ବନ୍ଦେ ଉତ୍କଳ ଜନନୀ: ଓଡ଼ିଶାର ରାଜ୍ୟ ସଙ୍ଗୀତ

ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ । ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ । ଏହି ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ।

ବନ୍ଦେ ଉତ୍କଳ ଜନନୀ: ଓଡ଼ିଶାର ରାଜ୍ୟ ସଙ୍ଗୀତ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ଓଡ଼ିଶାର ରାଜ୍ୟ ସଙ୍ଗୀତ
ଗୀତଲକ୍ଷ୍ମୀକାନ୍ତ ମହାପାତ୍ର
ସଙ୍ଗୀତବାଳକୃଷ୍ଣ ଦାଶ
ମାନ୍ୟତା୦୭ ଜୁନ ୨୦୨୦
Audio sample
ଏକ ଟେକ୍ସଟ ଟୁ ସ୍ପିଚ ମଡେଲଦ୍ୱାରା ଗାୟିତ ବନ୍ଦେ ଉତ୍କଳ ଜନନୀ
  • file
  • help

୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା । ୧୯୯୪ ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ ବିଧାନ ସଭାରେ ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନ ସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନ ସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନ ସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ ବାଳକୃଷ୍ଣ ଦାଶଙ୍କର ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନ ସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନ ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା । ୨୦୧୯ ନଭେମ୍ବର ୧୧ ତାରିଖରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାରେ କୋଭିଡ-୧୯ ମହାମାରୀ ସମୟରେ ବିଭିନ୍ନ ସେବା କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ସମ୍ମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକମାନେ ୩୦ ମଇ ୨୦୨୦ ସନ୍ଧ୍ୟା ୫.୩୦ ଏହି ଗୀତ ଗାଇଥିଲେ ।

୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ । କାନ୍ତକବିଙ୍କ ସମ୍ପୂର୍ଣ୍ଣ ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ସଙ୍ଗୀତର ଅବଧି ୨ ମିନିଟ ୧୧ ସେକେଣ୍ଡ ରହିଥାଏ । ବାଳକୃଷ୍ଣ ଦାଶଙ୍କ ପ୍ରସ୍ତୁତ ଶୈଳୀରେ ହିଁ ଏହା ଗାନ କରାଯାଏ । ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ସ୍କୁଲ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ସଙ୍ଗୀତ ଗାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।

କବିତାର ପଦାବଳୀ

ବନ୍ଦେ ଉତ୍କଳଜନନୀ,

ଚାରୁ-ହାସମୟି ଚାରୁ-ଭାଷମୟି,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥

ଘନ-ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

ସୁନ୍ଦରଶାଳି ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗି ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳି ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ॥

ଉତ୍କଳ-ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହା,
ବିଶ୍ୱଭୁମଣ୍ଡଳ-କୃତବରସ୍ନେହା,
ଜନନୀ, ଜନନୀ, ଜନନୀ॥

କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟା,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,

ଜନନୀ, ଜନନୀ, ଜନନୀ॥

ଆଧାର

Tags:

ଉତ୍କଳ ସମ୍ମିଳନୀଓଡ଼ିଶାବାଲେଶ୍ୱରଲକ୍ଷ୍ମୀକାନ୍ତ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ସାଧାରଣତନ୍ତ୍ର ଦିବସ (ଭାରତ)ହୃଦାନନ୍ଦ ପାଣିଗ୍ରାହୀକୁନ୍ତଳା କୁମାରୀ ସାବତସଉରା ଜନ‌ଜାତିଅନନ୍ତ ପଟ୍ଟନାୟକଭୂମିକମ୍ପବେଲବନ୍ଦେ ଉତ୍କଳ ଜନନୀଅକ୍ଷୟ ତୃତୀୟାସନ୍ଧିପଦଓଡ଼ିଆ ସାହିତ୍ୟଭାଇ ଭାଇପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନୂତନ ବର୍ଷଶ୍ରୀନିବାସ ଉଦ୍‌ଗାତାରାମାୟଣଲାଟିନ ଭାଷାଜନ ଗଣ ମନବୀଣାପାଣି ମହାନ୍ତି୧ ଅକ୍ଟୋବରସୌଭାଗ୍ୟ କୁମାର ମିଶ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆଖଣ୍ଡଳମଣି ମନ୍ଦିରଆଲଜେରିଆଭାରତ ଛାଡ଼ ଆନ୍ଦୋଳନସାରଳା ଦାସଚିନ୍ତାମଣି ମହାନ୍ତିଭୁଟାନଦୁର୍ଗା ପୂଜାଯୌନ ସମ୍ଭୋଗପ୍ରତିଭା ରାୟପୌରୁଷ ଅସାମର୍ଥ୍ୟହରେକୃଷ୍ଣ ମହତାବସୁନାମିମାୟାଧର ମାନସିଂହୟୁରି ଗାଗାରିନଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଉତ୍କଳ ସମ୍ମିଳନୀହାଡ଼ଫୁଟିଓଡ଼ିଆ କବି ମାନଙ୍କର ତାଲିକାଧନୁଯାତ୍ରାଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିକାତ୍ୟାୟିନୀଗଣନ ସଂଖ୍ୟାଓଡ଼ିଆ ଭାଷାବକ୍ସି ଜଗବନ୍ଧୁ୮୯୪ସିପାହୀ ବିଦ୍ରୋହବସନ୍ତ କୁମାରୀ ଦେବୀ୨ ମାର୍ଚ୍ଚକୋଣାର୍କମ୍ୟାଲେରିଆଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାଜ ଯୋଗ୨ ଅଗଷ୍ଟହରିହର ବାହିନୀପତିଗୋମାଂସମନମୋହନ ସାମଲଉପେନ୍ଦ୍ର ଭଞ୍ଜ୧୯୬୮ସାଲବେଗପ୍ରଧାନ ପୃଷ୍ଠା୩୧ ମାର୍ଚ୍ଚ🡆 More