ଗୁଗଲ ଡେଭେଲୋପର୍ସ

ଗୁଗଲ ଡେଭେଲୋପର(ପୂର୍ବରୁ ଗୁଗଲ କୋଡ୍), ଗୁଗଲର ଏକ ୱେବସାଇଟ ଯେଉଁଥିରେକି ସଫ୍ଟୱେର ପ୍ରସ୍ତୁତକାରୀ ସମସ୍ତ ସରଞ୍ଜାମ ଏବଂ ଗୁଗଲର ସମସ୍ତ ଏପିଆଇ ଉପଲବ୍ଧ ହୋଇଥାଏ । ଏହି ସମସ୍ତ ସରଞ୍ଜାମ ସହିତ ଏହାର ବ୍ୟବହାରର ଉପାୟ ମଧ୍ୟ ଉଲ୍ଲେଖ ହୋଇ ରହିଛି ।

ଗୁଗଲ ଡେଭେଲୋପର୍ସ
ଗୁଗଲ ଡେଭେଲୋପର୍ସ
ୟୁ.ଆର.ଏଲdevelopers.google.com
ସାଇଟର ପ୍ରକାରSoftware development website
ମିଳୁଥିବା ଭାଷାAll languages
ମାଲିକGoogle
ଏବେକାର ସ୍ଥିତିActive

ଏହାର ୱେବସାଇଟରେ ଗୁଗଲର ବିଭିନ୍ନ ସେବା ଗୁଡ଼ିକର ଏପିଆଇ ମଧ୍ୟ ଉପଲବ୍ଧ ହେଉଅଛି । ଏହି ୱେବସାଇଟରେ ବିଭିନ୍ନ ୱେବ ଆପ୍ ଏବଂ ପ୍ରୋଜେକ୍ଟ ହୋଷ୍ଟିଙ୍ଗ ମଧ୍ୟ କରି ହୁଏ । ଡେଭେଲୋପରମାନଙ୍କୁ ଦରକାର ହେଉଥିବା ସମସ୍ତ ସରଞ୍ଜାମ ଏଠାରେ ଉପଲବ୍ଧ ହୋଇଥାଏ ।

ଗୁଗଲ ଏପିଆଇ

ଗୁଗଲ ଏହାର ଡେଭେଲୋପର ମାନଙ୍କୁ ବିଭିନ୍ନ ଧରଣର ଏପିଆଇ ପ୍ରଦାନ କରିଥାଏ । ମୁଖ୍ୟତଃ ନିଜର ୱେବ ଡେଭେଲୋପର ମାନଙ୍କୁ । ଏହି ଏପିଆଇ ବ୍ୟବହାର କରି ଜଣେ ୱେବ ଡେଭେଲୋପର ବିଭିନ୍ନ ୱେବ ସେବା ସାହିତ ଯୋଡି ହୋଇ ପାରିଥାନ୍ତି ।

ଗୁଗଲ ଡାଟା ଏପିଆଇ

ଗୁଗଲ ଡାଟା ଏପିଆଇ ବ୍ୟବହାରକରଙ୍କୁ ଗୁଗଲର ବିଭିନ୍ନ ସେବା ଗୁଡ଼ିକରୁ ଡାଟା ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।

ଆଜାକ୍ସ ଏପିଆଇ

ଗୁଗଲ ଆଜାକ୍ସ ଏପିଆଇ ଡେଭେଲୋପର ମାନଙ୍କୁ ପରିବର୍ତ୍ତନଶିଳ ୱେବସାଇଟ ତିଆରି କରିବାରେ ସାହାଯ୍ୟ କରିଥାଏ । ଡେଭେଲୋପର ଏହାକୁ ବ୍ୟବହାରକରି ଅତି ସହଜରେ ସର୍ଚ୍ଚ ବକ୍ସ, ୱେବ ଫୀଡ଼ ଇତ୍ୟାଦି ତିଆରି କରି ପାରିବ ।

ଅଡ୍ସ ଏପିଆଇ

ଗୁଗଲ ଅଡ୍ସ ଏପିଆଇ ମୁଖ୍ୟତଃ ଗୁଗଲ ଅଡ଼ସେନ୍ସ ଏବଂ ଅଡ଼ବାର୍ଡସ ପାଇଁ ବ୍ୟବହାର ହୋଇଥାଏ । ଗୁଗଲରେ ନିଜର ଅଡ୍ସ ଦେଖେଇବାରେ ଏବଂ ନିଜ ଅଡ୍ସକୁ ନିୟନ୍ତ୍ରଣ କରିବାରେ ଏହା ବହୁତ ସାହାଯ୍ୟ କରିଥାଏ ।

ଡେଭେଲୋପର ଟୁଲ୍ସ

ଆପ୍ ଇଂଜିନ

ଗୁଗଲର ଅପ୍ ଇଂଜିନ ଡେଭେଲୋପର ମାନଙ୍କୁ ନିଜର ଆପ୍ଲିକେସନ ଗୁଡିକୁ ଗୁଗଲର କାରିଗରୀ ବ୍ୟବହାର କରି କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ । ଗୁଗଲ ଆପ୍ ଇଂଜିନ ଏକାଧିକ ପ୍ରୋଗ୍ରାମିଙ୍ଗ ଭାଷାକୁ ବୁଝିପାରେ । ଯାହାଫଳରେ ଡେଭେଲୋପର ଜଣଙ୍କ ଗୋଟିଏ ସ୍ଥାନରେ ନିଜର ଡେଭେଳ୍ପମେଣ୍ଟର କାମଟି କରିପାରେ । ଏପରିକି ଆପ୍ ଇଂଜିନର ଜାଭା ଇଣ୍ଟିଗ୍ରେସନ ମଧ୍ୟ ରହିଛି । ଏହାକୁ ବ୍ୟବହାର କରି ସମସ୍ତ ଜାଭା ପ୍ରୋଗ୍ରାମଗୁଡ଼ିକ ଗୁଗଲ ଆପ୍ ଇଂଜିନରେ ଚାଲୁ କରି ହୁଏ ।

ଇକ୍ଲିପ୍ସ ପାଇଁ ଗୁଗଲ ପ୍ଲୁଗଇନ

ଇକ୍ଲିପ୍ସ ହେଉଛି ଜାଭା ଆପ୍ଲିକେସନ ଡେଭେଲପମେଣ୍ଟ ପାଇଁ ବ୍ୟବହାର ହେଉଥିବା ଏକ ଆଇଡିଇ । ଏଥିରେ ଗୁଗଲ ଇକ୍ଲିପ୍ସ ପ୍ଲାଗିନ୍ ବ୍ୟବହାର କରି ଜାଭା ଡେଭେଲୋପରମାନେ ନିଜର ବିଭିନ୍ନ କାମ ଅତି ସହଜରେ ସମ୍ପାଦନା କରି ପାରୁଛନ୍ତି ।

ଗୁଗଲ ୱେବ ଟୁଲ କିଟ

ଗୁଗଲ ୱେବ ଟୁଲ କିଟ୍ ଏକ ଓପନ ସୋର୍ସ ଟୁଲ କିଟ୍ ଯାହା କି ଡେଭେଲୋପର ମାନଙ୍କୁ ଜାଭା ପ୍ରୋଗ୍ରାମିଙ୍ଗ ଭାଷାରେ ଆଜକ୍ସ ଆପ୍ଲିକେସନ ଲେଖିବାରେ ସାହାଯ୍ୟ କରିଥାଏ । ଆଜାକ୍ସରେ ହେଉଥିବା ବିଭିନ୍ନ ସମସ୍ୟାର ସରଳ ସମାଧାନ ପାଇଁ GWT ଏକ ସହଜ ଉପାୟ ଭାବରେ ବହୁତ ଦିନ ହେଲା ବ୍ୟବହାର ହେଉଛି ।

ଗୁଗଲ କୋଡ୍

ଗୁଗଲ ପୂର୍ବରୁ ନିଜର ଏକ ପ୍ରୋଜେକ୍ଟ ହୋଷ୍ଟିଙ୍ଗ ସେବା ପ୍ରଦାନ କରୁଥିଲା ଯାହାର ନାମ ଥିଲା ଗୁଗଲ କୋଡ୍ । ଏହା ଗୁଗଲରେ ସାଇତା ଯାଉଥିବା ପ୍ରୋଜେକ୍ଟ ଗୁଡ଼ିକର ରିଭିଜନ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା । ଏଥିରେ ଏକ ଗିଟ୍ ରହିଥିଲା ଯାହାକି ଭର୍ସନ କଣ୍ଟ୍ରୋଲ କରୁ ଥିଲା, ଏକ ଇସୁ ଟ୍ରକର ଥିଲା ଯାହାକି ପ୍ରୋଜେକ୍ଟରେ ଥିବା ବିଭିନ୍ନ ଭୁଲଗୁଡ଼ିକ ଉପରେ ନଜର ରଖିବାରେ ସହାୟତା କରୁଥିଲା ଏବଂ ଏକ ଉଇକି ରହି ଥିଲା, ଯାହାକି ଡକ୍ୟୁମେଣ୍ଟେସନ କରିବାରେ ସାହାଯ୍ୟ କରୁଥିଲା ।

ଗୁଗଲ ଡେଭେଲୋପର୍ସ ଇଭେଣ୍ଟ

ଗୁଗଲ ଡେଭେଲୋପର୍ସ ଗ୍ରୁପ

ଗୁଗଲ ଡେଭେଲୋପର ଗ୍ରୁପ ହେଉଛି, ଏକ ଡେଭେଲୋପର ନେଟୱର୍କ ଯେଉଁଠି କି ଡେଭେଲୋପରମାନେ ପରସ୍ଫର ସହ ଦେଖା ହୁଅନ୍ତି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଆସିଥିବା ନୂଆ ନୂଆ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ଥାନ୍ତି । ପ୍ରତିବର୍ଷ ଗୁଗଲ ଡେଭେଲୋପର ଗ୍ରୁପର ଅନେକ ପର୍ବ ପାଳିତ ହୁଏ । ଯେଉଁଥିରୁ ଗୁଗଲ ଆଇ/ଓ ଅନ୍ୟତମ । ୨୦୧୫ ମାର୍ଚ୍ଚ ସୁଦ୍ଧା ବିଶ୍ୱରେ ସମୁଦାୟ ୬୦୦ରୁ ଉର୍ଧ୍ୱ ଗୁଗଲ ଡେଭେଲୋପର ଗ୍ରୁପ ରହି ଅଛି ।

ଆଧାର

ବାହାର ଲିଙ୍କ

Tags:

ଗୁଗଲ ଡେଭେଲୋପର୍ସ ଗୁଗଲ ଏପିଆଇଗୁଗଲ ଡେଭେଲୋପର୍ସ ଡେଭେଲୋପର ଟୁଲ୍ସଗୁଗଲ ଡେଭେଲୋପର୍ସ ଇଭେଣ୍ଟଗୁଗଲ ଡେଭେଲୋପର୍ସ ଗ୍ରୁପଗୁଗଲ ଡେଭେଲୋପର୍ସ ଆଧାରଗୁଗଲ ଡେଭେଲୋପର୍ସ ବାହାର ଲିଙ୍କଗୁଗଲ ଡେଭେଲୋପର୍ସ

🔥 Trending searches on Wiki ଓଡ଼ିଆ:

ବେଲ ପଣାଜହ୍ନିଓଷାଜ୍ୟୋତିଷଶାସ୍ତ୍ରଅନନ୍ତ ସେଠୀନମିତା ଅଗ୍ରୱାଲଯଶୋଧାରା ମିଶ୍ରଶ୍ୱେତସାରPimecrolimusଆର୍ଥିକ ସ୍ୱାଧୀନତାରାଧାଭାରତୀୟ ସମ୍ବିଧାନଦେବୀପ୍ରସନ୍ନ ପଟ୍ଟନାୟକସରସ୍ୱତୀପଠାଣି ସାମନ୍ତମନୋଜ ଦାସଙ୍କ କଥା ଓ କାହାଣୀବୈଶାଖଗୌତମ ବୁଦ୍ଧରାମ ମନ୍ଦିର୨୦୨୪ ଭାରତୀୟ ସାଧାରଣ ନିର୍ବାଚନକଳାପାହାଡ଼ପ୍ରତାପ କେଶରୀ ଦେବସିଡିଏଓଡ଼ିଆ କବି ମାନଙ୍କର ତାଲିକାବାଲେଶ୍ୱର୨୫ ସେପ୍ଟେମ୍ବରହନୁମାନ ଚାଳିଶାପଟ୍ଟଚିତ୍ରବନମାଳୀ ଦାସଜର୍ମାନୀଅଜନ୍ତା ଗୁମ୍ଫାଅଚ୍ୟୁତ ସାମନ୍ତଶିଶୁ ଅନନ୍ତ ଦାସ୨୧ ଅପ୍ରେଲବର୍ଷା ପ୍ରିୟଦର୍ଶିନୀପ୍ରାଣବନ୍ଧୁ କରଜେମ୍‌ସ୍ କ୍ଲର୍କ୍ ମାକ୍ସୱେଲ୍‌ମେଘନା ନଦୀଉଇକିପିଡ଼ିଆପ୍ରତିଭା ରାୟସମ୍ବାଦ (ଖବରକାଗଜ)ଚନ୍ଦ୍ରଯାନ-୩କ୍ରେଡିଟ କାର୍ଡ଼ମିଶନ ଶକ୍ତିବାଳୁଙ୍ଗା ଟୋକାଗୋଦାବରୀଶ ମିଶ୍ରମୁଢ଼ିଦାସକାଠିଆପୁଷ୍ପଗିରି ମହାବିହାରଜ୍ୟୋତି ରଞ୍ଜନ ନାୟକବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଇଜିପ୍ଟଗାୟନାକେଶବ କୋଇଲିଗଣିତନେପୋଲିୟନ ବୋନାପାର୍ଟମାଣବସା ଗୁରୁବାରସୌର ଜଗତପୂର୍ଣ୍ଣିମାଅକ୍ଷାଂଶଓଡ଼ିଆ ଭାଗବତଜମ୍ମୁ ଓ କଶ୍ମୀରବାଘଭୂଗୋଳଶତ୍ରୁଘ୍ନ ପାଣ୍ଡବକଟକବୀଜାଣୁକାଳିନ୍ଦୀ ଚରଣ ପାଣିଗ୍ରାହୀରୋମବିଭୂତି ପଟ୍ଟନାୟକ🡆 More