ଶଙ୍କରାଚାର୍ଯ୍ୟ: ଅଦୈତ ବେଦାନ୍ତ ପରମ୍ପରାର ମୁଖ୍ୟ

ଶଙ୍କରାଚାର୍ଯ୍ୟ (ସଂସ୍କୃତ: शङ्कराचार्य, IAST: Śaṅkarācārya, ଶଙ୍କର-ଆଚାର୍ଯ୍ୟ) ହେଉଛି ଏକ ଧାର୍ମିକ ପଦବୀ ଯେଉଁଥିରେ ସନାତନ ଧର୍ମର ରକ୍ଷା ନିମନ୍ତେ ଆଦିଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ମଠର ମଠାଧୀଶମାନେ ଜଣାଯାଆନ୍ତି । ଅଦୈତ ବେଦାନ୍ତର ସଂସ୍ଥାପକ ଆଦି ଶଙ୍କରାଙ୍କଠାରୁ ଏହି ପଦବୀଟି ଆସିଛି ।

Adi shankara
ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ଚାରିଜଣ ଶିଷ୍ୟ - ପଦ୍ମପାଦାଚାର୍ଯ୍ୟ, ସୁରେଶ୍ୱରାଚାର୍ଯ୍ୟ, ହସ୍ତାମଳକାଚାର୍ଯ୍ୟ ଏବଂ ତତ୍ତ୍ୱକାଚାର୍ଯ୍ୟ ।

ପରମ୍ପରାର ପ୍ରତିଷ୍ଠା

ଆଦି ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ରକ୍ଷା ନିମନ୍ତେ ଭାରତର ଚାରି ଦିଗରେ ଚାରୋଟି ମଠ ସ୍ଥାପନ କରିଥିଲେ ଏବଂ ଏହି ମଠର ମଠାଧୀଶଙ୍କୁ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ କରିବା ସହିତ ମଠର ଦାୟିତ୍ୱ ଦେଇଥିଲେ । ମଠ ପ୍ରତିଷ୍ଠା ପରେ ତାଙ୍କର ଚାରି ପ୍ରମୁଖ ଶିଷ୍ୟଙ୍କୁ ସେ ଶଙ୍କରାଚାର୍ଯ୍ୟ ଭାବରେ ପ୍ରତିଷ୍ଠିତ କରିଥିଲେ । ଶଙ୍କରାଚାର୍ଯ୍ୟ ପଦବୀରେ ଥିବା ସନ୍ଥଙ୍କର ମୁଖ୍ୟ କାମ ଥିଲା ଅଦୈତ ବେଦାନ୍ତର ପ୍ରଚାର କରିବ ଏବଂ ସନାତନ ଧର୍ମର ରକ୍ଷା ନିମନ୍ତେ ଆବଶ୍ୟକୀୟ ପନ୍ଥାମାନ ଗ୍ରହଣ କରିଥିବା । ଦକ୍ଷିଣ ଭାରତର ଅନ୍ୟ ଏକ ମଠ କାଞ୍ଚି କାମକୋଟି ପୀଠର ଇତିହାସ ଆଦି ଶଙ୍କରାଚାର୍ଯ୍ୟଙ୍କ ସହିତ ଜଡ଼ିଥିଲେ ଥିଲେ ମଧ୍ୟ ଏହାର ମୁଖ୍ୟକୁ "ଶଙ୍କରାଚାର୍ଯ୍ୟ" ପରିବର୍ତ୍ତେ "ଆଚାର୍ଯ୍ୟ" କିମ୍ବା "ଜଗଦଗୁରୁ" କୁହାଯାଏ ।

ନିମ୍ନରେ ଥିବା ସାରଣୀରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରୋଟି ମଠର ପ୍ରଥମ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।

ଶିଶ୍ୟ ଦିଗ ମଠ ମହାବାକ୍ୟ ବେଦ ସମ୍ପ୍ରଦାୟ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ
ପଦ୍ମପାଦ ପୂର୍ବ ଗୋବର୍ଦ୍ଧନ ପୀଠ, ପୁରୀ ପ୍ରଜ୍ଞାନଂ ବ୍ରହ୍ମ (ଚେତନା ହିଁ ସର୍ବୋଚ୍ଚ ପ୍ରାଣୀ) ଋଗ ବେଦ ଭୋଗବଳା ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
ହସ୍ତାମଳକାଚାର୍ଯ୍ୟ ଦକ୍ଷିଣ ଶୃଙ୍ଗେରୀ ଶାରଦା ପୀଠ ଅହଂ ବ୍ରହ୍ମାଶ୍ମି (ମୁଁ ହିଁ ଶ୍ରେଷ୍ଠ) ଯଜୁର ବେଦ ଭୂରିବଳା ଶ୍ରୀ ଭାରତୀ ତୀର୍ଥ
ସୁରେଶ୍ୱର ପଶ୍ଚିମ ଦ୍ୱାରକା ଶରଦା ପୀଠ ତତ୍ତ୍ୱମସି (ତାହା ତୁମ୍ଭେ ଅଟ) ସାମା ବେଦ କିତବଳା ସ୍ୱାମୀ ସଦାନନ୍ଦ ସରସ୍ୱତୀ
ତତ୍ତ୍ୱକାଚାର୍ଯ୍ୟ ଉତ୍ତର ଜ୍ୟୋତିର୍ମଠ, ବଦ୍ରିନାଥ ଅୟମାତ୍ମାନଂ ବ୍ରହ୍ମ (ଏହି ଆତ୍ମା ହେଉଛନ୍ତି ସର୍ବୋଚ୍ଚ ବ୍ୟକ୍ତି) ଅଥର୍ବ ବେଦ ନନ୍ଦବଳା ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ (ପ୍ରତିଦ୍ୱନ୍ଦ୍ୱିତା) /

ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀ (ବିବାଦୀୟ)

ବ୍ୟୁତ୍ପତ୍ତି

ଶଙ୍କରାଚାର୍ଯ୍ୟ ଶବ୍ଦ ଶଙ୍କର ଏବଂ ଆଚାର୍ଯ୍ୟ ନାମକ ଦୁଇଟି ଶବ୍ଦକୁ ନେଇ ଗଠିତ । ଆଚାର୍ଯ୍ୟ ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ଗୁରୁ ବା ଶିକ୍ଷକ, ତେଣୁ ଶଙ୍କରାଚାର୍ଯ୍ୟର ଅର୍ଥ ହେଉଛି ଶଙ୍କରଙ୍କ ମାର୍ଗରେ ପରିଚାଳିତ କରୁଥିବା ।

ଆଧାର

ବାହାର ଲିଙ୍କ୍

Tags:

ଶଙ୍କରାଚାର୍ଯ୍ୟ ପରମ୍ପରାର ପ୍ରତିଷ୍ଠାଶଙ୍କରାଚାର୍ଯ୍ୟ ବ୍ୟୁତ୍ପତ୍ତିଶଙ୍କରାଚାର୍ଯ୍ୟ ଆଧାରଶଙ୍କରାଚାର୍ଯ୍ୟ ବାହାର ଲିଙ୍କ୍ଶଙ୍କରାଚାର୍ଯ୍ୟଆଦିଶଙ୍କରସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଝାଲ ମୁଢ଼ିପରଶୁରାମଭୁଟାନରବିବାର୧୯ ଜୁନଅମର ସିଂହ ଚମକିଲାପଦ୍ମ ଲୋଚନ ପଣ୍ଡାଭର୍ତ୍ତୃହରି ମହତାବଭାରତୀୟ ଜନତା ପାର୍ଟିଚାଣକ୍ୟଚିତାଗଛଅର୍ଚ୍ଚନା (କବିତା ସଙ୍କଳନ)ବିନୋଦ ଚନ୍ଦ୍ର ନାୟକ୨ ନଭେମ୍ବରସଚ୍ଚିଦାନନ୍ଦ ରାଉତରାୟ୨୬ ଅପ୍ରେଲଗୋପୀନାଥ ମହାନ୍ତି୧୭ ଜୁଲାଇକାଳିନ୍ଦୀ ଚରଣ ପାଣିଗ୍ରାହୀଗୋଦାବରୀଶ ମହାପାତ୍ରରାଜନୀତି ବିଜ୍ଞାନ୧ ଜାନୁଆରୀଗିରିଜା କୁମାର ବଳୀୟାରସିଂହ୨ ଅପ୍ରେଲଦଅଣାକବିସୂର୍ଯ୍ୟ ବଳଦେବ ରଥଗୁରୁବାରୀ ମିର୍ଦ୍ଧାଗଞ୍ଜାମ ଜିଲ୍ଲାଖାଦ୍ୟଗୋପାଳ ଛୋଟରାୟସୋଡ଼ିଅମଶୁକ୍ରବାରହେପାଟାଇଟିସରାମ ନବମୀଜଳ ପ୍ରଦୂଷଣନବକୃଷ୍ଣ ଚୌଧୁରୀ୨ ଅଗଷ୍ଟତୃପ୍ତି ଦାସଜୈନବାଦଜଗନମୋହ‌ନ ଲାଲସମୁଦ୍ରଗୁପ୍ତସଚ୍ଚି ଦାସପକ୍ଷୀଘରସୁଭାଷ ଚନ୍ଦ୍ର ବୋଷଓଡ଼ିଶାର ସଂସ୍କୃତିହିମାଳୟଦ୍ୱିତୀୟ ବିଶ୍ୱଯୁଦ୍ଧଉତ୍କଳ ବ୍ରାହ୍ମଣକଟକଉଇକିପିଡ଼ିଆଗୋଟେ ଶୁଆ ଗୋଟେ ଶାରୀଖୋର୍ଦ୍ଧା ଜିଲ୍ଲାମୋରାରଜୀ ଦେଶାଇରେ ସିଣ୍ଡ୍ରୋମଓଡ଼ିଶାଲୋକନାଥ ମନ୍ଦିରକଟକ ଜିଲ୍ଲାପୁଷ୍ଟିସାରଅଗ୍ନିବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅକ୍ଟୋବରଜୟୀରାମ ସାମଲକାମଦା ଏକାଦଶୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜଗନ୍ନାଥ ମନ୍ଦିର, ବାରିପଦାରାମାନୁଜ ଆଚାର୍ଯ୍ୟବାଲିଯାତ୍ରା୧ (ସଂଖ୍ୟା)ଭରତେଶ୍ୱର ମନ୍ଦିର🡆 More