ଗୋପୀନାଥ ମହାନ୍ତି: ଓଡ଼ିଆ ସାହିତ୍ୟିକ

ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି: ପ୍ରାରମ୍ଭିକ ଜୀବନ ଓ ଶିକ୍ଷା, ରଚନାବଳୀ, ଉପନ୍ୟାସ
୧୯୮୦ ଦଶକରେ ଭୁବନେଶ୍ୱରରେ ଗୋପୀନାଥ ମହାନ୍ତି
ଜନ୍ମ(1914-04-20)୨୦ ଅପ୍ରେଲ ୧୯୧୪
ନାଗବଳି, କଟକ
ମୃତ୍ୟୁ୨୦ ଅଗଷ୍ଟ ୧୯୯୧(1991-08-20) (ବୟସ ୭୭)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଗାଳ୍ପିକ, ଔପନ୍ୟାସିକ
ସନ୍ତାନ
ସମ୍ପର୍କୀୟକାହ୍ନୁଚରଣ ମହାନ୍ତି (ବଡ଼ ଭାଇ),
ଓଁକାରନାଥ ମହାନ୍ତି (ପୁଅ),
ଗୁରୁ ପ୍ରସାଦ ମହାନ୍ତି (ପୁତୁରା)
ପୁରସ୍କାରଜ୍ଞାନପୀଠ ପୁରସ୍କାର
ୱେବସାଇଟgopinathmohanty.in

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ଗୋପୀନାଥ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୧୪ ମସିହା ଏପ୍ରିଲ ୨୦ତାରିଖରେ ଜନ୍ମ ହୋଇଥିଲେ । ପ୍ରସିଦ୍ଧ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ତାଙ୍କର ବଡ଼ ଭାଇ ଓ ଅନ୍ୟତମ ସାହିତ୍ୟିକ ଗୁରୁପ୍ରସାଦ ମହାନ୍ତି ତାଙ୍କ ପୁତୁରା ଥିଲେ । ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ଶିକ୍ଷାବିଦ୍ ଓଁକାରନାଥ ମହାନ୍ତି ତାଙ୍କର ପୁଅ । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ ।

ରଚନାବଳୀ

ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ ।

ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଥିଲେ । ଲିଓ ଟଲଷ୍ଟୟଙ୍କ "ଉଆର ଆଣ୍ଡ ପିସ"କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ "ଯୋଗାଯୋଗ" (୧୯୬୫) । ୫ଟି ଗଳ୍ପକୁ ନେଇ ୧୯୫୬ ମସିହାରେ ତାଙ୍କ ରଚିତ "ଛାଇଆଲୁଅ" ଗଳ୍ପ-ସଂକଳନ ପରେ ତାଙ୍କ ମୃତ୍ୟୁର ବର୍ଷେ ପରେ ୧୯୯୨ ମସିହାରେ ୫ଟି ଅଧିକ ଗଳ୍ପକୁ ମିଶାଇ "ଛାଇଆଲୁଅ"ର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା ।

ଉପନ୍ୟାସ

ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସ

ଗୋପୀନାଥଙ୍କ ୪ଟି ଉପନ୍ୟାସ- ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ପ୍ରଥମ ତିନୋଟି ବିକାମ କେଶରୀ ଦାସ ଓ ଶେଷଟି ଅରୁଣ କୁମାର ମହାନ୍ତିଙ୍କଦ୍ୱାରା ଅନୁବାଦ କରାଯାଇଛି । ଫେବର ଆଣ୍ଡ ଫେବର (ଇଉ. କେ.) ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟି ପ୍ରେସ (ଭାରତ)ଦ୍ୱାରା ୧୯୮୭ରେ ପରଜା' ପ୍ରକାଶ ପାଇଥିଲା । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣ-ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ।

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଗୋପୀନାଥ ମହାନ୍ତି ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଗୋପୀନାଥ ମହାନ୍ତି ରଚନାବଳୀଗୋପୀନାଥ ମହାନ୍ତି ଉପନ୍ୟାସଗୋପୀନାଥ ମହାନ୍ତି ଗପଗୋପୀନାଥ ମହାନ୍ତି ଆତ୍ମଜୀବନୀଗୋପୀନାଥ ମହାନ୍ତି ଜୀବନୀଗୋପୀନାଥ ମହାନ୍ତି ନାଟକଗୋପୀନାଥ ମହାନ୍ତି ପ୍ରବନ୍ଧଗୋପୀନାଥ ମହାନ୍ତି ଅନୁବାଦଗୋପୀନାଥ ମହାନ୍ତି ଭାଷା ଭିତ୍ତିକଗୋପୀନାଥ ମହାନ୍ତି ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସଗୋପୀନାଥ ମହାନ୍ତି ପୁରସ୍କାର ଓ ସମ୍ମାନଗୋପୀନାଥ ମହାନ୍ତି ଆଧାରଗୋପୀନାଥ ମହାନ୍ତିଓଡ଼ିଆ ଲୋକଓଡ଼ିଶାଜ୍ଞାନପୀଠ ପୁରସ୍କାରପରଜା

🔥 Trending searches on Wiki ଓଡ଼ିଆ:

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପ୍ରଭୁ ଜାନିନନ୍ଦ କିଶୋର ବଳସାଲବେଗଦାମୋଦର ରାଉତଭୁବନେଶ୍ୱରସୂର୍ଯ୍ୟସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାପୁରୀ ଜିଲ୍ଲାଇଣ୍ଡୋନେସିଆବେଦରାଜେନ୍ଦ୍ର ନାରାୟଣ ସିଂହଦେଓକିଶୋରୀ ଚରଣ ଦାସଆଇଜାକ ନିଉଟନଜଗନ୍ନାଥ ଦାସଭଗବତୀ ଚରଣ ପାଣିଗ୍ରାହୀଜୟୀରାମ ସାମଲରିକେଟଦୁର୍ଗା ପୂଜାରସଗୋଲାଚିଲିକା (କବିତା)କାଳିନ୍ଦୀ ଚରଣ ପାଣିଗ୍ରାହୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଚୈତନ୍ୟମଥୁରା ମଙ୍ଗଳପାରମିତା ଶତପଥୀଆନ୍ଥ୍ରାକ୍ସସ୍କ୍ୱାମସ ସେଲ ଚର୍ମ କର୍କଟଜୟୀ ରାଜଗୁରୁମାଂସର ବିଳାପଭଗବତ ଗୀତାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରମାକାନ୍ତ ରଥଉପେନ୍ଦ୍ର ଭଞ୍ଜବିଲଙ୍କା ରାମାୟଣ୧୩ ଫେବୃଆରୀ୨୮ ଅପ୍ରେଲବାଞ୍ଛାନିଧି ମହାନ୍ତିଭାଦବ ହାଁସଦାଗୋପୀନାଥ ମହାନ୍ତିମାଇକ୍ରୋମିଟର (ଉପକରଣ)ମଧ୍ୟ ପ୍ରଦେଶଅଶୋକ ସମ୍ରାଟଇରା ମହାନ୍ତିମଟର ସାଇକେଲପ୍ରାଣବନ୍ଧୁ କରଜବାହରଲାଲ ନେହେରୁଫେସବୁକସନ୍ତୋଷ କୁମାର ସାହୁଉତ୍କଳ ସମ୍ମିଳନୀକାଳିଜାଈରାଖାଲ ମହାନ୍ତିବଦ୍ରୀନାଥ ମନ୍ଦିରଭୀମ ପୃଷ୍ଟି୧୧ ଅପ୍ରେଲଛବିଳ ମଧୁ ବର୍ଣ୍ଣବୋଧଆଭାସ କୁମାର ବରାଳଉଦ୍ଭିଦ ବିଜ୍ଞାନwiki.phtmlଜଳ ପ୍ରଦୂଷଣଆବ୍ରୋସିଟିନିବକାଳୀଚରଣ ପଟ୍ଟନାୟକମାଉସଋଷିଆଦଣ୍ଡ ନାଚ🡆 More