ଗଣେଶ୍ୱର ମିଶ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗଣେଶ୍ୱର ମିଶ୍ର (୨୮ ଅକ୍ଟୋବର ୧୯୪୨ - ୧୦ ଅଗଷ୍ଟ ୨୦୧୫) ଜଣେ ଓଡ଼ିଆ ଲେଖକ, ଅନୁବାଦକ ଓ ଶିକ୍ଷାବିଦ ଥିଲେ । ସେ ତାଙ୍କ ଶିଶୁ ସାହିତ୍ୟ ପୁସ୍ତକ ବିଲାତରେ ବାବୁ ଓ ପପୁ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ମଧ୍ୟ ଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ, କେଣ୍ଟ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ଗଣେଶ୍ୱର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1942-10-28)୨୮ ଅକ୍ଟୋବର ୧୯୪୨
ପୁରୁଷୋତ୍ତମପୁର, ପୁରୀ ଜିଲ୍ଲା
ମୃତ୍ୟୁ୧୦ ଅଗଷ୍ଟ ୨୦୧୫(2015-08-10) (ବୟସ ୭୨)
ବୃତ୍ତିପ୍ରାଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଗଣେଶ୍ୱର ମିଶ୍ର: ବାଲ୍ୟଜୀବନ ଓ ଶିକ୍ଷା, ପାରିବାରିକ ଜୀବନ, ବୃତ୍ତିଗତ ଜୀବନ ଭାରତୀୟ
ଶିକ୍ଷାଡକ୍ଟରେଟ, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀସୁରଙ୍ଗିଣୀ ମିଶ୍ର
ସନ୍ତାନସୁବ୍ରତ, ସୁନନ୍ଦ, ସନ୍ଦୀପ ଓ ସିଦ୍ଧାର୍ଥ
ପିତାମାତାବାନାମ୍ବର ମିଶ୍ର, ଗୌରୀ ଦେବୀ

ବାଲ୍ୟଜୀବନ ଓ ଶିକ୍ଷା

ଗଣେଶ୍ୱର ମିଶ୍ର, ୨୮ ଅକ୍ଟୋବର ୧୯୪୨ମସିହାରେ ପୁରୀ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ବାନାମ୍ବର ମିଶ୍ର ଓ ମାତା ଗୌରୀ ଦେବୀ । ପୁରୀ ଜିଲ୍ଲାର ଦଇତାପଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଶିକ୍ଷାରମ୍ଭ ହୋଇଥିଲା । ତାପରେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଥିଲେ । ଏହିଠାରୁ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସ୍କୁଲ ପତ୍ରିକା "ମହୋଦଧୀ"ରେ ତାଙ୍କର କବିତା ପ୍ରକାଶିତ ହୋଇଥିଲା । ୧୯୫୯ରୁ ୧୯୬୩ ମସିହା ମଧ୍ୟରେ, ସେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ନିଜ ପ୍ରଥମ ଉପନ୍ୟାସ "ସାମୁଦ୍ରିକ" ଲେଖିବା ଆରମ୍ଭ କରିଥିଲେ ।

ପାରିବାରିକ ଜୀବନ

ଅର୍ଥନୀତି ରିଡ଼ର ସୁରଙ୍ଗିଣୀ ମିଶ୍ର ତାଙ୍କର ଧର୍ମପତ୍ନୀ ଓ ଫୋକସ ଓଡ଼ିଶା ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର ତଥା ଖେଳ-ସାମ୍ବାଦିକ ସିଦ୍ଧାର୍ଥ ମିଶ୍ର ତାଙ୍କର ପୁଅ । କ୍ୟାନସରରେ ପୀଡ଼ିତ ଥାଇ ୨୦୧୫ ମସିହାରେ ଅଗଷ୍ଟ ୧୦ ତାରିଖରେ ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ବୃତ୍ତିଗତ ଜୀବନ

୧୯୬୫ ମସିହାରେ ସେ ନୟାଗଡ଼ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ସେ ରାଜସ୍ଥାନ କଲେଜ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୬୯ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ୧୯୭୮ମସିହାରେ ସେ ଆମେରିକାନ ଇଂରାଜୀ ସାହିତ୍ୟରେ ଗବେଷଣା କରି କେଣ୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ୨୦୦୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୨୦୦୫-୦୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରୂପେ ମନୋନୀତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକ ଥିଲେ । ସେ ୨୦୧୦ ଜୁଲାଇରୁ ଦୈନିକ ସମ୍ବାଦପତ୍ର "ପ୍ରମେୟ"ର ମୁଖ୍ୟସମ୍ପାଦକ ଭାବରେ କାମ କରୁଥିଲେ ।

ସାହିତ୍ୟିକ ଜୀବନ

ଗଣେଶ୍ୱର ମିଶ୍ର ଓଡ଼ିଆ, ଇଂରାଜୀ ବ୍ୟତିତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ସାହିତ୍ୟରେ ପାରଦର୍ଶୀ ଥିଲେ । ସେ ୮ଟି ଉପନ୍ୟାସ, ୫ଟି ଗଳ୍ପ ସଂକଳନ, ୫ଟି ଭ୍ରମଣ କାହାଣୀ, ୩ଟି ଫିଚର ସଂକଳନ, ୫ଟି ଅନୁବାଦ ପୁସ୍ତକ, ୧୦ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି । ସେ ନିଜ ଆତ୍ମଜୀବନୀ ଓ 'ଗାନ୍ଧିବାଦୀ ଶିକ୍ଷାବିତ ସର୍ବେଶ୍ୱର ଦାଶ' ଶୀର୍ଷକ ଜୀବନୀ ପୁସ୍ତକ ରଚନା କରିଛନ୍ତି । ବହୁ ଇଂରାଜୀ ପତ୍ରିକାର ସମ୍ପାଦନା ସହ, କିଛିଦିନ ପାଇଁ ସମାଜର ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ପ୍ରମେୟର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ ।

ରଚନାବଳୀ

  • ଶୁଣ ଭାଇ ସାଧୁ (କବୀରଙ୍କ ଦୋହା ଓ ଭଜନ), ୨୦୧୫
  • ଆରୋହୀ
  • ସକାଳର ମୁହଁ
  • ନେତା
  • ସାମୁଦ୍ରିକ
  • ନିଜ ଠିକଣା
  • ସୃଜନ ସମଗ୍ର
  • ଶ୍ରେଷ୍ଠ ଗଳ୍ପ
  • ନୂତନ ମାଟିର ସ୍ପର୍ଶ
  • ଅନୁଭୂତିର ଇଉରୋପ
  • ତିନୋଟି ଉପନ୍ୟାସ
  • ନିର୍ବାଚିତ ଗଳ୍ପ
  • ଆରୋହୀ
  • ୱର୍ଡ଼୍ସ ଅନ କାନଭାସ
  • ବିଲାତରେ ବାବୁ ଓ ପପୁ

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୩
  • ଧରିତ୍ରୀ ସମ୍ମାନ
  • ଉତ୍କଳ ସମ୍ମାନ
  • ବାଗଦେବୀ ସମ୍ମାନ
  • ଆର୍ତ୍ତତ୍ରାଣ ସ୍ମୃତି ସମ୍ମାନ
  • ପ୍ରଜାତନ୍ତ୍ର ପ୍ରଚାର ସମିତି ସମ୍ମାନ

ଆଧାର

Tags:

ଗଣେଶ୍ୱର ମିଶ୍ର ବାଲ୍ୟଜୀବନ ଓ ଶିକ୍ଷାଗଣେଶ୍ୱର ମିଶ୍ର ପାରିବାରିକ ଜୀବନଗଣେଶ୍ୱର ମିଶ୍ର ବୃତ୍ତିଗତ ଜୀବନଗଣେଶ୍ୱର ମିଶ୍ର ସାହିତ୍ୟିକ ଜୀବନଗଣେଶ୍ୱର ମିଶ୍ର ପୁରସ୍କାର ଓ ସମ୍ମାନଗଣେଶ୍ୱର ମିଶ୍ର ଆଧାରଗଣେଶ୍ୱର ମିଶ୍ରଇଂରାଜୀ ଭାଷାଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଭାଷାଓଡ଼ିଆ ଲୋକଓଡ଼ିଶା ସାହିତ୍ୟ ଏକାଡେମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଫକୀର ମୋହନ ସେନାପତି୦ (ସଂଖ୍ୟା)ଶେର ଶାହ ସୁରୀଇଣ୍ଟରନେଟପଠାଣି ସାମନ୍ତଆଖିବାଘଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସରସ୍ୱତୀ ସମ୍ମାନପଖିଆଟାହିଆଲାଗି ବେଶଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭଣ୍ଡ ଗଣେଶଭଦ୍ରକ ଜିଲ୍ଲାମେହମୁଦ ହୁସେନଚାନ୍ଦ୍ରମାସଫାଇଲେରିଆସୁରେନ୍ଦ୍ର ମହାନ୍ତିଗଙ୍ଗାଧର ରଥକୃଷ୍ଣରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓଡ଼ିଶା ସରକାରଉତ୍କଳ ସମ୍ମିଳନୀଓଡ଼ିଶାର ଲୋକନୃତ୍ୟବିଦ୍ୟାଳୟଲକ୍ଷ୍ମୀଭାନୁଜୀ ରାଓଓଡ଼ିଆ ଲିପିସତ୍ୟେନ୍ଦ୍ର ନାଥ ବୋଷପୂରଣବାଚକ ସଂଖ୍ୟାଉତ୍କଳ ବ୍ରାହ୍ମଣସୌଭାଗ୍ୟ କୁମାର ମିଶ୍ର୧୯୦୫ରାମଶଙ୍କର ରାୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମାଣବସା ଗୁରୁବାରସାଇକେଲବୈଷ୍ଣବ ଚରଣ ସାମଲପ୍ରତିଭା ଶତପଥୀବିଷମ କଟକଫେବୃଆରୀରୋହିତ ଶର୍ମାରାମକୃଷ୍ଣ ପରମହଂସପ୍ରତୀକ୍ଷାଦୁର୍ଗା ପୂଜାଅଲାରନାଥ ମନ୍ଦିରଆଶୁତୋଷ ପରିଡ଼ାସତୀ (ହିନ୍ଦୁ ଦେବୀ)ଚୁଡ଼ାଅନନ୍ତ ବାସୁଦେବ ମନ୍ଦିରମେସିନ ଲର୍ଣ୍ଣିଙ୍ଗ୍ମୟୂରଅଚ୍ୟୁତ ଗୋକୁଳ ନାୟକଶବ୍ଦ (ପଦ)ମ୍ୟାଲେରିଆହେମନ୍ତ କୁମାର ଦାସଛାନ୍ଦବିଶ୍ୱତାପନଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଦେବୁ ବୋଷରାଜନୀତି ବିଜ୍ଞାନଦଣ୍ଡ ନାଟନବଗୁଞ୍ଜରଲୋକ ସଭାଶ୍ରାଦ୍ଧଚରକଚିତ୍ତରଞ୍ଜନ ଦାସମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା🡆 More