ଜୀବନାନନ୍ଦ ପାଣି (୧୩ ମାର୍ଚ୍ଚ ୧୯୩୩ - ୧ ମାର୍ଚ୍ଚ ୧୯୯୮), ଜଣେ ଓଡ଼ିଆ ଗୀତିକବି ତଥା କଥାଚିତ୍ର ଗୀତିକାର ଥିଲେ । ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ଓ ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କରି ଉଦ୍ୟମରେ ବାରିପଦାଠାରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
ଜୀବନାନନ୍ଦ ପାଣି | |
---|---|
ଜନ୍ମ | ପ୍ରତାପପୁର, ମୟୂରଭଞ୍ଜ | ୧୩ ମାର୍ଚ୍ଚ ୧୯୩୩
ମୃତ୍ୟୁ | ୧ ମାର୍ଚ୍ଚ ୧୯୯୮ | (ବୟସ ୬୪)
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର |
ଜୀବନାନନ୍ଦ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ବିଜ୍ଞାନର ଛାତ୍ର, କିନ୍ତୁ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ କବିତା ଲେଖୁଥିଲେ । ତାଙ୍କ ଗୀତିକବିତା ସଂକଳନର ନାମ ଥିଲା "ସେ ଗାଁଆର କିଆଫୁଲ" । ସ୍ପାନିସ କବି "ଫେଡରିକ ଗ୍ରାସିଆ ଲୋରସା"ଙ୍କ କବିତାକୁ ଅନୁବାଦ କରି, ସେ ୧୯୯୭ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୧୯୫୪ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୦ମସିହାରେ ସେ ଦିଲ୍ଲୀସ୍ଥିତ "ସଙ୍ଗୀତ ନାଟକ ଏକାଡେମୀ"ରେ ନିଯୁକ୍ତି ପାଇଥିଲେ । ୧୮ବର୍ଷ ସେଠାରେ ଚାକିରି କରି ଅବସର ନେଇଥିଲେ । ଦିଲ୍ଲୀ ରହଣି କାଳରେ, ଛଉ ନାଚର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ ଓ ବାରିପଦାଠାରେ ବିଧିବଦ୍ଧ ଭାବରେ ଏକ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଇ ପାରିଥିଲେ ।
୧୯୫୦ ଦଶକ ବେଳକୁ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ମର୍ଯ୍ୟଦା ପାଇ ସାରିଥିଲେ । ସେ ଗୀତିକାର ଭାବରେ କାର୍ଯ୍ୟ କରିଥିବା ୧୯୬୭ମସିହାର ଚଳଚ୍ଚିତ୍ର ଅରୁନ୍ଧତୀର ଗୀତ ଗୁଡ଼ିକୁ ଶାନ୍ତନୁ ମହାପାତ୍ର ସୂର ଦେଇଥିଲେ ଓ ଲତା ମଙ୍ଗେସକର, ମହମ୍ମଦ ରଫି ଆଦି କଣ୍ଠଦାନ କରିଥିଲେ ।
୧୯୯୮ ମସିହା ମାର୍ଚ୍ଚ ୧ତାରିଖରେ, ଜୀବନାନନ୍ଦଙ୍କର ମୃତ୍ୟୁ ଘଟିଥିଲା ।
This article uses material from the Wikipedia ଓଡ଼ିଆ article ଜୀବନାନନ୍ଦ ପାଣି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.