ନିରଞ୍ଜନ ଶତପଥୀ

ନିରଞ୍ଜନ ଶତପଥୀ ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।

ନିରଞ୍ଜନ ଶତପଥୀ
ଜନ୍ମ(1927-08-27)୨୭ ଅଗଷ୍ଟ ୧୯୨୭
ବାଉଁଶଲୁଣ୍ଡି, ଭଞ୍ଜନଗର, ଗଞ୍ଜାମ ଜିଲ୍ଲା
ମୃତ୍ୟୁ୬ ଜାନୁଆରୀ ୨୦୧୫(2015-01-06) (ବୟସ ୮୭)
ଭୁବନେଶ୍ୱର
ସକ୍ରିୟ ବର୍ଷ୧୯୫୦-୧୯୮୪
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀସୌଦାମିନୀ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

୨୭ ଅଗଷ୍ଟ ୧୯୨୭ ମସିହାରେ ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶତପଥୀ ଆଇଏ ପାସ୍‍ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାୟୁସେନାରେ ଯୋଗ ଦେଇଥିଲେ । ତାଙ୍କୁ ଓଡ଼ିଶା ପୁଲିସର ସର୍ଜେଣ୍ଟ ଭାବେ ନିଯୁକ୍ତି ମିଳିଥିଲା; ହେଲେ ସେ ସୁଯୋଗ ପ୍ରତ୍ୟାହାର କରି ପେସାଦାର ଅଭିନେତାର ପରିଚୟ ସୃଷ୍ଟି କରିଥିଲେ । ୧୯୭୪ରେ ଅନ୍ନୂର୍ଣ୍ଣା ଥିଏଟର ‘ଏ ଗୃପ’ରେ ଯୋଗ ଦେଇଥିଲେ । ପରେ ସେ ଅନ୍ନପୂର୍ଣ୍ଣା ‘ବି’ ଗୃପ କଟକରେ ଯୋଗ ଦେଇ ‘ଘର ସଂସାର’ ନାଟକରେ ମିଃ ବର୍ମା ଭୂମିକାରେ ମର୍ମସ୍ପର୍ଶୀ ଅଭିନୟ କରି ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହି ନାଟକ ତାଙ୍କୁ ଜଣେ ଲୋକପ୍ରିୟ ଅଭିନେତାଭାବେ ପ୍ରତିଷ୍ଠା ଆଣିଦେଇଥିଲା । ମଞ୍ଚ ନାଟକ ବ୍ୟତୀତ ସେ ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ, ସହରୀ ବାଘ, ଘର ବାହୁଡ଼ା, ଅଲିଭା ଦାଗ, ଘର ସଂସାର, ଅଦିନ ମେଘ, ଜୀବନସାଥୀ, ‘ନିଝୁମ ରାତିର ସାଥୀ’ ପ୍ରଭୃତି କଥାଚିତ୍ରରେ ଅଭିନୟ କରିଥିଲେ । ୬ ଜାନୁଆରୀ ୨୦୧୫, ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ୱରସ୍ଥ ଭିଏସ୍‍ଏସ୍‍ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ମାସ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ , ପୁତ୍ର, କନ୍ୟା, ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ପୁରସ୍କାର ଓ ସମ୍ମାନ

ତାଙ୍କର ଅନନ୍ୟ ସାଧନା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ (୧୯୯୧), ଶାରଳା ପୁରସ୍କାର, କଳିଙ୍ଗ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ୍‍ ଆସୋସିଏସନ, ଶତାବ୍ଦୀର କଳାକାର ସମ୍ମାନ, ଇଟ୍‍ ସମ୍ମାନ, ମନନ ସମ୍ମାନ, ପଞ୍ଚମବେଦ ସମ୍ମାନ ପାଇଥିଲେ ।

ଆଧାର

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ତାରିଣୀ ମନ୍ଦିର, ଘଟଗାଁସୀତାକାନ୍ତ ମହାପାତ୍ର୨୭ ଅପ୍ରେଲଭୁବନେଶ୍ୱରନରେନ୍ଦ୍ର ମୋଦୀIndiaଓଡ଼ିଶାର ସଂସ୍କୃତିପାରାଦ୍ୱୀପରାଜ୍ୟ ସଭାପୂଜା (ଉପାସନା)ଗୁଗଲନଦୀଚୈତ୍ରଜନ ବୀମସରାଧାମୋହନ ଗଡ଼ନାୟକମୌଳିକ ସଂଖ୍ୟାସମ୍ବଲପୁର ଜିଲ୍ଲାଧର୍ମଗଡ଼୧୯୬୩ର ଓଡ଼ିଆ କଥାଚିତ୍ରଶିଶୁ ଅନନ୍ତ ଦାସଖାଦ୍ୟଅହଲ୍ୟା (ଓଡ଼ିଆ କଥାଚିତ୍ର)ନୃସିଂହନାଥ ଖୁଣ୍ଟିଆବ୍ରାଉଜରଶଙ୍ଖଦାସକାଠିଆରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଦୁର୍ଗାଭୂମିକା ଦାଶମାୟାଧର ମାନସିଂହପଞ୍ଚକନ୍ୟାଇରା ମହାନ୍ତିସରସ୍ୱତୀ ସମ୍ମାନକାଳିନ୍ଦୀ ଚରଣ ପାଣିଗ୍ରାହୀଚାରି ଧାମରତ୍ନାକର ଚଇନିଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ପରଶୁରାମବିଶ୍ୱନାଥ ଦାସଆମ୍ବଭଗବତୀ ଚରଣ ପାଣିଗ୍ରାହୀପାରାଦୀପ ବନ୍ଦରରାସେଶ୍ୱରୀ ପାଣିଗ୍ରାହୀସାମବେଦଜହ୍ନିଓଷାଧାମରା ବନ୍ଦରସଚିନ ତେନ୍ଦୁଲକରଉପେନ୍ଦ୍ର କିଶୋର ଦାସସ୍ୱାସ୍ଥ୍ୟକ୍ଷୀରସିପାହୀ ବିଦ୍ରୋହହିଡ଼ିମ୍ବବୌଦ୍ଧ ଧର୍ମଫାଇଲେରିଆପଞ୍ଚସଖାବାଞ୍ଛାନିଧି ମହାନ୍ତିଜନ ଗଣ ମନବାଳୀସୌର ଜଗତପଖାଳଅମନାତ୍ୟ ଜନଜାତିଲିଚୁଦରବାର (କବିତା)ଗୌତମ ବୁଦ୍ଧତୁମ ପରି ଛୋଟ ପିଲାଟିଏ🡆 More