କାହ୍ନୁଚରଣ ମହାନ୍ତି: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

କାହ୍ନୁ ଚରଣ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1906-08-11)୧୧ ଅଗଷ୍ଟ ୧୯୦୬
ନାଗବଳି, କଟକ
ମୃତ୍ୟୁ୬ ଅପ୍ରେଲ ୧୯୯୪(1994-04-06) (ବୟସ ୮୭)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନପ୍ୟାରୀମୋହନ ଏକାଡେମୀ
ସମ୍ପର୍କୀୟଗୋପୀନାଥ ମହାନ୍ତି (ସାନ ଭାଇ),
ଗୁରୁ ପ୍ରସାଦ ମହାନ୍ତି (ପୁତୁରା)

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

କାହ୍ନୁଚରଣ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ତାଙ୍କ ମାତାଙ୍କ ନାମ ଦୁର୍ଗାଦେବୀ ଓ ପିତାଙ୍କ ନାମ ସୂର୍ଯ୍ୟମଣି । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ ଓ ତାଙ୍କ ବଡ଼ ଦୁଇ ଭାଇଙ୍କ ନାମ ଥିଲା ଗିରିଧାରୀ ଓ ଯଦୁନାଥ ଏବଂ ଜଣେମାତ୍ର ଭଉଣୀ ନିଶାମଣି ଥିଲେ । କଟକର ପ୍ୟାରୀମୋହନ ଏକାଡେମୀରୁ ଶିକ୍ଷାଗ୍ରହଣ କରିଥିଲେ । ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତି ଥିଲେ ତାଙ୍କ ଦାଦା ଦିବ୍ୟସିଂହ ମହାନ୍ତିଙ୍କ ପୁଅ । କାହ୍ନୁଚରଣ ମହାନ୍ତିଙ୍କ ଜେଜେବାପା ଧର୍ମୁ ମହାନ୍ତି ଥିଲେ ଜଣେ ଚାଷୀ ଓ ଏକ ଜମିଦାର ପରିବାରର ବଂଶଜ ।

ସାହିତ୍ୟ ରଚନା

ଶୈଶବରୁ କାହ୍ନୁଚରଣ ମହାନ୍ତି ସାହିତ୍ୟପ୍ରତି ଆକୃଷ୍ଟ ଥିଲେ ଓ ଫକୀର ମୋହନ ସେନାପତିଙ୍କ ରଚନାରୁ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲେ ମଧ୍ୟ ସେ କବିତା ଲେଖିବା ଜାରୀ ରଖିନଥିଲେ । ସେ ପରେ ଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ଥିଲା ୧୯୨୩-୧୯୨୪ରେ ପ୍ରକାଶିତ ଉତ୍ସବେ ବ୍ୟସନ । ୧୯୮୫ରେ ରଚିତ ଯକ୍ଷ ତାଙ୍କର ଶେଷ ଉପନ୍ୟାସ ହୋଇଥିଲେ ମଧ୍ୟ ୧୯୮୪ରେ ରଚିତ ମେଲାଣି ମାଗୁଣିକୁ ସମାଲୋଚକମାନେ ଶେଷ ରଚନା ବୋଲି ଗ୍ରହଣକରିଥାନ୍ତି ।

ଉପନ୍ୟାସ

  • ବାଲିରାଜା, ୧୯୩୨
  • ପଳାତକ (୧୯୩୦)
  • ହା ଅନ୍ନ (୧୯୩୫)
  • ଅଦେଖା ହାତ (୧୯୪୩)
  • ତୁଣ୍ଡବାଇଦ (୧୯୪୪)
  • ଏପାରି ସେପାରୀ (୧୯୪୫)
  • ଶାସ୍ତି (୧୯୪୬)
  • ଝଞ୍ଜା (୧୯୫୦)
  • ମିଳନର ଛନ୍ଦ (୧୯୫୧)
  • ଶର୍ବରୀ (୧୯୫୨)
  • କା (୧୯୫୬)
  • ବଜ୍ରବାହୁ (୧୯୫୯)
  • ଇତିହ
  • ଉତ୍ସବେ ବ୍ୟସନେ (୧୯୨୩)
  • ଦୁନିଆର ଦାଉ (୧୯୩୪)
  • ନିଷ୍ପତ୍ତି (୧୯୩୨)
  • ସ୍ୱପ୍ନ ନା ସତ୍ୟ (୧୯୩୩)
  • ଦୁନିଆର ଦାଉ (୧୯୩୦)
  • ହା ଅନ୍ନ (୧୯୩୫)
  • ତଥାସ୍ତୁ (୧୯୩୬)
  • ପରିଚୟ (୧୯୩୬)
  • ଓଲଟ ପାଲଟ (୧୯୩୭)
  • ପରକୀୟା (୧୯୩୮)
  • ଉଦଣ୍ଡି (୧୯୩୯)
  • ପ୍ରତିକ୍ଷା (୧୯୪୩)
  • ଭଲପାଇବାର ଶେସକଥା (୧୯୪୪)
  • ଏପାରି ସେପାରି (୧୯୪୫)
  • ଶାସ୍ତି (୧୯୪୬)
  • ବନଗହନର ତଲେ (୧୯୪୭)
  • ଅନ୍ତରାୟ (୧୯୪୭)
  • ଅଭିନେତ୍ରୀ (୧୯୪୭)
  • ଭୁଲି ହୁଏନା (୧୯୪୮)
  • ପରୀ (୧୯୫୪)
  • ଢେଉଢେଉକା (୧୯୬୨)
  • ବଗବଗୁଲୀ (୧୯୬୪)
  • ଇତିହାସ (୧୯୬୯)
  • ସ୍ୱପ୍ନ (୧୯୬୮)
  • ଛୁଟିଲେ ଘଟ (୧୯୬୮)
  • ତିରଙ୍ଗାର ତଳେ (୧୯୬୯)
  • ମମତାର ମାୟା (୧୯୬୯)
  • ମନମନ୍ଥନ (୧୯୭୦)
  • ଅତି ଗୋପନୀୟ (୧୯୭୦)
  • ଅଙ୍ଗନ (୧୯୭୧)
  • ମମତାର ମାୟା (୧୯୭୧)
  • କହିବାକୁ ଲାଜ (୧୯୭୩)
  • ନିର୍ବିଶଙ୍କ (୧୯୭୩)
  • ଆଜି ନୁହେଁ ଆଉ ଦିନେ (୧୯୭୩)
  • କ୍ଷଣ କ୍ଷଣକେ ଆନ (୧୯୭୫)
  • ମାୟା ବାର୍ତ୍ତା (୧୯୭୮)
  • ସତ୍ୟବତୀ (୧୯୮୦)
  • କ୍ଷଣିକ (୧୯୮୦)
  • ତରକା (୧୯୮୧)
  • ତପସ୍ୱୀ (୧୯୮୨)
  • ଲଲାଟଲିଖନ (୧୯୮୩)
  • ମେଲାଣି ମାଗୁଣି (୧୯୮୩)
  • ପାବନୀ (୧୯୮୪)
  • ଯକ୍ଷ (୧୯୮୫)

ରଚନାଶୈଳୀ

କାହ୍ନୁଚରଣ ମହାନ୍ତିଙ୍କ ଗଳ୍ପ ଓ ଉପନ୍ୟାସ ରଚନାର ଆରମ୍ଭ ଭାରତୀୟ ସ୍ୱାଧୀନତା ପାଇବା ସମୟର ଏବଂ ତାଙ୍କ ରଚନାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସାମାଜିକ ପ୍ରଭାବ, ବ୍ରିଟିଶ ଶାସନର ଶେଷ, ଓ ନୂଆ ଗଣତାନ୍ତ୍ରିକ ଭାରତ ଗଠନ ସମୟର ସାମାଜିକ ଚିତ୍ର ଚିତ୍ରଣ ହୋଇଛି । ତାଙ୍କ ରଚନାର ଭାଷା ସରଳ ଓ ଓଡ଼ିଶାର ଗ୍ରାମ୍ୟ ଜୀବନ ଓ ବ୍ୟକ୍ତିତ୍ୱମାନଙ୍କୁ ଭିତ୍ତିକରି । ସେ ଉପନ୍ୟାସ ରଚନା କରିବା ଆରମ୍ଭ କରିବା ବେଳକୁ ଫକୀର ମୋହନ ସେନାପତିଙ୍କ ବ୍ୟତୀତ ଓଡ଼ିଆ ସାହିତ୍ୟରେ ଆଧୁନିକ ଗଦ୍ୟସାହିତ୍ୟ ଖୁବ କମ ଥିଲା । ପ୍ରଶାନ୍ତ ମହାନ୍ତି ତାଙ୍କର ଔପନ୍ୟାସିକ କାହ୍ନୁଚରଣ ପୁସ୍ତକରେ କାହ୍ନୁଚରଣ ଏହି ଶୂନ୍ୟସ୍ଥାନ ପୂରଣ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କର ଏକ ବହୁଚର୍ଚ୍ଚିତ ଉପନ୍ୟାସ ହା' ଅନ୍ନରେ ଦୈବୀ ଦୁର୍ଯୋଗ ସମୟରେ ମଣିଷର ଅସହାୟତାର ବର୍ଣ୍ଣନା ରହିଛି । ତାଙ୍କର ପ୍ରାୟ ରଚନାରେ ମଣିଷପଣିଆ ଓ ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ସହାବସ୍ଥାନ ଓ ଗ୍ରାମୀଣ ଓଡ଼ିଶାର ପୃଷ୍ଠଭୂମି ଚିତ୍ରିତ ।

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ (କା ଉପନ୍ୟାସ ପାଇଁ)
  • ସାହିତ୍ୟ ଏକାଡେମୀ ଫେଲୋ, ୧୯୯୪

ଆଧାର

Tags:

କାହ୍ନୁଚରଣ ମହାନ୍ତି ପ୍ରାରମ୍ଭିକ ଜୀବନ ଓ ଶିକ୍ଷାକାହ୍ନୁଚରଣ ମହାନ୍ତି ସାହିତ୍ୟ ରଚନାକାହ୍ନୁଚରଣ ମହାନ୍ତି ରଚନାଶୈଳୀକାହ୍ନୁଚରଣ ମହାନ୍ତି ସମ୍ମାନ ଓ ପୁରସ୍କାରକାହ୍ନୁଚରଣ ମହାନ୍ତି ଆଧାରକାହ୍ନୁଚରଣ ମହାନ୍ତିଓଡ଼ିଆ ଭାଷାକା (ଉପନ୍ୟାସ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋପୀନାଥ ମହାନ୍ତି

🔥 Trending searches on Wiki ଓଡ଼ିଆ:

ରାକ୍ଷୀ ପୂର୍ଣ୍ଣିମାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୋଷ୍ଠକାଠିନ୍ୟପଖିଆରାଜା ରାମମୋହନ ରାୟଦୀପକ ମିଶ୍ରଅଣ୍ଡା ରୋଲଏଞ୍ଜେଲା ମେର୍କେଲ୍ରବର୍ଟ ହିଲ୍ଦ୍ଵାରକାଧୀଶ ମନ୍ଦିରଶ୍ରଦ୍ଧାକର ସୂପକାରଅଷ୍ଟ୍ରେଲିଆଅଭିରାମ ପରମହଂସସୁନାଘରରାମଚନ୍ଦ୍ର ବେହେରାଗଣ୍ଡାପୁଥୁପ୍ପାଲ୍ଲୀ, କୋଟ୍ଟାୟାମଫସ୍‌ଫରସଭାରତୀୟ ସଂଖ୍ୟା ପ୍ରଣାଳିୟୁ ଟ୍ୟୁବଅଭିମନ୍ୟୁ ସାମନ୍ତସିଂହାରIndia୧୮ ଅକ୍ଟୋବରଉତ୍କଳ ବ୍ରାହ୍ମଣମଟର ସାଇକେଲହରେକୃଷ୍ଣ ମହତାବଅଖିଳ ମୋହନ ପଟ୍ଟନାୟକରକ୍ତରାଜେନ୍ଦ୍ର କିଶୋର ପଣ୍ଡାରାମଜହ୍ନତୁଳସୀ ଗଛକଟକବିନୋଦ ଚନ୍ଦ୍ର ନାୟକଜୀବସାର ଗଓଡ଼ିଶା ବିଧାନ ସଭାଯାଜପୁର ଜିଲ୍ଲାପାରମିତା ଶତପଥୀଫତୁରାନନ୍ଦବିଦ୍ୟାଳୟଚିନ୍ତାମଣି ବେହେରାଡାଲମାଧରିତ୍ରୀପଲଉଗୋପବନ୍ଧୁ ଚୌଧୁରୀମାର୍ଚ୍ଚ ୨୧ତାରିଣୀ ମନ୍ଦିର, ଘଟଗାଁନରେନ୍ଦ୍ର ମୋଦୀଯକୃତଅଚ୍ୟୁତାନନ୍ଦ ଦାସଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଶାର ମାପ ବ୍ୟବସ୍ଥାବଡ଼ ଏରାଖାଦ୍ୟପ୍ରେମଟୋକିଓଗୋବିନ୍ଦ ତ୍ରିପାଠୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୫ ନଭେମ୍ବରଭାରତର ସଂସ୍କୃତି୧୭୪୬୨୦ ଅଗଷ୍ଟଦଣ୍ଡ ନାଟଜୟୀରାମ ସାମଲବିରାଟ କୋହଲୀପ୍ରହ୍ଲାଦ ନାଟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି🡆 More