ସୌଦାମିନୀ ମିଶ୍ର

ସୌଦାମିନୀ ମିଶ୍ର, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତିତ ସେ ହିନ୍ଦୀ ଚଳଚ୍ଚିତ୍ର, ବୃତ୍ତଚିତ୍ର ତଥା ଟେଲିଭିଜନ ଶିଳ୍ପ ସହିତ ମଧ୍ୟ ଜଡ଼ିତ ।

ସୌଦାମିନୀ ମିଶ୍ର
ଜନ୍ମ
ସୌଦାମିନୀ ମିଶ୍ର

ପ୍ରଫେସରପଡ଼ା, କଟକ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଅଭିନେତ୍ରୀ ଓ ପ୍ରଯୋଜିକା
ବୈବାହିକ-ସାଥୀନିରଞ୍ଜନ ଶତପଥୀ

ବାଲ୍ୟଜୀବନ ଓ ଶିକ୍ଷା

ସୌଦାମିନୀ କଟକର ପ୍ରଫେସରପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେ, ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଥିଲେ । ତାଙ୍କରି ନାମ ଅନୁସାରେ, ସେ ରହୁଥିବା ଅଞ୍ଚଳର ନାମ ପ୍ରଫେସରପଡ଼ା ପଡିଥିଲା । ଯୌଥ ପରିବାରରେ ବଢିଥିବା ସୌଦାମିନୀ ୪ବର୍ଷ ବୟସରେ କଟକର କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । ସେଠାରେ ଗୁରୁ କେଳୁଚରଣ ମହାପାତ୍ରମାୟାଧର ରାଉତଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ ଓ ସେ ଓଡ଼ିଶୀ ନୃତ୍ୟରେ ଏମ.ଏ କରିଥିଲେ । ସେ ବୋର୍ଡ଼ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

ଅଭିନୟ ଜୀବନ

ଧୀର ବିଶ୍ୱାଳ, ସୌଦାମିନୀଙ୍କ ନୃତ୍ୟରେ ବିଭୋର ହୋଇ ସୌଦାମିନୀଙ୍କୁ କିଏ କାହାର ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳକୁ ସୌଦାମିନୀ ଦଶମ ଶ୍ରେଣୀରେ ପଢୁଥିଲେ ଓ ବିବାହ କରିନଥିଲେ । ଜେଜେମା ଅରାଜି ହେବାରୁ ସୌଦାମିନୀ ସେ ପ୍ରସ୍ତାବକୁ ଅଗ୍ରାହ କରିଥିଲେ । ବିବାହ ପରେ, ପୁନର୍ବାର ସେହି ପ୍ରସ୍ତାବ ମିଳିବାରୁ, ସୌଦାମିନୀ ରାଜି ହୋଇଥିଲେ । ଏହି ଚଳଚ୍ଚିତ୍ରଟି ୧୯୬୮ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା । ଏହାପରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ନିଶାନା ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କଳାହାଣ୍ଡି ନାମକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହା ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା । ଦୂରଦର୍ଶନରେ, ସେ ତୁଳସୀ ନାମକ ଧାରାବାହିକରେ ଅଭିନୟ କରିଥିଲେ । କଳିଙ୍ଗ ଷ୍ଟୁଡିଓର ସ୍କ୍ରିପ୍ଟ କମିଟିର ସଦସ୍ୟ ମଧ୍ୟ ରହିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର

ଆଧାର

ଅଧିକ ତଥ୍ୟ

Tags:

ସୌଦାମିନୀ ମିଶ୍ର ବାଲ୍ୟଜୀବନ ଓ ଶିକ୍ଷାସୌଦାମିନୀ ମିଶ୍ର ଅଭିନୟ ଜୀବନସୌଦାମିନୀ ମିଶ୍ର ଅଭିନୀତ ଓଡ଼ିଆ କଥାଚିତ୍ରସୌଦାମିନୀ ମିଶ୍ର ଆଧାରସୌଦାମିନୀ ମିଶ୍ର ଅଧିକ ତଥ୍ୟସୌଦାମିନୀ ମିଶ୍ରଓଡ଼ିଆ କଥାଚିତ୍ର ଜଗତଓଡ଼ିଶୀ

🔥 Trending searches on Wiki ଓଡ଼ିଆ:

ଗୋପବନ୍ଧୁ ଦାସବିକ୍ରମ କେଶରୀ ଦେଓଖଲିପତ୍ରସୁଶାନ୍ତ ସିଂହଭୁବନେଶ୍ୱର ବେହେରା୩୧ ମାର୍ଚ୍ଚଅଗଷ୍ଟସନୂଆଖାଇନୃସିଂହଝାଲ ମୁଢ଼ିବିଶ୍ୱତାପନବୈକୁଣ୍ଠନାଥ ପଟ୍ଟନାୟକରାମାୟଣଫତୁରାନନ୍ଦଉଇକିବିଦ୍ୟାଳୟବିଜ୍ଞାନଅଂଶୁଘାତଅଂଶୁପା ହ୍ରଦଆରବ ସାଗରପାଇକ ବିଦ୍ରୋହ୨୫ ମାର୍ଚ୍ଚ୧୯୮୯ନୀଳାଦ୍ରି ଭୂଷଣ ହରିଚନ୍ଦନଉମେଶଚନ୍ଦ୍ର ସରକାରଓଡ଼ିଆ କାବ୍ୟ କବିତା୪ ମାର୍ଚ୍ଚପଦାର୍ଥ ବିଜ୍ଞାନରାଜକନିକାଗୁରୁପ୍ରସାଦ ମହାନ୍ତିନୀଳମାଧବ ମନ୍ଦିରଆନୋରେକସିଆ ନର୍ଭୋସାପଣ୍ଡୁ ଓଷାଆଚାର୍ଯ୍ୟ ହରିହରଚନ୍ଦ୍ରଶେଖର ନନ୍ଦ୮ ମାର୍ଚ୍ଚଯକୃତସଂତୃପ୍ତ ମିଶ୍ରଆମ୍ବେଦକର ଜୟନ୍ତୀହୃଷୀକେଶ ମଲ୍ଲିକଅଗ୍ନାଶୟ ପ୍ରଦାହପ୍ରଫୁଲ୍ଲ ସାମଲଉଇକିମିଡ଼ିଆ ମୁଭମେଣ୍ଟଓଡ଼ିଆ ଲିପିମହେଶ୍ୱର ମହାନ୍ତିରାଶି ଓ ନକ୍ଷତ୍ରରତ୍ନାକର ଚଇନିଉତ୍କଳ ଦିବସଓଡ଼ିଆ ସାହିତ୍ୟର ଇତିହାସଶ୍ରାଦ୍ଧକଳ୍ପନା ଚାୱଲାଲୋରାଟାଡାଇନନବକଳେବରକଇଁସାରିରବୀନ୍ଦ୍ରନାଥ ଠାକୁରହରିଶଙ୍କର ମନ୍ଦିରମାଇନ ଟୁଡ଼ୁଗୁଗଲରଶ୍ମି ରାଉଳଅଣ୍ଡକୋଷ ଯନ୍ତ୍ରଣାଧଣିଆନବରାତ୍ରୀଆଖିବ୍ରତୋପନୟନଗୀତଗୋବିନ୍ଦ🡆 More