ଅଭିନେତ୍ରୀ ଲିପି: ଓଡ଼ିଆ ଅଭିନେତ୍ରୀ

‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ୨୦୧୨ରେ ପୁଣିଥରେ ସେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଲିପି ଅନୁଭବ ମହାନ୍ତି, ଦୀପକ, ଦୁଷ୍ମନ୍ତ, ପ‌ପୁ, ବୁଲୁ, ଦେବାଶିଷ, ଆକାଶ ଆଦି ଅନେକ ନାୟକଙ୍କ ସ‌ହ ଆଲବମ୍‌ରେ ଅଭିନୟ କରିଛନ୍ତି ।

ଲିପି ପରିଡ଼ା
ଜନ୍ମ
ସଙ୍ଗୀତା ପରିଡ଼ା

୨୦ ଜାନୁଆରୀ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଲିପି ବ୍ରହ୍ମ‌ପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମ‌ପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ

ଆଲବମ୍

ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ ଯତୀନ ନାୟକ ଲିପିଙ୍କୁ ପ୍ରଥମ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ‌ଜାଇ ଫୁଲ‌ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଛନ୍ତି । ଲିପିଙ୍କୁ ‌ଆଲବମ୍ କୁଇନ୍‌ ବୋଲି କୁହାଯାଏ । ସେ ସେତେବେଳର ଆଲବମ୍‌ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସ‌ହ କାମ କରିଥିଲେ ।

ଚଳଚ୍ଚିତ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଦୀର୍ଘ ଦିନର ବ୍ୟବ‌ଧାନ ପରେ ଲିପି ୨୦୧୨ରେ ବ୍ୟାଡ଼୍ ଗାର୍ଲରେ ପୁଣିଥରେ ଚଳଚ୍ଚିତ୍ରକୁ ଫେରିଥିଲେ । ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍‌ଲି ଲିପିଙ୍କ ସ‌ହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସ‌ହ ଡାଡି, ମୀମାଂସା, ଗଳ୍ପ ନୁହେଁ ଅଳ୍ପ ଦିନର

ଅଭିନେତା ମନୋଜ ମିଶ୍ରଙ୍କ ସ‌ହ ‌ଆଦିଭୂମି‌ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଦୂରଦର୍ଶନ

ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅନନ୍ୟା‌ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ‌ଆପଣଙ୍କ ପସନ୍ଦ‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ 'କା'ର ନାଟ୍ୟ ରୂପାନ୍ତରରେ ଲିପି ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୫ ଓମ ଶାନ୍ତି ଓମ
୨୦୧୨ ବ୍ୟାଡ଼୍ ଗାର୍ଲ
୨୦୧୪ ଡାଡି
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ମୀମାଂସା

ବଛା ବଛା ଆଲବମ୍

  • ଆଲବମ୍ କୁଇନ୍
  • ଜାଇଫୁଲ
  • ସାଗରେ ତ ରଙ୍ଗ ପରି

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଲିପି

Tags:

ଅଭିନେତ୍ରୀ ଲିପି ପ୍ରାରମ୍ଭିକ ଜୀବନଅଭିନେତ୍ରୀ ଲିପି ଅଭିନୟ ଜୀବନଅଭିନେତ୍ରୀ ଲିପି ଅଭିନୀତ କଥାଚିତ୍ରଅଭିନେତ୍ରୀ ଲିପି ବଛା ବଛା ଆଲବମ୍ଅଭିନେତ୍ରୀ ଲିପି ଆଧାରଅଭିନେତ୍ରୀ ଲିପି ବାହାର ଆଧାରଅଭିନେତ୍ରୀ ଲିପିଅନୁଭବ ମହାନ୍ତିଓଡ଼ିଆ କଥାଚିତ୍ର ଜଗତଓମ୍ ଶାନ୍ତି ଓମ୍ବ୍ୟାଡ଼୍ ଗାର୍ଲ

🔥 Trending searches on Wiki ଓଡ଼ିଆ:

ପଠାଣି ସାମନ୍ତହେପାଟାଇଟିସନିତ୍ୟାନନ୍ଦ ମହାପାତ୍ରଅଂଶୁଘାତଭିତରକନିକା ଜାତୀୟ ଉଦ୍ୟାନସୀସାନନ୍ଦ କିଶୋର ବଳପଞ୍ଚସଖାଚନ୍ଦନ ଯାତ୍ରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୋରାପୁଟସୋଫିଆ ଆଲାମଜାତୀୟ ସଂସଦ (ଜାପାନ)ମନମୋହନ ସାମଲଗଣନ ସଂଖ୍ୟାଯଶୋଧାରା ମିଶ୍ରତାରିଣୀ ମନ୍ଦିର, ଘଟଗାଁଭଗବତ ଗୀତାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗକୋଣାର୍କ ସୂର୍ଯ୍ୟ ମନ୍ଦିରତାରାତାରିଣୀ ମନ୍ଦିରତନ୍ତନରେନ୍ଦ୍ର ମୋଦୀସଫ୍ଟୱେରସୁରେଶ ପୂଜାରୀଚକ୍ରଧର ବେହେରାବର୍ଷାଯୌଥ ପରିବାରଓଡ଼ିଶୀ ସଙ୍ଗୀତଜର୍ମାନୀଡାକ ମୁନସୀକୋଳିଖଣ୍ଡଗିରି ମେଳାମାରୀଚସମୀର ରଞ୍ଜନ ଦାଶଭାରତୀୟ ଦଣ୍ଡ ସଂହିତା, ୧୮୬୦କୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଓଡ଼ିଶା ପ୍ରିମିଅର ଲିଗସୂର୍ଯ୍ୟପରାଗଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଶାର ଭୂଗୋଳଭଣ୍ଡ ଗଣେଶପୁଷ୍ୟା (ନକ୍ଷତ୍ର)ଉଇକିପିଡ଼ିଆ ସମୂହର ତାଲିକାଏ ଦିଲ୍ ତତେ ଦେଲିରାମାୟଣମହାଦେଶମହାତ୍ମା ଗାନ୍ଧୀରକ୍ତଲକ୍ଷ୍ମୀନାଗ ଐରିମୁସଲମାନଟୁକାଟିନିବଶଶି ଭୂଷଣ ବେହେରାଡଙ୍ଗା୧ମ ଲୋକ ସଭାପଣା ସଂକ୍ରାନ୍ତିଗୋପବନ୍ଧୁ ଦାସଜୁଲାଇମହେନ୍ଦ୍ର ସିଂହ ଧୋନିସୁଭାଷ ଚନ୍ଦ୍ର ବୋଷଯୀଶୁଅଶୋକାଷ୍ଟମୀପଞ୍ଚାୟତ ରାଜବ୍ୟଞ୍ଜନ ବର୍ଣ୍ଣକନ୍ଧମାଳ ଜିଲ୍ଲାମଧୁସୂଦନ ଦାସଜଗନ୍ନାଥ ମନ୍ଦିରବିଷ୍ଣୁତ୍ରିଭୁଜଶାନ୍ତନୁ କୁମାର ଆଚାର୍ଯ୍ୟକନ୍ୟା (ରାଶି)🡆 More