ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ । ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ । ଏହି ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା । .

ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ ।[୧] ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ ।[୨] ଏହି ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ।

Konark Horse, Bhubaneswar (front view).jpg
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ଓଡ଼ିଶାର ରାଜ୍ୟ ସଙ୍ଗୀତ
ଗୀତଲକ୍ଷ୍ମୀକାନ୍ତ ମହାପାତ୍ର
ସଙ୍ଗୀତବାଳକୃଷ୍ଣ ଦାଶ
ମାନ୍ୟତା୦୭ ଜୁନ ୨୦୨୦
Audio sample
ଏକ ଟେକ୍ସଟ ଟୁ ସ୍ପିଚ ମଡେଲ ଦ୍ୱାରା ଗାୟିତ ବନ୍ଦେ ଉତ୍କଳ ଜନନୀ
  • file
  • help

୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା ।[୩] ୧୯୯୪ ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ ବିଧାନ ସଭାରେ ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନ ସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନ ସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନ ସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ ବାଳକୃଷ୍ଣ ଦାଶଙ୍କର ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନ ସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନ ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା ।[୪] ୨୦୧୯ ନଭେମ୍ବର ୧୧ ତାରିଖରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।[୫] ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ[୬] ଓଡ଼ିଶାରେ କୋଭିଡ-୧୯ ମହାମାରୀ ସମୟରେ ବିଭିନ୍ନ ସେବା କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ସମ୍ମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକମାନେ ୩୦ ମଇ ୨୦୨୦ ସନ୍ଧ୍ୟା ୫.୩୦ ଏହି ଗୀତ ଗାଇଥିଲେ ।[୭]

୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ ।[୮] କାନ୍ତକବିଙ୍କ ସମ୍ପୂର୍ଣ୍ଣ ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ସଙ୍ଗୀତର ଅବଧି ୨ ମିନିଟ ୧୧ ସେକେଣ୍ଡ ରହିଥାଏ । ବାଳକୃଷ୍ଣ ଦାଶଙ୍କ ପ୍ରସ୍ତୁତ ଶୈଳୀରେ ହିଁ ଏହା ଗାନ କରାଯାଏ । ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ସ୍କୁଲ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ସଙ୍ଗୀତ ଗାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।[୯]

କବିତାର ପଦାବଳୀ

ବନ୍ଦେ ଉତ୍କଳଜନନୀ,

ଚାରୁ-ହାସମୟି ଚାରୁ-ଭାଷମୟି,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥

ଘନ-ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

ସୁନ୍ଦରଶାଳି ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗି ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳି ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ॥

ଉତ୍କଳ-ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହା,
ବିଶ୍ୱଭୁମଣ୍ଡଳ-କୃତବରସ୍ନେହା,
ଜନନୀ, ଜନନୀ, ଜନନୀ॥

କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟା,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ॥

—କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

[୧୦]

ଆଧାର

This article uses material from the Wikipedia ଓଡ଼ିଆ article ବନ୍ଦେ ଉତ୍କଳ ଜନନୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାବିଶ୍ୱ ପରିବେଶ ଦିବସଆୟୋଟ୍ରକ୍ସିକ ଏସିଡଅଲିମ୍ପିକ କ୍ରୀଡ଼ାରଥଯାତ୍ରାଫକୀର ମୋହନ ସେନାପତିଓଡ଼ିଆ ଭାଷାଜଗନ୍ନାଥ ମନ୍ଦିରଓଡ଼ିଶାଓଡ଼ିଆ ସାହିତ୍ୟରାଧାନାଥ ରାୟଟାହିଆଅଣସରଦେବସ୍ନାନ ପୂର୍ଣ୍ଣିମାଗୋପବନ୍ଧୁ ଦାସଜଗନ୍ନାଥଗଙ୍ଗାଧର ମେହେରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଲାରନାଥ ମନ୍ଦିରଯୌନ ସମ୍ଭୋଗପ୍ରତିଭା ରାୟମନୋଜ ଦାସତୁଳସୀ ଲାହିରିପହଣ୍ଡି ବିଜେବାହାର ବାନୁ ବେଗମକିଟୋଜେନିକ ଖାଦ୍ୟଭାରତମଧୁସୂଦନ ରାଓକାଳୀଚରଣ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟ୨୦୨୩ ଓଡ଼ିଶା ରେଳ ଧକ୍କାମହାତ୍ମା ଗାନ୍ଧୀଲକ୍ଷ୍ମୀକାନ୍ତ ମହାପାତ୍ରପରି ମଣିସାରଳା ଦାସଗୋଦାବରୀଶ ମିଶ୍ର୧୪୫୫ବାଲେଶ୍ୱରକଟକଦ୍ରୌପଦୀ ମୁର୍ମୁୟୁ ଟ୍ୟୁବବଳରାମ ଦାସଟାହିଆଲାଗି ବେଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୁରେନ୍ଦ୍ର ମହାନ୍ତିରମାକାନ୍ତ ରଥଅଚ୍ୟୁତାନନ୍ଦ ଦାସମଧୁସୂଦନ ଦାସରଜଶାନ୍ତନୁ କୁମାର ଆଚାର୍ଯ୍ୟଭାରତୀୟ ସମ୍ବିଧାନସ୍ୱର ବର୍ଣ୍ଣକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆଓଡ଼ିଶାର ଇତିହାସଭକ୍ତ ଚରଣ ଦାସଗୁଫି ପେଣ୍ଟାଲକନକ ମଞ୍ଜରୀ ମହାପାତ୍ରଗୋପୀନାଥ ମହାନ୍ତିଅନନ୍ତ ପଟ୍ଟନାୟକ🡆 More