କସ୍ତୁରୀ: ଏକ ପ୍ରକାରର ପୂଜା ସାମଗ୍ରୀ

ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ପୁରୁଷ ମୃଗର ନାଭି ଓ ଗୁହ୍ୟାଙ୍ଗର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏକ ଗୋଟାଳିଆ କୋଷରୁ କସ୍ତୁରୀ ମିଳେ । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । କସ୍ତୁରୀ କ୍ଷୁଦ୍ର କ୍ଷୁଦ୍ର ଦାନା ବିଶିଷ୍ଟ ଓ ତିବ୍ର ସୁଗନ୍ଧୟୁକ୍ତ ଏହା କଟୁତିକ୍ତ, କ୍ଷାରୟୁକ୍ତ, ଉଷ୍ଣବୀର୍ଯ୍ୟ, ଶୁକ୍ର-ବର୍ଦ୍ଧକ ଓ ଗୁରୁ, କାମୋଦ୍ଦୀପକ, ଆକ୍ଷେପ-ନାଶକ, ସ୍ୱେଦଜନ୍ମକ, ବଳକାରକ ଓ କିଞ୍ଚିତ୍ ମାଦକ ଏହା କଫ, ବାୟୁ, ବିଷଦୋଷ, ବମି, ଶୀତ, ଦୁର୍ଗନ୍ଧ ଓ ଶୋଷନାଶକ ୟେଉଁ କସ୍ତୁରୀ ନିଜ ଗନ୍ଧରେ କେତକୀ ଫୁଲର ଗନ୍ଧକୁ ନଷ୍ଟ କରେ, ଅଗ୍ନିରେ ପଡ଼ିଲେ ୟହିଁରୁ ଚମଡ଼ାପୋଡ଼ାର ଗନ୍ଧ ବାହାରେ ତାହା ଉତ୍କୃଷ୍ଟ କସ୍ତୁରୀ ।

କସ୍ତୁରୀ: ଏକ ପ୍ରକାରର ପୂଜା ସାମଗ୍ରୀ
କସ୍ତୁରୀ ଥଳି

ସ୍ଥାନଭେଦରେ କସ୍ତୁରୀ ୩ ପ୍ରକାର: କାମରୂପୀ, ନୈପାଳୀ ଓ କାଶ୍ମୀରୀ । କାମରୂପ କୃଷ୍ଣବର୍ଣ୍ଣ, ନୈପାଳୀ ନୀଳ ଓ କାଶ୍ମୀରୀ କପିଳ କାମରୂପୀ ଶ୍ରେଷ୍ଠ, ନୈପାଳୀ ମଧ୍ୟମ ଓ କାଶ୍ମୀରୀ ନିକୃଷ୍ଟ । ଆକାର ଅନୁସାରେ କସ୍ତୁରୀ ୫ପ୍ରକାର: ଧୂଳିପରି ସୁକ୍ଷ୍ମଦାନା ଥିବା କସ୍ତୁରିକୁ ଖରିକା, ରାଶିପରି ଦାନାଯୁକ୍ତ କସ୍ତୁରୀକୁ ତିଳିକା, କୋଳଥ ଆକାର କସ୍ତୁରିକୁ କୁଳତ୍‌ଥିକା, ଖଣ୍ଡଖଣ୍ଡ କସ୍ତୁରିକୁ ପିଣ୍ଡିକା ଓ ବଡ଼ବଡ଼ ଖଣ୍ଡ କସ୍ତୁରିକୁ ନାୟିକା କସ୍ତୁରି ବୋଲି କୁହାଯାଏ । ପିଣ୍ଡିକା ଓ ନାୟିକା ଅଧିକ ଦାମୀ ଓ ପ୍ରଭାବଶାଳୀ । କସ୍ତୁରୀ ନିଜର ସୁଗନ୍ଧିରେ କେତକୀ ଫୁଲର ଫୁଲର ସୁଗନ୍ଧି ବି ନାଶ କରିପାରେ ।

ଶ୍ରୀମନ୍ଦିରରେ କସ୍ତୁରୀ

ଏହା ଜଗନ୍ନାଥଙ୍କ ବନକଲାଗିରେ ବ୍ୟବହୃତ ହୁଏ । ଏହା ରଙ୍ଗରେ ମିଶିଥିଲେ ଏହା ରଙ୍ଗର ଔଜ୍ଜଳତା ବଢ଼ାଇଥାଏ । ଏହାଛଡ଼ା ଅଣସର ସମୟରେ ଗୁପ୍ତନୀତି ଯଥା ଖଡିଲାଗି, ଖଳିଲାଗି ଓ ଚନ୍ଦନସର୍ବାଙ୍ଗ ପାଇଁ କସ୍ତୁରୀ ନିହାତି ଆବଶ୍ୟକ । ଗୋଟିଏ ଥର ଶ୍ରୀଜୀଉମାନଙ୍କର ମୁଖସିଙ୍ଗାର ପାଇଁ ଅନ୍ୟୁନ ୫ଗ୍ରାମ କସ୍ତୁରୀ ଆବଶ୍ୟକ । ବର୍ଷକୁ ମନ୍ଦିରରେ ଅନ୍ୟୁନ ଶହେଗ୍ରାମ କସ୍ତୁରୀ ବ୍ୟବହାର କରାଯାଇଥାଏ ।

ଶ୍ରୀମୁଖ ପାଇଁ ବ୍ୟବହୃତ ରଙ୍ଗରେ ଏହା କିଞ୍ଚିତ ପରିମାଣରେ ଥିଲେ ମଧ୍ୟ କୀଟ ଓ ପୋକ ଦାଉରୁ ଶ୍ରୀମୁଖକୁ ରକ୍ଷା କରେ । ଜଗନ୍ନାଥଙ୍କ ଅନ୍ୟ ଅବତାର ଶ୍ରୀକୃଷ୍ଣଙ୍କର ଲଲାଟରେ କସ୍ତୁରୀ ତିଳକ ଶୋଭା ପାଇବାର ବର୍ଣ୍ଣନା ରହିଛି । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ ୧୯୯୧ରେ ଏହି କାରବାରକୁ ନିଷେଧ କରାଯାଇଛି । ତେଣୁ ଶ୍ରୀଜୀଉଙ୍କ ବନକ ଲାଗି ପାଇଁ କସ୍ତୁରୀ ମିଳିବା ସହଜ ହେଉନାହିଁ । ନେପାଳରେ ରାଜତନ୍ତ୍ର ବିଲୋପ ଏବଂ ଗଣତନ୍ତ୍ର ପ୍ରତିଷ୍ଠା ପରଠାରୁ କସ୍ତୁରୀ ଯୋଗାଣ ବନ୍ଦ ରହିଛି । ନେପାଳ ସରକାର ଶେଷ ଥର ପାଇଁ ୨୦୦୨ରେ ୩ ତୋଳା (୩୩ଗ୍ରାମ) କସ୍ତୁରୀ ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ । ଏହା ପରଠାରୁ ନେପାଳରୁ କସ୍ତୁରୀ ଆସିନାହିଁ । ୨୦୧୪ ମସିହା ଶେଷ ଆଡ଼କୁ ନେପାଳ ସରକାର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ମଧ୍ୟରେ ଚିଠିର ଆଦାନପ୍ରଦାନ ହୋଇଥିଲା । ନେପାଳରେ ଜବତ କସ୍ତୁରୀ ଠାକୁରଙ୍କ ଲାଗି ଦେବାପାଇଁ ଅନୁରୋଧ କରାଯାଇଥିଲା ମାତ୍ର କିଛି ସୁଫଳ ମିଳିନଥିଲା ।

୨୦୧୫ ମସିହା ନବକଳେବର ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ହସ୍ତକ୍ଷେପ ପରେ ତାଙ୍କର ଜଣେ ଭକ୍ତ ୩୫ ଗ୍ରାମ କସ୍ତୁରୀ ଦାନସୂତ୍ରରେ ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ ।

ଆଧାର

Tags:

କେତକୀ

🔥 Trending searches on Wiki ଓଡ଼ିଆ:

ଧର୍ମପଦୟୁନେସ୍କୋଚିକିତ୍ସା ବିଜ୍ଞାନ୩୧ ମାର୍ଚ୍ଚବୈଷୟିକ ବିଜ୍ଞାନବାରବାଡୋସଚାଣକ୍ୟଜଗନ୍ନାଥ ମନ୍ଦିରବସନ୍ତ ରୋଗମାକ୍ସ ୱେବରଦେବୀପ୍ରସନ୍ନ ପଟ୍ଟନାୟକଅଶୋକ (ସମ୍ରାଟ)କାଶୀ ବିଶ୍ୱନାଥ ମନ୍ଦିରବ୍ୟକ୍ତିଗତ ଅର୍ଥବ୍ୟବସ୍ଥାବନମାଳୀ ଦାସ୨ ଜାନୁଆରୀଅଚ୍ୟୁତାନନ୍ଦ ଦାସଶ୍ରୀନିବାସ ଉଦ୍‌ଗାତା୧୯୮୪ୟୁରି ଗାଗାରିନଯନ୍ତ୍ରଣାଜଗନ୍ନାଥଙ୍କ ବେଶସୌମ୍ୟ ରଞ୍ଜନ ପଟ୍ଟନାୟକ୧୧ ମାର୍ଚ୍ଚହିଙ୍ଗୁଳା ମନ୍ଦିରଚନ୍ଦ୍ରଶେଖର ରଥମାର୍କ ଜୁକରବର୍ଗଶଗୁନ୍ ଚୌଧୁରୀବର୍ଷାକରମା ନୃତ୍ୟରାଜ ଯୋଗଗୋମାଂସରାମଚନ୍ଦ୍ର ବେହେରାଏ ଭି ସ୍ୱାମୀଓଡ଼ିଆ ଲିପି୧୯୯୧ଗୋବିନ୍ଦ ତ୍ରିପାଠୀତନ୍ଦୁର୍କଳାହାଣ୍ଡି ଜିଲ୍ଲାକଳ୍ପନା କୁମାରୀ ଦେବୀସୁନାମିଅଟିଜିମ୍‌କୃଷ୍ଣଓଡ଼ିଆ ଖାଦ୍ୟମହାପାତ୍ର ନୀଳମଣି ସାହୁଏସିଆମ୍ୟାଲେରିଆ୧୯୭୯ଶ୍ରାଦ୍ଧପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭୀମା ଭୂଇଁଆହରପ୍ରସାଦ ଦାସଗୋଲୋକ ବିହାରୀ ଧଳବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଲାଲ କିଲ୍ଲାହାଡ଼ଫୁଟିଭାଇ ଭାଇଫୋଟନ୍‌ମହାତ୍ମା ଗାନ୍ଧୀଲୁହାସୌଭାଗ୍ୟ କୁମାର ମିଶ୍ରଓଡ଼ିଶାର ଲୋକକଳାଜୟପୁର, ରାଜସ୍ଥାନଇନ୍ଦ୍ରବିଶ୍ୱତାପନଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅଚିହ୍ନା ବାସଭୂମି୨ ମାର୍ଚ୍ଚଜଗଦୀଶ ମହାନ୍ତିଯୋଗସମ୍ବଲପୁରୀ ଭାଷା🡆 More