ଲକ୍ଷ୍ମୀ ଅଗ୍ରୱାଲ

ଲକ୍ଷ୍ମୀ ଅଗ୍ରୱାଲ (ଜନ୍ମ ୧ ଜୁନ ୧୯୯୦) ଜଣେ ଭାରତୀୟ ଏସିଡ-ଆକ୍ରମଣ ପୀଡ଼ିତା ଯିଏ କି ପରବର୍ତ୍ତୀ ସମୟରେ Stop Acid Attack ଅଭିଯାନର ପ୍ରଚାରକ ଭାବେ ଏଭଳି ପୀଡ଼ିତାମାନଙ୍କର ଚିକିତ୍ସା ତଥା ଥଇଥାନ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏସିଡ ବିକ୍ରି ଉପରେ କଟକଣା ଲାଗୁ କରିବା ନିମନ୍ତେ ସେ ୨୭,୦୦୦ ସମର୍ଥକଙ୍କ ହସ୍ତାକ୍ଷର ଏକତ୍ର କରି ଭାରତର୍ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଉକ୍ତ ମାମଲାରେ ( ଲକ୍ଷ୍ମୀ ବନାମ ଭାରତ ସରକାର ) ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏସିଡ ବିକ୍ରି ଉପରେ କଟକଣା ଜାରି କରିବା ସହ ଏଭଳି ମାମଲାର ତ୍ୱରିତ ଫଇସଲା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ । ସଂପ୍ରତି ସେ Chhanv Foundation ନାମକ ଏକ ବେସରକାରୀ ସଂଗଠନର ନିର୍ଦ୍ଦେଶିକା ଅଛନ୍ତି ଯାହାକି ଏସିଡ-ଆକ୍ରମଣ ପୀଡ଼ିତାଙ୍କ ଥଇଥାନ ଦିଗରେ କାମ କରିଥାଏ । ତାଙ୍କ ସାହସିକତା ପାଇଁ ଆମେରିକା ପକ୍ଷରୁ ତାଙ୍କୁ International Woman of the Year ସମ୍ମାନରେ ସମ୍ମାନିତ କରାଯାଇଛି ।

ଲକ୍ଷ୍ମୀ ଅଗ୍ରୱାଲ
ଲକ୍ଷ୍ମୀ ଅଗ୍ରୱାଲ
ୱାଶିଂଟନରେ ପୁରସ୍କାର ଗ୍ରହଣ କରିବା ଅବସରରେ.
ଜନ୍ମ୧ ଜୁନ ୧୯୯୦
ପ୍ରସିଦ୍ଧିଏସିଡ ଆକ୍ରମଣ ପୀଡ଼ିତାଙ୍କ ପାଇଁ ସମାଜ ସେବା
ଜୀବନସାଥୀଆଲୋକ ଦିକ୍ଷିତ
ସନ୍ତାନପିହୁ(କନ୍ୟା)

ପରିଚୟ

ନୂଆ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଲକ୍ଷ୍ମୀଙ୍କର ଜନ୍ମ । ୨୦୦୫ ମସିହାରେ ମାତ୍ର ୧୫ ବର୍ଷ ବୟଷରେ ଏ ଏସିଡ୍-ଆକ୍ରମଣର ଶିକାର ହୋଇଥିଲେ । ଦୁର୍ଘଟଣାର ଶିକାର ହେବାପରେ ଲକ୍ଷ୍ମୀ ନିଜର ସାହସ ହରାଇ ନ ଥିଲେ । ସେ "Stop Acid Attack" ନାମକ ଏକ ଅଭିଯାନର ନେତୃତ୍ୱ ନେଲେ ଏବଂ ଏହାର ପ୍ରଚାର ତଥା ଜନ ସଚେତନତା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କରି ପ୍ରଚେଷ୍ଟା ଫଳରେ ଏସିଡର ଅବାଧ ବିକ୍ରି ଉପରେ କଟକଣା ଲାଗୁ ହେବା ସହ ଏସିଡ-ଆକ୍ରମଣ ଦୁର୍ଘଟଣାର ପୀଡ଼ିତା ମାନଙ୍କ ପାଇଁ କ୍ଷତିପୁରଣ ତଥା ପୁନର୍ବାସ ନିମିତ୍ତ ଅନେକ ବ୍ୟବସ୍ଥା ହୋଇପାରିଛି ।

ଦୁର୍ଘଟଣାର ପୃଷ୍ଠଭୂମି

୨୦୦୫ ମସିହାରେ ଗୁଡ୍ଡା ନାମକ ୩୨ ବର୍ଷୀୟ ଏକ ବ୍ୟକ୍ତିର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ଉକ୍ତ ବ୍ୟକ୍ତି ତାଙ୍କ ଉପରକୁ ଏସିଡରେ ଆକ୍ରମଣ କରିଥିଲେ । ହିନ୍ଦୁସ୍ତାନ ଟାଇମସଦ୍ୱାରା ଏସିଡ-ପୀଡୀତା ମାନଙ୍କ ଉପରେ ସତ୍ୟ କାହାଣୀ ଉପରେ ଆଧାରିତ ଏକ କାହାଣୀ-ଶୃଙ୍ଖଳାରେ ଲକ୍ଷ୍ମୀଙ୍କ କଥା ମଧ୍ୟ ସ୍ଥାନ ପାଇଛି ।

ଆଇନଗତ ଲଢେଇ

ଏସିଡ ଆକ୍ରମଣରୁ ଜୀବନ ଫେରି ପାଇବା ପରେ ସେ ୨୦୦୬ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ଜନହିତ ମାମଲା ଦାୟର ପୂର୍ବକ ଏଭଳି ପୀଡ଼ିତା ମାନଙ୍କ ନିମନ୍ତେ ଯୁକ୍ତିଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରିବା ସହ ଏଭଳି ମାମଲାର ନିରାକରଣ ତଥା ତ୍ୱରିତ ବିଚାର ପାଇଁ ଭାରତୀୟ ଦଣ୍ଡ ସଂହିତା, ଫୌଜଦାରୀ କାର୍ଯ୍ୟବିଧି ସଂହିତା ତଥା ଅନ୍ୟାନ୍ୟ ସମ୍ବନ୍ଧିତ ଆଇନରେ ଆବଶ୍ୟକ ସଂଶୋଧନ ତଥା ନୂତନ ଆଇନ ଲାଗୁ କରିବା ଦିଗରେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ । ଏହା ସହିତ ଏସିଡ ବିକ୍ରି ଉପରେ କଡା କଟକଣା ଲାଗୁ କରିବା ନିମିତ୍ତ ମଧ୍ୟ ଦାବୀ କରିଥିଲେ ।

ଆଧାର

Tags:

ଲକ୍ଷ୍ମୀ ଅଗ୍ରୱାଲ ପରିଚୟଲକ୍ଷ୍ମୀ ଅଗ୍ରୱାଲ ଦୁର୍ଘଟଣାର ପୃଷ୍ଠଭୂମିଲକ୍ଷ୍ମୀ ଅଗ୍ରୱାଲ ଆଇନଗତ ଲଢେଇଲକ୍ଷ୍ମୀ ଅଗ୍ରୱାଲ ଆଧାରଲକ୍ଷ୍ମୀ ଅଗ୍ରୱାଲଲକ୍ଷ୍ମୀ ବନାମ ଭାରତ ସରକାର

🔥 Trending searches on Wiki ଓଡ଼ିଆ:

ଅଙ୍କୁଶକୃମିଉଇକିପିଡ଼ିଆ ସମୂହର ତାଲିକାଦ୍ରୌପଦୀ ମୁର୍ମୁଜ୍ଞାନପୀଠ ପୁରସ୍କାରଶ୍ରବଣା (ନକ୍ଷତ୍ର)ଦାସକାଠିଆଭାରତର ଜାତୀୟ ପତାକାଯୁଗଳ କିଶୋର ପଟ୍ଟନାୟକଦସ୍ତାବରଗଛତୁଳସୀ ଦାସଉତ୍ତରାଷାଢ଼ା (ନକ୍ଷତ୍ର)ଭୁବନେଶ୍ୱର ବେହେରାଢମଣା ସାପଲକ୍ଷ୍ମୀକାନ୍ତ ମହାପାତ୍ରବିଲେଇଫାଇଲେରିଆଚନ୍ଦ୍ରଶେଖର ରଥନାସାରବି ସିଂବିଭୂତି ପଟ୍ଟନାୟକ୩ (ସଂଖ୍ୟା)କୁନ୍ତଳା କୁମାରୀ ସାବତସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟକ୍ଷୀରଚୋରା ଗୋପୀନାଥ ମନ୍ଦିରପ୍ରାଣବନ୍ଧୁ କରପାଞ୍ଜିଗୀତଶୁକ୍ରବାରଭାରତୀୟ ଜନତା ପାର୍ଟିଭ୍ୟାକୁମ୍ କ୍ଲିନର୍କୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୋଦାବରୀଶ ମିଶ୍ର୧୭୧୧ଇଣ୍ଟରନେଟଜଗନ୍ନାଥଙ୍କ ବେଶଅକ୍ଷାଂଶବୃହସ୍ପତିସୌଭାଗ୍ୟ କୁମାର ମିଶ୍ରଭାରତୀୟ ଜାତୀୟ କଂଗ୍ରେସପ୍ରଯୁକ୍ତି ବିଦ୍ୟାଏସିଆମୟୂରଭଞ୍ଜ ରାଜ୍ୟହଳଦୀ ବସ‍ନ୍ତବିରିଦୈନିକ ଆଶାଏଚଆଇଭି/ଏଡସମହାଭାରତଓଡ଼ିଶାର କଳାରାଷ୍ଟ୍ରୀୟ ସୁରକ୍ଷା ଦିବସହରେକୃଷ୍ଣ ମହତାବଗୋପାଳ କୃଷ୍ଣ ରଥଅଭୟ ସିଂହତିଳ ଚତୁର୍ଥୀଅଭିମନ୍ୟୁ ସାମନ୍ତସିଂହାରମିଳିମିଳାବୈଷ୍ଣବ ପାଣିବଳରାମ ଦାସଔଷଧୀୟ ଗଛଲତାମାନଙ୍କର ତାଲିକାଦୀନକୃଷ୍ଣ ଦାସଚୀନଉତ୍ତମ ମହାନ୍ତିଜାତୀୟ ସଙ୍ଗୀତବ୍ରାଉଜରହରିହର ବେଶଆଇଓଏସଖାଦ୍ୟଶାନ୍ତନୁ କୁମାର ଆଚାର୍ଯ୍ୟବର୍ଷାଉତ୍କଳ ଦିବସ🡆 More