦୦ରୁ ୫୦୦୦୦୦ ଗ୍ରାହକଙ୍କୁ ତୀବ୍ର ବେଗ ବିଶିଷ୍ଟ ଇଣ୍ଟରନେଟ ସେବା ଦେବାର ପ୍ରତିଶ୍ରୁତି ଗୁଗୁଲ କରିଥିଲା ।
୨୦୦୭ ମସିହାରେ ଗୁଗୁଲ ନିଜର ମୋବାଇଲ ଫୋନ୍ ତିଆରି କରିବା କଥା ଚିନ୍ତା କରି ଥିଲା, ଯାହାକି ଅପିଲ ମୋବାଇଲ ସହ ତାଳ ଦେଇ ଚାଲି ପାରିବ । ଏଥପାଇଁ ଗୁଗୁଲ Androidକୁ ଅଧିକାର କରି ଥିଲା ଏବଂ ଏହାକୁ Open Source ପ୍ରୋଜେକ୍ଟ ଭାବେ ବିତରଣ କରିଥିଲା । ଯାହାକି ପରବର୍ତ୍ତୀ କାଳରେ ଏକ ଅପରେଟିଂ ସିଷ୍ଟମରେ ପରିଣତ ହୋଇଥିଲା ।
ସେହି ପରି ଗୁଗୁଲର ଆଉରି ଅନେକ ସଫ୍ଟୱେର ଯଥା, ଗୁଗୁଲ ୱାଲେଟ, ଗୁଗୁଲ କାମେରା, ପ୍ରୋଜେକ୍ଟ ଫାଇ ଅନ୍ୟତମ ।
ଗୁଗୁଲର ଏହି ଏପିଆଇ ସାହାଯ୍ୟରେ ଡେଭେଲପରମାନେ ନିଜର ଆପ୍ଲିକେସନ ଗୁଡିକରେ ଗୁଗୁଲ ସେବାଗୁଡ଼ିକ ସହିତ ସମ୍ପର୍କ ଯୋଡି ପାରୁଛନ୍ତି ।
ଫରଚୂନ୍ ମାଗାଜିନ୍ ଅନୁଶାରେ ଗୁଗୁଲ ୨୦୦୭, ୨୦୦୮ ଏବଂ ୨୦୧୨ରେ ବିଶ୍ୱର ସର୍ବ ପ୍ରଥମ କମ୍ପାନୀର ମର୍ଯ୍ୟାଦା ପାଇଁ ଥିଲା। ୨୦୦୯ ଏବଂ ୨୦୧୦ରେ ଚତୁର୍ଥ ସ୍ଥାନରେ ରହିଥିଲା ।
୨୦୧୩ ମସିହାର ଗଣନା ଅନୁସାରେ ଗୁଗଲରେ ୪୭,୭୫୬ ଜଣ କର୍ମଚାରୀ ଥିଲେ । ଯେଉଁଥିରୁ ୧୦,୦୦୦ ଜଣ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି । ୨୦୦୭ ଏବଂ ୨୦୦୮ରେ ବହୁତ ଉପରାଧିକାରୀମାନେ ଗୁଗୁଲ ଛାଡ଼ି ପଳାଇ ଥିଲେ । ୨୦୧୧ରେ ଲାରୀ ପେଜ୍ ଗୁଗୁଲର ସିଇଓ ହୋଇଥିଲେ ।
ଗୁଗୁଲର କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୁଗୁଲ ସେମାନଙ୍କୁ ୨୦% ସମୟ ନିଜ ପସନ୍ଦର କାମ କରିବା ପାଇଁ ଛାଡ଼ି ଥାଏ ।
ଗୁଗଲର ମୁଖ୍ୟ କାର୍ୟଳୟ ମାଉଣ୍ଟନ ଭିଉଠାରେ ଅବସ୍ଥିତ । ଏହାକୁ ଗୁଗଲପ୍ଲେକ୍ସ ବୋଲି ମଧ୍ୟ କୁହାଯାଏ । ଏହା ଏକ ବିରାଟ କାୟ କାର୍ୟଳୟ । ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ । ମାଗଣା ଖାଇବା ପିଇବା ସୁବିଧା ଏଠାରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସବୁ ବେଳେ ପ୍ରସ୍ତୁତ ହୋଇଥାଏ ।
ଗୁଗଲର ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ୨୦୦୬ରେ ହୋଇଥିଲା । ଏଠାରେ ଗୁଗଲର advertise ଏବଂ salesର କର୍ମୀ ମାନଙ୍କ ସଂଖ୍ୟା ସମସ୍ତଙ୍କଠୁଁ ଅଧିକ । ଦେଖିବାରେ ଏବଂ କମାକାର୍ୟରେ ଏହା ଦେଖିବାକୁ ମାଉଣ୍ଟନ ଭିଉ ସହିତ ପ୍ରାୟ ସମାନ । ଏଠାରେ ରୋଷେଇ ଘର, ଖେଳ ଘରଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଛି ।
ବର୍ତ୍ତମାନ ଗୁଗଲର କାର୍ୟଳୟ ଦେଶ ବିଦେଶରେ ବ୍ୟାପି ରହିଛି ।
This article uses material from the Wikipedia ଓଡ଼ିଆ article ଗୁଗଲ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.