ଆମେରିଗୋ ଭେସପୁଚି

ଆମେରିଗୋ ଭେସପୁଚି (ମାର୍ଚ୍ଚ ୯, ୧୪୫୪-ଫେବୃଆରୀ ୨୨, ୧୫୧୨) ହେଉଛନ୍ତି ଜଣେ ଇଟାଲିୟାନ ପରିବ୍ରାଜକ, ନାବିକ ତଥା ସୌଦାଗର । ତାଙ୍କର ପର୍ତ୍ତୁଗାଲ ଜଳଯାତ୍ରାରୁ (୧୫୦୧-୧୫୦୨) ଏହା ସ୍ପଷ୍ଟ ହେଲା ଯେ ବ୍ରାଜିଲ ଏବଂ ୱେଷ୍ଟ ଇଣ୍ଡୀଜ ଏହି ଦୁଇଟି ସ୍ୱତନ୍ତ୍ର ଦେଶ, ଏ ଦୁଇ ଦେଶ ଏସିଆ ମହାଦେଶର ଅନ୍ତିମ ପୂର୍ବ ପ୍ରାନ୍ତ ଦେଶରେ ଅନ୍ତର୍ଗତ ନୁହଁନ୍ତି; ଯାହାକି କଲମ୍ବସଙ୍କର ଜଳଯାତ୍ରା ପରେ ଅନୁମାନ କରାଯାଉଥିଲା । ତାଙ୍କରି ଜଳଯାତ୍ରରେ ଆବିଷ୍କୃତ ଦେଶଟି ଯାହାକି ନୂତନ ଜଗତ ନାମରେ ବର୍ଣ୍ଣିତ, ତାହ ପରବର୍ତ୍ତୀ ସମୟରେ ତାଙ୍କରି ନାମାନୁସାରେ ଆମେରିକା ନାମରେ ଖ୍ୟାତ ହେଲା ।

ପରିଚୟ

ଆମେରିଗୋ ଭେସପୁଚିଙ୍କ ଜନ୍ମ ଫ୍ଳୋରେନ୍ସ ସହରରେ ହୋଇଥିଲା । ସେ ଥିଲେ ପିତା ସେର ନାଷ୍ଟାଜିଓ ଏବଂ ମାତା ଲିସାବେଟା ମିନିଙ୍କର ତୃତୀୟ ସନ୍ତାନ । କକା ଜର୍ଜିଆ ଆଣ୍ଟୋନିଓ ଭେସପୁସିଙ୍କଦ୍ୱାରା ସେ ଶିକ୍ଷା ଲାଭ କଲାପରେ ସେ ଫ୍ଳୋରେଣ୍ଟାଇନ ହାଉସ ଅଫ ମେଡିସି ନାମକ କମ୍ପାନୀରେ ଜଣେ କିରାଣୀ ଭାବେ ଯୋଗ ଦେଲେ । ଏହି ସମୟରେ ତାଙ୍କର ଭୂଗୋଳ ତଥା ଜ୍ୟୋତିଷ ସମ୍ପର୍କରେ ପଢ଼ିବା ପାଇଁ ଆଗ୍ରହ ବଢିଲା । ଫଳରେ ସେ ରେଖାଚିତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ପ୍ରଭୂତ ଜ୍ଞାନ ଆହରଣ କରିପାରିଥିଲେ ଏବଂ ଜଣେ କୁଶଳୀ ମାନଚିତ୍ରକାର ମଧ୍ୟ ହୋଇପାରିଲେ । ସେ ସମୟରେ ଅର୍ଥାତ ୧୪୯୨ ମସିହାରେ ତାଙ୍କୁ ମେଡିସି କମ୍ପାନୀ ନିଜ ପ୍ରତିନିଧୀ ଭାବେ ଏହାର ଏକ ଶାଖା କାର୍ଯ୍ୟାଳୟର ଏକ ମହତ୍ତ୍ୱପୂର୍ଣ୍ନ ଅନୁସନ୍ଧାନ କାର୍ଯ୍ୟରେ ତାଙ୍କୁ ବାର୍ସୀଲୋନା ପଠାଇଥିଲେ । ବିଶପ ଜୁଆନ ରୋଡ୍ରୀଗ୍ୟୁଜଙ୍କ ବିଶ୍ୱାସଘାତକତା ଯୋଗୁଁ କାଷ୍ଟାଇଲର ରାଜା ଖ୍ରୀଷ୍ଟୋଫର କଲମ୍ବସଙ୍କ ସହ ଏକଚାଟିଆ କାରବାର ବନ୍ଦ କରିଦେଇ ନୂତନ ନାବିକମାନଙ୍କୁ ୱେଷ୍ତ ଇଣ୍ଡୀଜ ଜଲଯାତ୍ରା ନିମିତ୍ତ ନୂତନ ନାବିକ ମାନଙ୍କୁ ଅଧିକାର ଦେବା ଆରମ୍ଭ କଲେ । ଏହି ସମୟରେ (1495–96), ଭେସପୁଚି ଜିଆନେତୋ ବେରାର୍ଡୀଙ୍କ ସେବିଲସ୍ଥିତ ବ୍ୟାପାର ସମ୍ଭାଳିବା ଦାୟୀତ୍ୱରେ ଥିଲେ । ବେରାର୍ଡୀ ସ୍ପେନର ରାଜାଙ୍କ ଅଧୀନରେ ଥିଲେ । ଏହି ସମୟରେ ବେରାର୍ଡୀଙ୍କ ମୃତ୍ୟୁ ହେବାରୁ ଭେସପୁଚି ବେରାର୍ଡୀଙ୍କ ଚୁକ୍ତିନାମା ମୁତାବକ କାଷ୍ଟିଲିୟାନ ରାଜାଙ୍କୁ ୧୨ଗୋଟି ସମୁଦ୍ର ପୋତ ନିର୍ମାଣ ପୂର୍ବକ ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କଲେ । ସମୁଦ୍ର ପୋତ ଯୋଗାଇଦେବା ପରେ ସେ ଜଳଯାତ୍ରାର ଯାତ୍ରୀମାନଙ୍କ ନିମିତ୍ତ ଖାଦ୍ୟ ଯୋଗାଇବା ଦାୟିତ୍ୱ ସମ୍ଭାଳିଲେ । ସମ୍ଭବତଃ ଏହିଭଳି ଭାବେ ସେ କଲମ୍ବସଙ୍କ ଦ୍ୱିତୀୟ ସମୁଦ୍ର ଯାତ୍ରା ନିମିତ୍ତ ସମୁଦ୍ର ପୋତ ନିର୍ମାଣରେ ସହଯୋଗ କରିଥିଲେ ।

ଜଳଯାତ୍ରା

ଭେସପୁଚି ଅନ୍ତତଃ ତିନିଥର ପଶ୍ଚିମ ଦିଗକୁ ସମୁଦ୍ର ଯାତ୍ରା କରିଥିଲେ । ଭେସପୁଚିଙ୍କ ପ୍ରଥମ ସମୁଦ୍ର ଯାତ୍ରା ବିଷୟରେ ବିଶେଷ ପ୍ରାମାଣିକ ତଥ୍ୟ ହାସଲ ହୋଇନାହିଁ । କେତେକ ଐତିହାସିକଙ୍କ ମତରେ ସେ ପ୍ରଥମ ସମୁଦର ଯାତ୍ରା ୧୪୯୯ ମସିହାରେ କରିଥିଲେ । ତେବେ ଏହା ତାଙ୍କର ଦ୍ୱିତୀୟ ସମୁଦ୍ର ଯାତ୍ରା ବୋଲି ମଧ୍ୟ ଅନେକ ଐତିହାସିକ ଦାବୀ କରିଥାନ୍ତି । ତେବେ ୧୪ ମେ ୧୫୦୧ରେ ସେ କରିଥିବା ତୃତୀୟ ସମୁଦ୍ର ଯାତ୍ରା ଏକ ସଫଳ ଯାତ୍ରା ଥିଲା । ଭେସପୁଚିଙ୍କର ଏହି ସମୁଦ୍ର ଯାତ୍ରାରେ ସେ ଦକ୍ଷିଣ ଆମେରିକାର ଉପକୂଳ ଦେଇ ପାଟାଗୋନିଆ ଯାତ୍ରା କଲେ । ଯାତ୍ରା ମଧ୍ୟରେ ସେ ରିଓ ଡୀ ଜେରିରୋ ନଦୀର ସାକ୍ଷାତ ହେଲା । ଏହି ଯାତ୍ରା ସମୟରେ ସେ ଭାବିଲେ ଯେ ସେ ଏସିଆ ମହାଦେଶ ବ୍ୟତୀତ ଅନ୍ୟ ଏକ ମହାଦେଶରେ ସେ ପହଞ୍ଚିଛନ୍ତି ।

ଭୌଗୋଳିକ ଅନ୍ୱେଷଣ ସମ୍ବନ୍ଧରେ ଭେସପୁଚିଙ୍କ ଏହି ଯାତ୍ରାର ମହତ୍ତ୍ୱ ଅନେକ । ଏହି ଯାତ୍ରା ପରେ ସେ ତଥା ଅନ୍ୟ ବିଦ୍ୱାନଙ୍କୁ ଏହା ବିଶ୍ୱାସ ହୋଇଗଲା ଯେ ସେ ଯାତ୍ରା କରିଥିବା ଅଂଶ ଏସିଆ ମହାଦେସର ନୁହେଁ, ବରଂ ଏହା ଏକ ନୂଆ ଦୁନିଆର ଅଂଶ ବିଶେଷ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଶିବାଜୀରମାକାନ୍ତ ରଥଲକ୍ଷ୍ମୀକାନ୍ତ ମହାପାତ୍ରନମିତା ଅଗ୍ରୱାଲ୧୯ ମାର୍ଚ୍ଚନାରାୟଣ ସାହୁ୧୮୭୦ଏସିଆବିଜୁ ଜନତା ଦଳଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଓଡ଼ିଶାର ପର୍ବପର୍ବାଣିକାହ୍ନୁଚରଣ ମହାନ୍ତିପିତ୍ତକୋଷହାଡ଼ବିବାହସୁରେନ୍ଦ୍ର ମହାନ୍ତିବିଭୂତି ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସସୀତାକାନ୍ତ ମହାପାତ୍ରଚକ୍ରବର୍ତ୍ତୀ ରାଜଗୋପାଳାଚାରୀମିଳିତ ଜାତିସଂଘସେସିଲିଆ ପେଇନ-ଗାପୋସ୍ଚକିନରମଜାନନେପାଳଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପାଠାଗାରମାଳତୀ ଚୌଧୁରୀ୨୦ ଅପ୍ରେଲଫେସବୁକହରେକୃଷ୍ଣ ମହତାବବଲାଙ୍ଗୀରକିଲୋଗ୍ରାମଭାରତ ରତ୍ନଆଇସଲ୍ୟାଣ୍ଡଖୋର୍ଦ୍ଧାଭାରତର ନ୍ୟାୟୀକ ବ୍ୟବସ୍ଥାବୁଦାପେଷ୍ଟଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣଓଷାଚୀନନନ୍ଦିନୀ ଶତପଥୀ୧୫୬୨ଗୁଗଲସୁଡୋଏଫେଡ୍ରିନମାଡ୍ରିଦସିନ୍ଦୂରଗର୍ଭାବସ୍ଥାହିନା ରବାନି ଖରଚିକୁନ‌ଗୁନିଆତୁର୍କୀନଡ଼ିଆସଚ୍ଚିଦାନନ୍ଦ ରାଉତରାୟଗୋପବନ୍ଧୁ ଦାସଇଲେକ୍‌ଟ୍ରୋନଇଂରାଜୀ ଭାଷାଉମେଶଚନ୍ଦ୍ର ସରକାରରାଜ୍ୟ ସଭାଭାରତ ସରକାରଜଗନ୍ନାଥ ଦାସଫୁସଫୁସଯୁକ୍ତରାଷ୍ଟ୍ର ଆମେରିକାମାୟାଧର ମାନସିଂହମହାଭାରତ୨୧ହାଇଦ୍ରାବାଦ🡆 More