କେତକୀ

କେତକୀ ଦେଖିବାକୁ କିଆଗଛ ପରି କିନ୍ତୁ ଉଚ୍ଚତାରେ ବଡ଼ । ଏହାର ପତ୍ର ଗୁଡ଼ିକ ମଧ୍ୟ କିଆ ପତ୍ରଠାରୁ ବଡ଼ ହୋଇଥାଏ । କିଆ ପତ୍ରର ଦୁଇ ଧାରରେ ଓ ମଝି ଶିରାରେ ଅନେକ କଣ୍ଟା ରହିଥାଏ, ହେଲେ ଏହାର ପତ୍ରରେ ସେହି ସ୍ଥାନରେ ବହୁତ କମ୍ କଣ୍ଟା ରହିଥାଏ । ଏହାର ଫୁଲ ବର୍ଣ୍ଣରେ ହଳଦିଆ ଓ ସୁଗନ୍ଧଯୁକ୍ତ । କିଆ ଫୁଲ ବର୍ଣ୍ଣରେ ଧଳା ଓ କେତକୀ ଫୁଲଠାରୁ କମ୍ ସୁଗନ୍ଧଯୁକ୍ତ ।

କେତକୀ
କେତକୀ
କେତକୀ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଗଣ: Pandanales
କୁଳ: Pandanaceae
ପ୍ରଜାତି: Pandanus
ଜାତି: P. tectorius
ବାଇନୋମିଆଲ ନାମ
Pandanus tectorius
Synonyms

Pandanus veitchii Mast. & T.Moore

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ କେତକୀ
ସଂସ୍କୃତ ଦୀର୍ଘପତ୍ରା, ସତିପୁଷ୍ପ, କେତକ, ଦଲପୁଷ୍ପା, ସ୍ଥିରଗନ୍ଧା, ଚାମରପୁଷ୍ପା, ଶିବଦ୍ୱିଷ୍ଟା, ନୃପପ୍ରିୟା, ଜମ୍ବୁଳ, କ୍ରକଚଛନ୍ଦ, ବିଫଳା, ଧୂଳିପୁଷ୍ପିକା, ପାଂଶୁଳା, କଣ୍ଟଦଳ, ତୀକ୍ଷ୍ଣପୁଷ୍ପା
ହିନ୍ଦୀ କେବଡ଼ା केवडा
ତେଲୁଗୁ ମୋଗଲି మోగలి
ବଙ୍ଗଳା କେୟା েকয়া

ଶାସ୍ତ୍ରୋକ୍ତ ଗୁଣ

ମଧୁର ମିଶ୍ରିତ ତିକ୍ତ ରସ। ଲଘୁ, ଚକ୍ଷୁ ହିତକର, କୃମି, କାଶ, କଫ, ଚର୍ମରୋଗ, ପ୍ଳୀହା, ଅଜୀର୍ଣ୍ଣ, ଅଗ୍ନୀମାନ୍ଦ୍ୟ, ଅପସ୍ମାର, ଶିଶୁରୋଗ, ପିହୁଳା, ବିଷଦୋଷ ଓ ଦୁର୍ଗନ୍ଧ ନିବାରକ। ମାତ୍ରା ଦୁଇ ଅଣାରୁ ଆଠ ଅଣା।

ବ୍ୟବହାର

ଔଷଧୀୟ

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ପିଲାଙ୍କ କୃମି ଓ କୃମି ଜନିତ ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଫାମ୍ପିବାରେ ଏହାର କନ୍ଦାର ରସକୁ ଅଳ୍ପ ମିଶ୍ରିଗୁଣ୍ଡ ସହିତ ସକାଳୁ ତିନିଦିନ ସେବନ କଲେ ଉପକାର ମିଳେ।
  • ଶୂଳ, ଅଜୀର୍ଣ୍ଣ, ବାୟୁ, ପ୍ଳୀହା ଓ ଗୁଳ୍ମ ରୋଗରେ ଏହାର ଚେରକୁ ଶୁଣ୍ଠୀ ଓ ଗୋଲମରିଚ ସହିତ ବାଟି ସେବନ କଲେ ଲାଭ ମିଳେ।
  • କାଶ, କଫ, ପିହୁଳା, କୃମି, ଅଗ୍ନିମାନ୍ଦ୍ୟ ଓ ଅପସ୍ମାର ଆଦିରେ ଏହାର ପତ୍ରରସକୁ ମହୁସହିତ ପ୍ରୟୋଗ କରାଯାଏ।
  • ଏହାର ପତ୍ର ରସକୁ ଅଥବା କେତକୀ ଫୁଲ ଭିତରେଥିବା ଭଣ୍ଡାକୁ ପୋଡ଼ି ପାଉଁଶ କରି ସେହି ପାଉଁଶକୁ ସୋରିଷତେଲରେ ପାକ କରି ଲଗାଇଲେ କାଛୁ, କୁଣ୍ଡିଆ, ମଚଲା, ବ୍ରଣ, ବିଚର୍ଚ୍ଚିକା ଆଦି ଚର୍ମରୋଗ ଦୂର ହୁଏ ଓ ବିଷଦୋଷ ନାଶଯାଏ। ଚର୍ମ ରୋଗରେ କେତକୀ ପତ୍ର ରସ ସହିତ ତାଳମୂଳୀ ରସକୁ ମଧ୍ୟ ଲଗାଯାଏ।
  • ଦେହର ଦୁର୍ଗନ୍ଧରେ ଏହାର ଚେର ନଚେତ୍ ପତ୍ରକୁ ହଳଦୀରେ ବାଟି ଲଗାଯାଏ।

ଅନ୍ୟାନ୍ୟ

  • କେତକୀ ଫୁଲ ଘରେ ରଖିଲେ ତା’ର ସୁଗନ୍ଧରେ ଦୃଷ୍ଟି ଶକ୍ତି ବର୍ଦ୍ଧିତ ହୁଏ ଓ ମନପ୍ରାଣ ପ୍ରଫୁଲ୍ଲ ରହେ।
  • କେତକୀ ଫୁଲର ସୁଗନ୍ଧରେ ଗୃହରୁ କୀଟମାନେ ବିନଷ୍ଟ ହୁଅନ୍ତି।
  • ଧାନ ଅମାରରେ କେତକୀ ଫୁଲ ରଖିଲେ, ସେଥିରେ ପୋକ ଲାଗନ୍ତି ନାହିଁ।

ଏହାର ଫୁଲକୁ ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସାଧାରଣରେ ମାନ୍ୟତା ରହିଛି।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ

Tags:

କେତକୀ ବିବିଧ ଭାରତୀୟ ପ୍ରାଦେଶିକ ନାମକେତକୀ ଶାସ୍ତ୍ରୋକ୍ତ ଗୁଣକେତକୀ ବ୍ୟବହାରକେତକୀ ଆଧାରକେତକୀ ବାହାର ଆଧାରକେତକୀ

🔥 Trending searches on Wiki ଓଡ଼ିଆ:

ସୀସାକିଶୋରୀ ଚରଣ ଦାସବାଲେଶ୍ୱରୟୁରୋପଚିତ୍ତରଞ୍ଜନ ଦାସସି (ପ୍ରୋଗ୍ରାମିଂ ଭାଷା)ଅରଣ୍ୟ ରୋଦନବକ୍ସି ଜଗବନ୍ଧୁଓଳାଶୁଣି ଗୁମ୍ଫାଓଡ଼ିଶା ସରକାରନମିତା ଅଗ୍ରୱାଲସରୋଜ ବଳଛବିଳ ମଧୁ ବର୍ଣ୍ଣବୋଧରବର୍ଟ ମୂଗରଥଯାତ୍ରାଭାରତର ସଂସ୍କୃତିଓଡ଼ିଶାର ଦୋଳଯାତ୍ରାରବୀନ୍ଦ୍ରନାଥ ଠାକୁରସର୍ବିଆଅଷ୍ଟଭୁଜକମଳା ଶତପଥୀଓଡ଼ିଶାର ଭୂଗୋଳପାରମିତା ଶତପଥୀକାଳୀବୋହୂହିନ୍ଦୁ ଧର୍ମଲାଲ କିଲ୍ଲାସୂଚନା ଅଧିକାର ଆଇନ ୨୦୦୫ଇନ୍‌ଫ୍ଲୁଏଞ୍ଜାଜ୍ୟୋତିର୍ଲିଙ୍ଗଭାରତୀୟ ଦଣ୍ଡ ସଂହିତା, ୧୮୬୦ଗୀତଗୋବିନ୍ଦବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଅଭିମନ୍ୟୁ ସାମନ୍ତସିଂହାରଶାରଳା ପୁରସ୍କାରପଶ୍ଚିମ ଓଡ଼ିଶାକାର୍ତ୍ତିକେୟଭଦ୍ରକରଜଜୟ ଜଗନ୍ନାଥଚଳନ୍ତି ଠାକୁରନିତ୍ୟାନନ୍ଦ ଶତପଥୀ୧୯୭୯ସୂର୍ଯ୍ୟ ଦେବତା୧୯ ଅପ୍ରେଲ୧୯୯୧ଗୋଦାବରୀଶ ମିଶ୍ରପୁଷ୍ଟିସାରକଦଳୀକଳିଙ୍ଗ ଯୁଦ୍ଧଉମେଶଚନ୍ଦ୍ର ସରକାର୮ ମାର୍ଚ୍ଚପାର୍ବତୀ ଘୋଷଲଳିତା (୧୯୪୯ର ସିନେମା)ବସନ୍ତ କୁମାର ଶତପଥୀକଳ୍ପନା କୁମାରୀ ଦେବୀଅବୁଜାନାଗଫେଣୀ ଗଛଏଲୋରା ଗୁମ୍ଫା୪ ମାର୍ଚ୍ଚଗୋପାଳବଲ୍ଲଭ ଦାସ୧୯୬୨ରାମଇନ୍ଦିରା ଗାନ୍ଧୀକୃଷ୍ଣ ଜନ୍ମାଷ୍ଟମୀହିମାଳୟଡୁପିଟ୍ରେନ୍ସ କଣ୍ଟ୍ରାକଚରଦୁର୍ଗାକେନ୍ଦ୍ରାପଡ଼ାବଳଦେବଜୀଉ ମନ୍ଦିର🡆 More