ଜୀବନାନନ୍ଦ ପାଣି: ଓଡ଼ିଆ ଗୀତିକାର

ଜୀବନାନନ୍ଦ ପାଣି (୧୩ ମାର୍ଚ୍ଚ ୧୯୩୩ - ୧ ମାର୍ଚ୍ଚ ୧୯୯୮), ଜଣେ ଓଡ଼ିଆ ଗୀତିକବି ତଥା କଥାଚିତ୍ର ଗୀତିକାର ଥିଲେ । ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ଓ ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କରି ଉଦ୍ୟମରେ ବାରିପଦାଠାରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

ଜୀବନାନନ୍ଦ ପାଣି
ଜନ୍ମ(1933-03-13)୧୩ ମାର୍ଚ୍ଚ ୧୯୩୩
ପ୍ରତାପପୁର, ମୟୂରଭଞ୍ଜ
ମୃତ୍ୟୁ୧ ମାର୍ଚ୍ଚ ୧୯୯୮(1998-03-01) (ବୟସ ୬୪)
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଜୀବନୀ

ଜୀବନାନନ୍ଦ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ବିଜ୍ଞାନର ଛାତ୍ର, କିନ୍ତୁ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ କବିତା ଲେଖୁଥିଲେ । ତାଙ୍କ ଗୀତିକବିତା ସଂକଳନର ନାମ ଥିଲା "ସେ ଗାଁଆର କିଆଫୁଲ" । ସ୍ପାନିସ କବି "ଫେଡରିକ ଗ୍ରାସିଆ ଲୋରସା"ଙ୍କ କବିତାକୁ ଅନୁବାଦ କରି, ସେ ୧୯୯୭ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୧୯୫୪ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୦ମସିହାରେ ସେ ଦିଲ୍ଲୀସ୍ଥିତ "ସଙ୍ଗୀତ ନାଟକ ଏକାଡେମୀ"ରେ ନିଯୁକ୍ତି ପାଇଥିଲେ । ୧୮ବର୍ଷ ସେଠାରେ ଚାକିରି କରି ଅବସର ନେଇଥିଲେ । ଦିଲ୍ଲୀ ରହଣି କାଳରେ, ଛଉ ନାଚର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ ଓ ବାରିପଦାଠାରେ ବିଧିବଦ୍ଧ ଭାବରେ ଏକ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଇ ପାରିଥିଲେ ।

୧୯୫୦ ଦଶକ ବେଳକୁ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ମର୍ଯ୍ୟଦା ପାଇ ସାରିଥିଲେ । ସେ ଗୀତିକାର ଭାବରେ କାର୍ଯ୍ୟ କରିଥିବା ୧୯୬୭ମସିହାର ଚଳଚ୍ଚିତ୍ର ଅରୁନ୍ଧତୀର ଗୀତ ଗୁଡ଼ିକୁ ଶାନ୍ତନୁ ମହାପାତ୍ର ସୂର ଦେଇଥିଲେ ଓ ଲତା ମଙ୍ଗେସକର, ମହମ୍ମଦ ରଫି ଆଦି କଣ୍ଠଦାନ କରିଥିଲେ ।

୧୯୯୮ ମସିହା ମାର୍ଚ୍ଚ ୧ତାରିଖରେ, ଜୀବନାନନ୍ଦଙ୍କର ମୃତ୍ୟୁ ଘଟିଥିଲା ।

ଜୀବନାନନ୍ଦଙ୍କ ରଚିତ କିଛି ଚଳଚ୍ଚିତ୍ର ଗୀତ

ରଚନାବଳୀ

  • ସୂର୍ଯ୍ୟ ମୋର ନୁହେଁ ପ୍ରତିଦ୍ୱନ୍ଦ୍ୱୀ
  • ସେ ଗାଁର କିଆଫୁଲ
  • ରାବଣ ଛାୟା

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୬ (ସ୍ପାନିସ କବି ଲୋରକାଙ୍କ କବିତାର ଓଡ଼ିଆ ଅନୁବାଦ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୫-୯୬

ଆଧାର

Tags:

ଜୀବନାନନ୍ଦ ପାଣି ଜୀବନୀଜୀବନାନନ୍ଦ ପାଣି ରଚନାବଳୀଜୀବନାନନ୍ଦ ପାଣି ସମ୍ମାନ ଓ ପୁରସ୍କାରଜୀବନାନନ୍ଦ ପାଣି ଆଧାରଜୀବନାନନ୍ଦ ପାଣି ବାହାର ଆଧାରଜୀବନାନନ୍ଦ ପାଣିଓଡ଼ିଆ ଲୋକବାରିପଦା

🔥 Trending searches on Wiki ଓଡ଼ିଆ:

ପ୍ରଥମ ଭାସ୍କରମଧୁସୂଦନ ରାଓଗିରିଧର ଗମାଙ୍ଗଗୌରହରି ଦାସମହମ୍ମଦ ମୋକିମ୍ଶୀତଳ ଷଷ୍ଠୀ ଯାତ୍ରାସୂଚନା ପ୍ରଯୁକ୍ତିବିଦ୍ୟାଉଇକିପିଡ଼ିଆ ସମୂହର ତାଲିକାତମନ୍ନା ବ୍ୟାସକୁନ୍ତଳା କୁମାରୀ ସାବତନୟାଗଡ଼ ଜିଲ୍ଲାଭାରତୀୟ ଜନତା ପାର୍ଟିଭୃସଙ୍ଗ ଗଛମେହମୁଦ ହୁସେନଗଙ୍ଗାଧର ମେହେରନଅତୁଣ୍ଡୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଶନିବାରବିଶ୍ୱତାପନକୁଜିବର ପ‌ତ୍ରଓଡ଼ିଶୀ ସଙ୍ଗୀତଛବିଳ ମଧୁ ବର୍ଣ୍ଣବୋଧଭକ୍ତ ଚରଣ ଦାସଆଖୁଉତ୍କଳ ସମ୍ମିଳନୀଶ୍ରବଣା (ନକ୍ଷତ୍ର)ଫୋସିନୋପ୍ରିଲଧର୍ମେନ୍ଦ୍ର ପ୍ରଧାନଗଙ୍ଗାଧର ରଥଇରା ମହାନ୍ତିହରିପ୍ରସାଦ ଚୌରାଶିଆଶାସ୍ତି୧ (ସଂଖ୍ୟା)ଥାଲକୁଡ଼ିଭାରତୀୟ ଜାତୀୟ କଂଗ୍ରେସଅଷ୍ଟ୍ରିଆକୃଷ୍ଣଚନ୍ଦ୍ର ପାଣିଗ୍ରାହୀସମ୍ବଲପୁରଇଣ୍ଡିଆନ ପ୍ରିମିଅର ଲିଗଇତିହାସଅର୍ଚ୍ଚିତା ସାହୁଗୌତମ ବୁଦ୍ଧପରୀକ୍ଷାବସନ୍ତ କୁମାର ଶତପଥୀନରେନ୍ଦ୍ର ମୋଦୀଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦକାଶୀ ବିଶ୍ୱନାଥ ମନ୍ଦିରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତାନନ୍ଦ ଦାସସାରଳା ମନ୍ଦିରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଜୟ ଶଙ୍କର ଦାସ୨୪ ଅପ୍ରେଲସୌଭାଗ୍ୟ କୁମାର ମିଶ୍ରମୟୂରଭଞ୍ଜ ଜିଲ୍ଲାରାମଚନ୍ଦ୍ର ମିଶ୍ରଗୋଦର ରୋଗକାଟୁଲୁ ରବି କୁମାରପ୍ରେମଜୟୀରାମ ସାମଲଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରମୁମ୍ବାଇଦେବଗଡ଼ ଜିଲ୍ଲାଯୌନ ଉତ୍ପୀଡ଼ନଭାରତର ନଦୀ ସମୂହର ତାଲିକା୭ (ସଂଖ୍ୟା)ଫେବୃଆରୀ ୨୮ମୁକ୍ତିକାନ୍ତ ମଣ୍ଡଳଦେବୁ ବୋଷ୨୫ ଅପ୍ରେଲଗୋଦାବରୀଶ ମହାପାତ୍ରମଟର ସାଇକେଲଜନ ଗଣ ମନୟୁରୋପ🡆 More