ଝାଲ ମୁଢ଼ି

ଝାଲ ମୁଢି ଏକ ଚଟପଟି ଜଳଖିଆ ଏବଂ ଏକ ପ୍ରକାର ଚାଟ ମଧ୍ୟ ଅଟେ । ଏହା ମୁଢି (ଚାଉଳରୁ ପ୍ରସ୍ତୁତି) ପରିବା ଏବଂ ତେନ୍ତୁଳିର ଚଟଣିକୁ ମିଶେଇ ପ୍ରସ୍ତୁତି ହୋଇଥାଏ ।

ଝାଲ ମୁଢ଼ି
ଝାଲ ମୁଢ଼ି
ଅନ୍ୟ ନାମଭେଲ (ମହାରାଷ୍ଟ୍ର), ଚୂର ମୁରୀ (କର୍ଣ୍ଣାଟକ) , ଝାଲ ମୁରୀ (କଲିକତା), ଝାଲ ମୁଢି (ଓଡ଼ିଶା)
ପ୍ରକାରସ୍ନାକ, ଚାଟ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟମହାରାଷ୍ଟ୍ର
ପ୍ରକାର ଭେଦସେଓ ପୁରୀ, ଦହି ପୁରୀ, ପାମ୍ପୁଡି ଚାଟ

ମୁଢ଼ିର ପରିଚୟ ପ୍ରାୟତଃ ମୁମ୍ବାଇର ସମୁଦ୍ର ତଟ ସହିତ ଜଡ଼ିତ ଯେପରି ଗୁରଗାଓଁ କିମ୍ବା ଜୁହୁର ସମୁଦ୍ର ତଟ । ଝାଲ ମୁଢିର ଜନ୍ମ ମୁମ୍ବାଇ ଷ୍ଟ୍ରିଟ ଫୁଡ଼ ଷ୍ଟଲରେ ହୋଇଥିଲା ଏବଂ ଏହି ଚଟପଟା ଖାଦ୍ୟ ଭାରତର ବହୁ ଜାଗାରେ ଖେଳିଗଲା ଓ ସ୍ଥାନୀୟ ସ୍ୱାଦକୁ ଧ୍ୟାନରେ ରଖି ଏଥିରେ ଅଳ୍ପ କିଛି ପରିବର୍ତ୍ତନ କରାଗଲା । ଏହି ବିଶେଷତା ଏହାକୁ ସମ୍ପୂର୍ଣ୍ଣ ଭାରତରେ ଲୋକପ୍ରିୟ କରିଥିଲା । ଏହା ମଧ୍ୟ କୁହାଯାଏ କି, ଝାଲ ମୁଢିର ଜନ୍ମ ପଶ୍ଚିମ ମହାରାଷ୍ଟ୍ରର ମସଲାଯୁକ୍ତ ଭଡଙ୍ଗରୁ ହୋଇଥିଲା । ଝାଲ ମୁଢ଼ିର କଲିକତା ସଂସ୍କରଣକୁ ଝାଲ ମୁରୀ ନାମରେ ଜଣାଯାଏ । ଝାଲ ମୁଢ଼ିର ମହୀସୁର ସଂସ୍କରଣକୁ ଚୁରୁମୁରୀ ଏବଂ ବାଙ୍ଗାଲୋରରେ ଚୁର୍ମୁରୀ ନାମରେ ଜଣାଯାଏ । ଏହାର ଏକ ଶୁଖିଲା ପ୍ରକାର ବହୁ ପ୍ରଚଳିତ ଭଡଙ୍ଗ ରୂପେ ଜଣାଯାଏ ଯାହାକୁ ପିଆଜ, ଲେମ୍ବୁ ରସ ଏବଂ ଧନିଆ ସହିତ ସଜାଯାଏ ।

ଇତିହାସ

ପ୍ରଥମଥର ଝାଲ ମୁଢି କେଉଁଠାରେ ତିଆରି ହୋଇଥିଲା ଏହାର ସ୍ପଷ୍ଟ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଏହା ସମ୍ଭାବନା ରହିଛି କି, ଏହାର ଉତ୍ପତ୍ତି ମୁମ୍ବାଇର କ୍ୟାଫେ ଏବଂ ଷ୍ଟ୍ରିଟ ଫୁଡ଼ ଷ୍ଟଲରୁ ହୋଇଥିଲା । ଝାଲ ମୁଢି ଚାଟ ପରିବାର (ସମୂହ) ସଦସ୍ୟ ଅଟେ, ଯାହା ଚଟପଟା ଜଳଖିଆ ହୋଇଥାଏ ଏବଂ ସମ୍ପୂର୍ଣ୍ଣ ଭାରତରେ ଠେଲାରେ ବିକ୍ରି ହୋଇଥାଏ । ଏହି ଖାଦ୍ୟଟି ସାଧାରଣତଃ ହାଟ ବଜାର, ଜନ ଗହଳି ସ୍ଥାନ, ରେଲଗାଡି ପ୍ରଭୃତିରେ ବହୁଳ ଭାବରେ ବିକ୍ରୀ ହୋଇଥାଏ ।

ସାଧାରଣତଃ ବ୍ୟବହାରିକ ସାମଗ୍ରୀ

ଝାଲ ମୁଢ଼ିକୁ ମୁଢ଼ି, ସେଓ (ବେଶନରେ ପ୍ରସ୍ତୁତ ପତଳା ନୁଡୁଲ ପରି ଏକ ଜଳଖିଆ), ସିଝା ଆଳୁ, ପିଆଜ, ଚାଟ ମସଲା ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ । ଝାଲ ମୁଢିର ଏକ ରୂପ ଠେଠ ଗୁଜୁରାଠୀ ବ୍ୟଞ୍ଜନ ପରି ମିଠା, ନମକ ଯୁକ୍ତ, ରାଗ ଏବଂ ମସଲା ଯୁକ୍ତ ମିଶ୍ରଣ ହୋଇଥାଏ ।

ସାଧାରଣତଃ ବ୍ୟବହାରିକ ସାମଗ୍ରୀ ଟମାଟୋ ଏବଂ ଲଙ୍କା ମିଶି ହୋଇଥାଏ । ଉତ୍ତର ଭାରତରେ ଝାଲ ମୁଢ଼ି଼ରେ ସିଝା ଆଳୁର ଛୋଟ ଛୋଟ ଖଣ୍ଡ ପକାଯାଇଥାଏ ।

ବିଭିନ୍ନ ପ୍ରକାର ଚଟଣିର ମିଶ୍ରଣରେ ଏଥିରେ ମିଠା, ଚଟପଟି ଏବଂ ମସଲାଯୁକ୍ତ ସ୍ୱାଦ ଆସିଥାଏ । ମୁଖ୍ୟ ରୂପେ ଏଥିରେ ଦୁଇ ପ୍ରକାର ଚଟଣିର ବ୍ୟବହାର କରାଯାଇଥାଏ । ପ୍ରଥମଟି ହେଲା ଖଜୁରୀ ଏବଂ ତେନ୍ତୁଳିରୁ ପ୍ରସ୍ତୁତ ମିଠା ଚଟଣି ଏବଂ ଦ୍ୱିତୀୟ ହେଲା ଧନିଆ ଏବଂ ଲଙ୍କାରୁ ପ୍ରସ୍ତୁତ ମସଲାଯୁକ୍ତ ଚଟଣି ।

ପରିବର୍ତ୍ତନ

ଝାଲ ମୁଢ଼ିକୁ କେବେ କେବେ ପୁରି ଏବଂ ପାମ୍ପୁଡି ସହିତ ବ୍ୟବହାର କରାଯାଏ ।

ଝାଲ ମୁଢ଼ିର ଅନ୍ୟ ପ୍ରକାର :

  • ସେଓ ମୁଢି - ଝାଲ ମୁଢି, ଚଟଣି, ପାମ୍ପୁଡି ଏବଂ ସେଓର ମିଶ୍ରଣ ।
  • ଦହି ମୁଢି - ଝାଲ ମୁଢି, ଚଟଣି ପାମ୍ପୁଡିର ଏକ ମିଶ୍ରଣ ଯେଉଁଥିରେ ଦହି ମଧ୍ୟ ପକାଯାଇଥାଏ ।
  • ସେଓ ପାମ୍ପୁଡି ଚାଟ - ଏଥିରେ ଆଳୁ, ୨-୩ ପ୍ରକାର ଚଟଣି ଏବଂ ଚଣା ମସଲା ପକାଯାଇଥାଏ ।
  • ଚୁରମୁରୀ - ଏଥିରେ କଟା ପିଆଜ, ଟମାଟୋ, ଧନିଆ ପତ୍ର, ଲଙ୍କା ଏବଂ ନଡ଼ିଆ କିମ୍ବା ସୋରିଷ ତେଲ ଇତ୍ୟାଦି ମିଶ୍ରିତ ହୋଇଥାଏ ।

ଗ୍ୟାଲେରି

ଆଧାର

Tags:

ଝାଲ ମୁଢ଼ି ଇତିହାସଝାଲ ମୁଢ଼ି ସାଧାରଣତଃ ବ୍ୟବହାରିକ ସାମଗ୍ରୀଝାଲ ମୁଢ଼ି ଗ୍ୟାଲେରିଝାଲ ମୁଢ଼ି ଆଧାରଝାଲ ମୁଢ଼ି

🔥 Trending searches on Wiki ଓଡ଼ିଆ:

ମନୋରଞ୍ଜନ ଦାସଓଡ଼ିଆ ଭାଷା ଆନ୍ଦୋଳନରାଜେନ୍ଦ୍ର ନାରାୟଣ ସିଂହଦେଓବିଜୁ ପଟ୍ଟନାୟକବ୍ରାହ୍ମଣଦଣ୍ଡ ନାଟରାବଣଲକ୍ଷ୍ମୀକାନ୍ତ ମହାପାତ୍ରଲକ୍ଷ୍ମଣ ନାୟକସୂର୍ଯ୍ୟୋଦୟଗୁରୁ ପ୍ରସାଦ ମହାନ୍ତିମାୟାଧର ମାନସିଂହପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୨୧ ମାର୍ଚ୍ଚଚୌଧୁରୀ ବିକାଶ ଦାସଆପେଣ୍ଡିସାଇଟିସଅମିୟ କୁମାରୀ ପାଢ଼ୀ୨୧ ଅପ୍ରେଲଚନ୍ଦନ ଯାତ୍ରାହୃଷୀକେଶ ପଣ୍ଡାଇଣ୍ଡୋନେସିଆନଟବର ସାମନ୍ତରାୟ୩ ଅପ୍ରେଲପକ୍ଷୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫକୀର ମୋହନ ସେନାପତିଲଳିତ ମାନସିଂହହରପ୍ରସାଦ ଦାସଓଡ଼ିଆ ଭାଗବତବିଦ୍ୟାଳୟସୁଭାଷ ଚନ୍ଦ୍ର ବୋଷଶଙ୍କର ପ୍ରସାଦ ତ୍ରିପାଠୀwiki.phtmlପଠାଣି ସାମନ୍ତପୃଥିବୀଜାନକୀ ବଲ୍ଲଭ ପଟ୍ଟନାୟକଗୋପବନ୍ଧୁ ଦାସଭୁବନେଶ୍ୱର ମିଶ୍ରକିଶୋରୀ ଚରଣ ଦାସଉଇକିପିଡ଼ିଆଶ୍ରୀତମ ଦାସମୌଳିକ ସଂଖ୍ୟାଉପେନ୍ଦ୍ର ଭଞ୍ଜଧର୍ମରମଜାନସୀତାକାନ୍ତ ମହାପାତ୍ରଧୃତରାଷ୍ଟ୍ର (ମହାଭାରତ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀଶ୍ରୀ ଦେବ ରାମେଶ୍ଵର ମନ୍ଦିରମହାଭାରତଅମୃତ ଫଳଅଂଶୁଘାତମଧୁସୂଦନ ରାଓକାଳୀଚରଣ ପଟ୍ଟନାୟକସିପାହୀ ବିଦ୍ରୋହ୮ ଅପ୍ରେଲସୁନାବେଶଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୋଣାର୍କ ସୂର୍ଯ୍ୟ ମନ୍ଦିରଗୁଗଲଭଦଭଦଳିଆଇଲନ ମସ୍କଭିତରକନିକା ଜାତୀୟ ଉଦ୍ୟାନସାରଳା ଦାସ🡆 More