ଟେନ୍ସରଫ୍ଲୋ: ଗୁଗଲର ଏକ ଗାଣିତିକ ବିଧି

ଟେନସରଫ୍ଲୋ ହେଉଛି ଗୁଗଲର ଏକ ଗାଣିତିକ ପ୍ରଣାଳୀ ଯାହାକୁ ବ୍ୟବହାର କରି, ବୈଦ୍ୟୁତିକ ଯନ୍ତ୍ର ଏବଂ କମ୍ପ୍ୟୁଟର ସମୂହକୁ କୁତ୍ରିମ ବୁଦ୍ଧି ପ୍ରଦାନ କରିହେବ । ଏହା ବର୍ତ୍ତମାନ, ବିଭିନ୍ନ ରିସର୍ଚ୍ଚ କାମରେ ବ୍ୟବହାର ହେବା ସହିତ, ଗୁଗଲର ବିଭିନ୍ନ ସଫ୍ଟୱେରରେ ମଧ୍ୟ ବ୍ୟବହାର ହେଉ ଅଛି । ଟେନ୍ସରଫ୍ଲୋ ପ୍ରାଥମିକ ଭାବେ ଏକ ନିଜସ୍ୱ ଗାଣିତିକ ବିଧି ଭାବେ ଗୁଗଲର ବ୍ରେନ ଟିମ ତିଆରି କରିଥିଲେ । ନଭେମ୍ବର ୯ ତାରିଖ, ୨୦୧୫ରେ ଏହାକୁ ଏକ ଓପନ ସୋର୍ସ ସଫ୍ଟୱେର ଭାବେ ଘୋଷଣା କରାଯାଇଥିଲା ।

ଟେନସରଫ୍ଲୋ
ଟେନ୍ସରଫ୍ଲୋ: ଇତିହାସ, ବିଶେଷତ୍ୱ, ବ୍ୟବହାର
ଡେଭେଲପରଗୁଗଲ ବ୍ରେନ Team
ପ୍ରଥମ ରିଲିଜ୍ନଭେମ୍ବର 9, 2015; 8 years ago (2015-୧୧-09)
ଷ୍ଟେବଲ୍ ରିଲିଜ୍1.2.0 / ଜୁନ 15, 2017; 6 years ago (2017-୦୬-15)
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍Python, C++, CUDA
ପ୍ଲାଟଫର୍ମLinux, macOS, Windows, Android
ପ୍ରକାରMachine learning library
ଲାଇସେନ୍ସApache 2.0 open source license
ୱେବସାଇଟwww.tensorflow.org

ଇତିହାସ

ଦିଷ୍ଟବିଲିଭ

୨୦୧୧ ମସିହାରେ ଗୁଗଲ ଡିସ୍ଟବିଲିଭକୁ ଏକ ନିଜସ୍ୱ ମେସିନ ଲର୍ନିଙ୍ଗ ପଦ୍ଧତି ଭାବେ ଉନମୋଚନ କରିଥିଲା ଯାହା କି ଡିପ୍ ଳର୍ନିଙ୍ଗ ଉପରେ ଆଧାରିତ ଥିଲା । ଧିରେ ଧିରେ ଏହା ଆଲଫାବେଟର କମ୍ପାନି ଗୁଡିକରେ ବ‌ହୁଳ ବ୍ୟ‌ବ‌ହାର ହେବାରେ ଲାଗିଲା । ଏହାପାରେ ଗୁଗଲ ନିଜର ଅନେକ ଗୁଡିଏ କମ୍ପ୍ୟୁଟର ବିଜ୍ଞାନୀଙ୍କୁ ଦିଷ୍ଟବିଲିଭର ପ୍ରଶାରଣରେ ନିଯୁକ୍ତ କରିଥିଲେ । ଦିଷ୍ଟବିଲିଭରେ ଆହୁରି ଅନେକ ତଥ୍ୟ ଯୋଡ଼ାଯାଇ ଏହାକୁ ପରବର୍ତ୍ତୀକାଳରେ ଟେନ୍ସରଫ୍ଲୋ ନାମରେ ନାମିତ କରାଯାଇଥିଲା । ୨୦୦୯ ମସିହାରେ ଏହାକୁ ବ୍ୟବହାର କରି ଗୁଗଲର ସ୍ୱର ସନ୍ଧାନୀ ଏବଂ ଗୁଗଲ ସନ୍ଧାନୀରେ ଥିବା ୨୫ ପ୍ରତିଶତ ତ୍ରୁଟିକୁ ଠିକ କରାଯାଇଥିଲା ।

ଟେନ୍ସରଫ୍ଲୋ

ଟେନ୍ସରଫ୍ଲୋ ହେଉଛି ଗୁଗଲର ଦ୍ୱିତୀୟ ପିଢ଼ିର ଗାଣିତିକ ବିଧି, ଯାହାକୁ ୯ ନଭେମ୍ବର, ୨୦୧୫ରେ ଏକ ଓପନ ସୋର୍ସ ସଫ୍ଟଓୟାର ଭାବେ ଉନ୍ମୋଚନ କରାଯାଇଥିଲା । ଏହାର ମୁଖ୍ୟ ସଫ୍ଟୱେରଟି ଗୋଟିଏ ମାତ୍ର ଯନ୍ତ୍ରରେ ପରିଚାଳିତ ହେଉଥିବା ବେଳେ, ଟେନ୍ସରଫ୍ଲୋକୁ ଏକାଧିକ ସି.ପି.ୟୁ ଏବଂ ଜି.ପି.ୟୁରେ ବ୍ୟବହାର କରିହେବ । ଟେନ୍ସରଫ୍ଲୋ ଉଭୟ ଲିନକ୍ସ, ମ୍ୟାକ ଓଏସ, ଉଇଣ୍ଡୋଜ, ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ ହେଉଛି ।

ଟେନ୍ସର ପ୍ରୋସେସିଙ୍ଗ ୟୁନିଟ

ମଇ ୨୦୧୭ରେ ଗୁଗଲ ନିଜର ଟେନ୍ସର ପ୍ରୋସେସିଙ୍ଗ ୟୁନିଟ, ଯାହାକି ବିଶେଷ କରି ମେସିନ ଲରଣୀଙ୍ଗ ଏବଂ ଟେନ୍ସରଫ୍ଲୋ ପାଇଁ ପ୍ରସ୍ତୁତି କରାଯାଇଛି । ଟି.ପି.ୟୁ ହେଉଛି ଏକ ପ୍ରୋଗ୍ରାମ କରିହେଉଥିବା ଯନ୍ତ୍ର ଯାହାକୁ ବ୍ୟବହାରକରି ଖୁବ କମ ସମୟ ମଧ୍ୟରେ ବହୁତ ମାତ୍ରାରେ ଟେନ୍ସରକୁ ପ୍ରୋସେସ କରିହେବ ।

ଟେନ୍ସରଫ୍ଲୋ ଲାଇଟ

ମଇ ୨୦୧୭ରେ ଗୁଗଲ, ଆଣ୍ଡ୍ରଏଡ଼ ଏବଂ ଆଇଓଏସ ପାଇଁ ଟେନ୍ସରଫ୍ଲୋ ଲାଇଟର ଉନ୍ମୋଚନ କରାଯାଇଥିଲା ।

ବିଶେଷତ୍ୱ

ଟେନ୍ସରଫ୍ଲୋ ପାଇଥନ ଏପିଆଇ, ସି++ ଏପିଆଇ, ହସ୍କେଲ, ଜାଭା ଏବଂ ରେଷ୍ଟ ଏପିଆଇ ଭଳି ସେବା ମଧ୍ୟ ପ୍ରଦାନ କରୁଅଛି ।

ବ୍ୟବହାର

ଟେନ୍ସରଫ୍ଲୋର ବ୍ୟବହାର ମଧ୍ୟରେ ସ୍ୱୟଂଚାଳିତ ଚିତ୍ର ଉତବଳ୍କ ସେବା, ଡିପ୍ ଡ୍ରିମ ସେବା ଅନ୍ୟତମ ।

ଆଧାର

Tags:

ଟେନ୍ସରଫ୍ଲୋ ଇତିହାସଟେନ୍ସରଫ୍ଲୋ ବିଶେଷତ୍ୱଟେନ୍ସରଫ୍ଲୋ ବ୍ୟବହାରଟେନ୍ସରଫ୍ଲୋ ଆଧାରଟେନ୍ସରଫ୍ଲୋଗୁଗଲ

🔥 Trending searches on Wiki ଓଡ଼ିଆ:

ୟୁରୋପବୌଦ୍ଧ ଧର୍ମବଲାଙ୍ଗୀର ଜିଲ୍ଲାବିଜୟ ମିଶ୍ରସୋଫୋସବୁଭିର/ଭେଲପାଟାସଭିରହିମାଳୟାନ ଏକ୍ସପ୍ରେସୱେ୨୬ ଅପ୍ରେଲଧଉଳିକଳାପାହାଡ଼ରୋହିତ ଶର୍ମା୧୧ ମାର୍ଚ୍ଚମାସଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ଜୁଲିଅସ ସିଜର୧୯୭୮ନୂଆପଡ଼ା ଜିଲ୍ଲା୫ ଡିସେମ୍ବରକଳିଙ୍ଗ, ଭାରତଚିକିତ୍ସା ବିଜ୍ଞାନବ୍ୟକ୍ତିଗତ ଅର୍ଥବ୍ୟବସ୍ଥାମାୟାଧର ମାନସିଂହହନୁମାନ ଚାଳିଶାଓଡ଼ିଆ ନାଟକଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରାଜୀବ ଗାନ୍ଧୀଏଲୋରା ଗୁମ୍ଫାଓଡ଼ିଶାର ଲୋକକଳାଜୟପୁର, ରାଜସ୍ଥାନଆରବ ସାଗରଓଡ଼ିଆ କବି ମାନଙ୍କର ତାଲିକାବର୍ଷାଭୁବନେଶ୍ୱରବ୍ୟାସଦେବରାଜ ଯୋଗଇଂରାଜୀ ଭାଷାଶିବଲିଙ୍ଗଆପଲ କମ୍ପାନୀପଖାଳ ଦିବସସମ୍ବଲପୁରବୀର ହନୁମାନ ମନ୍ଦିର, ରାୟଗଡ଼ହେମନ୍ତ କୁମାର ଦାସ୨ ଅଗଷ୍ଟଅଚ୍ୟୁତାନନ୍ଦ ପ‌ତିସି (ପ୍ରୋଗ୍ରାମିଂ ଭାଷା)ଅଚ୍ୟୁତାନନ୍ଦ ଦାସପୁରାଣ୨ ମାର୍ଚ୍ଚଭାଷାସୁନାମିସର୍ବପଲ୍ଲୀ ରାଧାକୃଷ୍ଣନକୋଣାର୍କ ସୂର୍ଯ୍ୟ ମନ୍ଦିରଉଇକିପିଡ଼ିଆ୮ ଜୁନହୋମୱାର୍ଡ଼ଭାରତୀୟ ମୁଦ୍ରାଅସହଯୋଗ ଆନ୍ଦୋଳନଜଳ ପ୍ରଦୂଷଣବ୍ରାଉଜରଯଶୋଧାରା ମିଶ୍ରଯବକ୍ଷାରଜାନକପିଳାସ ଶିବ ମନ୍ଦିରକୃଷ୍ଣ ଜନ୍ମାଷ୍ଟମୀଲୁସାକଓଡ଼ିଶାର ଭୂଗୋଳଗୋମାଂସଅନ୍ଧତ୍ୱ🡆 More