ତପୁ ମିଶ୍ର: ଓଡ଼ିଆ କଣ୍ଠଶିଳ୍ପୀ

ତପୁ ମିଶ୍ର (୧୧ ଜାନୁଆରୀ ୧୯୮୫ - ୧୯ ଜୁନ ୨୦୨୧) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ଗୁଡ୍‌ଲି ରଥ ଏବଂ ପମିଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ମଧ୍ୟ ଗୀତ ଗାଇଥିଲେ । ଜଣେ ସ୍ୱାଧୀନ କଳାକାର ଭାବେ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଥିଲେ ।

ତପୁ ମିଶ୍ର
ତପୁ ମିଶ୍ର: ଜୀବନୀ, ଗୀତ, ସମ୍ମାନ ଓ ପୁରସ୍କାର
ଭୁବନେଶ୍ୱରରେ ତପୁ ମିଶ୍ର
ଜନ୍ମ
ଧ୍ରୁତିତପା ମିଶ୍ର

(1985-01-11)୧୧ ଜାନୁଆରୀ ୧୯୮୫
ମୃତ୍ୟୁ୧୯ ଜୁନ ୨୦୨୧(2021-06-19) (ବୟସ ୩୬)
ବୃତ୍ତିପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୧୯୯୯-ଏବେଯାଏଁ
ବୈବାହିକ-ସାଥୀଦୀପକ ପୂଜାରୀ
ପିତାମାତା(s)କ୍ଷେତ୍ରମୋହନ ମିଶ୍ର, ଚାରୁଲତା ମିଶ୍ର
ସମ୍ପର୍କୀୟଦୀପଶିଖା, ଧୃତିଦୀପା (ଭଉଣୀ)

୨୦୨୧ ମସିହା ଜୁନ ୧୯ ତାରିଖରେ କରୋନାରେ ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ

ପ୍ରାରମ୍ଭିକ ଜୀବନ

ତପୁ ମିଶ୍ର ଓଡ଼ିଶାର ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଳ୍ପ ବୟସରେ ଗୀତ ବୋଲା ଶିଖି ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ଶିକ୍ଷା

ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓ ପରେ ଗାନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତ ଡିଗ୍ରୀ ହାସଲ କରିଥିଲେ ।

ସଙ୍ଗୀତ

ତପୁ ମିଶ୍ର ପ୍ରାୟତଃ ଅର୍ଦ୍ଧ-ଶାସ୍ତ୍ରୀୟ, ରୋମାଣ୍ଟିକ ଏବଂ ଆଇଟମ ଗୀତ ବୋଲୁଥିଲେ । ୧୯୯୫ ମସିହାରେ ହିମାଂଶୁ ପରିଜାଙ୍କ ଓଡ଼ିଆ ଚଳଚ୍ଚିତ୍ର କୁଳ ନନ୍ଦନ ଜରିଆରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହା ପରେ ସେ ଆଇ ଲଭ୍ ୟୁ ଚଳଚ୍ଚିତ୍ରର ତାଙ୍କ ଗୀତ ନାରେ ନା ବଜାନା ବଂଶୀ ଖ୍ୟାତିଲାଭ କରିଥିଲା । ସେ ୫୦୦ରୁ ଅଧିକ ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ଏକ ସ୍ୱାଧୀନ କଳାକାର ଭାବରେ ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଆସିଥିଲେ ।

ଅସୁସ୍ଥତା ଓ ମୃତ୍ୟୁ

ମଇ ୧୯ରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଘରୋଇ କରୋନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ହେବା ପରେ ପୁଣିଥରେ କରୋନା ପରବର୍ତ୍ତୀ ଜଟିଳତା ସୃଷ୍ଟି ହୋଇଥିଲା ଓ ତାଙ୍କର ଅମ୍ଳଜାନ ସ୍ତର ୪୫କୁ ଖସିଯାଇଥିଲା । ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିଲେ ଓ ପରେ ଭେଣ୍ଟିଲେଟରରେ ଥିଲେ । ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ଜୁନ ୧୯ ତାରିଖ ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।

ଗୀତ

ସମ୍ମାନ ଓ ପୁରସ୍କାର

କଣ୍ଠ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ତପୁ ମିଶ୍ର ଚାରୋଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲେ ।

ଆଧାର

Tags:

ତପୁ ମିଶ୍ର ଜୀବନୀତପୁ ମିଶ୍ର ଗୀତତପୁ ମିଶ୍ର ସମ୍ମାନ ଓ ପୁରସ୍କାରତପୁ ମିଶ୍ର ଆଧାରତପୁ ମିଶ୍ର ବାହାର ଆଧାରତପୁ ମିଶ୍ରଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଲୋକଡିଡି ଓଡ଼ିଆବଙ୍ଗଳା ଭାଷାହିନ୍ଦୀ

🔥 Trending searches on Wiki ଓଡ଼ିଆ:

ଆକ୍ରାବିଶ୍ୱ ଏଡ୍‌ସ ଦିବସସମ୍ବାଦରାଧାନାଥ ରାୟବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କବି ମାନଙ୍କର ତାଲିକାନୃସିଂହଭାରତୀୟ ମହିଳାଓଡ଼ିଆ ସାହିତ୍ୟର ଇତିହାସଲୌହ ଅତିଭାରରବର୍ଟ ମୂଗଧର୍ମଚୈତନ୍ୟଓଡ଼ିଆ ଭାଷା ଆନ୍ଦୋଳନସାଇକେଲଆବୁଲ କଲାମ ଆଜାଦଫେସବୁକସେରେବ୍ରାଲ ଆନିଉରିଜ୍ମବସନ୍ତ କୁମାର ଶତପଥୀରାମଶଙ୍କର ରାୟକାଳିଜାଈଡମ୍ବରୁ ଶିଶାରାମାୟଣସୀତାକାନ୍ତ ମହାପାତ୍ରଦମୟନ୍ତୀ ବେଶ୍ରା୨୦୦୦୧୮୭୦ଇଂରାଜୀ ଭାଷାଭାରତର ଜାତୀୟ ପତାକାକ୍ରିଏଟିଭ କମନ୍ସଚୁଡ଼ାମନୋଜ ଦାସଙ୍କ କଥା ଓ କାହାଣୀଲକ୍ଷ୍ମଣ ନାୟକ୨୯ ମାର୍ଚ୍ଚଶିବାଜୀକିଲୋଗ୍ରାମଦକ୍ଷିଣ କୋରିଆବୀର ସୁରେନ୍ଦ୍ର ସାଏଘାତକ ତିମିଏ. ପି. ଜେ. ଅବଦୁଲ କଲାମପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଦିଲ୍ଲୀଚବିଶ ଗୁରୁବଳରାମ ଦାସଏଷ୍ଟୋନିଆଶ୍ରୀରାମ ପଣ୍ଡାହୋଲିନଡ଼ିଆତେନ୍ତୁଳିପାର୍ବତୀ ଘୋଷକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡସିଦ୍ଧାନ୍ତ ମହାପାତ୍ରନନ୍ଦ କିଶୋର ବଳମିରା ଅଲଫାସାଇନଷ୍ଟାଗ୍ରାମଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରନିକିତା କୃସ୍ଚେଭଧର୍ମେନ୍ଦ୍ର ପ୍ରଧାନଦ୍ରୌପଦୀ ମୁର୍ମୁଚାଚେରୀ ବେଶଦଣ୍ଡ ନାଟହଂକଂଜେରୁସାଲେମଚନ୍ଦ୍ରଶେଖର ରଥପରିମେୟ ସଂଖ୍ୟାମଙ୍ଗଳଜେରୋଷ୍ଟୋମିଆଭିଏତନାମଡୋନାଲ୍ଡ ଟ୍ରମ୍ପ🡆 More