ସ୍କର୍ଭି

ସ୍କର୍ଭି (ଇଂରାଜୀରେ scurvy) ରୋଗ ଜୀବସାର ଗ ବା ଭିଟାମିନ ସି (vitamin C) ଅଭାବ ଫଳରେ ଜାତ ହୁଏ । ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକ୍କା ଲାଗିବା, କୁଞ୍ଚୁକୁଞ୍ଚିଆ ବାଳ ହେବା ଓ ବାହୁ ତ‌ଥା ଗୋଡ଼ରେ ଘାଆ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଚିକିତ୍ସା ନ ପାଇଲେ ଲୋହିତ ରକ୍ତ କଣିକା ସଂଖ୍ୟା କମିଯାଏ, ମାଢ଼ି ରୋଗ ହୁଏ ଓ ଚର୍ମରେ ରକ୍ତସ୍ରାବ ହୁଏ । ରୋଗ ଆଗେଇ ଗଲେ କ୍ଷତ ଶୁଖିପାରେନି, ବ୍ୟକ୍ତିତ୍ୱ ପରିବର୍ତ୍ତନ ହୁଏ ଓ ଶେଷରେ ସଂକ୍ରମଣ ବା ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୁଏ ।

ସ୍କର୍ଭି
ଇଂରାଜୀ ପ୍ରତିଶବ୍ଦ - Moeller's disease, Cheadle's disease, scorbutus, Barlow's disease, hypoascobemia
ସ୍କର୍ଭି
ସ୍କର୍ଭି ରୋଗ‌ଗ୍ରସ୍ତ ମାଢ଼ି, ଏହା ସ୍କର୍ଭିର ଏକ ଲକ୍ଷଣ । ଦାନ୍ତ ମଧ୍ୟ ଭାଗରେ (area ) ତ୍ରଭୁଜାକାର ଲାଲ ଚିହ୍ନ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିendocrinology[*]
ଆଇସିଡ଼ି-୧୦E54.
ଆଇସିଡ଼ି-୯-ସିଏମ୍267
ଓଏମ୍‌ଆଇଏମ୍240400
ରୋଗ ଡାଟାବେସ13930
ମେଡ଼ିସିନ-ପ୍ଲସ000355
ଇ-ମେଡ଼ିସିନmed/2086 derm/521 ped/2073 radio/628
MeSHD012614

ଖାଦ୍ୟରେ ଯଥେଷ୍ଟ ପରିମାଣର ଜୀବସାର ଗ ନ ଥିଲେ ବା ଅଭାବ ଥିଲେ ସ୍କର୍ଭି ରୋଗ ହୁଏ । ପ୍ରାୟ ଏକ ମାସ ଧରି ଏହି ଭିଟାମିନ ଆଦୌ ନ ଖାଇଲେ ବା ବା ଅତ୍ୟଳ୍ପ ଖାଇଲେ ଲକ୍ଷଣ ପ୍ରକାଶ ପାଏ । ସାଧାରଣତଃ ମାନସିକ ରୋଗ‌ଗ୍ରସ୍ତ (mental disorder), ଅସାଧାରଣ ଖାଦ୍ୟାଭ୍ୟାସ, ଆଲକୋହୋଲିଜ୍ମ (alcoholism) ଓ ଏକାକୀ ରହୁଥିବା ବୟସ୍କ ଲୋକଙ୍କୁ ଏହି ରୋଗ ହୁଏ । ଇଣ୍ଟେସ୍ଟାଇନାଲ ମାଲଆବସର୍ପସନ (intestinal malabsorption) ରୋଗ ଥିଲେ ବା ଡାୟାଲିସିସ (dialysis) ହେଉଥିବା ଲୋକଙ୍କର ସ୍କର୍ଭି ରୋଗ ସଙ୍କଟ ରହେ । ମାନବ ଓ ଅନ୍ୟ କେତେକ ପଶୁଙ୍କ ଦେହରେ କୋଲାଜେନ (collagen) ତନ୍ତୁ ତିଆରି କରିବା ନିମନ୍ତେ ଭିଟାମିନ ସି ଆବଶ୍ୟକ ହୁଏ । ଶାରୀରିକ ଲକ୍ଷଣ, ଏକ୍ସ‌-ରେ (X-rays) ଓ ଚିକିତ୍ସାରେ ଉନ୍ନତି ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।

ଜୀବସାର ଗ ପରିପୂରକ ପାଟିରେ ଖାଇବାକୁ ଦେଇ ଏହି ରୋଗର ଚିକିତ୍ସା କରାଯାଏ । ଅଳ୍ପ କିଛି ଦିନ ପରେ ଲକ୍ଷଣର ଉନ୍ନତି ଦେଖାଯାଏ ଓ କିଛି ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ଉପଶମ ହୋଇଯାଏ । ଜୀବସାରର ଗ ଉତ୍ସରେ vitamin C in the diet diet ମୂଖ୍ୟତଃ ଲେମ୍ବୁଜାତୀୟ ଖାଦ୍ୟ citrus fruit, ସଜ ଶାଗୁଆ ପନିପରିବା, ଟୋମାଟୋ ଓ ଆଳୁ ଆଦି ସ‌ହଜ ଉପଲବ୍ଧ ଖାଦ୍ୟରେ ଜୀବସାର ଗ ଥାଏ । ରନ୍ଧନ କଲେ ଏହି ଜୀବସାର ନଷ୍ଟ ହୋଇଯାଏ ।

ଅଧୁନା ସ୍କର୍ଭି ରୋଗ କ୍ୱଚିତ ଦେଖିବାକୁ ମିଳେ । ମୂଖ୍ୟତଃ ବିକାଶଶୀଳ ଦେଶମାନଙ୍କରେ ଅପ‌ପୁଷ୍ଟିର (‌malnutrition) ଶିକାର ହେଉଥିବା ଲୋକଙ୍କର ଏହି ରୋଗ ହୁଏ । ରିଫ୍ୟୁଜି ଲୋକଙ୍କ ମଧ୍ୟରୁ ୫%ରୁ ୪୫% ଲୋକଙ୍କର ଏହି ରୋଗ ହେବା ରିପୋର୍ଟ ମିଳୁଛି । ପୁରାତନ ମିଶର (ancient Egypt) ଯୁଗରୁ ଏହି ରୋଗର ବର୍ଣ୍ଣନା ଥିବାର ଜଣାଯାଏ । ଦୀର୍ଘକାଳୀନ ସାମୁଦ୍ରିକ ଯାତ୍ରାରେ ଏହା ଏକ ବାଧାଜ‌ନ‌କ କାରଣ ଥିଲା ଓ ଏହା ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଉଥିଲା । ସନ ୧୭୫୩ରେ ରୟଲ ନାଭିର ଜଣେ ସର୍ଜନ ଜେମ୍ସ ଲିଣ୍ଡ (James Lind) ପ୍ରଥମେ ଏହି ରୋଗ ଲେମ୍ବୁଜାତୀୟ ଖାଦ୍ୟଦ୍ୱାରା ଚିକିତ୍ସାସାଧ୍ୟ ବୋଲି ପ୍ରମାଣ କରିଥିଲେ । ତାଙ୍କର ଏହି ପରୀକ୍ଷାକୁ ପ୍ରଥମ କ୍ଲିନିକାଲ ନିୟନ୍ତ୍ରିତ ପ୍ରଚେଷ୍ଟାର (controlled trial) ମାନ୍ୟତା ଦିଆଯାଏ । ଏହି ପରୀକ୍ଷାର ପ୍ରାୟ ୪୦ ବର୍ଷ ବିତିଗଲା ପରେ ବ୍ରିଟିଶ ନାଭି ରୁଟିନ ଭାବରେ ଲେମ୍ବୁ ଜୁଶ ଦେବାକୁ ଆରମ୍ଭ କରିଥିଲେ ।

ଆଧାର

Tags:

en:vitamin Cଆନିମିଆଜୀବସାର ଗ

🔥 Trending searches on Wiki ଓଡ଼ିଆ:

ଜିନା ସାମଲମହିଳା ଯୌନାଙ୍ଗ ଛେଦନବୌଦ୍ଧ ଧର୍ମ୧୭ ଫେବୃଆରୀହନୁମାନଉଦ୍ଭିଦବ୍ରୁସେଲୋସିସଓମ'ଙ୍କ ନିୟମବିଜୁ ପଟ୍ଟନାୟକଥାଲକୁଡ଼ିସରଳା ଦେବୀମାର୍ଚ୍ଚ ୨୧ଉଦୟନାଥ ଷଡ଼ଙ୍ଗୀଉତ୍କଳ ବ୍ରାହ୍ମଣଅଧର ପଟ୍ଟନାୟକସାରଳା ଦାସବିଶ୍ୱ ମ୍ୟାଲେରିଆ ଦିବସବ୍ୟାଙ୍କଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିରଳା ମନ୍ଦିର, ହାଇଦ୍ରାବାଦଲସିvji40ଛବିଳ ମଧୁ ବର୍ଣ୍ଣବୋଧଫକୀର ମୋହନ ସେନାପତିଆଖିହୃଷୀକେଶ ପଣ୍ଡାମୋନିକା ସେଲ୍ସସୌଭାଗ୍ୟ କୁମାର ମିଶ୍ରବ୍ରଜନାଥ ରଥଅକ୍ଷୟ ତୃତୀୟାମଇ ଦିବସରାମାୟଣପାପୁଆ ନିଉ ଗିନିନିତ୍ୟାନନ୍ଦ ଶତପଥୀଓଡ଼ିଶାର ସଂସ୍କୃତିଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛତୁ ତରକାରୀଲିଙ୍ଗରାଜ ମନ୍ଦିରଶ୍ରୀରାଧାଶ୍ରବଣା (ନକ୍ଷତ୍ର)ନବୀନ ପଟ୍ଟନାୟକମାଲକାନଗିରି ଜିଲ୍ଲାଶ୍ରାଦ୍ଧଚୈତନ୍ୟଢଗ ଢମାଳିଭକ୍ତ ଚରଣ ଦାସତ୍ରିଭୁଜଶ୍ରଦ୍ଧାକର ସୂପକାରଛାନ୍ଦବଣଭୋଜି ବେଶଜନ୍ମ ନିରୋଧକଟକ ଜିଲ୍ଲାକାଞ୍ଚି ଅଭିଯାନମଙ୍ଗଳୁ ଚରଣ ବିଶ୍ୱାଳପ୍ରାଣବନ୍ଧୁ କରଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବର୍ଷାଅଶ୍ରୁମୋଚନ ମହାନ୍ତିସମ୍ବଲପୁରହରିପ୍ରସାଦ ଚୌରାଶିଆଓଡ଼ିଶାସମୀର ରଞ୍ଜନ ଦାଶମହାତ୍ମା ଗାନ୍ଧୀଓଡ଼ିଶାର ମାପ ବ୍ୟବସ୍ଥାନେପଚୁନଓଡ଼ିଆ ସାହିତ୍ୟଶ୍ୱେତସାରତାରିଣୀ ମନ୍ଦିର, ଘଟଗାଁବଳମୁକୁନ୍ଦ ଦେବଭଗବତୀ ଚରଣ ପାଣିଗ୍ରାହୀ୨୬ ଅପ୍ରେଲ🡆 More