ସମୟମଣ୍ଡଳ

ଏକ ସମୟ ମଣ୍ଡଳ ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ ମାନକ ସମୟ ସମାନ ଥାଏ । ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।

ସମୟମଣ୍ଡଳ
୨୦୨୦ର ସମୟ ମଣ୍ଡଳ ମାନଚିତ୍ର

ଅଧିକାଂଶ ସମୟମଣ୍ଡଳଗୁଡ଼ିକ ନିୟନ୍ତ୍ରିତ ବୈଶ୍ୱିକ ସମୟ (UTC)ଠାରୁ ଏକ ପୂର୍ଣ୍ଣ ଘଣ୍ଟା ଆଧାରରେ ଆଗୁଆ ବା ପଛୁଆ ହୋଇଥାଏ; ବ୍ଯତିକ୍ରମ - ନବପ୍ରାପ୍ତଭୂମିର ମାନକ ସମୟ ହେଉଛି UTC−୦୩:୩୦, ନେପାଳ ମାନକ ସମୟ ହେଉଛି UTC+୦୫:୪୫, ଭାରତୀୟ ମାନକ ସମୟ ହେଉଛି UTC+୦୫:୩୦ ଏବଂ ବ୍ରହ୍ମଦେଶ ମାନକ ସମୟ ହେଉଛି UTC+୦୬:୩୦ ।

କେତେକ ଉଚ୍ଚ ଅକ୍ଷାଂଶ ବିଶିଷ୍ଟ ଦେଶ ବା ଅଞ୍ଚଳଗୁଡିକରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଦିବାଲୋକ ବଚତ ସମୟର ବ୍ଯବହାର କରାଯାଏ, ଏଥିପାଇଁ ସ୍ଥାନୀୟ ସମୟରେ ପାଖାପାଖି ଏକ ଘଣ୍ଟାର ବଦଳ କରାଯାଏ ।

ଇତିହାସ

ଊନବିଂଶ ଶତାବ୍ଦୀରେ ଯେତେବେଳେ ନିୟନ୍ତ୍ରିତ ଯାନ୍ତ୍ରିକ ଘଣ୍ଟାଗୁଡ଼ିକ ପ୍ରସାର ଲାଭ କଲା, ସେତେବେଳେ ପ୍ରତ୍ଯେକ ସହର ନିଜସ୍ବ ସ୍ଥାନୀୟ ହାରାହାରି ସୂର୍ଯ୍ୟକାଳ ବାହାର କରି ବ୍ଯବହାର କରିବାକୁ ଲାଗିଲେ । ଦୃଶ୍ୟମାନ ଓ ବାସ୍ତବ ସୂର୍ଯକାଳ ମଧ୍ଯରେ ପରସ୍ପରଠାରୁ ୧୫ ମିନିଟର ପାର୍ଥକ୍ଯ ରହିଲା ।

୧୬୭୫ ମସିହାରେ ସାମୁଦ୍ରିକ ନାବିକଙ୍କ ଦ୍ରାଘିମା ନିର୍ଣ୍ଣୟରେ ସହାୟତା ପାଇଁ ରୟାଲ ଅବ୍ଜର୍ଭେଟରୀ ସ୍ଥାପନ କରାଗଲା । ଏଥିସହିତ ଗ୍ରିନ୍ୱିଚ ହାରାହାରି ସମୟ ନିର୍ଦ୍ଧାରିତ କରାଗଲା ।

ରେଳବାଇ ସମୟ

ସମୟମଣ୍ଡଳ 
୧୮୮୩ ମସିହାରେ ଉତ୍ତର ଆମେରିକାରେ ରେଳବାଇ ସାଧାରଣ ସମୟ ନିର୍ଦ୍ଧାରଣ ପ୍ରଦର୍ଶନ କରୁଥିବା ଫଳକ

ରେଳ ଓ ଅନ୍ଯାନ୍ଯ ଯୋଗାଯୋଗର ଉନ୍ନତି ସହ ସ୍ଥାନୀୟ ସୌର୍ଯ୍ୟକାଳର ବ୍ଯବହାର ଅଧିକରୁ ଅଧିକ ଜଟିଳ ହୋଇଗଲା କାରଣ ପ୍ରତ୍ଯେକ ଦ୍ରାଘିମାରେ ଅବସ୍ଥିତ ସହରର ନିଜସ୍ବ ସମୟ ରହୁଥିଲା ଯାହା ଅନ୍ୟ ସହରର ସମୟଠାରୁ ଭିନ୍ନ ଥିଲା । ଉଦାହରଣ ସ୍ବରୂପ - ଇଂଲଣ୍ଡର ବ୍ରିଷ୍ଟୋଲ, ଗ୍ରିନ୍ୱିଚଠାରୁ ୨.୫ ଡିଗ୍ରୀ ପଶ୍ଚିମରେ ଥିଲା ଅର୍ଥାତ୍ ଯେତେବେଳେ ବ୍ରିଷ୍ଟୋଲରେ ମଧ୍ଯାହ୍ନ ହୁଏ ସେତେବେଳେ ଲଣ୍ତନରେ ୧୦ ମିନିଟ ବିତି ସାରିଥାଏ । ସମୟ ମଣ୍ଡଳର ବ୍ଯବହାର ଏହି ଭିନ୍ନତାକୁ ଦୂରେଇ ଦିଏ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ଯରେ ସମୟ ସମାନ ରଖେ ।

ଆଧାର

ବାହାର ଲିଙ୍କ

Tags:

ସମୟମଣ୍ଡଳ ଇତିହାସସମୟମଣ୍ଡଳ ଆଧାରସମୟମଣ୍ଡଳ ବାହାର ଲିଙ୍କସମୟମଣ୍ଡଳ

🔥 Trending searches on Wiki ଓଡ଼ିଆ:

ଅଧର ପଟ୍ଟନାୟକଅଲାରନାଥ ମନ୍ଦିରମହାପାତ୍ର ନୀଳମଣି ସାହୁପ୍ରଥମ ଭାସ୍କରଓଡ଼ିଆ ନାଟକଭାରତର ଜାତୀୟ ପତାକାବ୍ୟାସଦେବଶ୍ରୀରାଧାଶ୍ରାଦ୍ଧଜୀବସାର ଗଇଣ୍ଡିଆନ ପ୍ରିମିଅର ଲିଗଲଣ୍ଡନଶଙ୍କରାଚାର୍ଯ୍ୟଅଚ୍ୟୁତ ନାୟକଜୁନଶାରଳା ପୁରସ୍କାରତ୍ରିଭୁଜଅଭିରାମ ପରମହଂସଶାସ୍ତିଇରା ମହାନ୍ତିଓମ'ଙ୍କ ନିୟମତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରାମଶଙ୍କର ରାୟବ୍ୟଞ୍ଜନ ବର୍ଣ୍ଣଅସହଯୋଗ ଆନ୍ଦୋଳନପିଙ୍କି ପ୍ରଧାନମେହମୁଦ ହୁସେନଜଗନ୍ନାଥଅଣ୍ଡା ରୋଲଚବିଶ ଗୁରୁଢଗ ଢମାଳିବିଶ୍ୱତାପନନୋବେଲ ପୁରସ୍କାରଢେଙ୍କାନାଳପ୍ରେମଭୁବନେଶ୍ୱର ବେହେରାବୈଜୟନ୍ତ ପଣ୍ଡାହନୁମାନ ବାଟିକାନବଯୌବନ ବେଶସମ୍ବଲପୁର ଜିଲ୍ଲାଚନ୍ଦ୍ରଶେଖର ରଥଆଣ୍ଡାମାନ ସାଗରପଖାଳଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗର୍ଭାଶୟ ଅନ୍ତଃସ୍ତର କର୍କଟବାମାଚରଣ ମିତ୍ରବେଲବାଇଶି ପାହାଚରାଜା ରାମମୋହନ ରାୟwiki.phtmlଓଡ଼ିଶାର ମାପ ବ୍ୟବସ୍ଥାବୌଦ୍ଧ ଧର୍ମଚିକୁନ‌ଗୁନିଆସ୍ଥୌଲ୍ୟତାବୃହସ୍ପତିଜାହାଙ୍ଗୀରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ତୁତି ଚିନ୍ତାମଣିଚୁଡ଼ାନନ୍ଦିନୀ ଶତପଥୀକୃଷ୍ଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀକଟକ ଜିଲ୍ଲାକୁତାମ ଚଣ୍ଡୀ ମନ୍ଦିରଶିଶୁ ଅନନ୍ତ ଦାସଆଜାଦ ହିନ୍ଦ୍ ଫୌଜମୁମ୍ବାଇସୁନାନଅଙ୍କ ଦୁର୍ଭିକ୍ଷହନୁମାନ🡆 More