ଚନ୍ଦନ ବୋଡ଼ା: ବୋଡ଼ା ପରିବାରର ଏକ ବିଷାକ୍ତ ସାପ

ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା ବା ମହାମଣ୍ଡଳ ସାପ (ଇଂରାଜୀ ଭାଷାରେ Russell's viper, ଜୀବବିଜ୍ଞାନ ନାମ Daboia russelii) ହେଉଛି ଭାଇପରିଡାଏ ପରିବାରର ଏକ ବିଷାକ୍ତ ସାପ । ଏସିଆ ମହାଦେଶର ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ, ଚୀନ ଓ ତାଇୱାନରେ ଏହି ସାପ ଦେଖିବାକୁ ମିଳନ୍ତି । ଏହି ସାପର ଇଂରାଜୀ ନାମ ସ୍କଟ୍ ସର୍ପବିଜ୍ଞାନୀ ପ୍ୟାଟ୍ରିକ୍ ରସେଲ୍‍ଙ୍କ (୧୭୨୬-୧୮୦୫) ନାମାନୁସାରେ ରଖାଯାଇଛି । ରସେଲ୍ ଭାରତର ବହୁ ସାପଙ୍କ ଜୀବବିଜ୍ଞାନ ବିବରଣୀ ପ୍ରଦାନ କରିଥିଲେ । ଚନ୍ଦନ ବୋଡ଼ା ପ୍ରଜାତିର ହିନ୍ଦୀ ଶବ୍ଦର ଅର୍ଥ ହେଲା – “ଲୁଚି ରହିଥିବା” ବା “ଲୁକ୍କାୟିତ ବିଚରଣ କରୁଥିବା” । ଚନ୍ଦନ ବୋଡ଼ାର ଇଂରାଜୀ ଭାଷାରେ ରହିଥିବା ଆଉ ଏକ ସ୍ଥାନୀୟ ନାମ ହେଲା ଚେନ୍ ଭାଇପର୍ (chain viper) । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନଥିବା ଭୟାନକ ବିଷଧର ସାପକୁ ଚନ୍ଦନବୋଡ଼ା ବା ଚନ୍ଦ୍ର ବୋଡ଼ା କୁହାଯାଏ । ଦେହରେ ଚନ୍ଦ୍ର ପରି ଚିହ୍ନ ରହିଥିବାରୁ ବଙ୍ଗଳା ଭାଷାରେ ମଧ୍ୟ ଏହି ସାପକୁ ଚନ୍ଦ୍ରୋବୋଡ଼ା ବୋଲି କୁହାଯାଏ । ମରାଠୀ ଭାଷାରେ ଏହି ସାପ ଘୋଣସ ନାମରେ ପରିଚିତ । ଭାରତରେ ଯେଉଁ ୪ ସାପଙ୍କ ଯୋଗୁଁ ସର୍ବାଧିକ ସାପକାମୁଡ଼ା ଦୁର୍ଘଟଣା ଘଟେ, ତା’ ମଧ୍ୟରେ ଚନ୍ଦନ ବୋଡ଼ା ଅନ୍ୟତମ । ନିଜ ଭୌଗୋଳିକ ବ୍ୟାପକତା, ଆକ୍ରମଣାତ୍ମକ ସ୍ୱଭାବ, ଜନବସତିପୂର୍ଣ୍ଣ ଅଞ୍ଚଳରେ ବାସ କରିବା ଇତ୍ୟାଦି କାରଣରୁ ଚନ୍ଦନ ବୋଡ଼ା ଅନ୍ୟ ବିଷାକ୍ତ ସାପଙ୍କ ତୁଳନାରେ ଅଧିକ ମାରାତ୍ମକ ।

ଚନ୍ଦନ ବୋଡ଼ା
ମହାମଣ୍ଡଳ
ଚନ୍ଦ୍ର ବୋଡ଼ା
ଚନ୍ଦନ ବୋଡ଼ା: ସାଧାରଣ ନାମ, ଭୌଗୋଳିକ ବ୍ୟାପ୍ତି, ପରିବାସ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Serpentes
Family: Viperidae
Genus: Daboia
ଜାତି: D. russelii
ବାଇନୋମିଆଲ ନାମ
Daboia russelii
(ଜର୍ଜ୍ ଶ ଓ ଫ୍ରେଡେରିକ୍ ପଲିଡୋର୍ ନୋଡ୍ଡର୍, ୧୭୯୭)
ଚନ୍ଦନ ବୋଡ଼ା: ସାଧାରଣ ନାମ, ଭୌଗୋଳିକ ବ୍ୟାପ୍ତି, ପରିବାସ
ଚନ୍ଦନ ବୋଡ଼ା ସାପର ଭୌଗୋଳିକ ବ୍ୟାପ୍ତି
Synonyms

Vipera russelii, Daboia russelii, Vipera daboya

ଚନ୍ଦନ ବୋଡ଼ା: ସାଧାରଣ ନାମ, ଭୌଗୋଳିକ ବ୍ୟାପ୍ତି, ପରିବାସ
ସତର୍କରେ ସନ୍ଧାନ କରୁଥିବା ଚନ୍ଦନ ବୋଡ଼ା ସାପ

ସାଧାରଣ ନାମ

ଇଂରାଜୀ ଭାଷାରେ ବ୍ୟବହୃତ ସାଧାରଣ ନାମ D. russelii ଚନ୍ଦନ ବୋଡ଼ା, ଶିକୁଳି ବୋଡ଼ା, ଭାରତୀୟ ଚନ୍ଦନ ବୋଡ଼ା, ସାଧାରଣ ଚନ୍ଦନ ବୋଡ଼ା, ସେଭେନ୍ ପେସର୍, ଶିକୁଳି ସାପ ଓ କଇଁଚି ସାପ ଆଦି ସମସ୍ତ ନାମଙ୍କୁ ବୁଝାଏ । ପୂର୍ବେ ସିଂହଳୀ ଚନ୍ଦନ ବୋଡ଼ାକୁ ଏକ ଉପପ୍ରଜାତି D. r. pulchella ରୂପେ ବିବେଚିତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହାକୁ ଚନ୍ଦନ ବୋଡ଼ା ପ୍ରଜାତି ବୋଲି କୁହାଯାଉଛି ।

ଭୌଗୋଳିକ ବ୍ୟାପ୍ତି

ଚନ୍ଦନ ବୋଡ଼ାଙ୍କ ଫଟୋ (ଭାରତ)

ଚନ୍ଦନ ବୋଡ଼ା ସାପ ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶ, ନେପାଳ, ବ୍ରହ୍ମଦେଶ, ପାକିସ୍ତାନ, ଥାଇଲାଣ୍ଡ, କାମ୍ବୋଡ଼ିଆ, ତିବ୍ବତ, ଚୀନ, ଇଣ୍ଡୋନେସିଆ, ତାଇୱାନ ପ୍ରଭୃତି ଦେଶରେ ଦେଖିବାକୁ ମିଳନ୍ତି । ପ୍ୟାଟ୍ରିକ୍ ରସେଲ୍‍ଙ୍କ ଲେଖା (୧୭୯୬) ଅନୁସାରେ ଭାରତର କରମଣ୍ଡଳ ଉପକୂଳକୁ ଏହି ସାପଙ୍କ ମୂଳ ବାସସ୍ଥାନ (type locality) ବୋଲି କୁହାଯାଇଛି ।

୧୯୭୩ ମସିହାରେ ବ୍ରାଉନ୍‍ଙ୍କ ମତାନୁସାରେ ଭିଏତନାମ, ଲାଓସ ଓ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମଧ୍ୟ ଏହି ସାପ ଦେଖାଯାଉଥିଲେ । ୧୯୩୭ ମସିହାରେ ରେମଣ୍ଡ୍ ଡିଟ୍‍ମାର୍ସ୍ ସୁମାତ୍ରାରୁ ଏକ ଚନ୍ଦନ ବୋଡ଼ାର ନମୁନା ପ୍ରାପ୍ତ କରିଥିବାର ଉଲ୍ଲେଖ ରହିଛି । କିନ୍ତୁ ଇଣ୍ଡୋନେସୀୟ ଦ୍ୱୀପସମୂହରେ ଏହି ସାପର ଉପସ୍ଥିତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ନିଜ ଭୌଗୋଳିକ ବ୍ୟାପ୍ତିରେ ଏହି ସାପଙ୍କ ସଂଖ୍ୟା କେଉଁଠି ଅଧିକ ତ କେଉଁଠି କମ୍ । ଭାରତର ପଞ୍ଜାବ ଅଞ୍ଚଳ, ପଶ୍ଚିମ ଉପକୂଳ (ବିଶେଷ କରି କର୍ଣ୍ଣାଟକ ରାଜ୍ୟରେ) ଓ ଉତ୍ତର ବଙ୍ଗର ଅପର ପାର୍ଶ୍ୱରେ ଏହି ସାପର ସଂଖ୍ୟା ଅଧିକ । କିନ୍ତୁ ଗାଙ୍ଗେୟ ଉପତ୍ୟକା, ଉତ୍ତର ବଙ୍ଗଳା ଓ ଆସାମ ପ୍ରଭୃତି ଅଞ୍ଚଳରେ ଏମାନଙ୍କ ସଂଖ୍ୟା କମ୍ । ବ୍ରହ୍ମଦେଶରେ ଏହି ସାପ ବହୁମାତ୍ରାରେ ଦେଖାଯାନ୍ତି । ଥାଇଲ୍ୟାଣ୍ଡର ପଟ୍ଟାୟା ଓ ଅନ୍ୟ ପର୍ଯ୍ୟଟନ ସହରମାନଙ୍କରେ ପ୍ରଚୁର ଖାଦ୍ୟ ମିଳୁଥିବାରୁ ମୂଷାଙ୍କ ସଂଖ୍ୟା ଅଧିକ ଓ ତେଣୁ ମୂଷାଙ୍କ ଶିକାର କରି ଖାଉଥିବା ଚନ୍ଦନ ବୋଡ଼ାଙ୍କ ସଂଖ୍ୟା ମଧ୍ୟ ଅଧିକ ।

ପରିବାସ

ଏକ ନିର୍ଦ୍ଦିଷ୍ଟ ପରିବାସରେ ଚନ୍ଦନ ବୋଡ଼ା ଅଧିକ ମାତ୍ରାରେ ରହନ୍ତି ବୋଲି କହିହେବ ନାହିଁ । ଏହି ସାପ ବେଶୀ ଘଞ୍ଚ ଜଙ୍ଗଲରେ ରହନ୍ତି ନାହିଁ । ଖୋଲା, ଘାସ ପଡ଼ିଆ, ବୁଦାଳିଆ ଜଙ୍ଗଲ, ତୋଟା ବା ବଗିଚା, କୃଷିକ୍ଷେତ୍ର ଆଦି ସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ତେଣୁ ସମତଳ ଅଞ୍ଚଳ, ଉପକୂଳସ୍ଥ ସମଭୂମି ଓ ପାହାଡ଼ିଆ ଅଞ୍ଚଳରେ ଏମାନେ ସାଧାରଣତଃ ଦେଖାଯାନ୍ତି । ସମୁଦ୍ରପତନରୁ ୨୦୦୦-୩୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଏମାନେ ରହିବା ଦେଖାଯାଇଛି । ସନ୍ତସନ୍ତିଆ ଭୂମି, ବୃଷ୍ଟିବଣ ଓ ଜୁଆରିଆ ଅଞ୍ଚଳରେ ରହିବାକୁ ଏମାନେ ପସନ୍ଦ କରନ୍ତି ନାହିଁ ।

ଗାଁ-ସହର ପରି ଜନବସତି ଅଞ୍ଚଳରେ ମୂଷା ଅଧିକ ରହୁଥିବାରୁ ସେହି ଅଞ୍ଚଳରେ ଅଧିକାଂଶ ସମୟରେ ଚନ୍ଦନ ବୋଡ଼ା ସାପଙ୍କୁ ଦେଖିବାକୁ ମିଳେ । ତେଣୁ ଏପରି ଅଞ୍ଚଳରେ ଘର ବାହାରେ କାମ କରୁଥିବା ଲୋକ ଚନ୍ଦନ ବୋଡ଼ା ସଂସ୍ପର୍ଶରେ ଆସିବାର ସମ୍ଭାବନା ଅଧିକ । ନାଗ ଓ ଚିତି ସାପ ପରି ଏମାନେ ଘର ନିକଟକୁ ଚାଲିଆସିବାର ଉଦାହରଣ କମ୍ ।

ବ୍ୟବହାର

ଚନ୍ଦନ ବୋଡ଼ା ସ୍ଥଳଚର ଏବଂ ଏମାନେ ମୁଖ୍ୟତଃ ରାତ୍ରି ସମୟରେ ଅଧିକ ସକ୍ରିୟ ରହନ୍ତି । ଥଣ୍ଡା ଦିନରେ ଏମାନେ ନିଜ ବିତରଣ ସମୟ ବଦଳାଇ ଦିବାଚର ପ୍ରକୃତି ମଧ୍ୟ ଦେଖାନ୍ତି ।

ଚନ୍ଦନ ବୋଡ଼ା ସାପ ଅଳସୁଆ ଓ ଧୀର ଗତିରେ ଗତି କରୁଥାଏ । କିନ୍ତୁ ସେମାନଙ୍କୁ ଅଧିକ ବିରକ୍ତ କଲେ ରାଗିଯାଇ ଆକ୍ରାମକ ହୋଇ ଉଠନ୍ତି । ଅଳ୍ପ ବୟସ୍କ ସାପଗୁଡ଼ିକ କିନ୍ତୁ ଅସ୍ଥିର ଓ ସତର୍କ ପ୍ରକୃତିର ।

ବିପଦର ଆଶଙ୍କା ପାଇଲେ ଚନ୍ଦନ ବୋଡ଼ା ସାପ ନିଜ ଶରୀରକୁ ଅର୍ଦ୍ଧ ଚନ୍ଦ୍ରାକାର କୁଣ୍ଡଳୀରେ ଗୁଡ଼େଇ ହୋଇଯାଏ । ନିଜ ଶରୀରର ପ୍ରଥମ ଏକ-ତୃତୀୟାଂଶ ଭାଗକୁ ଉଠାଇ ରଖି ହିସ୍-ହିସ୍ ଗର୍ଜନ କରେ । ଏହି ଗର୍ଜନର ଶବ୍ଦ ଅନ୍ୟ ସମସ୍ତ ସାପଙ୍କଠାରୁ ଅଧିକ ବୋଲି କୁହାଯାଏ । କାମୁଡ଼ିବାକୁ ଲମ୍ଫ ମାରିବା ବେଳେ ଏମାନେ ଏତେ ଶକ୍ତି ପ୍ରୟୋଗ କରନ୍ତି ଯେ ଓଜନିଆ ସାପ ମଧ୍ୟ କିଛି ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପଡ଼ିଥାଏ । ଚନ୍ଦନ ବୋଡ଼ା ସାପ ବଳିଷ୍ଠ ଓ ଏମାନଙ୍କୁ ଧରିବାକୁ ଚେଷ୍ଟା କଲେ ଆକ୍ରାମକ ପ୍ରତିକ୍ରିୟା ଦେଖାଇଥାନ୍ତି । କେବେ ଚନ୍ଦନ ବୋଡ଼ାର କାମୁଡ଼ା କ୍ଷଣମାତ୍ରକ ପାଇଁ ହୋଇପାରେ ତ ଆଉ କେବେ ଏମାନେ ଅନେକ ସେକେଣ୍ଡ୍ ପାଇଁ କାମୁଡ଼ି ଧରି ରଖିଥାନ୍ତି ।

ଯଦିଓ କ୍ରୋଟାଲିନାଏ ପରିବାରର ସାପଙ୍କ ପରି ଚନ୍ଦନ ବୋଡ଼ାଙ୍କର ଉତ୍ତାପ ସମ୍ବେଦନଶୀଳ ଅଙ୍ଗ ନାହିଁ, କିନ୍ତୁ ଭାଇପରିନାଏ ପରିବାରର ଏହି ସଦସ୍ୟ ଉତ୍ତାପର ପ୍ରଭାବରେ ପ୍ରତିକ୍ରିୟା ଦେଖାଇଥାଏ । ଏହି କାରଣରୁ ଏମାନଙ୍କର ତାପ ଚିହ୍ନଟ କରିବାର ଅଙ୍ଗ ଅଛି ବୋଲି ଏକ ଭୁଲ ଧାରଣା ରହିଆସିଛି । ଏମାନଙ୍କ ଶରୀରରେ ତାପ ସମ୍ବେଦନଶୀଳ ଅଙ୍ଗ କେଉଁଠି ଅଛି ତାହା ଅନିର୍ଦ୍ଦିଷ୍ଟ, କିନ୍ତୁ କିଛି ସ୍ନାୟୁର ଶେଷରେ ରହିଥିବା ସୁପର୍‍ନାଜାଲ୍ ଥଳୀ ତାପ ସମ୍ବେଦନ ଅଙ୍ଗ ପରି କାମ କରିଥାଏ ।

ଚନ୍ଦନ ବୋଡ଼ା: ସାଧାରଣ ନାମ, ଭୌଗୋଳିକ ବ୍ୟାପ୍ତି, ପରିବାସ 
ବେଙ୍ଗାଳୁରୁର ଏକ ଚନ୍ଦନ ବୋଡ଼ା

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ନ୍ତୁ

ଅନ୍ୟାନ୍ୟ ଲିଂକ୍

. Accessed 5 September 2007.

. Accessed 5 September 2007.

Tags:

ଚନ୍ଦନ ବୋଡ଼ା ସାଧାରଣ ନାମଚନ୍ଦନ ବୋଡ଼ା ଭୌଗୋଳିକ ବ୍ୟାପ୍ତିଚନ୍ଦନ ବୋଡ଼ା ପରିବାସଚନ୍ଦନ ବୋଡ଼ା ବ୍ୟବହାରଚନ୍ଦନ ବୋଡ଼ା ଆହୁରି ଦେଖନ୍ତୁଚନ୍ଦନ ବୋଡ଼ା ଆଧାରଚନ୍ଦନ ବୋଡ଼ା ଆହୁରି ପଢ଼ନ୍ତୁଚନ୍ଦନ ବୋଡ଼ା ଅନ୍ୟାନ୍ୟ ଲିଂକ୍ଚନ୍ଦନ ବୋଡ଼ା

🔥 Trending searches on Wiki ଓଡ଼ିଆ:

ଅଚ୍ୟୁତାନନ୍ଦ ପ‌ତିକାଳିନ୍ଦୀ ଚରଣ ପାଣିଗ୍ରାହୀମନସ୍କଓଳାଶୁଣି ଗୁମ୍ଫାଇନ୍‌ଫ୍ଲୁଏଞ୍ଜାସାଲବେଗଓଡ଼ିଶାର ଦୋଳଯାତ୍ରାଜଗଦୀଶ ମହାନ୍ତିଯଶୋଧାରା ମିଶ୍ରଶ୍ରୀନିବାସ ଉଦ୍‌ଗାତାକାତ୍ୟାୟିନୀରୁକୁଣା ରଥଯାତ୍ରାଚୋଡ଼ଗଙ୍ଗ ଦେବରାଜନୀତି ବିଜ୍ଞାନଜୟ ଜଗନ୍ନାଥଭାରତୀୟ ଦଣ୍ଡ ସଂହିତା, ୧୮୬୦ଖାରବେଳପାଟଦେଇମେଟାବୋଲିଜିମସୀତାକାନ୍ତ ମହାପାତ୍ରଫୋଟନ୍‌ମଧୁସୂଦନ ଦାସପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଓଡ଼ିଆକାର୍ତ୍ତିକ ଚନ୍ଦ୍ର ରଥଦେବୀପ୍ରସନ୍ନ ପଟ୍ଟନାୟକଭୁବନେଶ୍ୱର ବେହେରା୧୯୮୮ଚନ୍ଦନ ଯାତ୍ରାଇଂରାଜୀ ଭାଷାବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରସମ୍ବାଦ୧୯୮୪କାସ୍ପିଆନ ସାଗରପବିତ୍ର ପାଣିଗ୍ରାହୀଗୋପାଳ ଛୋଟରାୟଦୀନକୃଷ୍ଣ ଦାସପ୍ରଯୁକ୍ତି ବିଦ୍ୟାଓଡ଼ିଶାର ଲୋକନୃତ୍ୟକାଳୀହିନ୍ଦୁସୁଶାସନ ଦିବସବ୍ରାଉଜରକୌରବପୃଥିବୀ୧୯୫୧୧୯ ଅପ୍ରେଲରୋମକୁପୋଷଣଆମାଜନ ନ‌ଦୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶାନ୍ତନୁ କୁମାର ଆଚାର୍ଯ୍ୟରାଣୀ ଲକ୍ଷ୍ମୀବାଈଚିଙ୍ଗୁଡ଼ିନମିତା ଅଗ୍ରୱାଲଫୁଲ୍ଲୋରି ଓଷାପ୍ରୋଟାମିନ ସଲଫେଟରାଜତନ୍ତ୍ରଜଗନ୍ନାଥ ଦାସ୨ ଅଗଷ୍ଟଏସିଆଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପ୍ରତିଭା ରାୟଅର୍ଚ୍ଚନା (କବିତା ସଙ୍କଳନ)ଚୁମ୍ବନ🡆 More