ଗୁଗଲ: ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର

ଗୁଗଲ /ɡuːɡl/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।

ଗୁଗଲ ଆଇ.ଏନ.ସି.
ପ୍ରକାରSubsidiary
ଶିଳ୍ପ
ପ୍ରତିଷ୍ଠିତ ସ୍ଥାନସେପ୍ଟେମ୍ବର 4, 1998; 25 years ago (1998-୦୯-04)
Menlo Park, California
ପ୍ରତିଷ୍ଠାତାମାନେ
ମୁଖ୍ୟ କାର୍ଯ୍ୟାଳୟ
Googleplex, Mountain View, California
,
U.S.
Area served
Worldwide
ପ୍ରମୁଖ ବ୍ୟକ୍ତି
ସୁନ୍ଦର ପିଚାଇ (CEO)
ଉତ୍ପାଦList of Google products
RevenueIncrease US$66.001 billion (2014)
Operating income
Increase US$୧୬ ଦଶମିକ ୪୯୬ billion (୨୦୧୪)
Net income
Increase US$୧୪ ଦଶମିକ ୪୪୪ billion (୨୦୧୪)
Total assetsIncrease US$୧୩୧ ଦଶମିକ ୧୩୩ billion (୨୦୧୪)
Total equityIncrease US$୧୦୪ ଦଶମିକ ୫ billion (୨୦୧୪)
Number of employees
୫୯,୯୭୬ (Q3 2015)
ମୂଳ ସଂସ୍ଥାସ୍ୱାଧୀନ (୧୯୯୮–୨୦୧୫)
ଅଲଫବେଟ୍ଆଇ.ଏନ.ସି. (୨୦୧୫–ଆଜି ପର୍ଯନ୍ତ)
SubsidiariesList of subsidiaries
ୱେବ୍‌ସାଇଟ୍www.google.com
Footnotes / references

ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍‌ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।

ଗୁଗଲ କରିବା ଏକ କ୍ରିୟାକୁ ବୁଝାଏ ଯାହାର ଅର୍ଥ ଗୁଗଲରେ ସନ୍ଧାନ କରିବା । ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍‌ ଖୋଜାକୁ ମଧ୍ୟ ବୁଝାଇଥାଏ । କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ । ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ ।

ଇତିହାସ

୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରୀ ପେଜ୍‌ ଓ ସର୍ଜି ବ୍ରିନ୍‌ଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବ୍ରୁୟାରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍‌ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା ।

ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍‌ ।

ଅଗଷ୍ଟ ୧୦, ୨୦୧୫ରେ ସୁନ୍ଦର ପିଚାଇ ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ ।

ବସ୍ତୁ ଓ ସେବା

ବିଜ୍ଞାପନ

ଗୁଗଲ: ଇତିହାସ, ବସ୍ତୁ ଓ ସେବା, ବ୍ୟବସାୟିକ ଘଟଣା ଓ ପରମ୍ପରା 
Google on ad-tech London, 2010

ବିଜ୍ଞାପନ ଜଗତରେ ଗୁଗଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୧୧ରେ ଗୁଗଲର ସମୁଦାୟ ଅମଦନିର ୯୬% କେବଳ ବିଜ୍ଞାପନରୁ ଆସିଥିଲା । ସନ୍ଧାନ ସେବା ସହିତ ଗୁଗଲ ନିଜର ବିଜ୍ଞାପନ ସେବା ମଧ୍ୟ ଆରମ୍ଭ କରିଛି । ଯେଉଁଥିରେକି କ୍ଲିକ୍ ହିସାବରେ ବ୍ୟକ୍ତିକୁ ପଇସା ଦେବାକୁ ପଡିଥାଏ । ଗୁଗୁଲର ଏହି ବିଜ୍ଞାପନ ସେବାଟି ସମୟ, କାଳ, ବୟଷ ଅନୁସାରେ ଲୋକମାନଙ୍କ ନିକଟରେ ପହନ୍ଚି ଥାଏ ।

ଗୁଗୁଲ ଅନଲିଟିକସ୍, ୱେବସାଇଟ ମାଲିକମାନଙ୍କୁ ୱେବସାଇଟ ଟ୍ରାଫିକ୍ ଜନିବରେ ସାହାଯ୍ୟ କରିଥାଏ । ସେହିପରି ଗୁଗୁଲ AdWords ବିଭନ୍ନ ସ୍ଥାନରେ ବିଜ୍ଞାପନ ଦେଖେଇବରେ ସାହାଯ୍ୟ କରିଥାଏ ।

ଗୁଗଲ ସନ୍ଧାନ

ଗୁଗଲ: ଇତିହାସ, ବସ୍ତୁ ଓ ସେବା, ବ୍ୟବସାୟିକ ଘଟଣା ଓ ପରମ୍ପରା 
ସେପ୍ଟେମ୍ବର ୧, ୨୦୧୫ରେ ଗୁଗଲର ମୂଳପୃଷ୍ଠା

ଆଜି ସମୟରେ ଗୁଗୁଲର ସନ୍ଧାନୀ ଇଞ୍ଜିନ୍ କୋଟି କୋଟି ଲୋକଙ୍କୁ ସାହାଯ୍ୟ କରି ଚାଲିଛି । ୨୦୦୯ ମସିହାରେ CamScoreଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଗୁଗୁଲର ଏହି ସନ୍ଧାନୀ ଇଂଜିନ ବିଶ୍ୱର ସର୍ବ ବୃହତ ସନ୍ଧାନୀ ଇଂଜିନ ।

ଗୁଗୁଲ ଆଜି କଲି ବହିପତ୍ର ବିକିବାରେ ମଧ୍ୟ ଅଗ୍ର ଧାଡିରେ ରହି ଅଛି । ଗୁଗୁଲ ବୁକ ନାମକ ଏକ ସେବାଦ୍ୱାରା ଗୁଗୁଲ ବହି ବ୍ୟବସାୟରେ ଆମାଜନ ଭଳି କମ୍ପାନୀ ମାନଙ୍କ ସହିତ ତଳ ଦେଇ, ନିଜ ବହି ବ୍ୟବସାୟରେ ଅଗ୍ରଗତି କରି ଚାଲିଛି ।

ବର୍ତ୍ତମାନ ଗୁଗୁଲ ସର୍ଚ୍ଚରେ ଭୟେସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଛି ।

ମେସିନ ଲରନିଙ୍ଗ ଏବଂ ଗୁଗଲ

ପୂର୍ବରୁ ଏକ ସନ୍ଧାନୀ ସେବା ଭାବେ କାମ କରୁଥିବା ଗୁଗଲ, ବର୍ତ୍ତମାନ ମେସିନ ଲରନିଙ୍ଗ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇ ଚାଲିଛି । ୨୦୧୬ ଗୁଗଲ ଆଇ/ଓରେ ଉନ୍ମୋଚିତ ଗୁଗଲ ଆସିଷ୍ଟାଣ୍ଟ ସହାୟତାରେ ଲୋକମାନଙ୍କୁ ସହାୟତା କରିବା ସହିତ, ନିଜର ଚିତ୍ର ସନ୍ଧାନୀ ସେବା, ସ୍ୱର ସନ୍ଧାନୀ ସେବା, ଇମେଜ ପ୍ରୋସେସିଙ୍ଗ ଏବଂ ଅନୁବାଦ ସେବାକୁ ଦିନକୁ ଦିନ ଉନ୍ନତ କରିଚାଲିଛି ।

ଏପରିକି ଗୁଗଲ ଆଇ/ଓ ୨୦୧୭ରେ ଗୁଗଲର ସି.ଇ.ଓ ସୁନ୍ଦର ପିଚାଇ ଲୋକମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇବା ପାଇଁ କହିଛନ୍ତି ।

କାର୍ଯକାରୀ ସଫ୍ଟୱେର

ଗୁଗୁଲ ଆଜି ଦଶରୁ ଅଧିକ କାର୍ଯ୍ୟକାରୀ ସଫ୍ଟୱେର ସେବା ଦେଉଛି, ଯାହାକି ବର୍ତ୍ତମାନ ଦୈନନ୍ଦିନ ଜୀବନର ଅଂଶ ହୋଇଗଲାଣି । ଗୁଗୁଲର ଏହି ସବୁ ସେବାଗୁଡ଼ିକ ମଧ୍ୟରୁ ଜିମେଲ୍ ସେବା ଅନ୍ୟତମ । ଏପ୍ରିଲ ୧, ୨୦୦୪ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ପ୍ରତେକ ମଣିଷର ଏକ ଆବଶ୍ୟକତାରେ ପରିବର୍ତିତ ହୋଇଗଲାଣି. ।

ସେହିପରି ଗୁଗୁଲ ୨୦୦୪ରେ ଗୁଗୁଲ କୋଡ଼ ନାମକ ଏକ ସେବା ଆରମ୍ଭ କର ଥିଲା ଯେଉଁଥିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର କାମ ବହୁତ ସୁବିଧାରେ ହୋଇ ପାରୁଥିଲା । ପରବର୍ତ୍ତୀ କାଳରେ ଏହି ସେବାଟି ଗୁଗୁଲ ଡେଭଲପର ନାମରେ ପରିଚିତ ହୋଇଥିଲା ।

ଠିକ ସେହି ପରି Google for Work ସେବାଦ୍ୱାରା ଗୁଗୁଲ ନୂଆ ଗଢ଼ି ଉଠିଥିବା କମ୍ପାନୀ ମାନଙ୍କ ପାଇଁ ପରିବର୍ତନସିଲ ଗୁଗୁଲ ସେବାର ନିର୍ମାଣ କରି ଚାଲିଛି ।

ବ୍ୟବସାୟିକ ସଫ୍ଟୱେର

ବ୍ୟବସିୟିକ ସଫ୍ଟୱେରଗୁଡ଼ିକ ମଧ୍ୟରୁ Google apps ଅନ୍ୟତମ । ଯେଉଁଠିକି କମ୍ପାନୀମାନେ ନିଜସ୍ୱ ନାମରେ ମେଲ୍, Google Doc ଏବଂ ବାଣିଜ୍ୟ ଜନିତ ସଫ୍ଟୱେର ପୋଷ୍ଟିନି ବ୍ୟବହାର କରି ପାରିବେ ।

ଅନ୍ୟାନ୍ୟ ସଫ୍ଟୱେର

ଗୁଗଲର ଅନ୍ୟ ସଫ୍ଟୱେର ମାନଙ୍କ ମଧ୍ୟରେ ଗୁଗଲ ଟ୍ରାନ୍ସଲେଟ ସବୁଠାରୁ ଗୁରୁତ୍ୱ ପୂର୍ଣ । ଏହା ଏକ ସର୍ବର ସାଇଡ ସେବା ସାହାଯ୍ୟରେ ମଣିଷ, ନିଜେ ନ ଜାଣିଥିବା ଭାଷା ମଧ୍ୟ ବ୍ୟବହାର କରି ପାରୁଛି ଏବଂ ସହଜରେ ବୁଝିପାରୁଛି । ଏହି ସେବା ବର୍ତ୍ତମାନ ୮୦ଟି ଭାଷାରେ ଉପଲବ୍ଧ । ହସ୍ତଲିପିଠାରୁ ଆରମ୍ଭ ଲର ସ୍ୱର ଅନୁଷରଣ ମଧ୍ୟ ଗୁଗୁଲ ଟ୍ରାନ୍ସଲେଟ ସେବା କରି ପାରୁଛି ।

୨୦୦୨ରେ ଗୁଗୁଲ, ଗୁଗୁଲ ନିଉସ୍ ନାମକ ଏକ ସେବା ଆରମ୍ବ କରିଥିଲା ଯାହାକି ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଅଛି ।

ଗୁଗୁଲ ନିଜ ଜନ୍ମ ସ୍ଥାନରେ ବର୍ତ୍ତମାନ ମାଗଣା Wi-Fiର ସେବା ପ୍ରଦାନ କରି ଆସୁଛି । ୨୦୧୦ ମସିହାରେ ଗୁଗୁଲ, ଗୁଗୁଲ ଫାଇବର୍ ନାମକ ଏକ ନୂଆ ସେବା ଆରମ୍ଭ କରିବାର ଘୋଷଣା କରିଥିଲା । ଯେଉଁଥିରେ ୫୦୦୦୦ରୁ ୫୦୦୦୦୦ ଗ୍ରାହକଙ୍କୁ ତୀବ୍ର ବେଗ ବିଶିଷ୍ଟ ଇଣ୍ଟରନେଟ ସେବା ଦେବାର ପ୍ରତିଶ୍ରୁତି ଗୁଗୁଲ କରିଥିଲା ।

୨୦୦୭ ମସିହାରେ ଗୁଗୁଲ ନିଜର ମୋବାଇଲ ଫୋନ୍ ତିଆରି କରିବା କଥା ଚିନ୍ତା କରି ଥିଲା, ଯାହାକି ଅପିଲ ମୋବାଇଲ ସହ ତାଳ ଦେଇ ଚାଲି ପାରିବ । ଏଥପାଇଁ ଗୁଗୁଲ Androidକୁ ଅଧିକାର କରି ଥିଲା ଏବଂ ଏହାକୁ Open Source ପ୍ରୋଜେକ୍ଟ ଭାବେ ବିତରଣ କରିଥିଲା । ଯାହାକି ପରବର୍ତ୍ତୀ କାଳରେ ଏକ ଅପରେଟିଂ ସିଷ୍ଟମରେ ପରିଣତ ହୋଇଥିଲା ।

ସେହି ପରି ଗୁଗୁଲର ଆଉରି ଅନେକ ସଫ୍ଟୱେର ଯଥା, ଗୁଗୁଲ ୱାଲେଟ, ଗୁଗୁଲ କାମେରା, ପ୍ରୋଜେକ୍ଟ ଫାଇ ଅନ୍ୟତମ ।

ଏପିଆଇ

ଗୁଗୁଲର ଏହି ଏପିଆଇ ସାହାଯ୍ୟରେ ଡେଭେଲପରମାନେ ନିଜର ଆପ୍ଲିକେସନ ଗୁଡିକରେ ଗୁଗୁଲ ସେବାଗୁଡ଼ିକ ସହିତ ସମ୍ପର୍କ ଯୋଡି ପାରୁଛନ୍ତି ।

ବ୍ୟବସାୟିକ ଘଟଣା ଓ ପରମ୍ପରା

ଗୁଗଲ: ଇତିହାସ, ବସ୍ତୁ ଓ ସେବା, ବ୍ୟବସାୟିକ ଘଟଣା ଓ ପରମ୍ପରା 
Larry Page speaking at the European Parliament on June 17, 2009

ଫରଚୂନ୍ ମାଗାଜିନ୍ ଅନୁଶାରେ ଗୁଗୁଲ ୨୦୦୭, ୨୦୦୮ ଏବଂ ୨୦୧୨ରେ ବିଶ୍ୱର ସର୍ବ ପ୍ରଥମ କମ୍ପାନୀର ମର୍ଯ୍ୟାଦା ପାଇଁ ଥିଲା। ୨୦୦୯ ଏବଂ ୨୦୧୦ରେ ଚତୁର୍ଥ ସ୍ଥାନରେ ରହିଥିଲା ।

କର୍ମଚାରୀ

୨୦୧୩ ମସିହାର ଗଣନା ଅନୁସାରେ ଗୁଗଲରେ ୪୭,୭୫୬ ଜଣ କର୍ମଚାରୀ ଥିଲେ । ଯେଉଁଥିରୁ ୧୦,୦୦୦ ଜଣ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି । ୨୦୦୭ ଏବଂ ୨୦୦୮ରେ ବହୁତ ଉପରାଧିକାରୀମାନେ ଗୁଗୁଲ ଛାଡ଼ି ପଳାଇ ଥିଲେ । ୨୦୧୧ରେ ଲାରୀ ପେଜ୍ ଗୁଗୁଲର ସିଇଓ ହୋଇଥିଲେ ।

ଗୁଗୁଲର କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୁଗୁଲ ସେମାନଙ୍କୁ ୨୦% ସମୟ ନିଜ ପସନ୍ଦର କାମ କରିବା ପାଇଁ ଛାଡ଼ି ଥାଏ ।

ଗୁଗଲ କାର୍ଯ୍ୟାଳୟ

ମାଉଣ୍ଟନ ଭିଉ

ଗୁଗଲର ମୁଖ୍ୟ କାର୍ୟଳୟ ମାଉଣ୍ଟନ ଭିଉଠାରେ ଅବସ୍ଥିତ । ଏହାକୁ ଗୁଗଲପ୍ଲେକ୍ସ ବୋଲି ମଧ୍ୟ କୁହାଯାଏ । ଏହା ଏକ ବିରାଟ କାୟ କାର୍ୟଳୟ । ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ । ମାଗଣା ଖାଇବା ପିଇବା ସୁବିଧା ଏଠାରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସବୁ ବେଳେ ପ୍ରସ୍ତୁତ ହୋଇଥାଏ ।

ନିଉୟର୍କ ସିଟି

ଗୁଗଲର ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ୨୦୦୬ରେ ହୋଇଥିଲା । ଏଠାରେ ଗୁଗଲର advertise ଏବଂ salesର କର୍ମୀ ମାନଙ୍କ ସଂଖ୍ୟା ସମସ୍ତଙ୍କଠୁଁ ଅଧିକ । ଦେଖିବାରେ ଏବଂ କମାକାର୍ୟରେ ଏହା ଦେଖିବାକୁ ମାଉଣ୍ଟନ ଭିଉ ସହିତ ପ୍ରାୟ ସମାନ । ଏଠାରେ ରୋଷେଇ ଘର, ଖେଳ ଘରଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଛି ।

ଅଣ ଆମେରିକୀୟ କାର୍ଯ୍ୟାଳୟ

ବର୍ତ୍ତମାନ ଗୁଗଲର କାର୍ୟଳୟ ଦେଶ ବିଦେଶରେ ବ୍ୟାପି ରହିଛି ।

ଦ୍ରଷ୍ଟବ୍ୟ

ବାହାର ଲିଙ୍କ

Tags:

ଗୁଗଲ ଇତିହାସଗୁଗଲ ବସ୍ତୁ ଓ ସେବାଗୁଗଲ ବ୍ୟବସାୟିକ ଘଟଣା ଓ ପରମ୍ପରାଗୁଗଲ ଦ୍ରଷ୍ଟବ୍ୟଗୁଗଲ ବାହାର ଲିଙ୍କଗୁଗଲଇଣ୍ଟରନେଟ

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଜ୍ୟକର୍କଟ ରୋଗଯକୃତକବିଯମୁନାଆଲେକ୍‌ଜାଣ୍ଡର୍ ମହାନଆଣ୍ଟିଅକ୍ସିଡାଣ୍ଟଖ୍ରୀଷ୍ଟ ଧର୍ମ୨୪ ଅପ୍ରେଲବୈଦେହୀଶ ବିଳାସଟୋକିଓସୁଦଶା ବ୍ରତଭାରତ ସରକାରସ୍ପେନ୨୦୨୨ ଫିଫା ବିଶ୍ୱକପ୍ଓଡ଼ିଆ ଲିପିବିଜୟ କୁମାର ପ୍ରଧାନସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିତମନ୍ନା ବ୍ୟାସ୨୦୧୪ପରିସଂଖ୍ୟାନଚନ୍ଦକା ହାତୀ ଅଭୟାରଣ୍ୟWikisourceଓଡ଼ିଶାର ଭୂଗୋଳବାଲେଶ୍ୱରନିତ୍ୟାନନ୍ଦ ମହାପାତ୍ରଦୀନନାଥ ପାଠୀଜାତୀୟ ସଂସଦ (ଜାପାନ)ଶ୍ରୀ ଅରବିନ୍ଦଚୈତ୍ରମହାଭାରତପୁରୀଶ୍ରୀଧର ଦାସମଧ୍ୟ ଏସିଆଇଷ୍ଟ ଇଣ୍ଡିଆ କମ୍ପାନୀ୨ ଅପ୍ରେଲବାୟୋନ୍ ମନ୍ଦିରଗୌତମ ବୁଦ୍ଧମଙ୍ଗଳା ମନ୍ଦିରରବୀନ୍ଦ୍ରନାଥ ଠାକୁର୧୯୯୦ୟୁରୋପଲଣ୍ଡନବିବାହ୧୪୧୭ପ୍ରସନ୍ନ କୁମାର ପାଟ୍ଟଶାଣୀଉତ୍ତମ ମହାନ୍ତିବିଷ୍ଣୁଦେବଦୁର୍ଲ୍ଲଭ ଦାସଓଡ଼ିଶା ସରକାରଭାଷାମନୋରଞ୍ଜନ ଦାସପୃଥିବୀ ଦିବସବିଜ୍ଞାନନବୀନ ପଟ୍ଟନାୟକପ୍ରତୀକ୍ଷାମୟୂରଭଞ୍ଜ ଜିଲ୍ଲାଶୀତଳ ଷଷ୍ଠୀ ଯାତ୍ରା୧୧ ଫେବୃଆରୀଓଟାୱାସୌଭାଗ୍ୟ କୁମାର ମିଶ୍ରନାରୀବାଦବିଶ୍ୱ ଘରଚଟିଆ ଦିବସବୈକୁଣ୍ଠନାଥ ପଟ୍ଟନାୟକମିଳିତ ଜାତିସଂଘବୃହସ୍ପତିଉପବାସ୧୮୬୬ଓଡ଼ିଆ କବି ମାନଙ୍କର ତାଲିକା୧୭ ଅପ୍ରେଲଧର୍ମେନ୍ଦ୍ର ପ୍ରଧାନ🡆 More